ମାଗଣାରେ ମା’ଙ୍କୁ ଦର୍ଶନ କରିବେ ଭକ୍ତ

ପୁରୁଷୋତ୍ତମପୁର,୨୩ା୨(ଡି.ଏନ.ଏ.)-ଗଞ୍ଜାମର ପ୍ରସିଦ୍ଧ ଇଷ୍ଟ ଦେବୀ ମା’ତାରାତାରିଣିଙ୍କ ଚୈତ୍ର ଯାତ୍ରା ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖଠାରୁ ହେବ। ଏହାର ସୁପରିଚାଳନା ଲାଗି ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ତାରା ତାରିଣୀଙ୍କ ପୀଠକୁ ଆସି ବିଭିନ୍ନ ବିଭାଗୀୟ ଅଧିକାରୀମାନଙ୍କୁ ନେଇ ସମୀକ୍ଷା କରିଥିଲେ। ଯାତ୍ରା ସମୟରେ ଭକ୍ତମାନେ ଏଣିକି ମାଗଣାରେ ଦର୍ଶନ କରିବେ ବୋଲି ଜିଲାପାଳ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନରୁ ଦର୍ଶନ ବାବଦରେ ଟିକେଟ ଦୁଇ ଟଙ୍କା ମାତ୍ର ରହିଥିବା ବେଳେ ଚଳିତବର୍ଷ ଆଉ ଦେବାକୁ ପଡିବ ନାହିଁ। ମାତ୍ର ସ୍ବତନ୍ତ୍ର ଦର୍ଶନ ବାବଦରେ ୫୦ ଟଙ୍କା ବଦଳରେ ୧୦୦ ଟଙ୍କା ଲେଖାଏ କରିବା ଲାଗି ନିଷ୍ପତ୍ତି ନିଆଯାଇଛି।
ଦୂର ଦୂରାନ୍ତରୁ ଶିଶୁଙ୍କୁ ନେଇ ଆସୁଥିବା ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏହି ସ୍ବତନ୍ତ୍ର ଟିକେଟ ଛତ୍ରପୁର ଓ ବ୍ରହ୍ମପୁର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଅଗ୍ରିମ ବିକ୍ରି ଲାଗି ବ୍ୟବସ୍ଥାର ଲକ୍ଷ୍ୟ ରଖାଯାଇଛି। ଏହା ଆଗାମୀ ବୈଠକରେ ଜଣାଇ ଦିଆଯିବ ବୋଲି ଜିଲାପାଳ କହିଛନ୍ତି। ଜାଗା ସଂଙ୍କୀର୍ଣ୍ଣ ଥିବାରୁ ଶିଶୁଙ୍କ ମୁଣ୍ଡନ କାର୍ଯ୍ୟ ଚଳିତ ଯାତ୍ରାରେ ପାହାଡ ଉପର ବଦଳରେ ତଳେ କରାଯିବ।
ଶିଶୁମାନେ ଯାତ୍ରାରେ ହଜିଯାଉଥିବାରୁ ସେମାନଙ୍କ ପକେଟରେ କିମ୍ବା ବେକରେ ଶିଶୁଙ୍କ ନାମ ସହିତ ମାତା ପିତାଙ୍କ ନଁ। ଓ ଠିକଣାର ଲଗାଯିବ, ମୋବାଇଲ ଟଏଲଟର ବ୍ୟବସ୍ଥା କରିବା, ଭକ୍ତମାନେ ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ ଲାଗି ଧାଡି ବାନ୍ଧି ଯିବାର ବ୍ୟବସ୍ଥା କରିବା, ଖରାରୁ ରକ୍ଷା ଲାଗି ଟେଣ୍ଟ ପକାଇବା, ପାନୀୟ ଜଳ ଯୋଗାଣର ବ୍ୟବସ୍ଥା ଆଦି କରିବା ପାଇଁ ବିଭିନ୍ନ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ଛତ୍ରପୁର ଉପଜିଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ପୁରୁଷୋତ୍ତମପୁର ତହସିଲଦାର ଅରୁଣ କୁମାର ନାୟକ, ଏସ୍‌ଡିପିଓ ସୀମା ସ୍ବାଇଁ, ବିଡିଓ ସୀମାଞ୍ଚଳ ମହାନ୍ତି, ଆଇଆଇସି ଜଗନ୍ନାଥ ମଲ୍ଲିକ, ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ତପନ କୁମାର ପାଣିଗ୍ରାହୀ, ଗ୍ରାମ୍ୟ ଜଳଯୋଗାଣ ସହକାରୀ ଯନ୍ତ୍ରୀ ତୁଷାରକାନ୍ତ ସାହୁ, ମନ୍ଦିର ନିର୍ବାହୀ ଅଧିକାରୀ ଟି.କେ ରେଡ୍ଡୀ, ମନ୍ଦିର ଉନ୍ନୟନ ପରିଷଦର ସମ୍ପାଦକ ପ୍ରମୋଦ କୁମାର ପଣ୍ଡା, ପୁରୁଷୋତ୍ତମପୁର ଏନଏସି କାର୍ଯ୍ୟ ନିର୍ବାହୀ ଏ ନାଗେଶ୍ୱର ରାଓ, ସେବାୟତ ସଂଘର ସଭାପତି ତପନ କୁମାର ରଣା, ପୂଜକ ବାପୁଜୀ ରଣା ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri