ମିଶନରେଟ ପୋଲିସକୁ ମହିଳାଙ୍କ ସୁରକ୍ଷା ଚିନ୍ତା: ଛାତ୍ରୀ, ମହିଳା ହେବେ ସ୍ପେଶାଲ ପୋଲିସ ଅଫିସର

ଭୁବନେଶ୍ୱର,,୧୭ା୧୨(ବ୍ୟୁରୋ): ଓଡ଼ିଶା ସମେତ ସାରା ଦେଶରେ ଏବେ ମହିଳାମାନେ ଅସୁରକ୍ଷିତ ହୋଇପଡୁଛନ୍ତି। ବଳାତ୍କାର ଓ ନିର୍ଯାତନା ସୀମା ଟପିଛି। ବିଶେଷକରି ହାଇଦ୍ରାବାଦ ମହିଳା ଡାକ୍ତର ଏବଂ ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣା ପରେ ଭୁବନେଶ୍ୱର-କଟକ କମିଶନରେଟ ପୋଲିସର ଚିନ୍ତା ବଢ଼ିଛି। ପାଠପଢ଼ାଠାରୁ ଆରମ୍ଭ କରି କର୍ମକ୍ଷେତ୍ର ଓ ବାହାରେ ମହିଳାଙ୍କୁ ସୁରକ୍ଷା ଦେବା ପାଇଁ କମିଶନରେଟ ପୋଲିସ ଏକ ନୂଆ ନିଷ୍ପତ୍ତି ନେଇଛି। ଏଣିକି ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କୁ ସ୍ପେଶାଲ ପୋଲିସ ଅଫିସର (ଏସ୍‌ପିଓ) ଭାବେ ନିଯୁକ୍ତି ମିଳିବ। ସେମାନଙ୍କୁ ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ପ୍ରତିଷ୍ଠାନ ଓ କର୍ପୋରେଟ ଅଫିସରେ ନିୟୋଜିତ କରାଯିବ। ଆସନ୍ତା ୨ ତାରିଖରେ ଭୁବନେଶ୍ୱର ଓ ପରବର୍ତ୍ତୀ ସମୟରେ କଟକରେ ଏହାକୁ କାର୍ଯ୍ୟକାରୀ କରାଯିବ ବୋଲି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।
ସେ କହିଛନ୍ତି, ବିଭିନ୍ନ କାର୍ଯ୍ୟାଳୟରେ ମହିଳାମାନେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ଚାକିରି ଚାଲିଯିବା ଭୟ ଓ ଥାନାକୁ ଅଭିଯୋଗ କରିବାକୁ ଗଲେ ପୋଲିସ ନ ଶୁଣିବା ଆଶଙ୍କା କରି ଏଭଳି ସଙ୍ଗିନ ଅପରାଧକୁ ଲୁଚାଇ ରଖିଥାନ୍ତି। ମହିଳା ଏସ୍‌ପିଓମାନେ ମହିଳା କର୍ମଚାରୀଙ୍କ ସହ ଉତ୍ତମ ସମ୍ପର୍କରେ ରହିବା ସହ ସହଯୋଗ ଓ ସୁରକ୍ଷା ଯୋଗାଇଦେବେ। ଏସ୍‌ପିଓଙ୍କ ମଧ୍ୟରୁ ପ୍ରତିନିଧି ବଛାଯିବେ। ଏନେଇ ସମସ୍ତ କର୍ପୋରେଟ ହାଉସ୍‌କୁ କମିଶନରେଟ ପୋଲିସ ପକ୍ଷରୁ ଚିଠି କରାଯାଇଛି। ଏସ୍‌ପିଓ ପାଇଁ ସେମାନେ ତାଲିକା ପୋଲିସକୁ ଦେବେ। ୪ କର୍ପୋରେଟ ହାଉସ ଏଥିରେ ସହମତି ପ୍ରକାଶ କରିବା ସହ ତାଲିକା ଦେଇଥିବା ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ୧୫୦ଜଣ ଛାତ୍ରୀ ଓ କର୍ମଜୀବୀ ମହିଳାଙ୍କୁ ଆତ୍ମରକ୍ଷା ପାଇଁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ। କୌଣସି ସ୍ବତନ୍ତ୍ର ପୋଷାକର ବ୍ୟବସ୍ଥା ହୋଇ ନ ଥିବାବେଳେ ସେମାନେ ନିୟମିତଭାବେ ପୋଲିସର ଯୋଗାଯୋଗରେ ରହିବେ। ଏଥିପାଇଁ ଏକ ହ୍ବାଟ୍ସଆପ୍‌ ଗ୍ରୁପ୍‌ କରାଯାଇ ସମସ୍ତ ଏସ୍‌ପିଓଙ୍କୁ ଯୋଡ଼ାଯିବ। ଛାତ୍ରୀ କିମ୍ବା କର୍ମଜୀବୀ ମହିଳା ନିର୍ଯାତନାର ଶିକାର ହେଉଥିବା ସୂଚନା ପାଇବା ମାତ୍ରେ ପୋଲିସକୁ ଜଣାଇବେ। ଏହାପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କମିଶନର ଷଡ଼ଙ୍ଗୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ

ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…

ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍‌, କହିଲେ ମୋ ସହ…

ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…

କଳାହାଣ୍ଡି-ନୂଆପଡ଼ା ଲାଇଫ୍ ଲାଇନ୍ ତୁର୍କେଲ ପୋଲ ଅଚଳ: ୧୧ ମାସ ହେଲା ଯୋଗାଯୋଗ ବିଚ୍ଛିନ୍ନ, କଂଗ୍ରେସର ବିଶାଳ ପଦଯାତ୍ରା

ଭବାନୀପାଟଣା, ୪।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଓ ନୂଆପଡ଼ା ଜିଲାର ‘ଲାଇଫ୍ ଲାଇନ୍’ କୁହାଯାଉଥିବା ଭବାନୀପାଟଣା ବ୍ଲକର ତୁର୍କେଲ ବ୍ରିଜ୍ ବିପଦସଂକୁଳ ହୋଇପଡ଼ିଥିବାରୁ ଗତ ୧୧ ମାସ…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

ଦାଦନ ସାଜିଲା ଅଭିଶାପ: କେରଳ ଯାଉଥିବା ବେଳେ ଥୁଆମୂଳ ରାମପୁରର ଆଉ ଜଣେ ଯୁବକ ନିଖୋଜ, ଚିନ୍ତାରେ ପରିବାର…

ଥୁଆମୂଳ ରାମପୁର, ୪।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍‌ରେ ଦାଦନ ଶ୍ରମିକ ନିଖୋଜ ସମସ୍ୟା ଦିନକୁ ଦିନ ଅଧିକ ଉଦ୍‌ବେଗଜନକ ରୂପ ନେଉଛି। ନିଜ…

ଏଣିକି UPI ପେମେଣ୍ଟରେ ଲାଗିବ ଏକ୍ସର୍ଟା ଚାର୍ଜ? ଜାଣନ୍ତୁ କେତେ ଟ୍ରାଞ୍ଜାକ୍ସନ କଲେ ଦେବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୪।୮: ସରକାର ୟୁପିଆଇ (UPI) ମାଧ୍ୟମରେ ପେମେଣ୍ଟ କରିବାକୁ ନେଇ ଏକ ବଡ଼ ପରିବର୍ତ୍ତନ କରିବାକୁ ପ୍ରସ୍ତୁତି କରୁଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ‘ପେମେଣ୍ଟ ଆଣ୍ଡ୍…

ଭାରତକୁ ବଡ଼ ଝଟ୍‌କା: ଏସିଆନ୍‌ ଗେମ୍ସରେ ଖେଳିବେନି ହର୍ଡଲ୍ସ ଷ୍ଟାର ଶୀର୍ସେ, ଜାଣନ୍ତୁ…

ନୂଆଦିଲ୍ଲୀ,୪ା୮: ଆସନ୍ତା ମାସରେ ଜାପାନରେ ହେବାକୁ ଥିବା ଏସିଆନ ଗେମ୍ସରେ ଭାରତର ୧୧୦ ମି. ହର୍ଡଲ୍ସ ଷ୍ଟାର ତେଜସ ଶୀର୍ସେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri