Posted inଭଦ୍ରକ

ମିଳିନି ବୁଲ୍‌ବୁଲ୍‌ କ୍ଷୟକ୍ଷତି ସହାୟତା

ଭଦ୍ରକ ଅଫିସ, ୨୩।୧-ଭଦ୍ରକ ଜିଲାରେ ଖରିଫ୍‌ ଧାନ ଅମଳ ସରିବାକୁ ବସିଲାଣି। ହେଲେ ଏଯାଏ ବୁଲ୍‌ବୁଲ୍‌ ବାତ୍ୟା କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିଲାନି ଇନ୍‌ପୁଟ୍‌ ସବ୍‌ସିଡି। ଯାହାକୁ ନେଇ କ୍ଷତିଗ୍ରସ୍ତ ଚାଷୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଫଳରେ ପ୍ରତି ଅଭିଯୋଗ ଶୁଣାଣିରେ ଏହି କ୍ଷତିଗ୍ରସ୍ତ ଚାଷୀଙ୍କ ଲମ୍ବା ତାଲିକା ଦେଖିବାକୁ ମିଳୁଛି। ଏହାମଧ୍ୟରେ ଦୁଇମାସ ବିତିଯାଇଥିବାବେଳେ ଏଯାଏ ସହାୟତା ପ୍ରଦାନ କରା ନ ଯିବା ନେଇ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଉଲ୍ଲେଖନୀୟ ଯେ, ଗତବର୍ଷ ନଭେମ୍ବରରେ ପ୍ରଳୟଙ୍କରୀ ବୁଲ୍‌ବୁଲ୍‌ ପ୍ରଭାବରେ ଭଦ୍ରକ ଜିଲାରେ ବିଶେଷ କରି ଖରିଫ୍‌ ଧାନଚାଷ ପ୍ରଭାବିତ ହୋଇଥିଲା। ହଜାର ହଜାର ହେକ୍ଟର ଚାଷଜମିରେ ପାଣି ପଶି ଫାଚିଲା ଧାନ ଫସଲକୁ ନଷ୍ଟଭ୍ରଷ୍ଟ କରିଥିଲା। ପ୍ରାୟ ଅମଳ ସମୟରେ ଏହି କ୍ଷତି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଥିଲା। ଫୁଲ ଉଡ଼ାଉଥିବା ଧାନକୁ ଅଗାଡ଼ି କରିଦେଇଥିଲା ବାତ୍ୟା। ବୁଲ୍‌ବୁଲ୍‌ ପରେ ସରକାରୀ ଭାବେ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଥିଲା। ଜିଲା କୃଷି ବିଭାଗ ପକ୍ଷରୁ ଜିଲାରେ ମୋଟ ୧ ଲକ୍ଷ ୬୩ ହଜାର ହେକ୍ଟର ଚାଷଜମି ମଧ୍ୟରୁ ୬୩ ହଜାର ୭୨୯ ହେକ୍ଟର ଜମି ବୁଲ୍‌ବୁଲ୍‌ରେ ପ୍ରଭାବିତ ହୋଇଥିବା ନେଇ ସରକାରଙ୍କୁ ରିପୋର୍ଟ କରାଯାଇଥିଲା। ଯାହାର ଆର୍ଥିକ କ୍ଷୟକ୍ଷତି ପରିମାଣ ୫୮କୋଟି ୯୮ ଲକ୍ଷ ବୋଲି ଦର୍ଶାଯାଇ ସରକାରଙ୍କୁ ଏହି ବାବଦକୁ ଇନ୍‌ପୁଟ୍‌ ସବ୍‌ସିଡି ଯୋଗାଇ ଦେବାକୁ ସୁପାରିସ କରାଯାଇଥିଲା। ଏହାମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଜିଲାକୁ ଘର ଏବଂ କୋଠାବାଡ଼ି କ୍ଷୟକ୍ଷତି ବାବଦ କ୍ଷତିପୂରଣ ଅର୍ଥ ଯୋଗାଇ ଦିଆଯାଇଥିଲେ ମଧ୍ୟ ସର୍ବାଧିକ କ୍ଷତି ହୋଇଥିବା କୃଷି କ୍ଷେତ୍ର ଲାଗି ଏଯାଏ ଆର୍ଥିକ ସହାୟତା ଯୋଗାଇ ଦିଆଯାଇ ନାହିଁ। ଅନ୍ୟପକ୍ଷେ କ୍ଷୟକ୍ଷତି ନେଇ ରାଜସ୍ବ ଓ କୃଷି ବିଭାଗର ମିଳିତ କ୍ରପ୍‌କଟିଂ ରିପୋର୍ଟ ପ୍ରଦାନ କରାଯିବ ବୋଲି ସୂଚନା ଆସିବା ପରେ ଏହା ସମସ୍ତଙ୍କୁ ଅଡୁଆ କରିଛି। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଅଦ୍ୟାବଧି ଚୂଡ଼ାନ୍ତ ତାଲିକା ସିଦ୍ଧାନ୍ତ ହୋଇପାରି ନ ଥିବା ଜଣାପଡ଼ିଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ ଶ୍ୟାମଭକ୍ତ ମିଶ୍ରଙ୍କୁ ପଚାରିବାରୁ ଗୋଟିଏ ସପ୍ତାହ ମଧ୍ୟରେ ଚାଷୀଙ୍କ ବୁଲ୍‌ବୁଲ୍‌ କ୍ଷୟକ୍ଷତି ଭରଣା କରାଯିବ ଓ ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକ୍ରିୟା ସରିଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

ସ୍କୁଲ ଯାଉଥିବା ବେଳେ ମହୁମାଛି ଆକ୍ରମଣ: ୩ ଛାତ୍ରୀ ଗୁରୁତର

ଭଦ୍ରକ,୧୮।୨: ଭଦ୍ରକ ଜିଲା ଭଣ୍ଡାରୀପୋଖରୀ ଥାନା ହାଟଡିହ ନିକଟରେ ବୁଧବାର ମହୁମାଛି ଆତଙ୍କ ଦେଖାଦେଇଛି। ମହୁମାଛି ଆକ୍ରମଣରେ ୩ଜଣ ଛାତ୍ରୀ ଗୁରୁତର ହୋଇଛନ୍ତି। ଛାତ୍ରୀମାନେ ସ୍କୁଲ ଯାଉଥିବା…

ରାତି ଅଧରେ ଭାଜପା ନେତାଙ୍କୁ ଟେକିନେଲା ପୋଲିସ, ପ୍ରତିବାଦରେ ରାସ୍ତାରୋକୋ

ଚାନ୍ଦବାଲି, ୧୮ା୨( କିଷାନ ପାତ୍ର/ଅଶୋକ ପଣ୍ଡା): ଭାଜପା ନେତାଙ୍କୁ ରାତି ଅଧିଆ ଗିରଫ ପ୍ରତିବାଦରେ ଚାନ୍ଦବାଲି-ଭଦ୍ରକ ମୁଖ୍ୟ ରାସ୍ତାର ଖେରଙ୍ଗ ବଜାରରେ ଉତ୍ତେଜନା ଦେଖାଦେଇଛି । ପୋଲିସର…

ଜାତୀୟ ରାଜପଥରେ ପଡି ରହିଛି ପୋଡ଼ା କାର୍‌: ନିଆଁ ଲଗାଇ ଦିଆଯାଇଥିବା ସନ୍ଦେହ

ଧୂଷୁରୀ,୧୭।୨(ଦୀପ୍ତି ରଞ୍ଜନ ନାୟକ): ଧୂଷୁରୀ ଥାନା ଆରଡି ଫାଣ୍ଡି ଅଧୀନ ସାଠିବାଙ୍କୁଡା ନିକଟରେ ୨୦ ନମ୍ବର ଜାତୀୟ ରାଜପଥ ପାଶର୍‌ବରେ ଏକ କାର୍‌ ପୋଡିଯାଇ ପଡି ରହିଥିବା…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ମିଲର ଉଠାଉନାହାନ୍ତି ଧାନ: ଜିଲାପାଳଙ୍କ କାର୍ଯ୍ୟାଳୟରେ ଧାନ ବସ୍ତା ରଖି ପ୍ରତିବାଦ, ସମସ୍ୟାର ସମାଧାନ ନ ହେଲେ…

ଭଦ୍ରକ, ୧୩।୨(ସନାତନ ରାଉତ): ଭଦ୍ରକ ଜିଲାରେ ଧାନ କିଣା ଓ ମଣ୍ଡିରୁ ଧାନ ଉଠାଇବା ମିଲରମାନେ ବନ୍ଦ କରିଥିବାରୁ ଜିଲାରେ ଧାନ କିଣା ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି…

୧୨ ଘଣ୍ଟିଆ ଭାରତ ବନ୍ଦ: ଭଦ୍ରକରେ ଜୋରଦାର ପ୍ରଭାବ

ଭଦ୍ରକ, ୧୨।୨(ସନାତନ ରାଉତ):କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଡାକରାରେ ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଗୁରୁବାର ଭାରତ ବନ୍ଦ କରାଯାଇଛି l ଭଦ୍ରକ ସହରରେ ଏହାର ଜୋରଦାର ପ୍ରଭାବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri