ମାଓବାଦୀପ୍ରବଣ, ସୀମାନ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର

ଛତ୍ରପୁର,୧୮ା୪(ଡି.ଏନ.ଏ)- ଗଞ୍ଜାମ ଜିଲାରେ ଗୁରୁବାର  ଦ୍ୱିତୀୟ ପର୍ଯ୍ୟାୟରେ ଆସିକା ଲୋକ ସଭା ଆସନ ଓ ଏହା ଅଧୀନରେ ଥିବା ଆସିକା, କବିସୂର୍ଯ୍ୟନଗର, ସୋରଡା, ସାନଖେମୁଣ୍ଡି, ହିଞ୍ଜିଳି, ପୋଲସରା, ଖଲ୍ଲିିକୋଟ ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। କନ୍ଧମାଳ ଲୋକ ସଭା ଆସନ ଅଧୀନରେ  ଥିବା ଗଞ୍ଜାମ ଜିଲାର ଭଞ୍ଜନଗର ବିଧାନସଭା ଆସନ ପାଇଁ ମଧ୍ୟ ଭୋଟ ହେବ। ମତଦାନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ସରିଛି। ଶାନ୍ତିଶୃଙ୍ଖଳା ସହ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନିଆଯାଇଥିବା ବୁଧବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

୧୧ରେ ହୋଇଥିବା ପ୍ରଥମ ପର୍ଯ୍ୟାୟ ନିର୍ବାଚନ ବେଳେ କେତେକ ବୁଥ୍‌ରେ ଇଭିଏମ ଓ ଭିଭିପିଏଟିରେ ତ୍ରୁଟି ଦେଖାଦେଇଥିଲା। ଏହା କିଭଳି ପୁନର୍ବାର ନ ହେବ ସେଥିପ୍ରତି ଶତ ପ୍ରତିଶତ  ଗୁରୁତ୍ୱ ଦିଆଯାଇଛି । ସମସ୍ତ ଇଭିଏମ୍‌ ଯାଞ୍ଚ ହେବ। ତ୍ରୁଟି ଦେଖାଦେଲେ ତାହାକୁ ବଦଳାଯିବ ବୋଲି ଜିଲାପାଳ କହିଛନ୍ତି। ଜିଲାର ୧୯୪୬ ବୁଥ୍‌ରେ ଭୋଟ ଗ୍ରହଣ ହେବ। ୧୭ ଲକ୍ଷ ୬୯ ହଜାର ୬୪ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଭଞ୍ଜନଗର ନିର୍ବାଚନମଣ୍ଡଳୀରେ ସକାଳ ୭ରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ। ଆସିକା ଲୋକ ସଭା ଏବଂ ଏହାର ଅଧୀନ ୭ ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି। ମାଓବାଦୀ ସମ୍ଭାବନା ଅଞ୍ଚଳ ଏବଂ ସୀମାନ୍ତ ଅଞ୍ଚଳ ପ୍ରତି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସହ ଉକ୍ତ ଅଞ୍ଚଳ ପ୍ରତି ସ୍ବତନ୍ତ୍ର ନଜର ରଖାଯାଇଥିବା ଗଞ୍ଜାମ ଏସପି ବ୍ରିଜେଶ କୁମାର ରଏ କହିଛନ୍ତି।  ଜିଲାର ସୋରଡା ଓ ଭଞ୍ଜନଗରର ୨୮ ଟି ମାଓବାଦୀ ସମ୍ଭାବନା ସ୍ଥାନରେ ଏସ୍‌ଓଜି ଯବାନ୍‌ଙ୍କୁ ମୁତୟନ କରାଯାଇଛି। ତେବେ ପୂର୍ବରୁ ଉକ୍ତ ଅଞ୍ଚଳରେ ମାଓବାଦୀ ଗତିବିଧି ଥିଲା। ମାତ୍ର ଏବେ ସେଠାରେ ସେମାନଙ୍କର କୌଣସି ଗତିବିଧି ନ ଥିବା ଏସପି ରଏ ସ୍ପଷ୍ଟ କରଛନ୍ତି। ନିର୍ବାଚନ ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ୧୦ କମ୍ପାନୀ କେନ୍ଦ୍ରୀୟ ଫୋର୍ସ ମୁତୟନ ହୋଇଥିବା ଏସ୍‌ପି ସୂଚନା ଦେଇଥିଲେ। କରସିଂ, ଦୁର୍ଗାପ୍ରସାଦ, ଜଗନ୍ନାଥପୁର, ପାଟପୁର, ତପ୍ତପାଣି, ଗାଜଲବାଡିର ସୀମାନ୍ତରେ ତନଖି କରାଯାଉଛି। ଗଞ୍ଜାମ ଜିଲାର ସୀମାନ୍ତରେ ନୟାଗଡ, ଗଜପତି, କନ୍ଧମାଳ, ଖୋର୍ଦ୍ଧା ଓ ପୁରୀ ଜିଲା ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟ ରହିଛି। ମୋବାଇଲ ଫୋନ୍‌ କାମ କରୁ ନ ଥିବା ସ୍ଥାନରେ ଯୋଗାଯୋଗ ସୁବିଧା ପାଇଁ ୮ଟି ସେଟେଲାଇଟ୍‌ ଫୋନ୍‌ ବ୍ୟବସ୍ଥା କରାଯାଇଥିବା ଏସପି କହିଛନ୍ତି।  ନିର୍ବାଚନ ପରିପ୍ରେକ୍ଷୀରେ ୨୪ ଫ୍ଲାଇଂ ସ୍କ୍ବାଡ, ୧୧୮ ମୋବାଇଲ ପାର୍ଟି, ୨୦ ସୁପରଭାଇଜିଂ ଅଫିସର, ୩ ଜୋନାଲ ଅଫିସର, ୧୮ ସ୍ଥାନରେ ଷ୍ଟ୍ରାଇକିଂ ଫୋର୍ସ ଏବଂ ୭ଟି ଚେକ୍‌ ପୋଷ୍ଟରେ ଫୋର୍ସ ମୁତୟନ ରହିବେ। ୩ ହଜାର ପୋଲିସ କର୍ମଚାରୀ ଏହି ନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଏସପି ସୂଚନା ଦେଇଛନ୍ତି। ଜିଲାରେ ନିର୍ବାଚନ ହେବାକୁ ଥିବା ୧୯୪୬ ବୁଥ୍‌ ମଧ୍ୟରୁ ୩୪୮ ବୁଥ୍‌ ସମ୍ବେଦନଶୀଳ। ଏଥିପାଇଁ  କେନ୍ଦ୍ରୀୟ ଫୋର୍ସର ୩୨୪ ଯବାନ୍‌ଙ୍କୁ ମୁତୟନ କରାଯାଇଥିବା ବେଳେ ୨୧୩ ବୁଥ୍‌ର ୱେବକାଷ୍ଟିଂ, ୨୧ ବୁଥ୍‌ରେ ସିସି କ୍ୟାମେରା, ୧୦୭ ପାଇଁ ମାଇକ୍ରୋ ଅବଜରଭର, ୩୫ ବୁଥ୍‌ରେ ଭିଡିଓଗ୍ରାଫି ଓ ୨୪ ବୁଥ୍‌ରେ ଷ୍ଟିଲ୍‌ କ୍ୟାମେରାର ବ୍ୟବସ୍ଥା କରାଯାଇଛି। ୮ ଟି ପିଙ୍କ୍‌ ବୁଥ୍‌ ଓ ୮୦ ଟି ମଡେଲ୍‌ ବୁଥ୍‌ କରାଯାଇଛି। ୩୨୧୫୯ ଦିବ୍ୟାଙ୍ଗ ଭୋଟର ରହିଛନ୍ତି। ଦୃଷ୍ଟି ବାଧିତଙ୍କ ପାଇଁ ୧୦୬୦ ବ୍ରେଲି ବାଲଟ୍‌ ପେପର ବୁଥ୍‌ ରେ ରହିବେ। ଦିବ୍ୟାଙ୍ଗ ମାନଙ୍କୁ ବୁଥ୍‌କୁ ନେବା ଆଣିବା ପାଇଁ ୫୬୫ ଗାଡି ଓ ୩୮୯୨ ସ୍ବେଚ୍ଛାକର୍ମୀଙ୍କ ବ୍ୟବସ୍ଥା କରାଯାଇଥିବା ଜିଲାପାଳ କହିଛନ୍ତି।  ଖବରଦାତା ସମ୍ମିଳନୀରେ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିରଞ୍ଚି ନାରାୟଣ ପ୍ରଧାନ, ଚିକିଟି ତହସିଲଦାର ଶକ୍ତି ଶ୍ରୀଚନ୍ଦନ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

ଅଭିନବ ଉପାୟରେ ଠକେଇ, ଫୋନ୍‌ପେରେ ଡେମୋ ଦେଖାଇଲେ…

ଛତ୍ରପୁର,୧୬ା୧୨(ଦିଲ୍ଲୀପ ସାମଲ): ନକଲି ଫୋନ ପେ ବ୍ୟବହାର କରି ବ୍ୟବସାୟୀମାନଙ୍କୁ ଠକେଇ କରୁଥିବା ଅଭିଯୋଗର ତଦନ୍ତ ପରେ ଛତ୍ରପୁର ପୋଲିସ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ...

ଋଷିକୁଲ୍ୟା ମା’ ରାମଚଣ୍ଡୀ ପୀଠ ହେବ ତୀର୍ଥକ୍ଷେତ୍ର

ଗଞ୍ଜାମ,୧୬।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ଛତ୍ରପୁର ସଦର ମହକୁମା ନିକଟସ୍ଥ ନୀଳାଦ୍ରିପୁର ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ବିବାସିନୀ ମା’ ରାମଚଣ୍ଡୀଙ୍କ ପୀଠ। ଏହି...

ପୀତବାସ ପଣ୍ଡା ହତ୍ୟା ମାମଲା: ୫ ଅଭିଯୁକ୍ତଙ୍କ ଜାମିନ ଖାରଜ

ବ୍ରହ୍ମପୁର,୧୬ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତମାନଙ୍କ ମଧ୍ୟରୁ ୫ଜଣ ଜାମିନ ଆବେଦନ କରିଥିବା ବେଳେ...

ଆସନ୍ତା ୨୩ରୁ ଖୋଲିବ ଧାନମଣ୍ଡି, ଶୁଭାରମ୍ଭ ହେଲା ୨ଟି ସଚେତନତା ରଥ

ଛତ୍ରପୁର, ୧୬/୧୨ (ଦିଲ୍ଲୀପ ସାମଲ): ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ଛତ୍ରପୁର ସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟରୁ ୨ ଟି ସଚେତନତା ରଥର ଶୁଭାରମ୍ଭ...

ଶ୍ମଶାନରେ ଜିଇଁ ଉଠିଲେ ପୂରୋହିତ, ହସ୍ପିଟାଲ ଗଲାପରେ ଘଟିଲା…

ଗଞ୍ଜାମ ୧୬/୧୨(ବିଦ୍ୟାଧର ସାହୁ/ଦିଲ୍ଲୀପ ସାମଲ ): ଗଞ୍ଜାମ ଏନଏସି ଅନ୍ତର୍ଗତ ପୁଇଁତୋଳା ଗ୍ରାମର ନୃସିଂହ ପୂଜକ ପୁରୋହିତ ରାଜେନ୍ଦ୍ର ରଥଙ୍କ ପରଲୋକ ହୋଇଛି । ହସ୍ପିଟାଲରେ...

ଚାଷ ଜମିକୁ କାମ କରିବା ପାଇଁ ଯାଉଥିବାବେଳେ ପାଗଳ ବିଲୁଆ କାମୁଡାରେ ୬ ଆହାତ, ଜଣେ ଗୁରୁତର

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ନରସିଂହପୁର, କୁଶପଡ଼ା,ବିଜୟ ପଦ୍ମନାଭପୁର ପ୍ରଭୃତି ଗ୍ରାମର ୬ ଜଣଙ୍କୁ ସୋମବାର ପାଗଳ ବିଲୁଆ କାମୁଡି କ୍ଷତାକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri