ମହାପ୍ରଭୁଙ୍କ ପାଇଁ ଗଢ଼ା ସରିଛି ଅଧର ହାଣ୍ଡି

ପୁରୀ ଅଫିସ, ୧୮ା୭: ନବଦିନାତ୍ମକ ଘୋଷଯାତ୍ରାରେ ବାହାରି ଦାରୁଦିଅଁ ଏବେ ଆଡ଼ପମଣ୍ଡପରେ ଲୀଳା କରୁଛନ୍ତି। ଶ୍ରୀଗୁଣ୍ଡିଚା ମନ୍ଦିରରେ ଲୀଳାଖେଳା ସାରି ଆଷାଢ଼ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏକାଦଶୀ ତିଥିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଏବଂ ଦ୍ୱାଦଶୀ ତିଥିରେ ଅଧରପଣା ନୀତି ଅନୁଷ୍ଠିତ ହୋଇଥାଏ। ତେତିଶି କୋଟି ଦେବଦେବୀଙ୍କ ସମେତ ଗନ୍ଧର୍ବ, କିନ୍ନର, ଦକ୍ଷ, ରକ୍ଷ, ଭୂତ, ପ୍ରେତ, ଚଣ୍ଡୀ ଚାମୁଣ୍ଡା ରଥରେ ଅଧିଷ୍ଠିତ ପାଶର୍‌ବ ଦେବଦେବୀ ପ୍ରଭୃତି ଅଶରୀରମାନଙ୍କ ଉଦ୍ଦେଶ୍ୟରେ ଏହି ଅଧରପଣା ପ୍ରଦାନ କରାଯାଇଥାଏ। ଏମାନେ ରଥରେ ଅଦୃଶ୍ୟ ଭାବେ ରହି ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଅଧର ପଣା ସେବନ ପୂର୍ବକ ଆତ୍ମସନ୍ତୋଷ ଲାଭ କରି ସ୍ବସ୍ଥାନକୁ ଫେରିଯାଇଥାନ୍ତି ବୋଲି ବିଶ୍ୱାସ ରହିଛି। ଏହି ନୀତିରେ ରଥ ଉପରେ ଶ୍ରୀବିଗ୍ରହମାନଙ୍କ ଅଧରଚୁମ୍ବିତ ହେଲାପରି ତିନୋଟି ଲେଖାଏ ମାଟିହାଣ୍ଡି ରଖାଯାଏ। ଏଗୁଡ଼ିିକୁ କୁମ୍ଭାର ସେବକମାନେ ତିଆରି କରିଥାନ୍ତି। ତିନିରଥରେ ୩ଟି ହିସାବରେ ୯ଟି ହାଣ୍ଡି ଆବଶ୍ୟକ ପଡ଼େ। ତେବେ କୁମ୍ଭକାରଙ୍କ ପକ୍ଷରୁ ଗୋଟିଏ ଅଧିକ ହାଣ୍ଡି ନିର୍ମାଣ କରାଯାଇଥାଏ। ୧୦ଟି ହାଣ୍ଡି ରଥ ନିକଟରେ ରଖାଯାଇଥାଏ। ଯଦି କୌଣସି ହାଣ୍ଡିରେ ତ୍ରୁଟି ଦେଖାଦିଏ ତତ୍‌କ୍ଷଣାତ୍‌ ତାହାକୁ ବଦଳାଇ ଦିଆଯାଏ। ତେବେ ଶ୍ରୀଜଗନ୍ନାଥ ମନ୍ଦିରର ଅଧିକାଂଶ ରୀତିନୀତି ଓ ଯାନିଯାତ୍ରା ସହିତ ଶ୍ରୀକ୍ଷେତ୍ରରେ ଥିବା ମଠଗୁଡ଼ିକର ସମ୍ପର୍କ ବହୁ ପ୍ରାଚୀନ କାଳରୁ ରହିଆସିଛି। ଅଧରପଣା ନୀତିରେ ମଧ୍ୟ ମଠର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଘବଦାସ ମଠ, ବଡ଼ଓଡ଼ିଆ ମଠ ଏବଂ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅଧରପଣା ନୀତି ନିମନ୍ତେ ହାଣ୍ଡି ଯୋଗାଇ ଦିଆଯାଇଥାଏ। ହାଣ୍ଡିଗୁଡ଼ିକ ଶ୍ରୀବିଗ୍ରହମାନଙ୍କ ଅଧର ଛୁଇଁଁବା ପର୍ଯ୍ୟନ୍ତ ଉଚ୍ଚର ହୋଇଥାଏ। ତେଣୁ ହାଣ୍ଡିଗୁଡ଼ିକୁ ଅଧର ହାଣ୍ଡି ବୋଲି କୁହାଯାଏ। ଅଧର ହାଣ୍ଡି ନିର୍ମାଣ କରୁଥିବା କୁମ୍ଭକାର ସେବକ ଅଜୟ କୁମାର ବିଶୋଇ କହିଛନ୍ତି, କୁମ୍ଭକାର ସେବକମାନେ ଶୁଦ୍ଧପୂତ ଭାବେ ଅକ୍ଷୟତୃତୀୟା ତିଥିରେ ଅଧରହାଣ୍ଡି ନିର୍ମାଣ ଆରମ୍ଭ କରିଥାନ୍ତି। ଏଥିପାଇଁ ୫ବସ୍ତା ମାଟି ଓ ୨ବସ୍ତା ବାଲି ଆବଶ୍ୟକ ହୋଇଥାଏ। ପ୍ରଥମେ ବାଲି ଓ ମାଟିକୁ ଉପଯୁକ୍ତ ପରିମାଣର ମିଶ୍ରଣ କରାଯାଇ ହାଣ୍ଡି ପାଇଁ ମାଟି ପ୍ରସ୍ତୁତ କରାଯାଏ। ପରେ ଉକ୍ତ ମାଟିକୁ ଚକରେ ପକାଯାଇ ଅଧର ହାଣ୍ଡି ଗଢ଼ାଯାଏ। ହାଣ୍ଡି ତିଆରି ପରେ ଖରାରେ ଶୁଖାଯାଏ। ଶୁଖିଯିବା ପରେ ହାଣ୍ଡିକୁ ଭାଟିରେ ପକାଯାଇ ପୋଡ଼ାଯାଏ। ଏହା ପରେ ଅଧର ହାଣ୍ଡି ପ୍ରସ୍ତୁତ ହୋଇଥାଏ। ହାଣ୍ଡିଗୁଡ଼ିିକର ଉଚ୍ଚତା ପ୍ରାୟ ସାଢେ ୪ଫୁଟରୁ ୫ ଫୁଟ ରହିଥାଏ। ସେହିପରି ଓସାର ୫ ଫୁଟ ୮ ଇଞ୍ଚ ହୋଇଥାଏ। ଅଧର ହାଣ୍ଡି ସହ ପାଣି ବୋହିବା ପାଇଁ ୩୦ଟି ଦାସିଆ ହାଣ୍ଡି ଓ ୫୦ଟି ଠେକ ହାଣ୍ଡି ଯୋଗାଇ ଦିଆଯାଏ। ଏହି ସେବା ଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁମ୍ଭକାରମାନଙ୍କୁ ଖେଇ ଦିଆଯାଏ। ମହାପ୍ରଭୁଙ୍କ କାମ କରିବାର ସୁଯୋଗ ମିଳିଥିବାରୁ କୁମ୍ଭକାର ସେବକମାନେ ନିଜକୁ ଧନ୍ୟ ମନେକରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri