ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନର ସୁଖବନ୍ଧନରେ ଅନ୍ତର୍ଭୁକ୍ତ ଦାବି: ଦସ୍ତଖତ ଅଭିଯାନ ସଂଗ୍ରହ

କେସିଙ୍ଗା,୩୦।୮(ଡି.ଏନ.ଏ.)-କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କଶୃପଡା ଯୁକ୍ତ ଦୁଇ ମହାବିଦ୍ୟାଳୟ ପରିସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନ ମୁଖବନ୍ଧରେ ସ୍ଥାନ ପାଇବା ପାଇଁ ଏକ ସଭା ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏଥିରେ ନର୍ଲା ନିର୍ବାଚନମଣ୍ଡଳୀର ବିଧାୟକ ଭୁପିନ୍ଦର ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଗତବର୍ଷ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇ ଗାନ୍ଧୀଙ୍କ ଅହିଂସାକୁ ଭାରତର ସମ୍ବିଧାନ ମୁଖ୍ୟବନ୍ଧରେ ସ୍ଥାନ ପାଇବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ଗାନ୍ଧୀଙ୍କ ଅହିଂସା ସତ୍ୟାଗ୍ରହ ଆନ୍ଦୋଳନ ଯୋଗୁ ୧୫ ଅଗଷ୍ଟ ୧୯୪୭ରେ ବ୍ରିଟିସ ଶାସନରୁ ମୁକ୍ତ ହୋଇ ଭାରତ ସ୍ବାଧୀନତା ପ୍ରାପ୍ତ ହୋଇଥିଲା । ଗାନ୍ଧୀଙ୍କ ଏହି ଅହିଂସାକୁ ଭାରତ ବର୍ଷରେ ଯୁଗ ଯୁଗଧରି ବଞ୍ଚାଇ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବ ଆଗତ କରିଥିବାରୁ ଓଡିଶାର ସ୍ବାଧୀନତା ସଂଗ୍ରାମୀ ସମିତି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଓ ଉତ୍କଳ ଗାନ୍ଧୀ ସ୍ମାରକ ନିଧି ଏବଂ ରାଜ୍ୟ ସରକାରଙ୍କ ତତ୍ତ୍ବାବଧାନରେ ଏହି କାର୍ଯ୍ୟ ଚାଲିଥିବାରୁ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକଙ୍କୁ ଭୁପିନ୍ଦର ସିଂହଙ୍କୁ ୩୪ ଶହ ଦସ୍ତଖତ ସଂଗ୍ରହ କରିବାକୁ ଦାୟୀତ୍ୱ ଦିଆଯାଇଥିବାରୁ ଗୁରୁବାର କଶୃପଡା ଯୁକ୍ତ ୨ ମହାବିଦ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଗାନ୍ଧୀଙ୍କ ଶାନ୍ତି, ପ୍ରୀତି ଓ ଅହିଂସା, ଆଦର୍ଶ, ସର୍ବ ଧର୍ମ ସମନ୍ବୟ ଆଦି ବିଷୟରେ ଛାତ୍ରୀଛାତ୍ରମାନଙ୍କୁ ଆଲୋକପାତ କରି ଛାତ୍ରୀଛାତ୍ରମାନଙ୍କଠାରୁ ଦସ୍ତଖତ ସଂଗ୍ରହ କରିଥିଲେ। ନର୍ଲା, କେସିଙ୍ଗା, ଭବାନୀପାଟଣା ଆଦି ଅଞ୍ଚଳରୁ ୭ ଦିନ ଏହି ଦସ୍ତଖତ ଅଭିଯାନ ଚାଲିବ। ଏହି ଅହିଂସା ପ୍ରସ୍ତାବକୁ ଅଞ୍ଚଳ ତଥା ଦେଶବାସୀ ସମ୍ମତି ପ୍ରଦାନ କରିବାକୁ ନର୍ଲା ବିଧାୟକ ଅନୁରୋଧ କରିଛନ୍ତି । ଏହି ଦସ୍ତଖତ ଅଭିଯାନରେ ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ଶର୍ମା, ରାମଜୀମାତ ଖଣ୍ଡିଆ, ରିସବ ଜୈନ ପ୍ରମୁଖ ଯୋଗଦେଇଥିଲେ। କଶୃପଡା ଯୁକ୍ତ ୨ ପ୍ରିନ୍ସିପାଲ ରମେଶ ନାଏକ, ଜଣେ ହାଇସ୍କୁଲ ପ୍ରଧାନ ଶିକ୍ଷକ ବି. ସୁରଲିଧର ଆଚାରୀ ଓ ଚନ୍ଦନ ସେନାପତି ନିଜସ୍ବ ମତ ପ୍ରଦାନ କରିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

ଶ୍ରୀରାମ ନବମୀର ୭୫ ବର୍ଷ ପୂର୍ତ୍ତି ସମାରୋହ, ଯୋଗଦେଲେ ଯୁବ ନେତା ନୀଳମାଧବ ସିଂଦେଓ

ରିଷିଡ଼ା, ୮ା୪ (ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ତେରେସିଂହା ପଞ୍ଚାୟତ ବିନ୍ଧାଣି ଗ୍ରାମରେ ପବିତ୍ର ରାମନବମୀ ପାଳନର ୭୫ ବର୍ଷ ପୂର୍ତ୍ତି ସମାରୋହ ଅନୁଷ୍ଠିତ…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ପୁନର୍ଜୀବିତ ହେବ ଲୋପ ପାଉଥିବା ଲୋକକଳା: ତୁମୁଡିବନ୍ଧ ବ୍ଲକରେ ‘ଓଡ଼ିଆ ପକ୍ଷ-୨୦୨୬’ ପାଳିତ

ତୁମୁଡିବନ୍ଧ,୮।୪ (ଦୀପକ କୁମାର ପରାସେଠ): ଲୋପ ପାଉଥିବା ଲୋକକଳାକୁ ପୁନର୍ଜୀବିତ କରିବା ଉଦ୍ଦେଶ୍ୟରେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ ‘ଓଡ଼ିଆ ପକ୍ଷ-୨୦୨୬’ ଅନୁଯାୟୀ ‘ଲୋକକଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri