Posted inଜାତୀୟ

ମହାରାଷ୍ଟ୍ରର ଅଧିକାଂଶ ବିଧାୟକ ଅପରାଧୀ

ମୁମ୍ବାଇ,୨୭।୧୦: ମହାରାଷ୍ଟ୍ର ବିଧାନସଭା ଲାଗି ନିର୍ବାଚିତ ହୋଇଥିବା ବିଧାୟକମାନଙ୍କ ମଧ୍ୟରୁ ଅଧିକାଂଶ ଅପରାଧୀ ବୋଲି ଜଣାପଡିଛି। ୨୮୮ ବିଧାୟକଙ୍କ ମଧ୍ୟରୁ ୧୭୬ ଜଣଙ୍କ ନାଁରେ ଆପରାଧୀକ ମାମଲା ରହିଛି। ଏମାନଙ୍କ ମଧ୍ୟରୁ ୧୧୨ ଜଣଙ୍କ ନାଁରେ ଗୁରୁତର ଆପରାଧୀକ ମାମଲା ଥିବା ଜଣାପଡିଛି। ନିର୍ବାଚନ ଉପରେ ନଜର ରଖୁଥିବା ‘ଆସୋସିଏଶନ ଫର୍‌ ଡେମୋକ୍ରେଟିକ ରିଫର୍ମସ୍‌‘(ଏଡିଆର୍‌) ଏହି ସୂଚନା ଦେଇଛି। ମହାରାଷ୍ଟ୍ର ବିଧାନସଭାରେ ନିର୍ବାଚିତ ହୋଇଥିବା ୨୮୮ ଜଣ ବିଧାୟକଙ୍କ ଶପଥ ପତ୍ରକୁ ଏଡିଆର୍‌ ଶନିବାର ବିଶ୍ଳେଷଣ କରିବା ସମୟରେ ଏମିତି ତଥ୍ୟ ମିଳିଛି। ଏମାନଙ୍କ ମଧ୍ୟରୁ ୬୨ ପ୍ରତିଶତ(୧୭୬)ଜଣ ବିଧାୟକଙ୍କ ନାଁରେ ଆପରାଧୀକ ମାମଲା ଥିବା ବେଳେ ୪୦ ପ୍ରତିଶତ(୧୧୨) ଜଣଙ୍କ ନାଁରେ ଗୁରୁତର ଆପରାଧୀକ ମାମଲା ରହିଛି। ଅନ୍ୟପଟେ ଗଣମାଧ୍ୟମର ସୂଚନା ଅନୁଯାୟୀ ୨୦୧୪ ନିର୍ବାଚନ ସମୟରେ ୧୬୫ ଜଣ ବିଧାୟକଙ୍କ ନାଁରେ ଆପରାଧିକ ମାମଲା ରହିଥିଲା। ଏମାନଙ୍କ ମଧ୍ୟରୁ ୧୧୫ ଜଣ ଗୁରୁତର ଆପରାଧୀକ ମାମଲାରେ ସମ୍ପୃକ୍ତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉତ୍ପାଦର ଗୁଣବତ୍ତା ସହ ବୁଝାମଣା କରନ୍ତୁ ନାହିଁ: ଇଂ. ସମ୍ୱିତ ରଞ୍ଜନ ସାହୁ

ପ୍ର- ଅର୍ଗାନିକ୍‌ ମା’ ପ୍ରତିଷ୍ଠା ଚିନ୍ତାଧାରା କିପରି ମନକୁ ଆସିଥିଲା ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ଯାତ୍ରା କିପରି ରହିଛି? ଉ- ବ୍ୟକ୍ତି ଜୀବନର କିଛି ଘଟଣାକୁ ନେଇ…

ଆମେରିକା-ଇସ୍ରାଏଲକୁ ଚେତାବନୀ ଦେଲା ଇରାନ: ହର୍ମୁଜ ପ୍ରଣାଳୀ ପୁଣି ବନ୍ଦ

ଓ୍ବାଶିଂଟନ୍‌,୯।୩: ଯଦିଓ ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହର ଅସ୍ତ୍ରବିରତି ସମ୍ପର୍କରେ ଏକ ଚୁକ୍ତି ହୋଇଛି। ତଥାପି ଯୁଦ୍ଧବିରତି ମଧ୍ୟରେ ମଧ୍ୟ ଇସ୍ରାଏଲର ଲେବାନନ ଉପରେ…

ଗାଁ ଗାଁରେ ଚୋରାମଦ, ତାତିଲେ ଲୋକେ: ହାତ ବାନ୍ଧି ବସିଛନ୍ତି ଅବକାରୀ, ପୋଲିସ

ବରଗଡ଼,୯।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ନିଶା କାରବାର ବଢ଼ିଚାଲିଛି। ଗାଁଠୁ ସହର ସବୁଆଡ଼େ ଚୋରାମଦ ସହିତ ଗଞ୍ଜେଇ, କଫ ସିରପ୍‌ ଅବାଧରେ ବିକ୍ରି ହେଉଛି। ସେହିପରି କେତେକ ସ୍ଥାନରେ…

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri