Posted inଫୁରସତ

ମହିଳାଙ୍କ ମୁହଁରେ ହସ ଫୁଟାଉଛି ଗୋଲାପି ବସ୍‌, ଏଥିରେ ରହିଛି ଅନେକ ସୁବିଧା

ପୁଣେ ସହରରେ ଗୋଲାପି ରଙ୍ଗର ବସ୍‌ ମହିଳାଙ୍କ ମୁହଁରେ ବେଶ୍‌ ହସ ଫୁଟାଇଛି। କାରଣ ଏଥିରେ ମହିଳାଙ୍କ ପାଇଁ ଶୌଚାଳୟ, କ୍ୟାଣ୍ଟିନ୍‌, ଫିଡିଂ ରୁମ୍‌ ଏବଂ ପିଲାଙ୍କ ସାନିଟାରୀ ନାପ୍‌କିନ୍‌ର ସୁବିଧା ରହିଛି। ବର୍ତ୍ତମାନ ଭିଡ଼ ଏବଂ ଲମ୍ବା ଯାତ୍ରାକୁ ନେଇ ଆଉ ମହିଳାମାନେ ଚିନ୍ତା କରିବେ ନାହିଁ । ସହରରେ ସାର୍ବଜନୀନ ଶୌଚାଳୟକୁ ନେଇ ମହିଳାମାନେ ରୋଗ ଭୟରେ ଯାଇ ନ ଥାନ୍ତି। ଏହାକୁ ଦୃଷ୍ଟିରେ ରଖି ପୁଣେର ଉଲ୍‌କା ସାଦଲ୍‌କର ନାମକ ଜଣେ ମହିଳା ଏପରି ବସ୍‌ ପ୍ରସ୍ତୁତ କରିବା ପାଇଁ ଯୋଜନା କଲେ। ୧.୩ କୋଟି ଖର୍ଚ୍ଚ କରି ସେ ସହରରେ ୧୩ଟି ବସ୍‌ ଚଳାଚଳ କରୁଛନ୍ତି। ଏହି ବସ୍‌ର ନାମ ‘ତି’। ମହିଳାଙ୍କୁ ସମ୍ବୋଧନ କରିବାରେ ‘ତି’ଶବ୍ଦ ବ୍ୟବହାର କରାଯାଇଥାଏ। ବସ୍‌ରେ ଥିବା ଶୌଚାଳୟ ଅନ୍ୟ ଶୌଚାଳୟ ତୁଳନାରେ ସ୍ବତନ୍ତ୍ର ଭାବରେ ନିର୍ମାଣ କରାଯାଇଛି।

ବସ୍‌ର ଆକାର ଅନୁଯାୟୀ, ୩ରୁ ୪ଟି ଇଣ୍ଡିଆନ୍‌ ଟଏଲେଟ୍‌ ଏବଂ ପାଶ୍ଚାତ୍ୟ ଟଏଲେଟ୍‌ ତିଆରି କରାଯାଇଛି। ବସ୍‌ର ଗୋଟିଏ ଭାଗରେ କ୍ୟାଣ୍ଟିନ୍‌ ରହିଛି। ଫଳରେ ମହିଳାମାନଙ୍କୁ ଗାଡ଼ିରୁ ଆଉ ଓହ୍ଲାଇବାକୁ ପଡ଼ିବନି। ସେଠାରେ ସେମାନେ ନିଜ ମନ ପସନ୍ଦର ଖାଦ୍ୟ ଖାଇପାରିବେ। ବସ୍‌ର ସଫେଇ, ସହାୟତା ଏବଂ ଦେଖାଶୁଣା କରିବା ପାଇଁ ଜଣେ ଆଟେଣ୍ଡାଣ୍ଟ ନିୟୋଜିତ ହୋଇଛନ୍ତି।

୨୦୧୬ରେ ଉଲ୍‌କା ତାଙ୍କ ସ୍ବାମୀଙ୍କ ସହ ମିଶି ଏପରି ବସ ଚଳାଇବାକୁ ନିଷ୍ପତ୍ତି ନେଇଥିଲେ। ସହରରେ ବସ୍‌ଗୁଡ଼ିକ ୨୦୦ରୁ ୩୦୦ ଥର ଚଳାଚଳ କରୁଛି। ଯେଉଁଥିରୁ ୪୫୦୦୦ ଟଙ୍କା ମିଳୁଛି। ଏଥିରେ ବସ୍‌ କର୍ମଚାରୀଙ୍କ ଦରମା ଖର୍ଚ୍ଚ ଚଳିଯାଉଛି। ଚଳିତବର୍ଷ ଶେଷଆଡ଼କୁ ମୁମ୍ବାଇ, ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ନାଗପୁର ସହରରେ ମଧ୍ୟ ଏପରି ବସ୍‌ ଚଳାଚଳ କରିବ। ଉଲ୍‌କାଙ୍କ ସ୍ବପ୍ନ ରହିଛି ୫ ବର୍ଷ ମଧ୍ୟରେ ୧୦୦୦ ବସ୍‌ ଚଳାଚଳ କରାଇବେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri