ଭୁବନେଶ୍ୱର, ୧୬।୯ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶାର ଅନ୍ୟତମ ତାରକା ମହିଳା ହକି ଖେଳାଳି ନମିତା ଟପ୍ପୋ ଗୁରୁବାର ଅବସର ଘୋଷଣା କରିଛନ୍ତି। ଭାରତୀୟ ଦଳର ଜଣେ ଦକ୍ଷ ମିଡ୍ଫିଲ୍ଡରଭାବେ ପରିଚିତ ସୁନ୍ଦରଗଡ଼ର ନମିତା ଆଗାମୀ ଦିନରେ ହକି ସହିତ ଜଡ଼ିତ ହୋଇ ରହିବେ ବୋଲି ପ୍ରକାଶ କରିଛନ୍ତି।
”ଗତ ୧୦ ବର୍ଷ ମୋ ଜୀବନର ଶ୍ରେଷ୍ଠ ସମୟ ଥିଲା। ଉଚ୍ଚସ୍ତରରେ ଦେଶ ପକ୍ଷରୁ ଖେଳିବା ପାଇଁ ମୋର ସ୍ବପ୍ନ ଥିଲା। ତାହା ସାକାର ହୋଇଥିବାରୁ ମୁଁ ବହୁତ ଖୁସି। ଏହି ସମୟ ମଧ୍ୟରେ ବ୍ୟକ୍ତିଗତ ପ୍ରଦର୍ଶନ ଦ୍ୱାରା ମୁଁ ପ୍ରଭାବ ପକାଇ ପାରିଥିଲି ବୋଲି ଅନୁଭବ କରୁଛି। ଗତ ଏକ ଦଶନ୍ଧି ମଧ୍ୟରେ ଭାରତୀୟ ମହିଳା ହକି ଦଳ ଯେପରି ଅଗ୍ରଗତି କରିଛି ସେଥିରେ ମୁଁ ଅତ୍ୟନ୍ତ ଉଲ୍ଲସିତ। ମୁଁ ଜୀବନର ନୂଆ ଅଧ୍ୟାୟ ଆରମ୍ଭ କଲେ ମଧ୍ୟ ଭାରତୀୟ ଦଳକୁ ସମର୍ଥନ ଜାରି ରଖିବି ଏବଂ ଉତ୍ସାହିତ କରିବି। ସାଥି ଖେଳାଳି ଓ ଓଡ଼ିଶା ସରକାରଙ୍କ ସମର୍ଥନ ବିନା ମୁଁ କେବେହେଲେ ସଫଳତା ପାଇପାରି ନ ଥାନ୍ତି। ରାଜ୍ୟ ସରକାର ଆମର ପ୍ରତି ସଫଳତାକୁ ସ୍ବୀକୃତି ଦେଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ କ୍ରୀଡ଼ା ବିଭାଗକୁ ଧନ୍ୟବାଦ ଜଣାଇବାକୁ ଚାହିଁବି। ଏହା ବ୍ୟତୀତ ମହିଳା ହକିକୁ ଅଯାଚିତ ସମର୍ଥନ ଦେଇ ଆସିଥିବାରୁ ହକି ଇଣ୍ଡିଆ, ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ, କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ସମସ୍ତ କୋଚ୍ଙ୍କୁ ଧନ୍ୟବାଦ ଜଣାଉଛି“ ବୋଲି ନମିତା କହିଛନ୍ତି।
ଦରଦୀ ମଣିଷ
ଭାରତୀୟ ମହିଳା ହକି କୋଚ୍ ଜାନେକ ସ୍କୁପମାନ ମଧ୍ୟ ନମିତାଙ୍କ ଅବଦାନକୁ ମନେ ପକାଇଛନ୍ତି। ”ଭାରତୀୟ ହକିକୁ ନମିତାଙ୍କ ଅବଦାନ ଅନେକ। ପଡ଼ିଆରେ ଶ୍ରେଷ୍ଠ ପ୍ରଦର୍ଶନ ସହ ସେ ଯୁବବର୍ଗଙ୍କ ପାଇଁ ରୋଲ ମଡେଲ ସାଜି ପାରିଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ସବୁ ଖେଳାଳି ଦେଶ ପକ୍ଷରୁ ୧୬୮ ମ୍ୟାଚ ଖେଳିବା ସୁଯୋଗ ପାଇ ନ ଥାନ୍ତି। ମାତ୍ର ନମିତା ତାହା କରି ଦେଖାଇଛନ୍ତି। ଶ୍ରେଷ୍ଠ ଖେଳାଳି ବ୍ୟତୀତ ନମିତା ଜଣେ ଦରଦୀ ମଣିଷ ବୋଲି ମୁଁ ଜାଣେ। ସେ ଜଣେ ବିଚାରବନ୍ତ ଏବଂ ସର୍ବଦା ଦଳକୁ ପ୍ରାଥମିକତା ଦେଇଥାନ୍ତି“ ବୋଲି ସ୍କୁପମାନ କହିଛନ୍ତି। ହକି ଇଣ୍ଡିଆ ମଧ୍ୟ ନମିତାଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇଛି। ଭବିଷ୍ୟତ କାର୍ଯ୍ୟପନ୍ଥା ପାଇଁ ହକି ଇଣ୍ଡିଆ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ
ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...
ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣ: ଚାଲିଗଲା ୨୪ ଜୀବନ
କିଭ୍,୧ା୧ରୁଷିଆ ଅଧିକୃତ ଖେର୍ସନ ଅଞ୍ଚଳର ଏକ ଗ୍ରାମରେ ୟୁକ୍ରେନ୍ର ଡ୍ରୋନ୍ ଆକ୍ରମଣରେ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନୂ୍ୟନ ୫୦ ଜଣ ଆହତ ହୋଇଛନ୍ତି।...
Self Care Routine:୨୦୨୬ରେ ନିଜର ଯତ୍ନ ନେବାକୁ କରିଛନ୍ତି କି ପ୍ରତିଜ୍ଞା? ଜାଣି ରଖନ୍ତୁ କିଛି ଟିପ୍ସ
ଆଜିର ବ୍ୟସ୍ତବହୁଳ ଜୀବନଚର୍ଯ୍ୟା ମଧ୍ୟରେ ନିଜର ଯତ୍ନ(ସେଲ୍ଫ କେୟାର) ଅତ୍ୟନ୍ତ ଜରୁରୀ। କାରଣ ଯେତେବେଳେ ଆମେ ନିଜର ଯତ୍ନ ନେଉନା, ସେତେବେଳେ ଧୀରେ ଧୀରେ ଥକାପଣ,...
ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ
ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...
ହୋଇପାରେ ସାମୀଙ୍କ ପ୍ରତ୍ୟାବର୍ତ୍ତନ, ସଙ୍କଟରେ ଏହି ଖେଳାଳିଙ୍କ ସ୍ଥାନ
ନୂଆଦିଲ୍ଲୀ,୧।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଆସନ୍ତା ଜାନୁଆରୀ ୧୧ ତାରିଖରୁ ଆରମ୍ଭ ହେବ। ଏହି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଭାରତୀୟ...
ଜାନୁଆରୀ ୨୦୨୬ରେ କ’ଣ କରିବେ ଏବଂ କ’ଣ ନ କରିବେ; ରାଶି ଅନୁସାରେ ଜାଣନ୍ତୁ…
ନୂଆବର୍ଷ ୨୦୨୬ ଆରମ୍ଭ ହୋଇସାରିଛି ଏବଂ ଜାନୁଆରି ମାସ ସବୁ ରାଶି ପାଇଁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ଆଣିଛି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଏହି ମାସରେ ଗ୍ରହମାନଙ୍କ...
ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…
ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...
ଫେବୃଆରୀ ୧ରୁ FASTag ନିୟମରେ ହେବ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ,୧।୧: କେନ୍ଦ୍ର ସରକାର FASTag ନିୟମରେ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହା ଅଧୀନରେ, ଗାଡ଼ି ମାଲିକଙ୍କୁ FASTag ପାଇବା ପାଇଁ ଆଉ KYC ପୂରଣ...
Archives


