Posted inଜାତୀୟ

ମହିଳା ଡାକ୍ତର ବଳାତ୍କାର ହତ୍ୟା ପ୍ରସଙ୍ଗକୁ ନେଇ ସଂସଦରେ ଝଡ଼: ଅପରାଧୀଙ୍କୁ ପିଟି ମାରିଦେବାକୁ ଦାବି

ନୂଆଦିଲ୍ଲୀ,୩ା୧୨(ପି.ଟି.): ହାଇଦ୍ରାବାଦରେ ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପ୍ରସଙ୍ଗକୁ ନେଇ ସୋମବାର ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ, ସର୍ବସାଧାରଣରେ ପିଟି ମାରିଦିଆଯାଉ ବୋଲି ରାଜ୍ୟ ସଭାରେ ବିଭିନ୍ନ ଦଳର ସଦସ୍ୟମାନେ ଦାବି କରିଥିଲେ। ଲୋକ ସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବଳାତ୍କାର ମାମଲାରେ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୃହରେ କହିଥିଲେ। ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ଘଟଣାମାନ ବଢ଼ି ଚାଲିଥିବାରୁ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ହାଇଦ୍ରାବାଦ ଘଟଣା ଉପରେ ମୁଲତବୀ ପ୍ରସ୍ତାବକୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଉକ୍ତ ପ୍ରସଙ୍ଗରେ ସଦସ୍ୟମାନଙ୍କୁ ମତ ରଖିବା ପାଇଁ ସୁଯୋଗ ଦେଇଥିଲେ।
ଦଳମତ ନିର୍ବିଶେଷରେ ସଦସ୍ୟମାନେ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନିନ୍ଦା କରିଥିଲେ। ଅପରାଧୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଠିନରୁ କଠିନତମ ଦଣ୍ଡବିଧାନ କରାଯାଉ ବୋଲି ସେମାନେ ଦାବି କରିଥିଲେ। ହାଇଦ୍ରାବାଦ ଘଟଣା ସମଗ୍ର ମାନବଜାତି ପାଇଁ କଳଙ୍କ ବୋଲି ଅଧ୍ୟକ୍ଷ ଭେଙ୍କାୟା ନାଇଡୁ
କହିଥିବାବେଳେ ସମାଜରୁ ଏଭଳି ଅପରାଧର ମୂଳୋତ୍ପାଟନ ହେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ। ହାଇଦ୍ରାବାଦର ଯେଉଁ ଅଞ୍ଚଳରେ ଏଭଳି ଘୃଣ୍ୟ ଅପରାଧ ଘଟିଲା, ସେଠାରେ ସୁରକ୍ଷା ପ୍ରଭାରୀଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ କହିବା ସହ ବଳାତ୍କାରୀଙ୍କୁ ସର୍ବସାଧାରଣରେ ପିଟି ମାରିଦେବା ଉଚିତ ବୋଲି କହିଥିଲେ। ବଳାତ୍କାର ଭଳି ଅପରାଧକୁ ବନ୍ଦ କରିବାକୁ ହେଲେ ଅପରାଧୀ ଜେଲ୍‌ରୁ ବାହାରିବା ପୂର୍ବରୁ ସେମାନଙ୍କୁ ନପୁଂସକ କରିବା ପାଇଁ ଅଦାଲତଙ୍କୁ କ୍ଷମତା ମିଳିବା ଆବଶ୍ୟକ ବୋଲି ଡିଏମ୍‌କେ ସଦସ୍ୟ ପି. ଓ୍ବିଲସନ୍‌ କହିଥିଲେ। ଅସ୍ତ୍ରୋପଚାର କିମ୍ବା ରାସାୟନିକ ପ୍ରକ୍ରିୟାରେ ନପୁଂସକ କରିବା ଲାଗି ଯାହା ଖର୍ଚ୍ଚ ହେବ, ତାହା ଅଭିଯୁକ୍ତଙ୍କଠାରୁ ଅସୁଲ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ। ଯୌନ ଅପରାଧୀମାନଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ଦେଇଥିଲେ।
ସେହିପରି କଂଗ୍ରେସ ସଦସ୍ୟ ମହମ୍ମଦ ଅଲି ଖାନ୍‌ କହିଥିଲେ, ବଳାତ୍କାର ମାମଲାର ବିଚାର ଫାଷ୍ଟ-ଟ୍ରାକ୍‌ କୋର୍ଟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବା ଉଚିତ। ଅଭିଯୁକ୍ତଙ୍କୁ ଧର୍ମୀୟ ରଙ୍ଗ ଦିଆଯିବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସବୁପ୍ରକାର ଯୌନ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରିବା ଲାଗି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସଦସ୍ୟ ସଞ୍ଜୟ ସିଂ କହିଥିଲେ। ହାଇଦ୍ରାବାଦ ଘଟଣା ଭଳି ଘୃଣ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ ବିଜେଡି ସଦସ୍ୟ ଅମର ପଟ୍ଟନାୟକ। ସେହିପରି ସିପିଏମ୍‌ର ଟି.କେ. ରଙ୍ଗରାଜନ, ଏମ୍‌ଡିଏମ୍‌କେର ଭାଇକୋ ଏବଂ ଟିଏମ୍‌ସିର ସାନ୍ତନୁ ସେନ୍‌ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆଇନ ଆଣିବାକୁ ଦାବି କରିଥିଲେ। ସେହିପରି ଅନ୍ୟ ଦଳର ସଦସ୍ୟମାନେ ମଧ୍ୟ ଅନୁରୂପ ମତ ରଖିଥିଲେ।
ତେଲଙ୍ଗାନାର ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ସହକାରୀ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟରତ ୨୬ ବର୍ଷୀୟା ପୀଡିତାଙ୍କ ଦଗ୍ଧ ମୃତଦେହ ୨୮ ତାରିଖ ସକାଳେ ଉଦ୍ଧାର ହୋଇଥିଲା। ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ୪ ଜଣ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାକୁ ନେଇ ତେଲଙ୍ଗାନା ସମେତ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବାବେଳେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦାବି ହୋଇଛି। ଲୋକ ସଭାରେ ଶୂନ୍ୟକାଳରେ ହାଇଦ୍ରାବାଦ ସମେତ ବିଭିନ୍ନ ସ୍ଥାନରେ ଘଟିଥିବା ବଳାତ୍କାର ଘଟଣା ଉପରେ ଆଲୋଚନା ହୋଇଥିଲା। ନିର୍ଭୟା ଗଣବଳାତ୍କାର ମାମଲାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାରେ ବିଳମ୍ବକୁ ନେଇ ବିଜେଡି ଏମ୍‌ପି ପିନାକୀ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଅପରାଧୀଙ୍କୁ ତୁରନ୍ତ ମୃତ୍ୟୁଦଣ୍ଡ ନ ମିଳିଲେ ଆଇନ ଓ ଫାଷ୍ଟ-ଟ୍ରାକ୍‌ କୋର୍ଟ ସ୍ଥାପନର କୌଣସି ମୂଲ୍ୟ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ପୁଟିନଙ୍କ ଘର ଉପରେ ଏମିତି ‘ଡ୍ରୋନ୍ ଆକ୍ରମଣ’ର କରିଥିଲା ୟୁକ୍ରେନ, ଭୟଙ୍କର ଭିଡିଓ ଜାରି କଲା ରୁଷ

ନୂଆଦିଲ୍ଲୀ,୩୧।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବାସଭବନକୁ ଲକ୍ଷ୍ୟ କରି ଡ୍ରୋନ୍ ମାଡ଼ କରିଛି ୟୁକ୍ରେନ। ଏହି ଖବର ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri