ମାଟ୍ରିମୋନିରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ଫସାଉଥିଲେ:

ଭୁବନେଶ୍ୱର,୧୯।୧(ସତ୍ୟଜିତ୍‌ ରାଉତ): ଶିକ୍ଷାଗତ ଯୋଗ୍ୟତା ନବମ ଫେଲ୍‌, ହେଲେ କାମ ଥିଲା ଅତି ଚତୁର। ମାଟ୍ରିମୋନି ଆପ୍‌ରେ ସ୍ତ୍ରୀଙ୍କ ନାଁରେ ଆକାଉଣ୍ଟ ଖୋଲି ପ୍ରୋଫାଇଲ୍‌ରେ ଦେଇଥିଲେ ସୁନ୍ଦରୀ ଯୁବତୀଙ୍କ ଫଟୋ। ବିବାହ ପାଇଁ କନ୍ୟା ଖୋଜୁଥିବା ଯୁବକଙ୍କ ସହ ଚାଟ୍‌ କରି ଫସାଉଥିଲେ। ନିଜକୁ ଯୁବତୀର ପରିଚୟ ଦେବା ସହ ବିବାହ କରିବାକୁ କହି ଲୁଟୁଥିଲେ। ଏଭଳି ଜଣେ ଯୁବକଙ୍କଠାରୁ ୩.୧୮ ଲକ୍ଷ ଟଙ୍କା ଠକିନେବା ଅଭିଯୋଗରେ ଭୁବନେଶ୍ୱର ସାଇବର କ୍ରାଇମ ଓ ଅର୍ଥନୈତିକ ଅପରାଧ ଥାନା ପୋଲିସ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେ ହେଲେ ପୁରୀ ଜିଲା ସଦର ଥାନା ଅଞ୍ଚଳର ନୃସିଂହ ବିଶ୍ୱାଳ (୩୬)। ତାଙ୍କଠାରୁ ନଗଦ ୧ ଲକ୍ଷ ୬୧ ହଜାର ୧୯୦ ଟଙ୍କା, ୫ଟି ଏଟିଏମ୍‌ କାର୍ଡ, ୨ଟି ସିମ୍‌ କାର୍ଡ ଓ ୩ଟି ମୋବାଇଲ ଫୋନ୍‌ ଜବତ ହୋଇଛି। ଅଭିଯୁକ୍ତ ନୃସିଂହଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟକୁ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ପରେ ସେ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ବୁଲିଲା ଖଣ୍ଡା: ହଠାତ୍‌ ସ୍କୁଟିରେ ଆସି…

କଟକ,୧୧।୫: କଟକରେ ବୁଲିଲା ଖଣ୍ଡା । ଚନ୍ଦନ ଯାତ୍ରା ଚାଲୁଥିବା ସମୟରେ ଖଣ୍ଡାରେ ଆକ୍ରମଣ। ଏଭଳି ଅଭାବନୀୟ ଘଟଣା ଘଟିଛି ସଦର ଥାନା ପୁରୁଣା କାଚରାମାଳରେ। ମରଣାନ୍ତକ…

ବର୍ଷେ ପର୍ଯ୍ୟନ୍ତ ସୁନା ନ କିଣିଲେ କ’ଣ ଶସ୍ତା ହୋଇଯିବ ସୁନା? ଜାଣନ୍ତୁ…

ନୂଆଦିଲ୍ଲୀ,୧୧।୫: ଭାରତୀୟ ପରିବାରରେ ସୁନା ସର୍ବଦା ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଆସିଛି, ତାହା ଅଳଙ୍କାର ଆକାରରେ ହେଉ କିମ୍ବା ନିବେଶ ଭାବରେ। ତଥାପି, ଭାରତ ବିଶ୍ୱର…

ସରକାର ଗଠନର ଗୋଟିଏ ଦିନ ପରେ ଦେଖାଦେଲାଣି ଫାଟ, ଅସନ୍ତୋଷ ପ୍ରକାଶ କଲେ ସହଯୋଗୀ …

ଚେନ୍ନାଇ,୧୧।୫: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କ ଶପଥ ଗ୍ରହଣ ସମାରୋହ ସମୟରେ ଏକ ବିବାଦ ସୃଷ୍ଟି ହୋଇଥିଲା ଯେତେବେଳେ, ଜାତୀୟ ସଙ୍ଗୀତ(ଜନଗଣ ମନ) ଏବଂ ରାଷ୍ଟ୍ରଗୀତ(ବନ୍ଦେ ମାତରମ)…

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ନିଷ୍ପତ୍ତି: ଭାରତ-ବାଂଲାଦେଶ ସୀମାରେ ଲାଗିବ ତାରବାଡ଼

କୋଲକାତା,୧୧।୫: ପଞ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ହେବା ପରେ ଶୁଭେନ୍ଦୁ ଅଧିକାରୀ ସୋମବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଭାରତ-ବାଂଲାଦେଶ ସୀମାରେ ତାରବାଡ଼ ପାଇଁ ଜମି ଯୋଗାଇ ଦେବାକୁ ଘୋଷଣା…

ବସିଥିବା ବେଳେ ପୁଅକୁ ଧକ୍କାଦେଲା ପିକଅପ୍‌ ମେଡିକାଲରେ ଗଲାଜୀବନ: ରାଜପଥରେ ୨୬ରେ ଜଳୁଛି ନିଆଁ

କେସିଙ୍ଗା,୧୧।୫.(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅନ୍ତର୍ଗତ ସୁକୁନାଭଟା ଗ୍ରାମ ନିକଟରେ ରବିବାର ଦୁର୍ଘଟଣା ଘଟିଛି। ଗ୍ରାମର ଶ୍ରୀକାନ୍ତ ସାହୁଙ୍କ ପୁଅ ନରସିଂହ ସାହୁ(୧୭)ରାତିରେ ଜାତୀୟ…

ଆଣ୍ଠୁଗଣ୍ଠି ସମସ୍ୟା ଥିଲେ ଖାଆନ୍ତୁ କଖାରୁ ଫୁଲ

କଖାରୁ ଫୁଲ ଆମ ଶରୀର ପାଇଁ ବେଶ୍‌ ଉପକାରୀ ସାବ୍ୟସ୍ତ ହୋଇଥାଏ। ଅନେକେ ଏଥିରୁ ପ୍ରସ୍ତୁତ ପିଠା ଖାଇବାକୁ ଭଲ ପାଆନ୍ତି। ଏଥିରେ ଅନେକ ପ୍ରକାର ଭିଟାମିନ୍‌…

ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ…

କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ଭୁବନେଶ୍ୱର,୧୧।୫: ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri