ମହିଳାଙ୍କ ପାଇଁ ସୁପରଫୁଡ

ମହିଳାଙ୍କ ଶରୀରରେ ବିଭିନ୍ନ
ପ୍ରକାରର ହର୍ମୋନରେ ପରିବର୍ତ୍ତନ ହୋଇଥାଏ ତେଣୁ ପୁରୁଷଙ୍କ ତୁଳନାରେ ମହିଳାଙ୍କୁ ଅଧିକ ପୋଷଣର ଅାବଶ୍ୟକ ପଡ଼ିଥାଏ ଏହି ଦୃଷ୍ଟିରୁ ମହିଳାଙ୍କ ପାଇଁ କିଛି ଖାଦ୍ୟ ସୁପରଫୁଡ୍ ଭଳି ହୋଇଥାଏ
ସେସବୁକୁ ଡାଏଟରେ
ନିଶ୍ଚୟ ସାମିଲ କରନ୍ତୁ…
ଲୋ ଫ୍ୟାଟ ଦହି- ନୁ୍ୟଟ୍ରିସିଅାନଙ୍କ ମତରେ ଦହି ପେଟର ଅନେକଗୁଡ଼ିଏ ସମସ୍ୟାର ସମାଧାନ କରିଥାଏ ଏହା ସହିତ ଲୋ ଫ୍ୟାଟ ଦହି ଖାଇବା ଫଳରେ ବ୍ରେଷ୍ଟ କ୍ୟାନ୍ସର ହେବାର ସମ୍ଭାବନା ମଧ୍ୟ କମ୍ ହୋଇଥାଏ ଦହିରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ଥିବାରୁ ଏହା ହାଡ ମଜଭୁତ କରିଥାଏ ତେଣୁ ମହିଳାମାନେ ପ୍ରତିଦିନ ଦହି ଖାଅାନ୍ତୁ
ମାଛ- ମହିଳାମାନେ ସେଲମନ୍, ସାର୍ଡିନ ଏବଂ ମକରଲୀ ଟାଇପ୍ ମାଛ ନିହାତି ଖାଅାନ୍ତୁ କାରଣ ଏହି ପ୍ରକାରର ମାଛରେ ଓମେଗା-୩, ଫ୍ୟାଟି ଏସିଡ୍ ପ୍ରଚୁର ରହିଥାଏ ତେଣୁ ଏହା ହୃଦୟ ସମ୍ବନ୍ଧୀୟ ରୋଗ, ଷ୍ଟ୍ରୋକ, ହାଇପରଟେନସନ୍, ଡିପ୍ରେସନ୍, ଜଏଣ୍ଟ ପେନ୍ ଭଳି ବିଭିନ୍ନ ରୋଗର ନିରାକରଣ କରିଥାଏ ତେଣୁ ସପ୍ତାହକୁ ଥରେ ଦୁଇଥର ଏହି ମାଛ ଖାଅାନ୍ତୁ
ବିନ୍ସ- ଏହି ପରିବାରେ ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣରେ ରହିଛି ହୃଦୟ ସମ୍ବନ୍ଧୀୟ ରୋଗ ଏବଂ ବ୍ରେଷ୍ଟ କ୍ୟାନ୍ସରର ସମ୍ଭାବନାକୁ ଏହା କମ୍ କରିଥାଏ ବିଶେଷଜ୍ଞଙ୍କ ମତରେ ଏହା ହରମୋନକୁ ସ୍ଥିର ରଖିଥାଏ ତେଣୁ ମହିଳାମାନେ ଏହାକୁ ନିଶ୍ଚୟ ଖାଅାନ୍ତୁ
ଲୋ ଫ୍ୟାଟ କ୍ଷୀର ଏବଂ ଅରେଞ୍ଜ ଜୁସ୍- ଏଥିରେ ଭିଟାମିନ୍-ଡି ଏବଂ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ରହିଛି ତେଣୁ ମହିଳାମାନେ ଏହାକୁ ଖାଇବା ଫଳରେ ଡାଏବେଟିସ୍, ମଲ୍ଟିପଲ ସ୍କେଲେରୋସିସ୍ ଏବଂ ବ୍ରେଷ୍ଟ ଓ ଓଭାରି ଟୁ୍ୟମର ସମ୍ଭାବନାକୁ କମ୍ କରିଥାଏ
ଟମାଟୋ- ଟମାଟୋରେ ପ୍ରଚୁର ପରିମାଣରେ ଲାଇକୋପିନ୍ ରହିଛି ଏହା ବ୍ରେଷ୍ଟ କ୍ୟାନ୍ସର ସମ୍ଭାବନାକୁ କମ୍ କରିବା ସହିତ ଅାଣ୍ଟିଅକ୍ସିଡାଣ୍ଟ ମହିଳାଙ୍କ ହୃଦୟ ସମସ୍ୟା କମ୍ କରିଥାଏ ଏଥିରେ ମଧ୍ୟ ଅାଣ୍ଟି ଏଜିଂ ଗୁଣ ରହିଛି
ବେରିଜ୍- ଷ୍ଟ୍ରବେରୀ, ବ୍ଲୁବେରୀ, କ୍ରାନବେରୀ ଅାଦି ବିଭିନ୍ନ ପ୍ରକାରର ଫଳରେ ଅାଣ୍ଟି କ୍ୟାନ୍ସର ତତ୍ତ୍ୱ ରହିଛି ଭିଟାମିନ୍ ସି ଏବଂ ଫଲିକ୍ ଏସିଡ୍ ପ୍ରଚୁର ପରିମାଣରେ ରହିଛି ତେଣୁ ଏହାକୁ ମହିଳାମାନେ ନିଶ୍ଚୟ ଖାଅାନ୍ତୁ


Enter your email to get our daily news in your inbox.

All Right Reserved By Dharitri.Com

ହିଟ ଓ୍ବେଭ ପାଇଁ ଡ୍ୟାମେଜ ହୋଇପାରେ ଲିଭର-କିଡ୍‌ନୀ

ନୂଆଦିଲ୍ଲୀ: ଆଜିକାଲି ଦିଲ୍ଲୀ-ନୋଏଡା ସମେତ ସମଗ୍ର ଦେଶରେ ଅତ୍ୟଧିକ ଗରମ ଅନୁଭୂତ ହେଉଛି। ଉତ୍ତାପ ବୃଦ୍ଧି ଯୋଗୁଁ ଉତ୍ତରପ୍ରଦେଶରେ ମଧ୍ୟ ୨ଜଣଙ୍କର ମତ୍ୟୁ ହୋଇଛି। ସୂଚନାଯୋଗ୍ୟ,...

ଖରାଦିନେ ତ୍ୱଚାର ଯତ୍ନ ନେବେ କିପରି: ଏହି ଟିପ୍ସ ଆପଣାନ୍ତୁ

ପ୍ରବଳ ଖରା ତ୍ୱଚା ଲାଗି କ୍ଷତିକାରକ। ଗ୍ରୀଷ୍ମଋତୁରେ ଏହାକୁ କିପରି ମୁଲାୟମ ତଥା ଆକର୍ଷଣୀୟ ରଖିବେ ସେ ନେଇ କେତୋଟି ଟିପ୍ସ… ଖରା ଏବଂ ପ୍ରଦୂଷଣ...

ଗ୍ରୀଷ୍ମରେ କେମିତି ରହିବେ ଫିଟ୍‌: ଆପଣାନ୍ତୁ ଏହି ଫିଟ୍‌

”ଗ୍ରୀଷ୍ମଋତୁରେ ସବୁବେଳେ ଶରୀରରେ ଜଳୀୟ ଅଂଶକୁ ସନ୍ତୁଳିତ ରଖୁଥିବା ଖାଦ୍ୟ ଖାଆନ୍ତୁ। ବିଶେଷଭାବରେ ସବୁଜ ପନିପରିବାରେ ପ୍ରସ୍ତୁତ ଖାଦ୍ୟ, ତଟକା ଫଳମୂଳ ଖାଆନ୍ତୁ। କାରଣ ଏଗୁଡ଼ିକରେ...

ମହାକାଶରେ ଶିବ-ଶକ୍ତି

ଭାରତୀୟ ଧର୍ମ ସଂସ୍କୃତିରେ ଶିବ ହେଲେ ମଙ୍ଗଳମୟ ଦେବାଧିଦେବ ମହାଦେବ ଏବଂ ଶକ୍ତି ସୂଚିତ କରେ ତାଙ୍କ ସଙ୍ଗିନୀ ତଥା ଶକ୍ତିର ପ୍ରତୀକ ଶକ୍ତିସ୍ବରୂପିଣୀ ମା’...

ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ଓ ସତର୍କତା

ବର୍ତ୍ତମାନ ସମଗ୍ର ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଏହାର ପ୍ରଭାବ ଜନଜୀବନ ଉପରେ କିପରି ପଡିଛି ତାହା ବର୍ଣ୍ଣନା କରିବା ଅନାବଶ୍ୟକ। ତେଣୁ...

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri