ମଶା କବଳରେ ବ୍ୟାସନଗରବାସୀ: ପରିମଳ ବ୍ୟବସ୍ଥା ସଜାଡ଼ିବାରେ ବିଫଳ

ଯାଜପୁର ଅଫିସ,୧୧।୧୨- ପାଖାପାଖି ୧ବର୍ଷ ହେଲା ସ୍ବାୟତ୍ତ ଶାସନ ବା ପୌର ସଂସ୍ଥାର ଦାୟିତ୍ୱ ପ୍ରଶାସନ ହାତରେ ରହିଛି। ସହରର ପରିବେଶକୁ ସ୍ବାସ୍ଥ୍ୟକର ଓ ନିର୍ମଳ ରଖିବା ପାଇଁ ପରିମଳ ସେବା ରହିଛି, ହେଲେ ଯାଜପୁର ଜିଲାର କଳିଙ୍ଗନଗର ଶିଳ୍ପାଞ୍ଚଳର ମୁଖଶାଳା ଭାବେ ପରିଚିତ ବ୍ୟାସନଗର ପୌର ପରିଷଦ ଏହି ମୌଳିକ ଦାୟିତ୍ୱରୁ ନିଜକୁ ଖସାଇବାକୁ ପରିମଳ ସେବାକୁ ଆଖିବୁଜି ଦେଇଛି। ଗତ ପ୍ରାୟ ୧ ମାସ ହେବ ସହରବାସୀ ମଶା ଆକ୍ରମଣରେ ନୟାନ୍ତ ହୋଇ ପଡ଼ିଛନ୍ତି । ମଶା ମାରିବାକୁ ନିୟୋଜିତ ସଂସ୍ଥା ସ୍ପାଇକ ବିଫଳ ହୋଇଛି। ଏଭଳିସ୍ଥିତିରେ ଆଗାମୀ ଦିନରେ ସହରର ଅବସ୍ଥା ଆହୁରି ଦୁର୍ଦ୍ଦଶାଗ୍ରସ୍ତ ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ନ ପାରେ ।
ୱାର୍ଡଗୁଡ଼ିକର ଭୌଗୋଳିକ ପରିସୀମା, ଜନବସତିର ଘନତ୍ୱକୁ ବିଚାରକୁ ନିଆ ନ ଯାଇ ଅବୈଜ୍ଞାନିକ ଭାବରେ ପ୍ରତ୍ୟେକ ୱାର୍ଡକୁ ସମାନ ହିସାବରେ ପରିମଳ କାର୍ଯ୍ୟର ଘରୋଇକରଣ ହୋଇଛି। ସଂପୃକ୍ତ ଠିକାସଂସ୍ଥା ସଫେଇ କାର୍ଯ୍ୟ ଠିକ୍‌ ଭାବରେ କରୁ ନ ଥିବାବେଳେ ମାଛ ତେଲରେ ମାଛ ଭାଜିବା ଭଳି ପୌର ପରିଷଦର ଅର୍ଥକୁ ବରବାଦ କରୁଛି। ସମ୍ପୃକ୍ତ ଅନୁଷ୍ଠାନର ଏତେ ଦବଦବା ରହିଛି ଯେ, ପୌର କର୍ତ୍ତୃପକ୍ଷ ସଫେଇ କାର୍ଯ୍ୟରେ ତ୍ରୁଟି ନେଇ ତାକୁ କୈଫିୟତ ତଲବ କରିବାକୁ ସାହାସ କରୁ ନାହାନ୍ତି। ଘରକୁ ଘର ଆବର୍ଜନା ସଂଗ୍ରହ, ରାସ୍ତାଘାଟ ଝାଡୁ କରାଯିବା, ନାଳ ସଫା, ଅସ୍ଥାୟୀ ଡମ୍ପିଂୟାର୍ଡରେ ଆବର୍ଜନା ଜମା କରି ସକାଳ ସୁଦ୍ଧା ଅସ୍ଥାୟୀ ଡମ୍ପିଂ ୟାର୍ଡରୁ ଆବର୍ଜନା ଉଠାଯିବା ନେଇ ଠିକାସଂସ୍ଥା ସହ ସର୍ତ୍ତ ରଖାଯାଇଥିଲା। ଯାହାକି ଠିକ ଭାବେ ପରିଚାଳନା ହୋଇ ପାରୁନାହିଁ। ଅପରପକ୍ଷରେ ମାସ ପୁରିଲେ ହରାହାରି ପ୍ରାୟ ୧୫ ଲକ୍ଷ ଟଙ୍କା ବିଲ୍‌ ପଇଠ ହେଉଛି। ହେଲେ ରାସ୍ତାକଡ଼ରୁ ମଇଳା, ଡ୍ରେନ ଆଦୌ ସଫା ହେଉ ନ ଥିବାରୁ ମଶାଙ୍କ ଉପତ୍ାତ ଚରମସୀମାରେ ପହଞ୍ଚତ୍ଛି। ପୌର ପରିଷଦ ତରଫରୁ ନିୟୋଜିତ ସଂସ୍ଥା ଦ୍ୱାରା କୌଣସି ମଶାମରା ଔଷଧ କାମରେ ଲାଗୁନାହିଁ। ପ୍ରାୟ ୩ ମାସ ହେବ ସହରର ଅଧିକାଂଶ ଡ୍ରେନ ସଫା ହୋଇନାହିଁ। ଡ୍ରେନ୍‌ରେ ଆବଶ୍ୟକ ମଶାତେଲ ସିଞ୍ଚନ କରାଯାଉ ନାହିଁ। ଅଳିଆ ଉଠାଣ, ଗଳି ରାସ୍ତା ସଫେଇ, ଡ୍ରେନ ସଫେଇ, ବୁଦା ଓ ଘାସ କଟା ଆଦି ୧୦୦ ପ୍ରତିଶତ କରିବାକୁ ଠିକାସଂସ୍ଥା ସହ ଚୁକ୍ତିରେ ଦର୍ଶାଯାଇଛି। ହେଲେ ତାହା କେବଳ ପ୍ରତିଶ୍ରୁତିରେ ସୀମିତ ରହିଛି। ଉପଯୁକ୍ତ ଭାବେ ସଫେଇ ନ ହେଲେ ଚୁକ୍ତିରେ ଠିକାସଂସ୍ଥାକୁ ଜରିମାନା ବ୍ୟବସ୍ଥା ରହିଛି। ହେଲେ ଏଯାଏ ନିୟୋଜିତ ଠିକାସଂସ୍ଥା ଜାଗୃତି ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସହରର ପରିମଳ ବ୍ୟବସ୍ଥା ଦିନକୁ ଦିନ ଭୁଷୁଡ଼ିବାରେ ଲାଗିଛି। ସହର ସାରା ସନ୍ତସନ୍ତିଆ ଜାଗା, ଗୋଳିଆ ପାଣି, ପଚାଶଢା ଓ ଅଳିଆ ଆବର୍ଜନା ମଶାଙ୍କ ଲାଗି ଭୂସ୍ବର୍ଗ ହୋଇଛି। ସହରର ଗଳିକନ୍ଦି, ରାସ୍ତାପାର୍ଶ୍ୱରେ ଗୁଟ୍‌ଖା ଓ ଅନ୍ୟାନ୍ୟ ପାନୀୟ ଭର୍ତ୍ତି ପ୍ଲାଷ୍ଟିକ ପାଉଚ ବହୁଳ ପରିମାଣରେ ଦେଖିବାକୁ ମିଳୁଛି। ତେଲ, ଅଟା ଆଦି ଖାଉଟି ଦ୍ରବ୍ୟ ଆସୁଥିବା ପ୍ଲାଷ୍ଟିକ ଜରିକୁ ଫୋପାଡି ଦିଆଯାଉଛି। ତୁରନ୍ତ ପରିମଳ ବ୍ୟବସ୍ଥାରେ ଉନ୍ନତି ଆଣିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରିଜ୍‌ ଉପରେ ସେଲ୍‌ଫି ନେଉନେଉ ନଦୀକୁ ଖସିପଡ଼ିଲେ ଯୁବତୀ, ଆଉ ତା’ ପରେ…

ବଲାଙ୍ଗୀର/ସଇଁନ୍ତଳା,୧୫ା୮(ସୁନିଲ କୁମାର ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁନ୍ତଳା ଥାନା ଅନ୍ତର୍ଗତ ବେଲଗାଁ ବ୍ରିଜ ଉପରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ। ଏହି ସମୟରେ ହଠାତ୍‌…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

ପରିତ୍ୟକ୍ତ ଖାଦାନରେ ବୁଡ଼ି ଯୁବକ ନିଖୋଜ

ରାଉରକେଲା, ୧୫/୮ (ସଙ୍ଗୀତା ଜେନା): ଝିରପାଣି ଥାନା ଅନ୍ତର୍ଗତ ଜଗଦା ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଖାଦାନରେ ବୁଡ଼ି ଜଣେ ଯୁବକ ଶନିବାର ସକାଳେ ନିଖୋଜ ହୋଇଯାଇଥିବା…

କର୍ଲାମୁଣ୍ଡାର ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ, କୃତୀ ଛାତ୍ରୀଛାତ୍ରଙ୍କୁ…

କର୍ଲାମୁଣ୍ଡା,୧୫ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ୮୦ତମ ସ୍ବାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ପରେଡ୍‌ ପଡ଼ିଆଠାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri