ମାଈ ହାତୀର ଗଳିତ ମୃତଦେହ ଠାବ

ପରଜଙ୍ଗ ୧।୯(ଡି.ଏନ୍‌.ଏ.) – ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ସାଆନ୍ଦା ବିଟ୍‌ ଅଧୀନ ବସନ୍ତପଡ଼ା ଗ୍ରାମ ନିକଟ ବାଙ୍କଧରା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଉପରମୁଣ୍ଡରେ ଥିବା ଖାଲରୁ ଶନିବାର ଏକ ମାଈ ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଏହାର ଆନୁମାନିକ ବୟସ ୧୦ବର୍ଷ ହେବ। ହାତୀପଲ ଆକ୍ରମଣରେ ପାଖାପାଖି ୭ଦିନ ତଳେ ହାତୀଟିର ମୃତ୍ୟୁ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଞ୍ଜର ହରମୋହନ ନାୟକ ସୂଚନା ଦେଇଛନ୍ତି। ଗ୍ରାମବାସୀଙ୍କଠାରୁ ସୂଚନା ପାଇ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜର ବିଭୁଦାନନ୍ଦ ମିଶ୍ର, ଫରେଷ୍ଟର ରାମଚନ୍ଦ୍ର ରାଉତ, ମୋବାଇଲ ସ୍କ୍ବାଡ୍‌ ଫରେଷ୍ଟର ସୁରେନ୍ଦ୍ର ନାୟକ, ଗାର୍ଡ ପଞ୍ଚାନନ ସିଂ ପ୍ରମୁଖ ପହଞ୍ଚତ୍ ଘଟଣାସ୍ଥଳରେ ତଦନ୍ତ କରିଥିଲେ। ପ୍ରାଣୀଧନ ଅଧିକାରୀ ଡା. ରଞ୍ଜିତ କୁମାର ସାହୁ ବ୍ୟବଚ୍ଛେଦ କରିଥିଲେ। ଏହାପରେ ବନ କର୍ମଚାରୀଙ୍କ ସହାୟତାରେ ଗାତ ଖୋଳି ହାତୀ ମୃତଦେହକୁ ପୋତି ଦିଆଯାଇଛି।
ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୨୪ ତାରିଖରେ ଉକ୍ତ ଅଞ୍ଚଳରେ ହାତୀପଲ ଚଳପ୍ରଚଳ କରୁଥିଲେ। ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଜଙ୍ଗଲରେ ହାତୀଙ୍କ ଗର୍ଜନ ଶୁଣାଯାଇଥିଲା। ସମ୍ଭବତଃ ଉକ୍ତ ସମୟରେ ମାଈ ହାତୀଟି ଅନ୍ୟ ହାତୀଙ୍କ ଆକ୍ରମଣର ଶିକାର ହୋଇଥିଲା। ଖାଲରେ ଖସିପଡ଼ିବା ପରେ ଉଠି ନ ପାରି ହାତୀଟି ପ୍ରାଣ ହରାଇଛି। ଅଞ୍ଚଳବାସୀ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ହାତୀ ଉପଦ୍ରୁତ ଅଞ୍ଚଳ ହୋଇଥିଲେ ମଧ୍ୟ ବନ କର୍ମଚାରୀ ଆସୁନାହାନ୍ତି। ତେଣୁ ହାତୀ ମୃତ୍ୟୁ ସମ୍ପର୍କରେ ସେମାନଙ୍କ ନିକଟରେ କୌଣସି ସୂଚନା ନ ଥିଲା।
ଫରେଷ୍ଟ ଗାର୍ଡ ପଞ୍ଚାନନ ସିଂ ଗ୍ରାମବାସୀଙ୍କ ଅଭିଯୋଗକୁ ସ୍ବୀକାର କରିଛନ୍ତି। ସେ ନିଜ ସ୍ପଷ୍ଟୀକରଣରେ କହିଛନ୍ତି, ଅନ୍ୟ ଅଞ୍ଚଳରେ ହାତୀ ଉପଦ୍ରବ ଲାଗି ରହିଥିବାରୁ ଘଉଡ଼ାଇବାକୁ ପଡୁଛି। କାର୍ଯ୍ୟବ୍ୟସ୍ତତା କାରଣରୁ ତାଙ୍କ ପକ୍ଷେ ଉକ୍ତ ଅଞ୍ଚଳକୁ ଆସିବା ସମ୍ଭବପର ହେଉନାହିଁ। ରେଞ୍ଜର ହରମୋହନ ନାୟକ କୁହନ୍ତି, ଗାର୍ଡଙ୍କ ଦ୍ୱାରା ଅବହେଳା ହୋଇଛି। ଲୋକମାନଙ୍କ ସହ ଯୋଗାଯୋଗ କରୁ ନ ଥିବାରୁ ୭ଦିନ ପରେ ହାତୀମୃତ୍ୟୁ ସମ୍ପର୍କରେ ସୂଚନା ମିଳୁଛି। ଏ ନେଇ ଡିଏଫ୍‌ଓଙ୍କୁ ଅବଗତ କରାଯାଇଛି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ମହାବିରୋଡ ରେଞ୍ଜରେ ହାତୀ-ମଣିଷ ଲଢ଼େଇ ତୀବ୍ର ରୂପ ଧାରଣ କରିଛି। କେତେବେଳେ ହାତୀ ତ ଆଉ କେବେ ମଣିଷଙ୍କ ଜୀବନ ଯାଉଛି। ସମ୍ପୃକ୍ତ ଅଞ୍ଚଳରେ ହାତୀ ଉପଦ୍ରବରେ ଶତାଧିକ ପରିବାର ବାସ ହରାଇଲେଣି। ହାତୀ ଆକ୍ରମଣରେ ଆହତଙ୍କ ସଂଖ୍ୟା ୧୦୦ରୁ ଊର୍ଦ୍ଧ୍ୱ ଟପିଲାଣି। ହାତୀଙ୍କୁ ଘଉଡ଼ାଇବାର ବାଟ ମିଳୁ ନ ଥିବାବେଳେ ବନ କର୍ମଚାରୀ ଜନଆକ୍ରୋଶର ଶିକାର ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସ୍‌ପି ଅଫିସ ଆଗରେ ବାପା-ପୁଅଙ୍କ ଆତ୍ମାହୁତି ଉଦ୍ୟମ

ଢେଙ୍କାନାଳ,୧୨ା୬(ରତନ ନାୟାର): ଢେଙ୍କାନାଳ ଜିଲା ସଦର ଥାନା ଭାପୁର ଫାଣ୍ଡି ରାଣିପାଳ ଗ୍ରାମର ଆଇନ ଛାତ୍ର ସରୋଜ ରାଉତ ଓ ତାଙ୍କ ପିତା ପଦ୍ମନାଭ ରାଉତ ଶୁକ୍ରବାର…

ବଜ୍ରପାତରେ ଚାଲିଗଲା ଦିଅର ଭାଉଜଙ୍କ ଜୀବନ

ଢେଙ୍କାନାଳ,୮।୬; ଢେଙ୍କାନାଳ ଜିଲା ହିନ୍ଦୋଳ ବନ୍ଧାଭୂଇଁ ଗାଁରେ ସୋମବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ବଜ୍ରପାତରେ ଭାଉଜ-ଦିଅରଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା ମୁତାବକ, ଭାଉଜ-ଦିଅର…

ହାତୀକୁ ଫାର୍ମହାଉସରେ ପୋତିଥିଲେ: ପଡ଼ିଗଲେଧରା, ଗଲେ ଜେଲ୍

ଢେଙ୍କାନାଳ,୨।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ଅଞ୍ଚଳରେ ଏକ ହାତୀ ମୃତଦେହକୁ ଫାର୍ମହାଉସ ଭିତରେ ପୋତିଦେଇଥିବା ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇଛି।…

ଇଟାଭାଟିକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡ଼ିଗଲେ ଯୁବକ, ତାପରେ ଯାହା ଘଟିଲା……

ପରଜଙ୍ଗ,୨।୬(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସରାଙ୍ଗ ଫାଣ୍ଡି ଅଧୀନ ଡମୋଳ ଝରା ସାହି ନିକଟରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।ଗୋଟିକିଆ ଦନ୍ତା…

ଫାର୍ମ ହାଉସରୁ ମିଳିଲା ହାତୀର ମୃତଦେହ, ମାଲିକଙ୍କ ସମେତ ୩ ଅଟକ

ଢେଙ୍କାନାଳ,୧।୬(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ ତଥା ହିନ୍ଦୋଳ ବିଜ୍ଞାପିତ ପରିଷଦ ଅଞ୍ଚଳ ରାଜମୋହନପୁର କାନ୍ଦରାଶୁଣି ସ୍ଥିତ ଏକ ଘରୋଇ ଫାର୍ମ ହାଉସରୁ ସୋମବାର ମାଟି…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ଚାକିରି ନାଁରେ ଓଡ଼ିଆ ନାବାଳିକାଙ୍କୁ ୟୁପିରେ ବିକ୍ରି: ଦୁଇବର୍ଷ ଧରି ଯୌନ ନିର୍ଯାତନା

କାମାକ୍ଷାନଗର,୨୮।୪(ସୁଧୀର କୁମାର ପରିଡା): ଢେଙ୍କାନାଳ ଜିଲା କାମାକ୍ଷାନଗର ଅଞ୍ଚଳରେ ଏକ ଚାଞ୍ଚଳ୍ୟକର ଘଟଣା ସାମ୍ନାକୁ ଆସିଛି। ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ରୋଜଗାର କରିବାକୁ ଆସି ଯୌନ…

ଢେଙ୍କାନାଳରେ ଅଭାବନୀୟ ଘଟଣା; ଶ୍ବଶୁରଙ୍କ ଉପରେ ଗରମ ତେଲ ଢାଳିଦେଲେ ବୋହୂ

ପରଜଙ୍ଗ,୧୯।୫(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମୁଣ୍ଡେଇଲୋ ପଞ୍ଚାୟତ ନାଉପାଳ ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଶ୍ବଶୁରଙ୍କ ଉପରେ ଗରମ ତେଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri