ମୁଁ ହିନ୍ଦୁ, ଆତଙ୍କବାଦୀ ନୁହେଁ

ଲିପ୍ସା ପଣ୍ଡା
ଆମେରିକାର ପେଣ୍ଟାଗନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ପରେ ମୁସଲମାନମାନଙ୍କ ପ୍ରତି ଅତ୍ୟଧିକ କଠୋର ହୋଇପଡ଼ିଥିଲେ ତାଙ୍କ ସରକାର। ଏୟାରପୋର୍ଟରେ ‘ଖାନ୍‌’ ନାଁ ଶୁଣିଲେ ତ ଡ୍ରେସ୍‌ ଖୋଲି ତଲାସି ଆରମ୍ଭ କରିଦେଉଥିଲେ ତାଙ୍କ ସୁରକ୍ଷାକର୍ମୀ, ଯେଉଁଥିରୁ ଆମ ବଲିଉଡ ଅଭିନେତା ଶାହରୁଖ ଖାନ୍‌ ବି ବାଦ ପଡ଼ି ନ ଥିଲେ। ଆଉ ଏଥିରେ ତାଙ୍କ ‘ଘନିଷ୍ଠ’ ବନ୍ଧୁ କରନ ଜୋହର ବ୍ୟଥିତ ହୋଇ ଗୋଟେ ସିନେମା ବି କରି ପକେଇଲେ, ‘My Name Is Khan’- ଯେଉଁଥିରେ ଦେଖାଇଲେ ଜଣେ ମାନସିକ ଦୁର୍ବଳ ଲୋକ କିଭଳି ଭାବେ ତା’ ଚାରିପାଖର ଲୋକଙ୍କ ଦ୍ୱାରା ଉପହସିତ, ନର୍ଯାତିତ ହେଉଛି ତା’ ‘ଖାନ୍‌’ ନାଁ ପାଇଁ, ଆଉ ସେଥିରୁ ମୁକ୍ତି ପାଇଁ ସେ କି କି ପନ୍ଥା ସବୁ ଆପଣାଉଛି। ସେତେବେଳର ଆମେରିକା ରାଷ୍ଟ୍ରପତି ଓବାମାଙ୍କୁ ଭେଟି କହିବାକୁ ପଡ଼ୁଛି: My name is Khan and I am not a terrorist.
କହିବା ବାହୁଲ୍ୟ, ନିର୍ମାତା ଜଣେଇବାକୁ ଚାହୁଁଛନ୍ତି ସବୁ ‘ଖାନ୍‌’ ଆତଙ୍କବାଦୀ ନୁହନ୍ତି। ବାର୍ତ୍ତା ତ ଠିକ୍‌ ଅଛି। ହେଲେ ସେ ସିନେମା ଭାରତରେ ତିଆରି ହେବାର ଉପାଦେୟତା କେତେ? ସିନେମାରେ ଦେଖାଯାଇଥିବା ଦୃଶ୍ୟ ଅନୁସାରେ ନାୟକ ତଥା ବାକି ସବୁ ଚରିତ୍ର ଆମେରିକାରେ ରହୁଥିଲେ। ସେଇଠି ଆମେରିକୀୟ ପଡ଼ୋଶୀଙ୍କ ଦ୍ୱାରା ନାୟକ ଆଉ ତାଙ୍କ ପରିବାର ନିର୍ଯାତିତ ହେଲେ। ତେଣୁ ଏମିତିଆ ସିନେମା ସେଠିକାର କେଉଁ ଫିଲ୍ମ ନିର୍ମାତା ନିଜ ଦେଶବାସୀଙ୍କୁ ବୁଝେଇବାକୁ ତିଆରି କରିବା କଥା। ସେ ଦେଶରେ କିନ୍ତୁ ସେମିତି କିଛି ହୋଇନି। ଅଥଚ ଭାରତରେ, ଯେଉଁଠି ବର୍ଷକୁ ଦୁଇ ଚାରିଟା ଜାଗାରେ ଆତଙ୍କବାଦୀ ଆକ୍ରମଣ ହୋଇ ଲୋକେ ପୋକମାଛି ପରି ମରନ୍ତି, ଅଥଚ ନିଜକୁ ଧର୍ମନିରପେକ୍ଷ କହି ଗର୍ବ କରନ୍ତି, ଯେଉଁଠି ପାକିସ୍ତାନ ଦଳ ଭାରତଠାରୁ କ୍ରିକେଟ ଖେଳରେ ଜିତିବା ପରେ ନିଜ ପଡ଼ିଶା ଘରୁ ବାଣ ଫୁଟିବା ଦେଖି ନିଜ ଜୀବନ ଯିବା ଡରରେ ଚୁପ୍‌ ରୁହନ୍ତି ଲୋକେ, ସେଇଠି ଆମ ସିନେମାବାଲାଏ, କାଳେ ଆତଙ୍କବାଦୀର ଧର୍ମ ଉପରକୁ ଆଞ୍ଚ ଚାଲି ଆସିବ ଭାବି, ଛାନିଆରେ ଆଗତୁରା ସିନେମା ତିଆରି କରି ବୁଝେଇବାକୁ ଲାଗିଗଲେ।
ମୋ ଝିଅ ନର୍ସରୀରେ ପଢୁଥିବା ସମୟର କଥା। ତା’ ସ୍କୁଲରେ ଥାଏ ଜଣେ ମୁସଲମାନ ସମ୍ପ୍ରଦାୟର ପିଲା। ଧର୍ମନିରପେକ୍ଷ ଦେଶ ହେତୁ ଇଂଲିଶ ମିଡିୟମ୍‌ ସ୍କୁଲ ହେଲେ ବି ସେଠି ସବୁ ଧର୍ମର ପର୍ବପର୍ବାଣି ପାଳନ କରାଯାଏ। ସ୍କୁଲରୁ ମେସେଜ ଆସିଲା ଜନ୍ମାଷ୍ଟମୀ ପାଳନ ପାଇଁ ସବୁ ପୁଅ କୃଷ୍ଣ ବେଶରେ ଆଉ ସବୁ ଝିଅ ରାଧା କି ଗୋପୀ ବେଶରେ ଆସିବେ। ପିଲାଙ୍କ ବାପା, ମା’ଙ୍କୁ ବି ଡକା ଯାଇଥାଏ। ଦହିହାଣ୍ଡି ଭାଙ୍ଗି ଉତ୍ସବ ପାଳିବେ ସ୍କୁଲରେ। ପରଦିନ ଆମେ ନିଜ ନିଜ ପିଲାଙ୍କୁ ସେଇ ହିସାବରେ ସଜେଇ ସ୍କୁଲରେ ପହଞ୍ଚିଲୁ। ଦେଖିଲୁ କେବଳ ଗୋଟିଏ ପିଲା ଆସିଛି ସ୍କୁଲ ୟୁନିଫର୍ମ ପିନ୍ଧି। ଏମିତି କାହିଁକି ବୋଲି ସ୍କୁଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଧୀରେ ଆମକୁ ଜଣାଇଲେ, ସେ ପିଲାଟି ମୁସଲମାନ ସମ୍ପ୍ରଦାୟର।
ମୋ ମନରେ ପ୍ରଶ୍ନ ଉଠିଲା: ଏଭଳି ଧର୍ମକାତର ଲୋକ ନିଜ ପିଲାଙ୍କୁ ନିଜ ଧର୍ମ ସମ୍ପର୍କିତ ସ୍କୁଲକୁ ନ ଛାଡ଼ି ଇଂଲିଶ ମିଡିୟମ୍‌ ସ୍କୁଲକୁ ଛାଡ଼ନ୍ତି କାହିଁକି! ଆଉ ଯଦି ପିଲାର ଉତ୍ତମ ଭବିଷ୍ୟତ କଥା ଭାବି ଏଠିକି ଛାଡ଼ିଲେ, ତେବେ ଏଠିକାର ନୀତିନିୟମ ମାନିନେଲେ ନିଜ ଧର୍ମ ଭ୍ରଷ୍ଟ ହୋଇଯିବ ବୋଲି ଭାବନ୍ତି କାହିଁକି? ଏପରି କହିବାର ଉଦ୍ଦେଶ୍ୟ ହେଲା, ଏହାର କିଛିଦିନ ଆଗରୁ ଇଦ୍‌ ଥିଲା। ସ୍କୁଲର ନିର୍ଦ୍ଦେଶ ଅନୁଯାୟୀ ଆମେ ପ୍ରତି ହିନ୍ଦୁ ମା’ବାପା ନିଜ ପିଲାକୁ ମୁସଲମାନ ବେଶରେ ସଜେଇ ଛାଡ଼ିଥିଲୁ ସ୍କୁଲକୁ ପିଲାଏ ଇଦ୍‌ ପାଳିବେ ବୋଲି! କେବଳ ସେତିକି ନୁହେଁ, ଗୋଟିଏ ବି ଖ୍ରୀଷ୍ଟିଆନ ପିଲା ନ ଥିବା ଶ୍ରେଣୀରେ ସବୁ ହିନ୍ଦୁ ପିଲା ଆସନ୍ତି ଶାନ୍ତା ସାଜି ସର୍ବଧର୍ମକୁ ସମ୍ମାନ ଜଣାଇବାକୁ! ଧର୍ମନିରପେକ୍ଷତାର ଅର୍ଥ ନୁହେଁ ଖାଲି ନିଜ ଧର୍ମକୁ ନେଇ ମନ ଆଣ୍ଟ କରି ରହିବା। ଧର୍ମନିରପେକ୍ଷ ଅର୍ଥ ନିଜ ଧର୍ମ ସହ ଅନ୍ୟ ଧର୍ମର ରୀତିନୀତିରେ ବି ଭାଗନେବା।
ଏବେ ଆସିଲା ରାମମନ୍ଦିର ଉପରେ ବହୁ ପ୍ରତୀକ୍ଷିତ ରାୟ। ସରକାର କୌଣସି ପ୍ରକାର ଉତ୍ସବ ନ ମନାଇବାକୁ କଡ଼ାକଡ଼ି ଭାବେ ତାଗିଦ କଲେ। ସୋସିଆଲ ମିଡିଆ ଉପରେ ବି କଡ଼ା ନଜର ରଖାଗଲା! ଦେଶର ଲୋକେ ନିଜ ମାନବିକତା ଦୃଷ୍ଟିରୁ ଅନ୍ୟ କାହା ଧାର୍ମିକ ଭାବନାରେ ଆଘାତ ନ ପହଞ୍ଚାଇବା ପାଇଁ ବହୁ ପ୍ରତୀକ୍ଷିତ ନ୍ୟାୟ ପାଇବା ପରେ ବି ଖୁସି ନ ମନେଇ ଚୁପ୍‌ ରହି ନିଜ ବିବେକପଣିଆ ଦେଖାଇଲେ।
ଏବେ ସିଏଏକୁ ନେଇ ଚାଲିଥିବା ପ୍ରତିବାଦ ଆୟୋଜନରେ ହିନ୍ଦୁବିରୋଧୀ ପ୍ଲାକାର୍ଡ ଦେଖିବାକୁ ମିଳୁଛି କାହିଁକି? ହିନ୍ଦୁଧର୍ମ ସମ୍ପର୍କିତ ପ୍ରତୀକମାନଙ୍କୁ ଖୋଲାଖୋଲି ଭାବେ ଅପମାନିତ କରାଯାଉଛି କାହିଁକି? ଏ ଦେଶର ସଂଖ୍ୟାଗରିଷ୍ଠ ଲୋକଙ୍କ ଧାର୍ମିକ ଭାବନାକୁ ଅପମାନିତ କରିବାର ଅଧିକାର ଏ ବିକ୍ଷୋଭକାରୀଙ୍କୁ ଦେଲା କିଏ? ଆଉ ଏସବୁ ଦେଖି ମୁଁ ଚୁପ୍‌ ହୋଇ ରହିବି କାହିଁକି? କାରଣ ପାଟି ଖୋଲିଲେ ମୋର କିଛି ବନ୍ଧୁ ମୋତେ ଉଗ୍ରମନା କହିବେ ବୋଲି ତ? ମୋ ଧର୍ମକୁ ଅପମାନିତ କରୁଥିବା ଦେଖି ଚୁପ୍‌ ରହିବି ମୋ ଧର୍ମନିରପେକ୍ଷତା ଉପରେ ପ୍ରଶ୍ନ ଉଠିବ ବୋଲି ତ?
ଏ ଦେଶରେ ଗଣ୍ଡା ଗଣ୍ଡା ସିନେମା ତିଆରି ହେଲା ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଖୁବ୍‌ ଭଲ ଦେଖେଇ, ତାଙ୍କ ପାଇଁ ଆମ ମନରେ ଘୃଣା ସୃଷ୍ଟି ନ ହେଉ ବୋଲି। ସେ ସବୁ ପ୍ରଭାବରେ ଆମେ ତାଙ୍କୁ ଆପଣେଇ ଧର୍ମନିରପେକ୍ଷ ସାଜିଲୁ। ହେଲେ ସେଇ ସମାନ ସିନେମା ସବୁ ତାଙ୍କ ଉପରେ ପ୍ରଭାବ ପକେଇ ପାରିଲାନି। ନିଜ ଧର୍ମକୁ ଦେଶଠୁ ବି ବଡ଼ ବୋଲି ଜାବୁଡ଼ି ଧରିଲେ ସେମାନେ! ଆଉ ଆମକୁ ଏ ସହନଶୀଳତାର ପ୍ରତିବଦଳରେ ମିଳିଲା କ’ଣ? ଅସହିଷ୍ଣୁ, ହିନ୍ଦୁ ଆତଙ୍କବାଦୀ ଇତ୍ୟାଦି ଉପାଧି!
ମୁଁ ଜାଣେ, ଏ ଦେଶରେ ହିନ୍ଦୁଙ୍କ ପାଇଁ କୌଣସି ସିନେମାବାଲାର ପ୍ରାଣ କାନ୍ଦିବନି। ଆମକୁ ବଦନାମ କରିବାକୁ ଯେଉଁ ‘ହିନ୍ଦୁ ଆତଙ୍କବାଦୀ’ ଶବ୍ଦ ଉଦ୍ଭାବନ କରାଗଲା, ତା’ ବିରୋଧରେ କୌଣସି ସିନେମା ତିଆରି ହେବନି। ତେଣୁ ମୁଁ ଏହାକୁ ଦୃଢ଼ ଭାବେ ବିରୋଧ କରି କହୁଛି: ”ମୁଁ ଗର୍ବିତ ହିନ୍ଦୁ, ଆତଙ୍କବାଦୀ ନୁହେଁ। ମୋ ବାପଅଜା ଚଉଦ ପୁରୁଷ ଧରି କେହି ଆତଙ୍କବାଦୀ ନ ଥିଲେ, କି ଆଗକୁ ହେବାର ବି ନାହିଁ।“
ହାଇଦ୍ରାବାଦ, ମୋ:୯୦୦୦୪୧୮୪୧୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri