ମହିଳା ପୋଲିସଙ୍କୁ ମିଳୁଛି କର୍ମକ୍ଷେତ୍ରରେ ନିର୍ଯାତନା

କଟକ ଅଫିସ, ୭ା୩: କଟକସ୍ଥିତ ଓଏସ୍‌ଏପି ଷଷ୍ଠ ବାଟାଲିୟନ୍‌ ପରିସରରେ ରାଜ୍ୟସ୍ତରୀୟ ମହିଳା ପୋଲିସ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ଏହି ସମ୍ମିଳନୀ ଦେଶରେ ପ୍ରଥମ ବୋଲି ପୋଲିସ ବିଭାଗ ପକ୍ଷରୁ କୁହାଯାଉଛି। ଏହି ସମ୍ମିଳନୀରେ ଭାଗ ନେଇଥିବା ମହିଳା ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ସେମାନଙ୍କୁ କେମିତି କାର୍ଯ୍ୟକ୍ଷେତ୍ରରେ ନିର୍ଯାତନାର ଶିକାର ହେବାକୁ ପଡୁଛି, ସେନେଇ କ୍ଷୋଭ ପ୍ରକାଶ କରିଥିଲେ। ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉନି କିମ୍ବା ଠିକ୍‌ ଭାବେ ତଦନ୍ତ କରାଯାଉନି। ସେହିଭଳି ପଦୋନ୍ନତିରେ ଅବହେଳା ଏବଂ ଲିଙ୍ଗଗତ ଭେଦଭାବର ଶିକାର ହେଉଥିବା ନେଇ ମହିଳା ପୋଲିସ ଅଧିକାରୀମାନେ ସେମାନଙ୍କ ଅନୁଭୂତି ରଖିଥିଲେ।

ଏହି ସମ୍ମିଳନୀରେ ୪ଜଣ ମହିଳା ଆଇପିଏସ୍‌, ଜଣେ ଏସ୍‌ପି, ୧୨ଜଣ ଡିଏସ୍‌ପି, ୧୨ଜଣ ଭାରପ୍ରାପ୍ତ ଡିଏସ୍‌ପି, ୨୯ଜଣ ଇନ୍ସପେକ୍ଟର, ୧୭ଜଣ ସବ୍‌-ଇନ୍ସପେକ୍ଟର, ୮ଜଣ ଏଏସ୍‌ଆଇ, ୨ଜଣ ହାବିଲଦାର, ୩ଜଣ ଲାନ୍ସ ନାଏକ ଏବଂ ୪୮ଜଣ କନଷ୍ଟେବଳ ଅଂଶଗ୍ରହଣ କରିଥିଲେ। ଏମାନଙ୍କୁ ୪ଟି ଟିମ୍‌ରେ ଭାଗ କରାଯାଇଥିଲା। ପଶ୍ଚିମାଞ୍ଚଳ ଡିଆଇଜି କବିତା ଜଲାନ୍‌ଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ମହିଳା ପୋଲିସଙ୍କ ପଦୋନ୍ନତି କ୍ଷେତ୍ରରେ ଥିବା ବାଧକ ନେଇ ଆଲୋଚନା ହୋଇଥିଲା। ସେହିପରି ସୁନ୍ଦରଗଡ଼ ଏସ୍‌ପି ସୌମ୍ୟା ମିଶ୍ରଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ କର୍ମକ୍ଷେତ୍ରରେ ଯୌନ ଉପତ୍ୀଡନ, ଗଜପତି ଏସ୍‌ପି ସାରା ଶର୍ମାଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ୟୁନିଫର୍ମ ଏବଂ ଅନ୍ୟାନ୍ୟ ସାମଗ୍ରୀ, କଟକ ଭିଜିଲାନ୍ସ ଏସ୍‌ପି ଅଶ୍ୱିନୀ କୁମାରୀ ପଟ୍ଟନାୟକଙ୍କ ଦ୍ୱାରା ପରିଚାଳିତ ଟିମ୍‌ରେ ମହିଳା କ୍ରୀଡା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ଭାଗନେଇଥିବା ମହିଳା ପୋଲିସ ଅଧିକାରୀ ଓ କର୍ମଚାରୀମାନେ ଉପରୋକ୍ତ ବିଷୟ ଉପରେ ମତବ୍ୟକ୍ତ କରିଥିଲେ। ବରିଷ୍ଠ ଅଧିକାରୀମାନେ ମହିଳା ଅଧିକାରୀଙ୍କ କାର୍ଯ୍ୟଦକ୍ଷତାକୁ ଅଣଦେଖା କରାଯିବା, ଅଧିକ ପଦବୀରେ ମହିଳାଙ୍କୁ ନିଯୁକ୍ତି, ପ୍ରସବ ଓ ପରବର୍ତ୍ତୀ ସମୟରେ କାର୍ଯ୍ୟକ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ସହ ଅନ୍ୟାନ୍ୟ ବିଷୟ ଉପରେ ଆଲୋକପାତ କରିଥିଲେ। ମାସିକ ଋତୁସ୍ରାବ ପାଇଁ ମାସକୁ ଗୋଟିଏ ଦିନ ଛୁଟି, ଗର୍ଭାବସ୍ଥା ଏବଂ ଶିଶୁ ଯତ୍ନ ପାଇଁ ଛୁଟି ପ୍ରଦାନରେ କୋହଳ, ସୁରକ୍ଷିତ ପରିବେଶ ଏବଂ ମହିଳା କର୍ମଚାରୀଙ୍କ ପାଇଁ ସ୍ବତନ୍ତ୍ର ୟୁନିଫର୍ମ ଡିଜାଇନ୍‌ ପାଇଁ ପ୍ରସ୍ତାବ ଦେଇଥିଲେ।
ଏଥିରେ ମୁଖ୍ୟଅତିଥି ଭାବେ ଡିଜିପି ଅଭୟ ଯୋଗଦେଇ କହିଥିଲେ, ମହିଳା ଥାନାକୁ ଛାଡି ରାଜ୍ୟରେ ୧୦୨ଟି ଥାନାର ଆଇଆଇସି ହେଉଛନ୍ତି ମହିଳା। ମୋଟ୍‌ ଥାନାର ୨୦ପ୍ରତିଶତ ଏମାନେ ନେତୃତ୍ୱ ନେଉଛନ୍ତି। ଦେଶରେ ଏହା ସର୍ବାଧିକ। ଆଗାମୀ ଦିନରେ ଏହାକୁ ୫୦ ପ୍ରତିଶତରେ ପରିଣତ କରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ମହିଳା ପୋଲିସ ଅଧିକାରୀଙ୍କ ପାଇଁ ଅଧିକ ସଂଖ୍ୟକ ମୋବାଇଲ୍‌ ଶୌଚାଳୟ, ସ୍ବତନ୍ତ୍ର ୟୁନିଫର୍ମ, ଲିଙ୍ଗଗତ ଭେଦଭାବ ରୋକିବା, ଗର୍ଭଧାରଣ ଏବଂ ଶିଶୁ ଯତ୍ନ ପାଇଁ ଛୁଟି ପ୍ରଦାନ ଦିଗରେ କ’ଣ ସବୁ ବ୍ୟବସ୍ଥା କରାଯାଇପାରିବ ସେନେଇ ପଦକ୍ଷେପ ନିଆଯିବ ବୋଲି ଡିଜିପି କହିଥିଲେ। ନିର୍ଯାତନା ମାମଲାଗୁଡିକୁ ଠିକ୍‌ ସମୟରେ ତଦନ୍ତ କରାଯିବା ସହ ପୁରୁଣା ଗାଡିଗୁଡିକୁ ମୋବାଇଲ୍‌ ଶୌଚାଳୟ ଭାବେ ବ୍ୟବହାର କରାଯିବ ବୋଲି ସେ କହିଥିଲେ। ଓଡ଼ିଶାରେ ମହିଳା ପୋଲିସ ଅଧିକାରୀଙ୍କ ସଂଖ୍ୟା ଅଧିକ ଥିବା ଯୋଗୁ ଆଗାମୀ ଦିନରେ ସେମାନେ ଦେଶରେ ପୋଲିସ ବିଭାଗର ନେତୃତ୍ୱ ନେବେ ବୋଲି ଅଭୟ ଆଶା ପ୍ରକାଶ କରିଥିଲେ। ଆଇଜି(ତାଲିମ) ଏସ୍‌. ସାଇନି ଆଲୋଚନାର ବିଷୟ ଏବଂ ପ୍ରସ୍ତାବଗୁଡ଼ିକ ଉପରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏଡିଜି, ଡିଆଇଜି, ଏସ୍‌ପି ଏବଂ କମିଶନରେଟ୍‌ ପୋଲିସର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଆଇଜି(ଆଧୁନିକୀକରଣ) ରେଖା ଲୋହାନୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri