ମହାବୀର ମୃତ୍ୟୁର କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା

ଭୁବନେଶ୍ୱର, ୨୧ା୧୨(ବ୍ୟୁରୋ): ଆନ୍ତଃ ରାଜ୍ୟ ବ୍ୟାଘ୍ର ସ୍ଥାନାନ୍ତରଣ ପ୍ରକଳ୍ପ ବନ୍ଦ ହେଲା। ଏବେ ‘ସୁନ୍ଦରୀ’ ନିଜ ଘରକୁ ଫେରିଯିବ। କିନ୍ତୁ ଏହା ଭିତରେ ଅନେକ ପ୍ରଶ୍ନ ଅସମାହିତ ରହିଗଲା। କାହା ଯୋଗୁ ୨ଟି ବାଘ ମହାବୀର ଓ ସୁନ୍ଦରୀ ଏତେ କଷ୍ଟ ପାଇଲେ। ମହାବୀର ସିନା ମରିଗଲା, ହେଲେ ସୁନ୍ଦରୀ ମଧ୍ୟ କିଛି କମ୍‌ କଷ୍ଟ ପାଇ ନାହିଁ। ଓଡ଼ିଶାର ଅପାରଗ ବନ ଅଧିକାରୀଙ୍କ ପାଇଁ ମହାବୀରର ମୃତ୍ୟୁ ହେଲା। ମହାବୀର ମଲା ପରେ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର ମୁଣ୍ଡିଆଳମାନେ କହିଥିଲେ, ଶିକାର ହୋଇନି କି ଅବହେଳା ହୋଇନି। କିନ୍ତୁ ସେତେବେଳେ ସେହି କଥାକୁ ବିଶେଷଜ୍ଞମାନେ ଖାରଜ କରିଥିଲେ ଏବଂ ସମ୍ପୃକ୍ତ ଅଧିକାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ଜାତୀୟ ବ୍ୟାଘ ସଂରକ୍ଷଣ କର୍ତ୍ତୃପକ୍ଷ (ଏନ୍‌ଟିସିଏ)ଙ୍କୁ ଅନୁରୋଧ କରିଥିଲେ। ହେଲେ ବନ ବିଭାଗର ବଡ଼ ବଡ଼ ଅଧିକାରୀମାନେ ସେତେବେଳେ ସେହି ରିପୋର୍ଟକୁ ଚାପିଦେଲେ। ମହାବୀରକୁ ଯେ ହତ୍ୟା କରାଯାଇଛି ଏହା ପୁଣି ଥରେ ଏନ୍‌ଟିସିଏର ଚିଠିରୁ ବାରି ହୋଇପଡୁଛି। ମଧ୍ୟପ୍ରଦେଶରୁ ବାଘକୁ ଆଣି ଜଙ୍ଗଲରେ ଛାଡ଼ି ଯେତିକି ବାହାବା ସାଉଁଣ୍ଟିଥିଲେ ରାଜ୍ୟ ସରକାର, ତା’ର ଅସଲ ମୁଖାକୁ ଏବେ ଖୋଲିଦେଇଛି ଏନ୍‌ଟିସିଏ। ଯୋଜନା ଯେଉଁଭଳି ଭାବେ କରାଯାଇଥିଲା, ବାସ୍ତବତାରେ ତା’ର ସଫଳ ରୂପାୟନ ହୋଇପାରିଲା ନାହିଁ। ସୂଚନାଯୋଗ୍ୟ, ଝିଙ୍କକାଠି ଖାଇ ମହାବୀରର ମୃତ୍ୟୁ ହୋଇଥିଲା ବୋଲି କହି ଶିକାର ଘଟଣାକୁ ଘୋଡ଼େଇବା ପାଇଁ ଯେଉଁ ଅଧିକାରୀ ପ୍ରୟାସ କରିଥିଲେ, ବନ ବିଭାଗ ତାଙ୍କୁ ପଦୋନ୍ନତି ଦେଇ ପୁରସ୍କୃତ କରିଛନ୍ତି।
ସେହିପରି ସୁନ୍ଦରୀ କ୍ଷେତ୍ରରେ ଏନ୍‌ଟିସିଏର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡ୍ୟୁର ଆଦୌ ପାଳନ କରାଯାଇ ନ ଥିଲା। ସୁନ୍ଦରୀ ପ୍ରକୃତରେ ମଣିଷ ମାରିଥିଲା କି ନାହିଁ ତାହା ପରୀକ୍ଷା ନ କରି ତାକୁ ବାନ୍ଧି ଏକ ଛୋଟ ଅଞ୍ଚଳରେ ଆବଦ୍ଧ କରି ରଖାଗଲା। ଏପରି କି ଅଭିଜ୍ଞତା ସମ୍ପନ୍ନ ଟ୍ରାଙ୍କୁଲାଇଜର ବିଶେଷଜ୍ଞଙ୍କ ହାତରେ ମହାବଳ ବାଘକୁ ଟ୍ରାଙ୍କୁଲାଇଜ୍‌ କରିବା ପାଇଁ ଲିଖିତ ଗାଇଡ଼ଲାଇନ ରହିଥିଲେ ମଧ୍ୟ ଜଣେ ଅନଭିଜ୍ଞ ଏବଂ ଜୀବନରେ ପ୍ରଥମ କରି ବନ୍ଧୁକ ଧରିଥିବା ଭେଟେରିନାରୀ ଡାକ୍ତରଙ୍କ ହାତରେ ଏହି କାମ କରାଗଲା। ଫଳରେ ସୁନ୍ଦରୀ ମେରୁଦଣ୍ଡରେ ଆଘାତ ଲାଗିଥିଲା ବୋଲି ପୂର୍ବରୁ ବହୁ ଚର୍ଚ୍ଚା ମଧ୍ୟ ହୋଇଥିଲା।
ଏହି ଘଟଣାରେ ରାଜ୍ୟର ବନ୍ୟପ୍ରାଣୀ ପ୍ରେମୀମାନେ ମର୍ମାହତ। ଖୋର୍ଦ୍ଧା ଜିଲାର ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଶୁଭେନ୍ଦୁ ମଲ୍ଲିକ କହିଛନ୍ତି, ଏନ୍‌ଟିସିଏର ଚିଠି ରାଜ୍ୟ ବନ ବିଭାଗର ମୁଣ୍ଡିଆଳମାନଙ୍କ ମୁଖା ଖୋଲି ଦେଇଛି। ଏହି ଘଟଣାରେ ଆଉ ଗାର୍ଡ କିମ୍ବା ଫରେଷ୍ଟରଙ୍କ ଭଳି ତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦି ବଡ଼ ଅଧିକାରୀମାନେ ଖସି ପାରିବେ ନାହିଁ। କାରଣ ଗୋଟିଏ ସ୍କିମରେ ଆସିଥିବା ଟଙ୍କାକୁ ଅନ୍ୟତ୍ର ଖର୍ଚ୍ଚ କରିବା ଯାହା କି ଏନ୍‌ଟିସିଏ ରିପୋର୍ଟରେ ଉଲ୍ଲେଖ ରହିଛି ତାହା ଗାର୍ଡ ବା ଫରେଷ୍ଟରଙ୍କ କାମ ନୁହେଁ। ଏବେ ମୁଣ୍ଡିଆଳମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାର ସମୟ ଆସିଛି। ଯେଉଁ ବନ ଅଧିକାରୀମାନେ ଏହି କାର୍ଯ୍ୟ ପରିଚାଳନା କରୁଥିଲେ ସେମାନଙ୍କ ବିରୋଧରେ ରାଜ୍ୟ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ ବୋଲି ଶୁଭେନ୍ଦୁ ପ୍ରକାଶ କରିଛନ୍ତି। ସେପଟେ ଏନ୍‌ଟିସିଏର ଚିଠି ପାଇବା ପରେ ମଧ୍ୟ ବ୍ୟାଘ୍ର ସ୍ଥାନାନ୍ତର ପ୍ରକ୍ରିୟା ପ୍ରକଳ୍ପ ବିଫଳ ହୋଇଛି ବୋଲି ମାନିବାକୁ ନାରାଜ ବନ ବିଭାଗ। ପିସିସିଏଫ୍‌ ହରିଶଙ୍କର ଉପାଧ୍ୟାୟ କହିଛନ୍ତି, ବ୍ୟାଘ୍ର ପ୍ରକଳ୍ପ ବିଫଳ ହେବା କହିବା ଠିକ୍‌ ନୁହେଁ। କାରଣ ସ୍ଥାନୀୟ ଲୋକଙ୍କ ଆନ୍ଦୋଳନ ଯୋଗୁ ଅସୁବିଧା ସୃଷ୍ଟି ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବରୀରେ ଦେବାଶିଷ ନାୟକ ହେଲେ କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର, ୫।୫: ରବିବାର ପାଞ୍ଚ ବିଧାନସଭା ଆସନରେ ପ୍ରାର୍ଥୀ ବଦଳିଛି କଂଗ୍ରେସ। ବରୀରେ ଆରତୀ ଦେଓଙ୍କ ସ୍ଥାନରେ ଦେବାଶିଷ ନାୟକଙ୍କୁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।...

ନୀଳଗିରି ଆସନ ଲାଗି ପ୍ରାର୍ଥୀ ଘୋଷଣା, କଂଗ୍ରେସରୁ ଏହି ବରିଷ୍ଠ ନେତା ପାଇଲେ ଟିକେଟ୍‌…

ଭୁବନେଶ୍ୱର,୫।୫: ନୀଳଗିରି ବିଧାନସଭା ଆସନ ଲାଗି କଂଗ୍ରେସ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କୁ ଦଳ ପ୍ରାର୍ଥୀ କରିଛି। ୧୯୮୦ ଏବଂ...

ଭାଜପା ଟାର୍ଗେଟରେ ଓଡ଼ିଶା: ୮ରେ ଆସିବେ ରାଜନାଥ ସିଂ, ୧୨ରେ ଶାହା

ଭୁବନେଶ୍ୱର, ୫।୫: ଓଡ଼ିଶାରେ ସରକାର ଗଠନ କରିବା ଲକ୍ଷ୍ୟରେ ପୁରା ଜୋର ଲଗାଉଛନ୍ତି ଭାଜପା ନେତା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

୫ ବିଧାନସଭା ଆସନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୫।୫: ୫ ଆସନରେ ପ୍ରାର୍ଥୀ ବଦଳାଇଛି କଂଗ୍ରେସ। ଜଳେଶ୍ୱର, ବରୀ, ଆଠମଲ୍ଲିକ, ଆଠଗଡ ଓ ପୁରୀରେ କଂଗ୍ରେସ ନିଜର ପ୍ରାର୍ଥୀ ଅଦଳବଦଳ କରିଛି। ଜଳେଶ୍ୱରରେ ସୁଦର୍ଶନ...

ପାରାଦୀପରେ ସୁନାମି ସମ୍ଭାବନା, ଡାକବାଜି ଯନ୍ତ୍ର ଯୋଗେ ସତର୍କ କରାଇଲା ମତ୍ସବିଭାଗ

ପାରାଦୀପ,୫।୫(ଶରତ ରାଉତ): ସମ୍ପ୍ରତି ବଙ୍ଗୋପସାଗରରେ ସମୁଦ୍ର ଅଶାନ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ୫ରୁ ଆସନ୍ତା ୮ ତାରିଖ ମଧ୍ୟରେ ସମୁଦ୍ରରେ ୦.୨ ମିଟରରୁ...

ବୌଦ୍ଧରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର, କହିଲେ-‘ନିର୍ବାଚନ ଆସିଲେ ବିରୋଧୀ ଟୁରିଷ୍ଟ ଭଳି ଆସିବେ’

ବୌଦ୍ଧ, ୫।୫ ( ଅଜିତ କୁମାର ବାରିକ): ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ରବିବାର ୫ଟି ଅଧକ୍ଷ୍ୟ...

ଆଗାମୀ ୨୫ବର୍ଷର ଯାତ୍ରା ସ୍ଥିର କରିବୁ, ଏମିତି କାହିଁକି କହିଲେ ଜୟଶଙ୍କର

କଟକ,୫।୫: କଟକରେ ପହଞ୍ଚିଛନ୍ତି ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର। ସେଠାରେ ସେ ବୁଦ୍ଧିଜୀବୀଙ୍କ ସମ୍ମିଳନୀରେ ଉଦବୋଧନ ଦେଇଛନ୍ତି। ସେ କହିଛନ୍ତି, ବିକଶିତ ଭାରତ ପାଇଁ ଆମକୁ...

ମାଡି ଆସୁଛି ଝଡ଼ ବର୍ଷା, ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୫।୫: ୨ ଦିନ ପ୍ରବଳ ଝଡ଼ ବର୍ଷା ନେଇ ଆଲର୍ଟ କରିଛି ପାଣିପାଗ ବିଭାଗ। ଉତ୍ତର ଓଡ଼ିଶା ଉପକୂଳରେ ଝଡ଼ ବର୍ଷା ନେଇ ସତର୍କତା ଜାରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri