ମନୋମାଳିନ୍ୟରୁ ପରିବାର ଛାରଖାର: ଏକାଠି ଜଳିଲା ସ୍ତ୍ରୀ-ସ୍ବାମୀଙ୍କ ଜୁଇ

ସମ୍ବଲପୁର/ଧମା,୧୪ା୬(ବ୍ୟୁରୋ/ଡି.ଏନ.ଏ.)-ସମ୍ବଲପୁର ଜିଲା ଧମା ଥାନା ଅର୍ଡା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ମଧ୍ୟରେ ସାମାନ୍ୟ ମନମାଳିନ୍ୟ ଯୋଗୁ ଏକ ପରିବାର ଛାରଖାର ହୋଇଯାଇଛି। ୨ ବର୍ଷର ଶିଶୁ ପୁତ୍ରର ମୁହଁକୁ ନ ଚାହିଁ ଏକ ଦମ୍ପତ୍ତି ଆତ୍ମହତ୍ୟା କରିଛନ୍ତି। ମୃତକ ହେଲେ ଗାଁର ହେମନ୍ତ ବାଗ (୩୩) ଓ ତାଙ୍କ ସ୍ତ୍ରୀ ବେବି (୩୦)। ରବିବାର ପୋଲିସ ମୃତଦେହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି। ଗାଁ ନିକଟ ସାହସପୁର ମଶାଣିରେ ଏକାଠି ସ୍ବୀମୀ, ସ୍ତ୍ରୀଙ୍କ ଜୁଇ ଜଳିଛି। ତେବେ ବେବିଙ୍କ ବାପା ଝାଙ୍କରପାଲି ଗାଁର ଗିରିଶଙ୍କର ଭୋଇ ଥାନାରେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଝିଅଙ୍କୁ ଜ୍ୱାଇଁ, ଶ୍ୱଶୁର ଓ ନଣନ୍ଦ ମିଶି ହତ୍ୟା କରିଛନ୍ତି। ଏଣୁ ଧମା ଥାନା ପୋଲିସ ଏକ ହତ୍ୟା ମାମଲା (ନଂ. ୧୧୬/୨୦)ରୁଜୁ କରି ଘଟଣାର ତଦନ୍ତ କରୁଛି। ସେହିଭଳି ହେମନ୍ତଙ୍କ ମୃତ୍ୟୁକୁ ନେଇ ଏକ ଅପମୃତ୍ୟୁ ମାମଲା (ନଂ.୫/୨୦)ରୁଜୁ ହୋଇଛି । ଏହି ଘଟଣାରେ ଅର୍ଡା ଗ୍ରାମ ଓ ଆଖ ପାଖରେ ଶୋକର ଛାୟା ଖେଳି ଯାଇଛି।
୨୦୧୭ରେ ହେମନ୍ତ ଓ ବେବିଙ୍କ ବାହାଘର ହୋଇଥିଲା। କିଛି ଦିନ ପରେ ସେମାନେ ଅଲଗା ରୋଷେଇ କରି ଖାଉଥିଲେ। ହେମନ୍ତ ସମ୍ବଲପୁର ସହରର ଏକ ଇଲୋକ୍ଟ୍ରୋନିକ୍ସ ଦୋକାନରେ କାମ କରୁଥିଲେ। ଗତ ଗୁରୁବାର ସନ୍ଧ୍ୟାରେ ବେବି ବାପ ଘରୁ ଫେରିଥିଲେ । ସାଙ୍ଗରେ ରାତ୍ରିଭୋଜନ ପାଇଁ ଖାଇବା ନେଇ ଆସିଥିଲେ। ଏଣୁ ଖାଦ୍ୟ ଆଣିବା କ’ଣ ଆବଶ୍ୟକ ଥିଲା ବୋଲି ହେମନ୍ତ ଓ ତାଙ୍କ ପରିବାର ଲୋକେ ବେବିଙ୍କୁ ପଚାରି ଥିଲେ। ଶନିବାର ସକାଳେ ହେମନ୍ତ କାମକୁ ଯାଇଥିଲେ । ବେବି ଶିଶୁପୁତ୍ର ସହ ମଧ୍ୟାହ୍ନରେ ଖାଇପିଇ ଶୋଇବାକୁ ଯାଇଥିଲେ। ପୁଅ ଉଠିବା ପରେ କାନ୍ଦିବାକୁ ଲାଗିଥିଲା। ଦୀର୍ଘ ସମୟ ଧରି କାନ୍ଦ ବନ୍ଦ ନ ହେବାରୁ ଘର ଲୋକେ ବେବିଙ୍କୁ ଡାକିଥିଲେ। ହେଲେ ସେ ଶୁଣି ନ ଥିଲେ। ଏଣୁ ସନ୍ଦେହ ହେବାରୁ ପରିବାର ସଦସ୍ୟ ଘରର ତାଲା ଭାଙ୍ଗିଥିଲେ। ଦେଖିଲାବେଳେକୁ ବେବି ଘରର ଫ୍ୟାନ୍‌ରେ ଲୁଗା ଦେଇ ଝୁଲୁଥିଲେ। ସେମାନେ ତାଙ୍କୁ ତଳକୁ ଆଣି ଧମା ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ଲାଗି ଭିମ୍‌ସାର ପଠାଇଥିଲା। ଏହି ଖବର ପାଇ ହେମନ୍ତ ଘରକୁ ଫେରିଥିଲେ । ସେ ସବୁ ଘଟଣା ଦେଖି ନିଜକୁ ସମ୍ଭାଳି ପାରି ନ ଥିଲେ। ସ୍ତ୍ରୀଙ୍କ ଆତ୍ମହତ୍ୟା ତାଙ୍କ ମାନସିକ ସନ୍ତୁଳନ ବିଗାଡ଼ି ଦେଇଥିଲା। ୨ ବର୍ଷର ପୁଅକୁ ସେ ମନ ଭରି ଆଲିଙ୍ଗନ କରିଥିଲେ। ପୁଅର ମୁହଁ ଆଉ ଦେହରେ ବାପାର ଆବେଗ ଭରା ଚୁମ୍ବନ ଦେଇଥିଲେ । ମୁଁ ଆସୁଛି କହି ଚାଲି ଯାଇଥିଲେ। ହେଲେ ଆଉ ଫେରି ନ ଥିଲେ। ସନ୍ଧ୍ୟା ୬ଟାରେ ଗାଁ ମନ୍ଦିର ନିକଟରେ ହେମନ୍ତ ଗୁରୁତର ଅବସ୍ଥାରେ ପଡ଼ିଥିବା ଜଣା ପଡ଼ିଥିଲା। ପୋଲିସ ତାଙ୍କୁ ଉଦ୍ଧାର କରି ବୁର୍ଲା ଭିମ୍‌ସାର ପଠାଇଥିଲା। ହେଲେ ସେଠାରେ ଚିକିତ୍ସିତ ଅବସ୍ଥାରେ ରବିବାର ସେ ଆଖି ବୁଜିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରିତ୍ୟକ୍ତ ଅବସ୍ଥାରେ ଜମ୍ବୁ ବ୍ରିଟିଶ ଲାଲ୍‌ କୋଠା, ଭୁଲ୍‌ କଲେ ଓଡ଼ିଶା ଲୋକଙ୍କୁ ଏଠାରେ ମିଳୁଥିଲା ଦଣ୍ଡ, ଆଉ ଏବେ…

ମହାକାଳପଡ଼ା,୧୪ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ବ୍ରିଟିଶ ଲାଲ କୋଠା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏକଦା ଏହା ଓଡ଼ିଶାର ବ୍ରିଟିଶ ଶାସକମାନଙ୍କ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

ଧରାପଡ଼ିଲା ଓରାଙ୍ଗଉଟାନର ଚାଲାଣର ମାଷ୍ଟରମାଇଣ୍ଡ୍‌: ଏହି ୨ ଜଣ କରୁଥିଲେ…

ଭୁବନେଶ୍ୱର/ଭୋଗରାଇ,୧୪ା୯ (ତ୍ରିନାଥ ମହାନ୍ତି/ପ୍ରଦୀପ ଦାସ):ବାଲେଶ୍ୱର ବିଚିତ୍ରପୁର ଜଙ୍ଗଲରୁ ୫ ଓରାଙ୍ଗ୍‌ଉଟାନ ଶାବକ ଉଦ୍ଧାର ଘଟଣାରେ ଅନ୍ତର୍ଜାତୀୟ ଚୋରା ଚାଲାଣକାରୀଙ୍କ ଲିଙ୍କ୍‌ ରହିଛି। ପଶ୍ଚିବଙ୍ଗ ଦୀଘାସ୍ଥିତ ଗ୍ରାଣ୍ଡ୍‌ ହେରିଟେଜ୍‌…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ଆସନ୍ତା ସପ୍ତାହରେ ପୁଣି ଭିଜିବ ଓଡ଼ିଶା: ୧୪ରୁ ୧୯ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

ଭୁବନେଶ୍ୱର, ୧୩/୯: ଆସନ୍ତା ସପ୍ତାହରେ ପୁଣି ଥରେ ଭିଜିବ ଓଡ଼ିଶା। ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ନେଇ ସୂଚନା ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?