ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଏବଂ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ତେତିଶି କୋଟି ଦେବଦେବୀଙ୍କ ସମେତ ଗନ୍ଧର୍ବ, କିନ୍ନର, ଦକ୍ଷ, ରକ୍ଷ, ଭୂତ, ପ୍ରେତ, ଚଣ୍ଡୀ ଚାମୁଣ୍ଡା ରଥରେ ଅଧିଷ୍ଠିତ ପାଶର୍‌ବ ଦେବଦେବୀ ପ୍ରଭୃତି ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ପ୍ରଦାନ କରାଯାଇଥାଏ। ଏମାନେ ରଥରେ ଅଦୃଶ୍ୟ ଭାବେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଧର ପଣା ସେବନ ପୂର୍ବକ ଆତ୍ମସନ୍ତୋଷ ଲାଭ କରି ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ନୀତିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରଚୁମ୍ବିତ ହେଲାପରି ତିନୋଟି ଲେଖାଏ ମାଟିହାଣ୍ଡି ରଖାଯାଏ। ଏଗୁଡ଼ିିକୁ କୁମ୍ଭାର ସେବକମାନେ ତିଆରି କରିଥାନ୍ତି। ତିନିରଥରେ ୩ଟି ହିସାବରେ ୯ଟି ହାଣ୍ଡି ଆବଶ୍ୟକ ପଡ଼େ। ତେବେ କୁମ୍ଭକାରଙ୍କ ପକ୍ଷରୁ ଗୋଟିଏ ଅଧିକ ହାଣ୍ଡି ନିର୍ମାଣ କରାଯାଇଥାଏ। ୧୦ଟି ହାଣ୍ଡି ରଥ ନିକଟରେ ରଖାଯାଇଥାଏ। ଯଦି କୌଣସି ହାଣ୍ଡିରେ ତ୍ରୁଟି ଦେଖାଦିଏ ତତ୍‌କ୍ଷଣାତ୍‌ ତାହାକୁ ବଦଳାଇ ଦିଆଯାଏ। ତେବେ ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ଅଧରପଣା ନୀତିରେ ମଧ୍ୟ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ନୀତି ନିମନ୍ତେ ହାଣ୍ଡି ଯୋଗାଇ ଦିଆଯାଇଥାଏ। ହାଣ୍ଡିଗୁଡ଼ିକ ଶ୍ରୀବିଗ୍ରହମାନଙ୍କ ଅଧର ଛୁଇଁଁବା ପର୍ଯ୍ୟନ୍ତ ଉଚ୍ଚର ହୋଇଥାଏ। ତେଣୁ ହାଣ୍ଡିଗୁଡ଼ିକୁ ଅଧର ହାଣ୍ଡି ବୋଲି କୁହାଯାଏ। ଅଧର ହାଣ୍ଡି ନିର୍ମାଣ କରୁଥିବା କୁମ୍ଭକାର ସେବକ ଅଜୟ କୁମାର ବିଶୋଇ କହିଛନ୍ତି, କୁମ୍ଭକାର ସେବକମାନେ ଶୁଦ୍ଧପୂତ ଭାବେ ଅକ୍ଷୟତୃତୀୟା ତିଥିରେ ଅଧରହାଣ୍ଡି ନିର୍ମାଣ ଆରମ୍ଭ କରିଥାନ୍ତି। ଏଥିପାଇଁ ୫ବସ୍ତା ମାଟି ଓ ୨ବସ୍ତା ବାଲି ଆବଶ୍ୟକ ହୋଇଥାଏ। ପ୍ରଥମେ ବାଲି ଓ ମାଟିକୁ ଉପଯୁକ୍ତ ପରିମାଣର ମିଶ୍ରଣ କରାଯାଇ ହାଣ୍ଡି ପାଇଁ ମାଟି ପ୍ରସ୍ତୁତ କରାଯାଏ। ପରେ ଉକ୍ତ ମାଟିକୁ ଚକରେ ପକାଯାଇ ଅଧର ହାଣ୍ଡି ଗଢ଼ାଯାଏ। ହାଣ୍ଡି ତିଆରି ପରେ ଖରାରେ ଶୁଖାଯାଏ। ଶୁଖିଯିବା ପରେ ହାଣ୍ଡିକୁ ଭାଟିରେ ପକାଯାଇ ପୋଡ଼ାଯାଏ। ଏହା ପରେ ଅଧର ହାଣ୍ଡି ପ୍ରସ୍ତୁତ ହୋଇଥାଏ। ହାଣ୍ଡିଗୁଡ଼ିିକର ଉଚ୍ଚତା ପ୍ରାୟ ସାଢେ ୪ଫୁଟରୁ ୫ ଫୁଟ ରହିଥାଏ। ସେହିପରି ଓସାର ୫ ଫୁଟ ୮ ଇଞ୍ଚ ହୋଇଥାଏ। ଅଧର ହାଣ୍ଡି ସହ ପାଣି ବୋହିବା ପାଇଁ ୩୦ଟି ଦାସିଆ ହାଣ୍ଡି ଓ ୫୦ଟି ଠେକ ହାଣ୍ଡି ଯୋଗାଇ ଦିଆଯାଏ। ଏହି ସେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭକାରମାନଙ୍କୁ ଖେଇ ଦିଆଯାଏ। ମହାପ୍ରଭୁଙ୍କ କାମ କରିବାର ସୁଯୋଗ ମିଳିଥିବାରୁ କୁମ୍ଭକାର ସେବକମାନେ ନିଜକୁ ଧନ୍ୟ ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?