Posted inଭଦ୍ରକ

ମିଳିନି ବୁଲ୍‌ବୁଲ୍‌ କ୍ଷୟକ୍ଷତି ସହାୟତା

ଭଦ୍ରକ ଅଫିସ, ୨୩।୧-ଭଦ୍ରକ ଜିଲାରେ ଖରିଫ୍‌ ଧାନ ଅମଳ ସରିବାକୁ ବସିଲାଣି। ହେଲେ ଏଯାଏ ବୁଲ୍‌ବୁଲ୍‌ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ଇନ୍‌ପୁଟ୍‌ ସବ୍‌ସିଡି। ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପ୍ରତି ଅଭିଯୋଗ ଶୁଣାଣିରେ ଏହି କ୍ଷତିଗ୍ରସ୍ତ ଚାଷୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳୁଛି। ଏହାମଧ୍ୟରେ ଦୁଇମାସ ବିତିଯାଇଥିବାବେଳେ ଏଯାଏ ସହାୟତା ପ୍ରଦାନ କରା ନ ଯିବା ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଉଲ୍ଲେଖନୀୟ ଯେ, ଗତବର୍ଷ ନଭେମ୍ବରରେ ପ୍ରଳୟଙ୍କରୀ ବୁଲ୍‌ବୁଲ୍‌ ପ୍ରଭାବରେ ଭଦ୍ରକ ଜିଲାରେ ବିଶେଷ କରି ଖରିଫ୍‌ ଧାନଚାଷ ପ୍ରଭାବିତ ହୋଇଥିଲା। ହଜାର ହଜାର ହେକ୍ଟର ଚାଷଜମିରେ ପାଣି ପଶି ଫାଚିଲା ଧାନ ଫସଲକୁ ନଷ୍ଟଭ୍ରଷ୍ଟ କରିଥିଲା। ପ୍ରାୟ ଅମଳ ସମୟରେ ଏହି କ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିଲା। ଫୁଲ ଉଡ଼ାଉଥିବା ଧାନକୁ ଅଗାଡ଼ି କରିଦେଇଥିଲା ବାତ୍ୟା। ବୁଲ୍‌ବୁଲ୍‌ ପରେ ସରକାରୀ ଭାବେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଥିଲା। ଜିଲା କୃଷି ବିଭାଗ ପକ୍ଷରୁ ଜିଲାରେ ମୋଟ ୧ ଲକ୍ଷ ୬୩ ହଜାର ହେକ୍ଟର ଚାଷଜମି ମଧ୍ୟରୁ ୬୩ ହଜାର ୭୨୯ ହେକ୍ଟର ଜମି ବୁଲ୍‌ବୁଲ୍‌ରେ ପ୍ରଭାବିତ ହୋଇଥିବା ନେଇ ସରକାରଙ୍କୁ ରିପୋର୍ଟ କରାଯାଇଥିଲା। ଯାହାର ଆର୍ଥିକ କ୍ଷୟକ୍ଷତି ପରିମାଣ ୫୮କୋଟି ୯୮ ଲକ୍ଷ ବୋଲି ଦର୍ଶାଯାଇ ସରକାରଙ୍କୁ ଏହି ବାବଦକୁ ଇନ୍‌ପୁଟ୍‌ ସବ୍‌ସିଡି ଯୋଗାଇ ଦେବାକୁ ସୁପାରିସ କରାଯାଇଥିଲା। ଏହାମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାକୁ ଘର ଏବଂ କୋଠାବାଡ଼ି କ୍ଷୟକ୍ଷତି ବାବଦ କ୍ଷତିପୂରଣ ଅର୍ଥ ଯୋଗାଇ ଦିଆଯାଇଥିଲେ ମଧ୍ୟ ସର୍ବାଧିକ କ୍ଷତି ହୋଇଥିବା କୃଷି କ୍ଷେତ୍ର ଲାଗି ଏଯାଏ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ। ଅନ୍ୟପକ୍ଷେ କ୍ଷୟକ୍ଷତି ନେଇ ରାଜସ୍ବ ଓ କୃଷି ବିଭାଗର ମିଳିତ କ୍ରପ୍‌କଟିଂ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ଆସିବା ପରେ ଏହା ସମସ୍ତଙ୍କୁ ଅଡୁଆ କରିଛି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଚୂଡ଼ାନ୍ତ ତାଲିକା ସିଦ୍ଧାନ୍ତ ହୋଇପାରି ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପଚାରିବାରୁ ଗୋଟିଏ ସପ୍ତାହ ମଧ୍ୟରେ ଚାଷୀଙ୍କ ବୁଲ୍‌ବୁଲ୍‌ କ୍ଷୟକ୍ଷତି ଭରଣା କରାଯିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକ୍ରିୟା ସରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାଇମାଷ୍ଟ ଲାଇଟ୍‌ ଯୋଗାଣରେ ବ୍ୟାପକ ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ଭଦ୍ରକ,୧୨ା୧୨(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ବିଦ୍ୟାଳୟ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକରୁ ସୋଲାର ହାଇମାଷ୍ଟ ଲାଇଟ୍‌...

ଯାଞ୍ଚ ବେଳେ ଔଷଧ ଦୋକାନରୁ ବାହାରିଲା ମଦ, ଦେଖିକି ତାଜୁବ ହୋଇଗଲା ପୋଲିସ

ଭଦ୍ରକ, ୧୧।୧୨(ସନାତନ ରାଉତ): ଭଦ୍ରକ ସହର ବାଇପାସସ୍ଥିତ ଏକ ଔଷଧ ଦୋକାନରୁ ପୋଲିସ ବିପୁଳ ପରିମାଣର ମଦ ଜବତ କରିଛି । ସୂଚନା ମୁତାବକ ଉକ୍ତ...

ରାଜଧାନୀ ଏକ୍ସପ୍ରେସରେ ଅଜଣା ପାର୍ସଲ: ଆତଙ୍କ ଖେଳାଉଛି…

ଭୁବନେଶ୍ୱର,୧୦।୧୨: ଅଜଣା ପାର୍ସଲକୁ ନେଇ ରାଜଧାନୀ ଏକ୍ସପ୍ରେସରେ ଆତଙ୍କ ଖେଳିଯାଇଛି। ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ରାଜଧାନୀ ଏକ୍ସପ୍ରେସରେ ଲୋକେ ଭୟଭୀତ। ଝାଡ଼ଖଣ୍ଡରେ RPF ପକ୍ଷରୁ ତନାଘନା...

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ଧାମରାରେ ବୁଲୁଛି ମହାବଳ ବାଘ: ଭିଡିଓ ଭାଇରାଲ ପରେ ବନ ବିଭାଗ ନାକେଦମ୍‌

ଚାନ୍ଦବାଲି,୭।୧୨(ଅଶୋକ ପଣ୍ଡା): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳରେ ଏକ ମହାବଳ ବାଘ ବୁଲୁଛି। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା...

ବିଜେଡିକୁ ଶକ୍ତ ଝଟ୍‌କା: ଭାଜପାରେ ଯୋଗଦେଲେ ପ୍ରଫୁଲଙ୍କ ଦୁଇ ପୁଅ

ଭୁବନେଶ୍ୱର/ଭଦ୍ରକ,୬।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ ଥିବାବେଳେ ଶେଷରେ ବିଜେଡିକୁ ଶକ୍ତ ଝଟ୍‌କା । ଭାଜପାରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ୨...

ବିଜେଡିରୁ ଇସ୍ତଫା ଦେଲେ କାଉନସିଲର ଶୁଚିସ୍ମିତା, ହୋଇପାରନ୍ତି ଭାଜପାରେ ସାମିଲ

ବାସୁଦେବପୁର,୬।୧୨ (କାଳିପଦ ରାୟ ): ବାସୁଦେବପୁର ପୌରାଞ୍ଚଳର ଏକ ନମ୍ବର ୱାର୍ଡର କାଉନସିଲର ଶୁଚିସ୍ମିତା ଗିରି ଶନିବାର ସକାଳେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରେ...

ଖେଳୁଖେଳୁ ପୋଖରୀରେ ପଡ଼ିଗଲା ଶିଶୁପୁତ୍ର, ଖୋଜାଖୋଜି କରିବାରୁ…

ତିହିଡ଼ି,୫ା୧୨(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ଥାନା କାଁପଡ଼ା ପଞ୍ଚାୟତ ଅଧୀନ ଚିଲପଦା ଗ୍ରାମରେ ଶୁକ୍ରବାର ଏକ ଦୁଃଖଦ ଘଟଣା ଘଟିଛି। ଏକ ପୋଖରୀରୁ ଆଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri