ଆରମ୍ଭ ହେଲା ମାଟ୍ରିକ୍ ପରୀକ୍ଷା, ଭଦ୍ରକରେ ୧୧୫ କେନ୍ଦ୍ରରେ ୨୧୦୨୪ ପରୀକ୍ଷାର୍ଥୀ

ଭଦ୍ରକ, ୧୯ା୨(ସନାତନ ରାଉତ)ଚଳିତବର୍ଷର ମାଟ୍ରିକ୍ ପରୀକ୍ଷା ଗୁରୁବାର ଆରମ୍ଭ ହୋଇଛି । ଭଦ୍ରକ ଜିଲାରେ ୩୧୮ଟି ଉଚ୍ଚ ବିଦ୍ୟା ବିଦ୍ୟାଳୟର ରେଗୁଲାର ଓ ଏକ୍ସ ରେଗୁଲାର ମୋଟ ୨୧,୦୨୪ ପରୀକ୍ଷାର୍ଥୀ ୧୧୫ ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଉଛନ୍ତି । ସକାଳ ୯ ଟାରେ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୮ ଟାରୁ ପିଲାମାନଙ୍କୁ କେନ୍ଦ୍ରରେ ପ୍ରବେଶ କରାଯାଇଛି । ପରୀକ୍ଷା ସୁପରିଚାଳନାପାଇଁ ୧୧ଟି ନୋଡାଲ ସେଣ୍ଟର କରାଯାଇଛି । ମଧ୍ୟମାରେ ୨୮୪, ଏସ୍‌‌ଓଏସ୍‌ସିରେ ୫୮ ଓ ସିସି (କମ୍ପ୍ଲିସନ ସାର୍ଟିଫିକେଟ୍)ରେ ୨୨ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି ।

ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନପତ୍ର ରଖିବା ପାଇଁ ଭଦ୍ରକ ବ୍ଲକରେ ଜିଲା ସ୍କୁଲ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବାସୁଦେବପୁରରେ ଅଟଳ ବିହାରୀ ଉଚ୍ଚ ବିଦ୍ୟାଳୟ, ଚାନ୍ଦବାଲି ମତୋ ଉଚ୍ଚ ବିଦ୍ୟାଳୟ ଓ ଧାମରାଇ ଉଚ୍ଚ ବିଦ୍ୟାଳୟ ନରସିଂହପୁର, ଧାମନଗରରେ ମୂରଲୀଧର ହାଇସ୍କୁଲ, ଧୁଷୁରୀ ଓ ଧାମନଗର ଉଚ୍ଚ ବିଦ୍ୟାଳୟ, ଭଣ୍ଡାରିପୋଖରୀ ବ୍ଲକରେ ଭଣ୍ଡାରିପୋଖରୀ ଉଚ୍ଚ ବିଦ୍ୟାଳୟ, ବନ୍ତ ବ୍ଲକରେ ବନ୍ତ ଓ ଆଗରପଡ଼ା ହାଇସ୍କୁଲକୁ ନୋଡାଲ ସେଣ୍ଟର କରାଯାଇଛି।

ସେହିପରି ଭଦ୍ରକ ବ୍ଲକରେ ୨୦ଟି ପରୀକ୍ଷା କେନ୍ଦ୍ର, ଭଣ୍ଡାରିପୋଖରୀରେ ୯, ବନ୍ତରେ ୧୪, ଚାନ୍ଦବାଲିରେ ୨୦, ଧାମନଗରରେ ୧୭, ବାସୁଦେବପୁରରେ ୨୧ ଓ ତିହିଡ଼ି ବ୍ଲକରେ ୧୪ଟି ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଛି। ପରୀକ୍ଷା ପରିଚାଳନା ସୁପରିଣ୍ଟେଣ୍ଡେଣ୍ଟ, ୧୧୫ ଅବ୍‌ଜର୍‌ଭର ଓ ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବାକୁ ଡେସ୍‌ପାଚ୍ ଟିମ୍ ଗଠନ କରାଯାଇଥିବା ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ରାଜନୀତିରେ ହଲଚଲ! ସନ୍ନ୍ୟାସ ନେବେ କି ଗଡ଼କରୀ? ଏଭଳି ବୟାନକୁ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ବୟାନକୁ ନେଇ ରାଜନୈତିକ ମହଲରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ନାଗପୁରର…

କର୍ଲାମୁଣ୍ଡାରେ ଯୁଗ୍ମ ଜନଶୁଣାଣି: ଜିଲାପାଳ ସଚିନ୍ ପାୱାରଙ୍କ ଅଧ୍ୟକ୍ଷତାରେ ୮୨ଟି ଅଭିଯୋଗ

କର୍ଲାମୁଣ୍ଡା, ୨୪।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପରିସରସ୍ଥିତ ରାଜୀବ ଗାନ୍ଧୀ ସେବା ଭବନରେ ସୋମବାର ଏକ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

ଖୁସିଖବର: ମାତ୍ର ୧୩-୧୪ ଟଙ୍କାରେ ମିଳୁଛି ଚିନି! ଜାଣନ୍ତୁ କିଏ ପାଇପାରିବେ ଏହି ସୁବିଧା

ନୂଆଦିଲ୍ଲୀ,୨୪।୮: ଚିନିର ଦର ଲଗାତାର ବଢ଼ିବାରୁ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼ ବଢ଼ିଛି। ଦୈନନ୍ଦିନ ରୋଷେଇରେ ଚିନିର ବ୍ୟବହାର ହେଉଥିବା ବେଳେ ପର୍ବପର୍ବାଣୀ ସମୟରେ ଏହାର…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

IVF ମାଧ୍ୟମରେ ଏହି ରାଜ୍ୟରେ ଜନ୍ମ ନେଲା ବାଛୁରୀ: ବିଶ୍ୱରେ ପ୍ରଥମ

ଗୌହାଟି,୨୪।୮: ଆସାମ ପଶୁପାଳନ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଏକ ପ୍ରମୁଖ ସଫଳତା ହାସଲ କରିଛି। IVF (ଇନ-ଭିଟ୍ରୋ ଫର୍ଟିଲାଇଜେସନ) ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ରାଜ୍ୟରେ ସ୍ବଦେଶୀ ‘ଲଖିମୀ’ ପ୍ରଜାତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri