ମଣିଷ ଶିଖୁ

ମାନସ ରଂଜନ ବିଶ୍ୱାଳ

ଆଖିକୁ ଦେଖାଯାଉ ନ ଥିବା ଏକ ଭୂତାଣୁର ପ୍ରଭାବ ନିକଟରେ ସମଗ୍ର ବିଶ୍ୱ ଅସହାୟ। ଗୋଟିଏ ଝଟକାରେ ମାଟିରେ ମିଶିଗଲା ମଣିଷ ଜାତିର ସବୁ କଳ, ବଳ, କୌଶଳକୁ ନେଇ ଯେତେସବୁ ଆତ୍ମବଳ ଓ ଅହଂକାର। ଅତ୍ୟାଧୁନିକ ଜ୍ଞାନ କୌଶଳରେ ସମୃଦ୍ଧ ଫ୍ରାନ୍ସର ରାସ୍ତାରେ କାହାକୁ ଦେଖିଲେ ପୋଲିସ ଗିରଫ କରୁଛି। ପ୍ରସିଦ୍ଧ ଲଣ୍ଡନ ସହର ଏବେ ଶୂନଶାନ। ସେଠାରେ ଲକ୍‌ଡାଉନ ୬ ମାସ କରିବାକୁ ସରକାର ଚିନ୍ତା କରୁଛନ୍ତି। ଦିନେ ସାରା ବିଶ୍ୱ ଉପରେ ନିଜର ରାଜତ୍ୱ ଜାହିର କରିବାକୁ ଆସ୍ପର୍ଦ୍ଧା ରଖୁଥିବା ବ୍ରିଟିଶ ସାମ୍ରାଜ୍ୟର ରାଣୀ ଏଲିଜାବେଥ ଲଣ୍ଡନ ପ୍ରାସାଦ ଛାଡିବାକୁ ବାଧ୍ୟ ହୋଇଛନ୍ତି। କରୋନା ପାଇଁ ବିଚଳିତ ଓ ବିବ୍ରତ ହୋଇପଡିଥିବା ଜର୍ମାନୀର ଏକ ପ୍ରଦେଶର ଅର୍ଥମନ୍ତ୍ରୀ ଶେଷକୁ ଆତ୍ମହତ୍ୟାର ବାଟ ବାଛିନେଲେ। ନେଦରଲାଣ୍ଡର ସ୍ବାସ୍ଥ୍ୟ ବିଭାଗର ମନ୍ତ୍ରୀ ପାର୍ଲାମେଣ୍ଟରେ କୋଭିଡ୍‌-୧୯ ଆଲୋଚନା ବେଳେ ଭାବପ୍ରବଣ ହୋଇ ଅଚେତ ହୋଇପଡିଲେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖିରୁ ଲୁହ ଗଡିପଡିଲା। ଲୋକେ ପୋକମାଛି ପରି ମରୁଥିବା ବେଳେ ଆଗକୁ ଆହୁରି ଭୟଙ୍କର ଲୋମଟାଙ୍କୁରା ଚିତ୍ରର ଆଶଙ୍କା ନେଇ ସାରା ବିଶ୍ୱ ନିର୍ବାକ ଓ ନିରୁପାୟ।

ଜ୍ଞାନ ବିଜ୍ଞାନ, ଧନ ସମ୍ପଦ ସର୍ବୋପରି କ୍ଷମତା ପ୍ରତିପତ୍ତି ବଳରେ ବଳୀୟାନ ଆଜିର ମଣିଷ। ଏହିସବୁ ବଳରେ ପୃଥିବୀର ସମସ୍ତ ଜୀବଜନ୍ତୁ, ବୃକ୍ଷଲତା, ସର୍ବୋପରି ପରିବେଶ ଉପରେ ମଣିଷ ନିଜର ନିୟନ୍ତ୍ରଣ ଜାହିର କରିଛି। ଭଗବାନ ମଧ୍ୟ ମଣିଷକୁ ଏହିସବୁ ବଳ ଦେଇ ସୃଷ୍ଟିକୁ ନିୟନ୍ତ୍ରଣ କରିବାକୁ ସୁଯୋଗଟିଏ ଦେଇଛନ୍ତିି। ସେଥିପାଇଁ ମଣିଷକୁ ବୁଦ୍ଧି, ବବେକ, ଧିଶକ୍ତି, ଭଳମନ୍ଦ ବିଚାର କରିବାର ଶକ୍ତି ସହ ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା କରିବାର କ୍ଷମତା ବି ଦେଲେ। ଭଗବାନ ଏ ସୁନ୍ଦର ବିଶ୍ୱର ସନ୍ତୁଳନ ତଥା ଭାରସାମ୍ୟ ରକ୍ଷା ପାଇଁ ଗୁଳ୍ମଠାରୁ ଆରମ୍ଭ କରି ବଡ ବଡ ବୃକ୍ଷ, କୀଟ ପତଙ୍ଗ, ସାପବେଙ୍ଗଠାରୁ ବିରାଟକାୟ ଡାଇନୋସର, ତିମିଠାରୁ ମୀନ ପର୍ଯ୍ୟନ୍ତ ଜୀବ ସୃଷ୍ଟି କରିଥିଲେ। ଔଷଧୀୟ ଗୁଣ ରଖୁଥିବା ଯେତେସବୁ ଆବଶ୍ୟକୀୟ ବୃକ୍ଷଲତା ଆଦି ଭଗବାନ ସୃଷ୍ଟି କରିଥିଲେ । ସୃଷ୍ଟି କରିଥିଲେ ଜୀବ ଜଗତ ପାଇଁ ଆବଶ୍ୟକ ପାହାଡଠାରୁ ଝରଣା ଓ ନଦୀ ପର୍ଯ୍ୟନ୍ତ।
ଏହି ସୁନ୍ଦର ସୃଷ୍ଟିର ସମସ୍ତ ସର୍ଜନାର ସୁରକ୍ଷା ଓ ସମୃଦ୍ଧିର ଗୁରୁ ଦାୟିତ୍ୱ ଟେକିଦେଲେ ଭଗବାନ ମଣିଷ ହାତରେ। ହେଲେ ଫଳ କିନ୍ତୁ ପୂରା ଓଲଟା ହେଲା। ନିରନ୍ତର ରକ୍ଷକ କେବଳ ଭକ୍ଷକ ସାଜି ଚାଲିଲା। ପାହାଡ ପର୍ବତଠାରୁ ନଦୀନାଳ ପଯର୍ର୍‌ୟନ୍ତ ସବୁ କ୍ଷେତ୍ରରେ ପରିବେଶ ଉପରେ ମଣିଷ ଆସୁରିକ ଅତ୍ୟାଚାର କରି ଚାଲିଲା । ପରିବେଶ ଓ ପ୍ରକୃତିକୁ ନଷ୍ଟ ଭଷ୍ଟ କରିବା ପାଇଁ ମଣିଷ ତା’ର ବୁଦ୍ଧି, ବିଦ୍ୟା, କ୍ଷମତା ଓ ପ୍ରତିପତ୍ତିକୁ ବି ଦିନରାତି ଏକାକାର କରି ବ୍ୟବହାର କରି ଚାଲିଛି। ପାଣିଠାରୁ ପବନ, ମୃତ୍ତିକାଠାରୁ ପାହାଡ ପର୍ଯ୍ୟନ୍ତ ସବୁକିଛି ମଣିଷ ନିଜର ସୁଖ ଓ ସମ୍ପଦ ପାଇଁ ଧ୍ୱଂସାଭିମୁଖୀ କରିବାକୁ ତିଳେ ହେଲେ ପଛାଉ ନାହିଁ। ଭୁଲି ଯାଉଛି ଜୀବ ଜଗତ ତିଷ୍ଠି ରହିବାକୁ ହେଲେ ଗୋଟିଏ ଅନୁକୂଳ ପରିବେଶ ଅତ୍ୟାବଶ୍ୟକ। ମହାନ୍‌ ଭାରତୀୟ ସଂସ୍କୃତି ଆମକୁ କେଉଁ ଆଦିମ କାଳରୁ ମାଟିକୁ ମାଆ ଆସନରେ ବସାଇ ପୂଜା କରିବା ଶିଖାଇଛି। ଆମ ପାହାଡ ପର୍ବତ, ବୃକ୍ଷଲତା ପାଣି ପବନକୁ ମଧ୍ୟ ଆଧ୍ୟାତ୍ମିକତାର ସୂତ୍ରରେ ବାନ୍ଧି ଏହାର ସୁରକ୍ଷାର ବାର୍ତ୍ତା ଦେଇଛି। ଏମାନଙ୍କୁ ଦେବତାର ମର୍ଯ୍ୟାଦା ବି ଦେଇଛି। ସେସବୁକୁ ଧ୍ୱଂସ କରି ମଣିଷ ନିଜକୁ ରାକ୍ଷାସ ସମ ବୋଲି ପ୍ରମାଣିତ କରିଛି। ପାହାଡ ପର୍ବତରେ ବିପଦ ଜନକ ୱାଗନ ହୋଲ ବ୍ଲାଷ୍ଟିଂ କରି ଭୟଙ୍କର ଶବ୍ଦ ପ୍ରଦୂଷଣ ସହ ପରିବେଶକୁ ଧ୍ୱଂସାଭିମୁଖୀ ଓ ବିଷାକ୍ତ କରିଦେଲା। ବିଭିନ୍ନ ପ୍ରକାର ସୁଖ ଓ ସମ୍ଭୋଗ ପାଇଁ ପ୍ରକୃତି, ପରିବେଶର ଚିରାଚରିତ ଧାରାକୁ ଭାଙ୍ଗିରୁଜି ଛାରଖାର କରିଦେଲା।
ହେଲେ ଏତେସବୁ ନକାରାତ୍ମକ କାମ କରି ପାରୁଥିବା ମଣିଷ କିନ୍ତୁ କରୋନା ପରି ରୋଗର କାରଣ ସାଜିଥିବା ଏକ ଛୋଟିଆ ଭୂତାଣୁକୁ ରୋକି ପାରୁନିା। ମଣିଷ ଏକ ସାମାଜିକ ପ୍ରାଣୀ। ସମାଜ ଓ ସାଥୀ ବିନା ବଞ୍ଚି ପାରୁ ନ ଥିବା ମଣିଷକୁ ଏକବାର ସାଥୀହୀନ ନିଃସଙ୍ଗ ଜୀବନ ବଞ୍ଚତ୍ବାକୁ ବାଧ୍ୟକଲା ଏହି ଭୂତାଣୁ। ଜୀବଜଗତ ଓ ପରିବେଶ ଧ୍ୱଂସର କାରଣ ସାଜି ମଣିଷ ନିଜକୁ ସେ କ୍ଷେତ୍ରରେ ଅସାମାଜିକ ବୋଲି ପ୍ରମାଣିତ କରିଥିଲା। ଏବେ ଏହି ଭୂତାଣୁ ମଣିଷ ସହ ମଣିଷକୁ ମିଶାଇ ନ ଦେଇ ସମାଜରେ ତାକୁ ଅସାମାଜିକ କରିବାକୁ ବାଟ ତିଆରି କରିଦେଲା। ଯେଉଁ ଗାଈ କିମ୍ବା ଅନ୍ୟ ଜୀବ ମୁହଁରେ ତୁଣ୍ଡି ଲଗାଇ ମଣିଷ ନିଜର କାଇଦାକୁ ପ୍ରଦର୍ଶନ କରୁଥିଲା ସେହି ମଣିଷ ମୁହଁରେ ଭୂତାଣୁଟିଏ ତୁଣ୍ଡି ଲଗାଇ ଦେଲା। ଜୀବ ଜଗତକୁ ବିଶ୍ୱାସଘାତ କରିଥିବା ମଣିଷ ଆଜି ନିଜ ସମ୍ମୁଖରେ ଥିବା ମଣିଷକୁ ବିଶ୍ୱାସ କରିପାରିଲା ନାହିଁ। ତା’ ଦେହରେ କରୋନା ଥିବାର ସନ୍ଦେହରେ ଦୂରେଇ ରହିଲା। ଏପରି କି ନିଜର ଆତ୍ମୀୟସ୍ବଜନ ଏହି ରୋଗରେ ପଡିଲେ ତା’ ପାଖକୁ ଆହା ପଦେ କହିବାକୁ ଯିବା ପାଇଁ ବାଟ ବନ୍ଦ ହୋଇଗଲା। ପ୍ରାଣତ୍ୟାଗ କଲେ ଅନ୍ତିମ ସଂସ୍କାର କରିବାକୁ ବି ଲୋକେ ଆସୁ ନାହାନ୍ତି। ଗାଁର ବୁଢାଲୋକମାନେ କହୁଛନ୍ତି, ଆମ ଜୀବନରେ ଏଭଳି କଥା କେବେ ଶୁଣି ନ ଥିଲୁ କିମ୍ବା ହେବ ବୋଲି ଆମେ ସ୍ବପ୍ନରେ ଭାବି ନ ଥିଲୁ।
ଯିଏ ଚାଲାକ ସେ ବହୁ ଆଗକୁ ଚିନ୍ତା କରେ। ଭଗବାନ ପ୍ରଦର୍ଶିତ ମାର୍ଗରେ ବାଟ ଚାଲେ। ଏଠି ଚାଲାକ ନୁହେଁ ବରଂ ମଣିଷ କେବଳ ଅଧିକ ସ୍ବାର୍ଥପର ବୋଲି ଭାବିବାକୁ ପଡିବ। ଅନ୍ୟ ଜୀବଜଗତକୁ ଏହି କରୋନା ଭୂତାଣୁ ବ୍ୟାପୁନାହିଁ କାହିଁକି, ତାହା ଏହି ସ୍ବାର୍ଥପର ମଣିଷ ଏବେ ଭାବିବା ଜରୁରୀ। ତେଣୁ ନିଜକୁ ଅତ୍ୟଧିକ ଚାଲାକ, ଚତୁର ଭାବି ଗୁଡିଏ ଅପକର୍ମ ଛାଡି ଶୃଙ୍ଖଳିତ ଜୀବନ ବଞ୍ଚିବାକୁ ପ୍ରଥମେ ପରିବେଶକୁ ସୁସ୍ଥ, ସମୃଦ୍ଧ ଓ ସନ୍ତୁଳିତ କରନ୍ତୁ। ଅବିବେକିତାରୁ ଦୂରେଇ ରହି ନିଜେ ବଞ୍ଚତ୍ବା ସହ ଅନ୍ୟକୁ ବଞ୍ଚାନ୍ତୁ। ମାନବିକତାକୁ ଉଜ୍ଜୀବିତ, ପ୍ରଜ୍ଜ୍ୱଳିତ କରନ୍ତୁ। ଦେଖିବେ କରୋନା ପରି ମହାମାରୀ ଆପେ ଦୂରେଇ ଯିବ।

ଭୁବନପୁର, ଗଡ଼ମଧୁପୁର, ଯାଜପୁର, ମୋ-୯୪୩୯୮୧୩୪୧୭


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri