Posted inଜାତୀୟ

ମହିଳା ଡାକ୍ତର ବଳାତ୍କାର ହତ୍ୟା ପ୍ରସଙ୍ଗକୁ ନେଇ ସଂସଦରେ ଝଡ଼: ଅପରାଧୀଙ୍କୁ ପିଟି ମାରିଦେବାକୁ ଦାବି

ନୂଆଦିଲ୍ଲୀ,୩ା୧୨(ପି.ଟି.): ହାଇଦ୍ରାବାଦରେ ୨୬ ବର୍ଷୀୟା ମହିଳା ପ୍ରାଣୀ ଚିକିତ୍ସକଙ୍କୁ ଗଣବଳାତ୍କାର ଓ ହତ୍ୟା ପ୍ରସଙ୍ଗକୁ ନେଇ ସୋମବାର ପାର୍ଲାମେଣ୍ଟର ଉଭୟ ଗୃହରେ ବିରୋଧୀ ହଙ୍ଗାମା କରିଥିଲେ। ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦିଆଯାଉ, ସର୍ବସାଧାରଣରେ ପିଟି ମାରିଦିଆଯାଉ ବୋଲି ରାଜ୍ୟ ସଭାରେ ବିଭିନ୍ନ ଦଳର ସଦସ୍ୟମାନେ ଦାବି କରିଥିଲେ। ଲୋକ ସଭାରେ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ବଳାତ୍କାର ମାମଲାରେ କଠୋର ଆଇନ ଆଣିବାକୁ ସରକାର ପ୍ରସ୍ତୁତ ବୋଲି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଗୃହରେ କହିଥିଲେ। ଦେଶର ବିଭିନ୍ନ ସ୍ଥାନରେ ବଳାତ୍କାର ଘଟଣାମାନ ବଢ଼ି ଚାଲିଥିବାରୁ ସଦସ୍ୟମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ହାଇଦ୍ରାବାଦ ଘଟଣା ଉପରେ ମୁଲତବୀ ପ୍ରସ୍ତାବକୁ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ ଅଗ୍ରାହ୍ୟ କରିଦେଇଥିଲେ। ତେବେ ଉକ୍ତ ପ୍ରସଙ୍ଗରେ ସଦସ୍ୟମାନଙ୍କୁ ମତ ରଖିବା ପାଇଁ ସୁଯୋଗ ଦେଇଥିଲେ।
ଦଳମତ ନିର୍ବିଶେଷରେ ସଦସ୍ୟମାନେ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ନିନ୍ଦା କରିଥିଲେ। ଅପରାଧୀଙ୍କୁ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କଠିନରୁ କଠିନତମ ଦଣ୍ଡବିଧାନ କରାଯାଉ ବୋଲି ସେମାନେ ଦାବି କରିଥିଲେ। ହାଇଦ୍ରାବାଦ ଘଟଣା ସମଗ୍ର ମାନବଜାତି ପାଇଁ କଳଙ୍କ ବୋଲି ଅଧ୍ୟକ୍ଷ ଭେଙ୍କାୟା ନାଇଡୁ
କହିଥିବାବେଳେ ସମାଜରୁ ଏଭଳି ଅପରାଧର ମୂଳୋତ୍ପାଟନ ହେବା ଆବଶ୍ୟକ ବୋଲି ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ କହିଥିଲେ। ହାଇଦ୍ରାବାଦର ଯେଉଁ ଅଞ୍ଚଳରେ ଏଭଳି ଘୃଣ୍ୟ ଅପରାଧ ଘଟିଲା, ସେଠାରେ ସୁରକ୍ଷା ପ୍ରଭାରୀଙ୍କୁ ଏଥିପାଇଁ ଉତ୍ତରଦାୟୀ କରାଯିବା ଆବଶ୍ୟକ ବୋଲି ସମାଜବାଦୀ ପାର୍ଟି ଏମ୍‌ପି ଜୟା ବଚ୍ଚନ କହିବା ସହ ବଳାତ୍କାରୀଙ୍କୁ ସର୍ବସାଧାରଣରେ ପିଟି ମାରିଦେବା ଉଚିତ ବୋଲି କହିଥିଲେ। ବଳାତ୍କାର ଭଳି ଅପରାଧକୁ ବନ୍ଦ କରିବାକୁ ହେଲେ ଅପରାଧୀ ଜେଲ୍‌ରୁ ବାହାରିବା ପୂର୍ବରୁ ସେମାନଙ୍କୁ ନପୁଂସକ କରିବା ପାଇଁ ଅଦାଲତଙ୍କୁ କ୍ଷମତା ମିଳିବା ଆବଶ୍ୟକ ବୋଲି ଡିଏମ୍‌କେ ସଦସ୍ୟ ପି. ଓ୍ବିଲସନ୍‌ କହିଥିଲେ। ଅସ୍ତ୍ରୋପଚାର କିମ୍ବା ରାସାୟନିକ ପ୍ରକ୍ରିୟାରେ ନପୁଂସକ କରିବା ଲାଗି ଯାହା ଖର୍ଚ୍ଚ ହେବ, ତାହା ଅଭିଯୁକ୍ତଙ୍କଠାରୁ ଅସୁଲ କରାଯିବାକୁ ସେ ପ୍ରସ୍ତାବ ଦେଇଥିଲେ। ଯୌନ ଅପରାଧୀମାନଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରାଯିବା ଆବଶ୍ୟକ ବୋଲି ମଧ୍ୟ ସେ ମତ ଦେଇଥିଲେ।
ସେହିପରି କଂଗ୍ରେସ ସଦସ୍ୟ ମହମ୍ମଦ ଅଲି ଖାନ୍‌ କହିଥିଲେ, ବଳାତ୍କାର ମାମଲାର ବିଚାର ଫାଷ୍ଟ-ଟ୍ରାକ୍‌ କୋର୍ଟରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଶେଷ ହେବା ଉଚିତ। ଅଭିଯୁକ୍ତଙ୍କୁ ଧର୍ମୀୟ ରଙ୍ଗ ଦିଆଯିବା ଉଚିତ ନୁହେଁ ବୋଲି ସେ ମତ ଦେଇଥିଲେ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସବୁପ୍ରକାର ଯୌନ ଅପରାଧୀଙ୍କୁ କଠୋର ଦଣ୍ଡବିଧାନ କରିବା ଲାଗି ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ସଦସ୍ୟ ସଞ୍ଜୟ ସିଂ କହିଥିଲେ। ହାଇଦ୍ରାବାଦ ଘଟଣା ଭଳି ଘୃଣ୍ୟ ଅପରାଧ ପାଇଁ ମୃତ୍ୟୁଦଣ୍ଡ ଦାବି କରିଥିଲେ ବିଜେଡି ସଦସ୍ୟ ଅମର ପଟ୍ଟନାୟକ। ସେହିପରି ସିପିଏମ୍‌ର ଟି.କେ. ରଙ୍ଗରାଜନ, ଏମ୍‌ଡିଏମ୍‌କେର ଭାଇକୋ ଏବଂ ଟିଏମ୍‌ସିର ସାନ୍ତନୁ ସେନ୍‌ ଅପରାଧୀଙ୍କୁ କଠୋର ଦଣ୍ଡ ଦେବା ପାଇଁ ଆଇନ ଆଣିବାକୁ ଦାବି କରିଥିଲେ। ସେହିପରି ଅନ୍ୟ ଦଳର ସଦସ୍ୟମାନେ ମଧ୍ୟ ଅନୁରୂପ ମତ ରଖିଥିଲେ।
ତେଲଙ୍ଗାନାର ଏକ ସରକାରୀ ପ୍ରାଣୀ ଚିକିତ୍ସାଳୟରେ ସହକାରୀ ପ୍ରାଣୀ ଚିକିତ୍ସକ ଭାବେ କାର୍ଯ୍ୟରତ ୨୬ ବର୍ଷୀୟା ପୀଡିତାଙ୍କ ଦଗ୍ଧ ମୃତଦେହ ୨୮ ତାରିଖ ସକାଳେ ଉଦ୍ଧାର ହୋଇଥିଲା। ତାଙ୍କୁ ଗଣବଳାତ୍କାର ପରେ ହତ୍ୟା କରାଯାଇଥିବା ଜଣାପଡିଥିଲା। ଏହି ଘଟଣାରେ ୪ ଜଣ ଟ୍ରକ୍‌ ଡ୍ରାଇଭର ଓ ହେଲ୍‌ପରଙ୍କୁ ଗିରଫ କରାଯିବା ପରେ ସେମାନଙ୍କୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଏହାକୁ ନେଇ ତେଲଙ୍ଗାନା ସମେତ ସାରା ଦେଶରେ ପ୍ରତିବାଦର ନିଆଁ ଜଳୁଥିବାବେଳେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦାବି ହୋଇଛି। ଲୋକ ସଭାରେ ଶୂନ୍ୟକାଳରେ ହାଇଦ୍ରାବାଦ ସମେତ ବିଭିନ୍ନ ସ୍ଥାନରେ ଘଟିଥିବା ବଳାତ୍କାର ଘଟଣା ଉପରେ ଆଲୋଚନା ହୋଇଥିଲା। ନିର୍ଭୟା ଗଣବଳାତ୍କାର ମାମଲାରେ ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାରେ ବିଳମ୍ବକୁ ନେଇ ବିଜେଡି ଏମ୍‌ପି ପିନାକୀ ମିଶ୍ର ପ୍ରଶ୍ନ ଉଠାଇଥିଲେ। ଅପରାଧୀଙ୍କୁ ତୁରନ୍ତ ମୃତ୍ୟୁଦଣ୍ଡ ନ ମିଳିଲେ ଆଇନ ଓ ଫାଷ୍ଟ-ଟ୍ରାକ୍‌ କୋର୍ଟ ସ୍ଥାପନର କୌଣସି ମୂଲ୍ୟ ନାହିଁ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ବାସ୍ଥ୍ୟକର ହେବ ନାହିଁ ଟ୍ରେନ ଖାଦ୍ୟ; ମୂଷା କିମ୍ବା ଅସରପା ଦେଖାଗଲେ ସିଧାସଳଖ ସତର୍କ ସୂଚନା (alert) ପଠାଇବ AI କ୍ୟାମେରା

ସମସ୍ତିପୁର,୨୩।୯: ସମସ୍ତିପୁର ଦେଇ ଯାଉଥିବା ପ୍ରମୁଖ ଟ୍ରେନଗୁଡ଼ିକ (ଯେପରିକି ସ୍ବାଧୀନତା ସେନାନୀ ଏକ୍ସପ୍ରେସ, ବିହାର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ, ବୈଶାଳୀ ଏକ୍ସପ୍ରେସ ଏବଂ ବାଗମତୀ ଏକ୍ସପ୍ରେସ)ର ପ୍ୟାଣ୍ଟ୍ରି…

ଡୋନାଲ୍ଡ ଟ୍ରମ୍ପଙ୍କ ପୁଅଙ୍କ ଖର୍ଚ୍ଚର ଯାଞ୍ଚ କରାଯିବ; ତଦନ୍ତ ପାଇଁ ଦାବି କରିଛନ୍ତି ରିପବ୍ଲିକାନ ସିନେଟର୍‌

ଓ୍ବାଶିଂଟନ,୨୩।୯: ୟୁଟାହ ରିପବ୍ଲିକାନ ସେନେଟର ଜନ କର୍ଟିସ ସିନେଟ ନ୍ୟାୟପାଳିକା କମିଟିକୁ ତଦନ୍ତ କରିବାକୁ ଆହ୍ବାନ କରିଛନ୍ତି ଯେ ଡୋନାଲ୍ଡ ଟ୍ରମ୍ପ ଜୁନିଅର ଆର୍ଥିକ ଲାଭ ପାଇଁ…

ଅଭିନବ ଉପାୟରେ ଗଞ୍ଜେଇ ଚାଲାଣ: ପର୍ଦ୍ଦାଫାଶ କଲା ପୋଲିସ

ବଲାଙ୍ଗୀର, ୨୩।୯ (ବୀରେନ୍ଦ୍ର କୁମାର ଝାଙ୍କର): ଅଭିନବ ଉପାୟରେ ରାଜ୍ୟ ବାହାରକୁ ଚାଲାଣ ହେଉଥିଲା ଗଞ୍ଜେଇ। ଆଚାର କଣ୍ଟେନରରେ ଗଞ୍ଜେଇ ଭର୍ତ୍ତି କରାଯାଇ ଟ୍ରେନ ଯୋଗେ ରାଜ୍ୟ…

ରାସ୍ତାରେ ଯିବାବେଳେ ହଠାତ୍‌ ଦୋକାନ ଭିତରକୁ ପଶିଗଲା କାର୍‌, ୨ ଭାଇ ଗୁରୁତର

ଛତ୍ରପୁର,୨୩ା୯(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅନ୍ତର୍ଗତ ଲୋଏର ବସ୍‌ଷ୍ଟାଣ୍ଡ ନିକଟରେ ବୁଧବାର ଏକ କାର୍‌ ଭରସାମ୍ୟ ହରାଇ ସିରିଜ୍‌ ଦୁର୍ଘଟଣା ଘଟାଇବା ସହ…

ନୂଆ ପ୍ରଦେଶ ପ୍ରଭାରୀ ଘୋଷଣା କଲା ଭାଜପା: ସ୍ମୃତି, ବୈଜୟନ୍ତଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଜାଣନ୍ତୁ ଓଡ଼ିଶା ଦାୟିତ୍ୱରେ କିଏ…

ନୂଆଦିଲ୍ଲୀ,୨୩।୯: ଭାରତୀୟ ଜନତା ପାର୍ଟି (ଭାଜପା) ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ କରି ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନୂଆ ପ୍ରଦେଶ ପ୍ରଭାରୀ ଓ…

ସ୍ବତନ୍ତ୍ର ତକିଆ କିଣିଲେ ବୁମ୍‌ରା: ସବୁ ଗୁମର ଖୋଲିଦେଲେ ସ୍ତ୍ରୀ

ନୂଆଦିଲ୍ଲୀ,୨୩।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଜସପ୍ରୀତ ବୁମରା ଟିମ ଇଣ୍ଡିଆ ସହ ଜାପାନରେ ଅଛନ୍ତି। ସେଠାରେ ସେ ନିଜ ପାଇଁ ବାଛିଥିବା ତକିଆ ଯୋଗୁ ସେ…

ରେଳଧାରଣାରେ ଯିବାବେଳେ ୪ ଜଣଙ୍କୁ ଚାପିଦେଲା ରାଜାରାଣୀ ଏକ୍ସପ୍ରେସ

ଗଜପତି,୨୩।୯(ଗିରିଧାରୀ ପରିଛା): ଭୁବନେଶ୍ୱରରୁ ପାରଳାଖେମୁଣ୍ଡି ଆସୁଥିବା ରାଜାରାଣୀ ଏକ୍ସପ୍ରେସ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶର ଟେକେଲି ଗ୍ରାମ ନିକଟସ୍ଥ…

ସମୁଦ୍ର ଅଶାନ୍ତ: ପାରାଦୀପ ବନ୍ଦରରେ ୩ ନମ୍ବର ବିପଦ ସଙ୍କେତ ଜାରି

ପାରାଦୀପ,୨୩।୯(ଶରତ ରାଉତ): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ବୁଧବାର ସମୁଦ୍ର ଅତ୍ୟନ୍ତ ଅଶାନ୍ତ ହୋଇପଡ଼ିଛି। ସମୁଦ୍ରରେ ଉଚ୍ଚ ଢେଉ ସହ ବିପଦଜନକ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସମୁଦ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?