ମହିଳାଙ୍କୁ ହତ୍ୟା ଅଭିଯୋଗ

ଭଞ୍ଜନଗର,୮।୩(ଡି.ଏନ୍‌.ଏ.) – ଭଞ୍ଜନଗର ଥାନା ବାଲିଆପଟାର ବସୁମତି ନାୟକ (୨୮)ଙ୍କୁ ଶୁକ୍ରବାର ରାତିରେ ଶାଶୁଘର ଲୋକେ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଶନିବାର ସକାଳେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ହସ୍‌ପିଟାଲକୁ ପଠାଇଛି। ନଂ.୯୭/୨୦ରେ ଏକ ହତ୍ୟା ମାମଲା ରୁଜୁକରି ସ୍ବାମୀଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।
ପ୍ରକାଶ ଯେ, ତାର୍‌ସିଂ ଥାନା ବୁରପଲ୍ଲୀର ବସୁମତି ୧୨ ବର୍ଷ ପୂର୍ବେ ବାଲିଆପଟାର ସନ୍ୟାସୀଙ୍କୁ ବିବାହ କରିଥିଲେ। ସେମାନଙ୍କର ୨ ସନ୍ତାନ ଅଛନ୍ତି। ସନ୍ୟାସି ବସୁମତିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ। ଏନେଇ ଦୁଇବର୍ଷ ପୂର୍ବେ ଥାନାରେ ବସୁମତି ଅଭିଯୋଗ ପରେ ଘଟଣାର ସମାଧାନ ହୋଇଥିଲା। ଶୁକ୍ରବାର ରାତିରେ ବସୁମତି ମୃତ୍ୟୁବରଣ କରିଥିଲେ। କିନ୍ତୁ ସନ୍ୟାସି ଶନିବାର ସକାଳେ ଏନେଇ ଶଶୂର ଘରକୁ ସୂଚନା ଦେଇଥିଲେ। ବସୁମତିଙ୍କ ଭାଇ ଓ ମା’ ସକାଳେ ବାଲିଆପଟାରେ ପହଞ୍ଚତ୍ଥିଲେ। ବସୁମତି ରଶି ଲଗାଇ ଝୁଲି ରହିଥିବାବେଳେ ଗୋଡ଼ ଦୁଇଟି ତଳେ ଲାଗିଥିବା ଦେଖିଥିଲେ। ଏହାପରେ ବସୁମତିଙ୍କ ମା’ ଝିଅଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ପାଇଁ ଝୁଲାଇ ଦିଆଯାଇଥିବା ଥାନାରେ ଅଭିଯୋଗ କରିଥିଲେ। ଏଥିରେ ତାଙ୍କ ସ୍ବାମୀ, ଶାଶୁ ଓ ଦିଅର ଜଡ଼ିତ ଅଛନ୍ତି ବୋଲି ଅଭିଯୋଗ ହୋଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଗପଛ ହୋଇ ଆସୁଥିଲା ଦୁଇ କାର୍‌, ହଠାତ୍‌ ମଝି ରାସ୍ତାରେ ଘଟିଲା…

ଗଞ୍ଜାମ,୨୪ା୫(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମ୍ମା ଫାଣ୍ଡି ଅନ୍ତର୍ଗତ ଜାତୀୟ ରାଜପଥ-୧୬ ହୁମ୍ମା ଓ ଶଙ୍ଖନୂଆଗାଁ ମଧ୍ୟଭାଗରେ ଥିବା ଜଷ୍ଟିଂଙ୍ଗ ନିକଟରେ ଗୋଟିଏ କାର୍‌…

ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ପାଇଁ ନୂଆ କର୍ମକର୍ତ୍ତା ଚୟନ: ସଭାପତି ହେଲେ…

ଛତ୍ରପୁର,୨୪ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଗୋପାଳପୁର ବନ୍ଦର କର୍ମଚାରୀ ସଂଘର ସୁପରିଚାଳନା ନିମନ୍ତେ ଚଳିତବର୍ଷର ସଭ୍ୟମାନଙ୍କ ନିର୍ବାଚନ ପ୍ରକ୍ରିୟା ରବିବାର କଣମଣାସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀଠାରେ ଅନୁଷ୍ଠିତ ହୋଇଯାଇଛି।…

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଲୋକଙ୍କୁ ନୂଆ ଆଇନ ବିଷୟରେ ସଚେତନ

ଭଞ୍ଜନଗର,୨୪ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ତାଲୁକ ଆଇନ ସେବା କମିଟି ପକ୍ଷରୁ ରବିବାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଦଦରାଲୁଣ୍ଡାରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ଗଞ୍ଜାମ ପାଇଁ ଖୁସି ଖବର :ତାରାତାରିଣୀ କଲେଜରେ ଖୋଲିଲା ପିଜି ପାଠ୍ୟକ୍ରମ

ପୁରୁଷୋତ୍ତମପୁର, ୨୪।୫ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ସ୍ଥିତ ତାରାତାରିଣୀ କଲେଜରେ ଓଡ଼ିଆ ବିଷୟରେ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମ ଖୋଲାଯାଇଛି। ସେହିପରି ସାଇକୋଲୋଜି ଓ ହୋମ…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଛତ୍ରପୁରରେ ମା’ ରାମାୟାଣାମ୍ମା ଠାକୁରାଣୀ ଯାତ୍ରା: ଆକର୍ଷଣ ସାଜିଛି ପାରମ୍ପରିକ ବାଘ ବେଶ

ଛତ୍ରପୁର (ଦିଲୀପ ସାମଲ), ୨୩।୫: ଗଞ୍ଜାମ ଜିଲା ଛତ୍ରପୁରର ଆରାଧ୍ୟ ଦେବୀ ମା’ ରାମାୟାଣାମ୍ମା ଠାକୁରାଣୀଙ୍କ ବାର୍ଷିକ ଯାତ୍ରା ଅବସରରେ ଏବେ ସାରା ସହର ଉତ୍ସବମୁଖର ହୋଇଉଠିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri