ମହାମାରୀର ଭୟାବହତା

ଆକାର ପଟେଲ
୧୮୭୨ର ପ୍ରଥମ ଜନଗଣନାରେ ଭାରତର ଜନସଂଖ୍ୟା ଥିଲା ୨୦,୬୧,୬୨,୩୬୦। ଅର୍ଥାତ୍‌ ଆଜିର ବାଂଲାଦେଶ ଓ ପାକିସ୍ତାନକୁ ମିଶାଇ ଉପମହାଦେଶରେ ଜନସଂଖ୍ୟା ଥିଲା ୨୦.୬୧ କୋଟି। ୧୮୮୧ ମସିହାରେ, ଏହା ୨୩ ପ୍ରତିଶତ ବୃଦ୍ଧି ପାଇ ୨୫.୩୮ କୋଟିରେ ପହଞ୍ଚିଥିଲା। ଏଥିମଧ୍ୟରୁ କିଛି ଜନସଂଖ୍ୟା ବୃଦ୍ଧି ହେତୁ ଏବଂ କେତେକ ବ୍ରିଟିଶ ଦ୍ୱାରା ନିୟନ୍ତ୍ରିତ ଅଞ୍ଚଳର ବୃଦ୍ଧି ହେତୁ ହୋଇଥିଲା। ୧୯୧୧ ମସିହାରେ ଜନସଂଖ୍ୟା ୭ ପ୍ରତିଶତ ବୃଦ୍ଧି ପାଇ ୩୧ କୋଟିରେ ପହଞ୍ଚିଥିଲା। ଅବଶ୍ୟ ୧୯୨୧ ମସିହାରେ, ୧୦ ବର୍ଷ ପରେ ଏହା ସେହି ୩୧ କୋଟିରେ ରହିଥିଲା।
ଏହି ଦଶନ୍ଧି ମଧ୍ୟରେ ଜନସଂଖ୍ୟା କାହିଁକି ବୃଦ୍ଧି ପାଇଲା ନାହିଁ? ଏହାର ଉତ୍ତର ହେଉଛି ଏକ H1N1 ଭୂତାଣୁ ଯାହାକୁ ସ୍ପେନୀୟ ଇନ୍‌ଫ୍ଲୁଏଞ୍ଜା କୁହାଯାଏ। ଏହା କରୋନା ଭାଇରସ୍‌ ପରି ମହାମାରୀ ଥିଲା ଏବଂ ଏହା ଭାରତରେ ଏକ ଦଶନ୍ଧିର ସମଗ୍ର ଜନସଂଖ୍ୟା ବୃଦ୍ଧିକୁ ମାରି ଦେଇଥିଲା। ପାଖାପାଖି ୧.୫ କୋଟି ଲୋକ ଏବଂ ସମ୍ଭବତଃ ଏହାଠାରୁ ଅଧିକ ଏହାଦ୍ୱାରା ମୃତ୍ୟୁ ଲଭିଥିଲେ। ସ୍ବାଇନ ଫ୍ଲୁ ୟୁରୋପରୁ ଭାରତକୁ ଆସିଥିଲା ଏବଂ ପ୍ରଥମ ବିଶ୍ୱଯୁଦ୍ଧର ଶେଷ ଆଡକୁ ୟୁରୋପର ସାମରିକ ଡାକ୍ତରଖାନାଗୁଡ଼ିକରେ ଏହା ଆରମ୍ଭ ହୋଇଥିଲା। ଆମେ ଜାଣିନୁ ଏହା କିପରି ଉତ୍ପନ୍ନ ହେଲା କିନ୍ତୁ ଏହା ସମ୍ଭବତଃ ସୈନ୍ୟବାହିନୀର ମେସ୍‌ରେ ରୋଷେଇ ପାଇଁ ମରାଯାଉଥିବା ପକ୍ଷୀ କିମ୍ବା ପଶୁମାନଙ୍କଠାରୁ ମଣିଷଙ୍କ ଦେହକୁ ସଂକ୍ରମିତ ହୋଇଥିଲା। ୧୯୧୮ ମସିହାରେ ଜର୍ମାନୀ ଆତ୍ମସମର୍ପଣ କରିବା ପରେ ବ୍ରିଟିଶ ସାମ୍ରାଜ୍ୟ ପାଇଁ ଯୁଦ୍ଧ କରିଥିବା ଭାରତୀୟ ରେଜିମେଣ୍ଟ ବମ୍ବେକୁ ଫେରିଥିଲା ଏବଂ ଯୁଦ୍ଧ ଶେଷ ହୋଇଥିଲା। ବିଦେଶରୁ ଆସୁଥିବା ଲୋକମାନେ କରୋନା ଭାଇରସ ସାଙ୍ଗରେ ଆଣିବା ପରି ସେମାନେ ମଧ୍ୟ ଏହି ଭୂତାଣୁକୁ ସାଙ୍ଗରେ ନେଇ ଆସିଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ଆମେରିକା ସମେତ ଅନେକ ଦେଶ ଯୁଦ୍ଧ କରିଥିଲେ ଏବଂ ଯୁଦ୍ଧରୁ ଫେରିଥିବା ସୈନିକମାନେ ସାରା ବିଶ୍ୱରେ ଏହି ରୋଗ ଖେଳାଇ ଦେଇଥିଲେ। ଅନୁମାନ କରାଯାଏ ଯେ ଏହାଦ୍ୱାରା ବିଶ୍ୱର ୨୫ ପ୍ରତିଶତ ଲୋକ ସଂକ୍ରମିତ ହୋଇଥିଲେ ଏବଂ ସେଥିରୁ ପ୍ରାୟ ୧୦ ପ୍ରତିଶତ ମୃତ୍ୟୁବରଣ କରିଥିଲେ।
ସେତେବେଳେ ଉଭୟ ସଂକ୍ରମଣ ଏବଂ ମୃତ୍ୟୁହାର ବହୁତ ଉଚ୍ଚ ଥିଲା ଏବଂ କରୋନା ଭାଇରସ୍‌ ଦ୍ୱାରା ଆମେ ଏବେ ସେହିପରି ସମସ୍ୟାର ସାମ୍ନା କରୁଛୁ। ଏହି ନୂତନ ଭାଇରସ୍‌ର ସମସ୍ୟା ହେଉଛି ଏହାର କୌଣସି ପ୍ରତିକାର ନାହିଁ। କୌଣସି ଔଷଧ ନାହିଁ ଯାହାକୁ ଖାଇ ରୋଗ ଭଲ ହୋଇପାରିବ ଏବଂ ଭାରତରେ ଏହା ଅତିଶୀଘ୍ର ବ୍ୟାପିବାର ସମ୍ଭାବନା ଅଛି। ଜଣେ ବ୍ୟକ୍ତି ସଂକ୍ରମିତ ହେବା ପରେ ତାଙ୍କଠାରେ ରୋଗର ଲକ୍ଷଣ ପ୍ରକାଶ ପାଇପାରେ ବା ନ ପାରେ କିନ୍ତୁ ତାଙ୍କଠାରୁ ରୋଗ ସଂକ୍ରମିତ ହୋଇପାରେ। ପୁଣି ସେହି ସଂକ୍ରମିତ ବ୍ୟକ୍ତିଙ୍କଠାରୁ ନିକଟବର୍ତ୍ତୀ ଅନ୍ୟ ଲୋକଙ୍କୁ ସଂକ୍ରମିତ ହୋଇପାରେ। ଏହିପରି ଜଣେ ଲୋକଠାରୁ ଅନେକ ଲୋକଙ୍କୁ ଗୋଟିଏ ଦିନରେ ସଂକ୍ରମଣ ଘଟିପାରେ। ସଂକ୍ରମଣକୁ ରୋକିବାର ଏକମାତ୍ର ଉପାୟ ହେଉଛି ପରସ୍ପରଠାରୁ ଯଥାସମ୍ଭବ ଦୂରତା ରକ୍ଷା କରିବା। ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ କେତେକ ବଞ୍ଚିବେ ଏବଂ ଅନ୍ୟମାନେ ମରିବେ। କିନ୍ତୁ ସଂକ୍ରମିତ ବ୍ୟକ୍ତି ଅନ୍ୟମାନଙ୍କଠାରୁ ଦୂରେଇ ରହିଲେ ଏହି ରୋଗ ବ୍ୟାପିବ ନାହିଁ। ଏହାଦ୍ୱାରା ରୋଗୀର ଲାଭ ନ ହେଲେ ବି ଅନ୍ୟମାନଙ୍କର ଲାଭ ହୋଇଥାଏ।
ଚାଇନା ସମଗ୍ର ସହରଗୁଡ଼ିକୁ ଅବରୁଦ୍ଧ କରିବା ମାଧ୍ୟମରେ କରୋନା ଭୂତାଣୁର ବିସ୍ତାରକୁ ବନ୍ଦ କରିପାରିଛି। ଲୋକଙ୍କୁ ଘରୁ ବାହାରିବାକୁ ବାରଣ କରିବା ସହ ତାଲିମପ୍ରାପ୍ତ ବ୍ୟକ୍ତିଙ୍କ ଦ୍ୱାରା ପ୍ରତ୍ୟେକ ଘରକୁ ଖାଦ୍ୟ ଯୋଗାଇଦେବାକୁ ସରକାର ସୁନିଶ୍ଚିତ କରିଛନ୍ତି। ୟୁରୋପରେ ଗଣତାନ୍ତ୍ରିକ ରାଷ୍ଟ୍ରଗୁଡିକ ପାଇଁ ଚାଇନା ପରି ସମ୍ପୂର୍ଣ୍ଣ ଅବରୋଧ କାର୍ଯ୍ୟକାରୀ କରିବା ସମ୍ଭବ ନୁହେଁ। ଏହି କାରଣ ପାଇଁ ଇଟାଲୀରେ ଏବଂ ବର୍ତ୍ତମାନ ସ୍ପେନରେ ଏହି ଭୂତାଣୁ ବ୍ୟାପିବାରେ ଲାଗିଛି ଏବଂ ଚାଇନା ତୁଳନାରେ ସେଠାରେ ମୃତ୍ୟୁହାର ଅଧିକ। ଅବଶ୍ୟ ୟୁରୋପୀୟମାନେ ସାମାଜିକ ଦୂରତା ଏବଂ ଆତ୍ମସଙ୍ଗରୋଧ ଅଭ୍ୟାସ କରୁୁଛନ୍ତି, କିନ୍ତୁ ଏହା ସମୁଦାୟ ଅବରୋଧ ଭଳି ପ୍ରଭାବଶାଳୀ ନୁହେଁ। ଶୁକ୍ରବାର ଇଟାଲୀରେ (ଯାହାର ଜନସଂଖ୍ୟା ଗୁଜରାଟଠାରୁ କମ୍‌) ୬୨୭ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୬,୦୦୦ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବା ରେକର୍ଡ କରାଯାଇଛି।
ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ରବିବାର ଆମେ କିଛି ଘଣ୍ଟା ପାଇଁ ସଂକ୍ରମଣକୁ ରୋକିବା ନିମନ୍ତେ ବାହାରକୁ ବାହାରିବା ନାହିଁ। ଏହା ଏକ ସମାଧାନ ନୁହେଁ। ପ୍ରକୃତରେ କରୋନା ବିରୋଧରେ ଲଢ଼ିବା ପାଇଁ ଭାରତର କ୍ଷମତା ନାହିଁ। ଭାରତୀୟଙ୍କ ମଧ୍ୟରୁ ଏକ ତୃତୀୟାଂଶ ଗୋଟିଏ କୋଠରିରେ ରୁହନ୍ତି। ଅନ୍ୟ ଏକ ତୃତୀୟାଂଶ ୨ଟି ରୁମ୍‌ରେ ରୁହନ୍ତି। ସେମାନେ ପରସ୍ପରକୁ ଅଲଗା ରଖିପାରିବେ ନାହିଁ ଏବଂ ଜଣେ ସଂକ୍ରମିତ ହେଲେ ପରିବାରର ସମସ୍ତେ ସଂକ୍ରମିତ ହେବେ। ତେଣୁ ମହାମାରୀକୁ ନିୟନ୍ତ୍ରଣ କରିବା ଭାରତ ପାଇଁ ଅସମ୍ଭବ। ପ୍ରତ୍ୟେକ ଘରେ ତାଲିମପ୍ରାପ୍ତ ତଥା ସୁରକ୍ଷିତ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଖାଦ୍ୟ ଯୋଗାଇବା ଏବଂ ସମସ୍ତଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ପାଇଁ ଆମର ଚାଇନା ପରି କ୍ଷମତା ନାହିଁ। ସଂକ୍ରମିତମାନଙ୍କୁ ବଞ୍ଚାଇବା ପାଇଁ ଆମର ଯଥେଷ୍ଟ ସ୍ବାସ୍ଥ୍ୟସେବା ସୁବିଧା ମଧ୍ୟ ନାହିଁ। ଭାରତ ସ୍ବାସ୍ଥ୍ୟସେବା ପାଇଁ ଯେତିକି ଖର୍ଚ୍ଚ କରୁଛି ତା’ର ୪ଗୁଣ ଖର୍ଚ୍ଚ କରୁଛି ପ୍ରତିରକ୍ଷା ପାଇଁ। ଗତବର୍ଷ ଆୟୁଷ୍ମାନ ଭାରତ ଯୋଜନା ପାଇଁ ସରକାର ମାତ୍ର ୩୨୦୦ କୋଟି ଟଙ୍କା ଦେଇଥିଲେ। ଅଥଚ ଆମେ କେବଳ ୩୬ଟି ରାଫାଲ ଯୁଦ୍ଧବିମାନ ପାଇଁ ୫୯,୦୦୦ କୋଟି ଟଙ୍କା ଖର୍ଚ୍ଚ କରିଛୁ।
ମହାମାରୀ ବ୍ୟାପିଲେ ଯେଉଁ ସଂକ୍ରମିତମାନେ ଅନ୍ୟ ଦେଶ ହୋଇଥିଲେ ବଞ୍ଚିଯାଇ ପାରିଥାନ୍ତେ ସେମାନେ ଭାରତରେ ମରିବେ। ଆମେ ଏପରି ଏକ ରୋଗର ସମ୍ମୁଖୀନ ହେବାକୁ ଯାଉଛୁ ଯାହା କେବଳ କିଛି ସଂଖ୍ୟାରେ ନୁହେଁ ବରଂ ଜନସଂଖ୍ୟାର ଏକ ଅଂଶକୁ ନିପାତ କରିବ। ଆମେ ଅତ୍ୟଧିକ ଅଭାବ, ଦୁଃଖ ଓ କ୍ଷତିରେ ଏତେ ଅଭ୍ୟସ୍ତ ଯେ ଶହ ଶହ ହଜାର ଲୋକ ମଲେ ମଧ୍ୟ କୌଣସି ବିପ୍ଳବ ହେବ ନାହିଁ କିମ୍ବା ସାମାଜିକ ଉତ୍ତେଜନା ଦେଖାଦେବ ନାହିଁ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?