ମାତିଲେ ନକଲି ପୋଲିସ: ବର୍ଦ୍ଦି ପିନ୍ଧି ଲୁଟିଲେ ସ୍କୁଟି

ଭୁବନେଶ୍ୱର,୨୮।୪(ବ୍ୟୁରୋ): ରାଜଧାନୀରେ ମାତିଛନ୍ତି ନକଲି ପୋଲିସ। ଆପଣେଇଛନ୍ତି ନୂଆ ଫର୍ମୁଲା। ଆଇପିଏସ୍‌ ଅଫିସର ଏବଂ ଇନ୍ସପେକ୍ଟର ପରିଚୟ ଦେଇ ଗିରଫ ହୋଇଥିବା ଘଟଣାଭଳି ଅନୁରୂପ ଘଟଣା ଶହୀଦନଗର ଥାନା ଅଞ୍ଚଳରେ ଘଟିଛିି। ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ କରିଥିବାରୁ ଜବତ ଆଳରେ ସ୍କୁଟି ଲୁଟ୍‌ କରିନେଇଛନ୍ତି। ଜଣେ ପୋଲିସ ବର୍ଦ୍ଦି ପିନ୍ଧିଥିବାରୁ ଲୋକଙ୍କ ସନ୍ଦେହ ହୋଇନଥିଲା, ଯାହାର ଫାଇଦା ନେଇ ୨ ଲୁଟେରା ସ୍କୁଟି ନେଇ ଫେରାର ହୋଇଯାଇଛନ୍ତି। ଲୁଟର ଶିକାର ହୋଇଥିବା ବିଶ୍ୱନାଥ ଦାଶ ଶହୀଦନଗର ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ କେସ୍‌ ନଂ-୧୯୪/୨୦ ଦଫା ୩୭୯ରେ ମାମଲା ରୁଜୁ କରି ତଦନ୍ତ କରୁଛି।
ଅଭିଯୋଗ ଅନୁଯାୟୀ,ରବିବାର ପୂର୍ବାହ୍ନ ୧୧ଟାରେ ବିଶ୍ୱନାଥ ଏବଂ ତାଙ୍କ ବାପା ପୋଷ୍ଟାଲ କଲୋନୀରେ ଥିବା ଏକ ଓମ୍‌ଫେଡ୍‌ ଦୋକାନକୁ ଯାଇଥିଲେ। କେତେକ ସାମଗ୍ରୀ କିଣିବା ସମୟରେ ୨ ଜଣ ବାଇକରେ ଆସି ପହଞ୍ଚିଥିଲେ। ଜଣେ ବାଇକରୁ ଓହ୍ଲାଇ ସ୍କୁଟିର ତାଲା ଭାଙ୍ଗି ଗଡ଼ାଇ ଗଡ଼ାଇ ନେଉଥିଲେ। ସ୍କୁଟି କଣ ପାଇଁ ନେଉଛ ବୋଲି ପଚାରିବାରୁ ସେମାନେ କହିଥିଲେ, ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ପାଇଁ ଜବତ କରୁଛୁ, ଫାଇନ୍‌ ଦେଇ ଥାନାରୁ ନେଇଆସିବ। ଏହାପରେ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ବିଶ୍ୱନାଥ ଥାନାକୁ ଆସି ବୁଝିବାରୁ ଜାଣିଥିଲେ ତାଙ୍କ ସ୍କୁଟିକୁ ଅଭିନବ ଉପାୟରେ ଲୁଟ୍‌ କରାଯାଇଛି। ସେହିଭଳି ଖଣ୍ଡଗିରି ଥାନା ଅଧୀନ ବରମୁଣ୍ଡା ଏଚ୍‌ବି କଲୋନୀର ବିଷ୍ଣୁପ୍ରସାଦ ତ୍ରିପାଠୀଙ୍କ ବାଇକ୍‌କୁ ମଧ୍ୟ ଲୁଟେରା ରବିବାର ସନ୍ଧ୍ୟାରେ ଲୁଟି ନେଇଛନ୍ତି। ତେବେ କିଏ ଅସଲି କିଏ ନକଲି ତାକୁ ନେଇ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭବତୀଙ୍କୁ ହତ୍ୟାକଲେ ସିଏ ସ୍ବାମୀ, ପୋଲିସରୁ କହିଲେ ମିଛ କାହାଣୀ

ଚଣ୍ଡିଗଡ଼,୧୯।୨: ସ୍ବାମୀ ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ (ସିଏ) ଏବଂ ସ୍ତ୍ରୀ ହେଉଛନ୍ତି ଜଣେ ବ୍ୟାଙ୍କ ଅଧିକାରୀ। ସେମାନଙ୍କ ବିବାହକୁ ମାତ୍ର ୪ ମାସ ପୂରିଛି । ହେଲେ…

ବିକଶିତ ବରଗଡ଼ରେ ଆଇନଶୃଙ୍ଖଳା ବ୍ୟବସ୍ଥା ହୁଗୁଳା

ବରଗଡ଼,୧୯।୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ସହର ବିକାଶପଥକୁ ମୁହଁାଉଛି। ରାସ୍ତା ପ୍ରଶସ୍ତୀକରଣ ସହିତ ରାସ୍ତାପାର୍ଶ୍ୱରେ ନୂତନ ଭାବେ ଡ୍ରେନ ନିର୍ମାଣ ହେଉଛି। ସେହିପରି ରାସ୍ତା ପ୍ରଶସ୍ତୀକରଣ ସମୟରେ ଉଚ୍ଛେଦ ଉଠାଦୋକାନୀଙ୍କୁ…

ମାର୍ଚ୍ଚ ୧୬ରେ ରାଜ୍ୟ ସଭା ୩୭ ଆସନରେ ନିର୍ବାଚନ, ଓଡ଼ିଶାରୁ ୪

ଭୁବନେଶ୍ବର,୧୯।୨(ରବିନାରାୟଣ ଜେନା): ରାଜ୍ୟ ସଭାରେ ଖାଲି ହେବାକୁ ଥିବା ୧୦ ରାଜ୍ୟର ମୋଟ ୩୭ ଆସନ ପାଇଁ ଆସନ୍ତା ମାର୍ଚ୍ଚ ୧୬ରେ ନିର୍ବାଚନ ହେବ। ଏଥିରେ ଓଡ଼ିଶାର…

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ମାର୍ଚ୍ଚ ୧୦ରୁ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ପ୍ରାକ୍‌ ପ୍ରସ୍ତୁତିକୁ ତ୍ୱରାନ୍ବିତ କରିବାକୁ…

ଛତ୍ରପୁର, ୧୮ା୨(ଦିଲୀପ ସାମଲ)- ଚଳିତବର୍ଷ ମାର୍ଚ୍ଚ ମାସ ୧୦ ତାରିଖରୁ ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ ଆରମ୍ଭ ହେବ। ଗଞ୍ଜାମ ଜିଲାପାଳ ଭି.କୀର୍ତ୍ତି…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ବଲାଙ୍ଗୀର: ଭଡ଼ା ଘରେ ଚାଲିଥିଲା ସେକ୍ସ ରାକେଟ, ଚଢ଼ାଉ କରି ୨ ଦେହଜୀବିଙ୍କ ସହ ୪ ଗ୍ରାହକଙ୍କୁ…

ବଲାଙ୍ଗୀର,୧୮।୨(ସୁନୀଲ କୁମାର ମହାନ୍ତି)- ବଲାଙ୍ଗୀର ସହର ସୁଦପଡା ଗ୍ୟାସ ଗୋଦାମ ନିକଟ ଏକ ଭଡ଼ା ଘରେ ସେକ୍ସ ରାକେଟ ଠାବ ହୋଇଛି। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ…

ଥାଇଲ୍ୟାଣ୍ଡରେ ଫସିଛନ୍ତି ୬ ଓଡ଼ିଆ ଶ୍ରମିକ; ଖାଇବାକୁ ମିଳୁନି…, ଫେରିବା ପାଇଁ ସରକାରଙ୍କୁ ଗୁହାରି

ଭୁବନେଶ୍ୱର,୧୮।୨: ପରିବାର ପ୍ରତିପୋଷଣ ପାଇଁ ସୁଦୂର ଥାଇଲ୍ୟାଣ୍ଡ ଯାଇ ନିର୍ଯାତନାର ଶିକାର ହେଲେ ଓଡ଼ିଆ ଶ୍ରମିକ। କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲାର ୬ ଜଣ ଶ୍ରମିକ ଏବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri