‘ଭୟଭୀତ ନୁହେଁ ସଚେତନ ହୁଅ’

ଭୁବନେଶ୍ୱର,୧୭।୩(ବ୍ୟୁରୋ): କରୋନା ସଂକ୍ରମଣକୁ ରୋକିବାକୁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ବଡ଼ ପଦକ୍ଷେପ ନେଉଛନ୍ତି। ପ୍ରାଥମିକ ସ୍ତରରେ ଗହଳି ସ୍ଥାନକୁ ବନ୍ଦ କରିବା ସହ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ତେଣୁ କରୋନା ପାଇଁ ଭୟଭୀତ ନ ହୋଇ ସଚେତନ ହେବା ଆବଶ୍ୟକ ବୋଲି ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି।
ସୋମବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ମୁଖ୍ୟାଳୟରେ ଅନୁଷ୍ଠିତ ମନ୍ଦିର ପରିଚାଳକ ସଂଘ ତଥା ଧାର୍ମିକ ନେତା, ଆରଟିଓ, ବସ୍‌, ଅଟୋ ଏବଂ ଟ୍ୟାକ୍ସି ମାଲିକ ସଂଘ ସହ ଅନୁଷ୍ଠିତ ବୈଠକରେ ମୁଖ୍ୟଅତିଥି ଭାବେ ଯୋଗଦେଇ ସେ ଏହା ପ୍ରକାଶ କରିଛନ୍ତି। ଅଟୋ, ବସ୍‌ ଏବଂ ଟ୍ୟାକ୍ସି ମାଲିକମାନେ ସଚେତନ ହେବା ସହ ସଂକ୍ରମଣକୁ ଏଡ଼ାଇବା ପାଇଁ ପଦ୍ଧତି ଆପଣାଇବା ଜରୁରୀ। ଅଧିକାଂଶ ଜନସାଧାରଣ ଅଟୋ, ବସ୍‌ ଏବଂ ଟ୍ୟାକ୍ସିରେ ଯାତାୟାତ କରୁଥିବାବେଳେ ବର୍ତ୍ତମାନ ସମୟରେ କମ୍‌ ଯାତ୍ରୀଙ୍କୁ ନେବା ସହ ନିଜେ ମାସ୍କ ପିନ୍ଧିବା ଓ ଯାତ୍ରୀଙ୍କୁ ସଚେତନ କରିବା ପାଇଁ ସେ ଅନୁରୋଧ କରିଛନ୍ତି।
ସେହିପରି ମନ୍ଦିର ପରିଚାଳନା କର୍ତ୍ତୃପକ୍ଷ ମନ୍ଦିର ପରିସରରେ ହାତ ଧୋଇବା ପାଇଁ ସୁବିଧା କରିବା ସହ କରୋନା ସଚେତନତା ବୋର୍ଡ ଲଗାଇବା ପାଇଁ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ପ୍ରତି ଧ୍ୟାନ ଦେବା, ମନ୍ଦିର ପରିସର ନିୟମିତ ସଫା କରିବା ଓ କାଶ, ଜ୍ୱର ପୀଡ଼ିତଙ୍କୁ ମନ୍ଦିରରୁ ଦୂରେଇ ରଖିବା ସହ ଡାକ୍ତରଙ୍କୁ ଜଣାଇବା ପାଇଁ ସେ କହିଛନ୍ତି। ଏଥିସହ ଆରଟିଓ ଅଧିକାରୀଙ୍କୁ ବସକୁ ସଫା ରଖିବା ସହ ଆବଶ୍ୟକୀୟ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ କୁହାଯାଇଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ବିଏମ୍‌ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ୍‌, ପରିମଳ ବିଭାଗ ଦାୟିତ୍ୱରେ ଥିବା ଡେପୁଟି କମିଶନର ଶୁଭେନ୍ଦୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ଏସ୍‌ଓପି ନ ମାନିଲେ ଭୋଗିବେ ଦଣ୍ଡ
ବିଏମ୍‌ସି ରବିବାର ହୋଟେଲ, ଘରୋଇ ହସ୍ପିଟାଲ ଓ ଶିକ୍ଷାନୁଷ୍ଠାନ, କୋଚିଂ ଉପରେ ଏସ୍‌ଓପି(ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସ୍ୟୁଜର) ଜାରି କରିଥିବାବେଳେ ସୋମବାର ମଲ୍‌, ହାଟ, ମନ୍ଦିର, କଲ୍ୟାଣମଣ୍ଡପ, ପାର୍କ, ଖାଦ୍ୟ ଦୋକାନ, ରେଷ୍ଟୁରାଣ୍ଟ ଓ ଡ୍ୟାନ୍ସ ବାର, କର୍ପୋରେଟ୍‌ ସେକ୍ଟରକୁ ଭିନ୍ନ ଏସ୍‌ଓପି ଜାରି କରିଛି। ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ୨୦୦୩ର ଏକ୍ସଏକ୍ସଆଇଆଇ ଚ୍ୟାପ୍ଟର ଅଧୀନ ୫୮୩ ଓ ୫୯୯ରେ ଏହି ଏସ୍‌ଓପି ଜାରି କରାଯାଇଛି। ଉକ୍ତ ଏସ୍‌ଓପିକୁ ଯଦି କେଉଁ ଅଂଶଗ୍ରହଣକାରୀ ନ ମାନିଲେ ତେବେ ସେମାନଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।

ମେଡିସିନ୍‌ ଦୋକାନୀଙ୍କୁ ଚେତାବନୀ

ବିଏମ୍‌ସିର ସ୍ବତନ୍ତ୍ର ସ୍କ୍ବାଡ ସୋମବାର ସମସ୍ତ ମେଡିସିନ୍‌ ଦୋକାନ ଯାଞ୍ଚ କରିଛି। ଜୋନ୍‌ ସ୍ତରରେ ଗଠିତ ହୋଇଥିବା ଏହି ସ୍କ୍ବାଡର ପରିଚାଳନା ଦାୟିତ୍ୱ ବିଏମ୍‌ସି ଓ ବିଡିଏର ଆଡିଶନାଲ କମିଶନରମାନଙ୍କୁ ଦିଆଯାଇଥିବା ବେଳେ ପ୍ରଥମ ଦିନରେ ସ୍କ୍ବାଡ ପକ୍ଷରୁ କେବଳ ମେଡିସିନ୍‌ ଦୋକାନରେ ଆବଶ୍ୟକୀୟ ମାସ୍କ, ସାନିଟାଇଜର, ହ୍ୟାଣ୍ଡ ଓ୍ବାଶ୍‌ ଅଛି କି ନାହିଁ ଏବଂ କଳାବଜାର ହେଉଛି କି ନାହିଁ ତଦାରଖ କରାଯାଇଛି। ମଙ୍ଗଳବାରଠାରୁ ସମସ୍ତ ମେଡିସିନ୍‌ ଦୋକାନୀ ନିଜ ଦୋକାନରେ ଉପଲବ୍ଧ ଉପରୋକ୍ତ ସମସ୍ତ ସାମଗ୍ରୀ ଦାମ ବିଷୟରେ ଏକ ବୋର୍ଡରେ ଲେଖି ମାରିବେ। ନଚେତ୍‌୍‌ ଏକ ଡିଜିଟାଲ ବୋର୍ଡରେ ସେଗୁଡ଼ିକୁ ପ୍ରଦର୍ଶନ କରିବେ। ଏଥିସହ ସେମାନଙ୍କ ପାଖରେ ଥିବା ସମସ୍ତ ସାମଗ୍ରୀକୁ ଲୋକଙ୍କୁ ବିକ୍ରି କରିବେ ଏବଂ ଯେଭଳି ସାମଗ୍ରୀ ଲୋକଙ୍କୁ ନ ଫେରାଇବେ ସେନେଇ ଚେତାବନୀ ଦିଆଯାଇଥିବା କମିଶନର ପ୍ରେମଚନ୍ଦ୍ର ଚୌଧାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଷମତାକୁ ଆସିଲେ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରିବ ଭାଜପା: ଜାଣନ୍ତୁ ଏଥିରେ ମହିଳାଙ୍କୁ କ’ଣ ମିଳିବ ଲାଭ

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ନିର୍ବାଚନୀ ଇସ୍ତାହାରରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା।...

ଭାଜପା ସରକାର ଆସିଲେ ୫୭ ବର୍ଷର କାମ ୫ ବର୍ଷରେ କରିବୁ: ମନମୋହନ

ଭୁବନେଶ୍ୱର,୫।୫: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରକୁ...

ଭାଜପାର ବଡ଼ ଘୋଷଣା: ସରକାରକୁ ଆସିଲେ ଖୋଲାଯିବ ରତ୍ନ ଭଣ୍ଡାର

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାରରେ ଏକ ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଭାଜପା ସରକାରକୁ ଆସିଲେ ରତ୍ନ ଭଣ୍ଡାର ଖୋଲାଯିବ ବୋଲି ଦଳର ରାଷ୍ଟ୍ରୀୟ ସଭାପତି...

ଆଜି ଓଡ଼ିଶା କେବଳ ଜଗନ୍ନାଥଙ୍କ କୃପାରୁ ଚାଲିଛି

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ ଅବସରରେ ଜେପି ନଡ୍ଡା ବିଜେଡି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ରାଜ୍ୟରେ ବିକାଶ ବ୍ୟବସ୍ଥା ସଂପୂର୍ଣ୍ଣ...

ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ବଦଳିଯାଇଛି ରାଜନୀତିର ସଂସ୍କୃତି: ନଡ୍ଡା

ଭୁବନେଶ୍ୱର,୫।୫: ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ରବିବାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏହି ନିର୍ବାଚନୀ...

ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚନ: ୪ ବର୍ଗଙ୍କୁ ଫୋକସ୍‌

ଭୁବନେଶ୍ୱର,୫।୫: ଆସନ୍ତା ନିର୍ବାଚନ ପାଇଁ ରାଜ୍ୟ ଭାଜପାର ନିର୍ବାଚନୀ ଇସ୍ତାହାର ଉନ୍ମୋଚିତ ହୋଇଛି। ଭୁବନେଶ୍ୱରରେ ଏକ ଘରୋଇ ହୋଟେଲ୍‌ରେ ଭାଜପା ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା...

ଓଡ଼ିଶାରେ ପହଞ୍ଚିଲେ ଜେପି ନଡ୍ଡା

ଭୁବନେଶ୍ୱର,୫।୫: ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ରବିବାର ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି। ତାଙ୍କୁ ଭାଜପା ସଭାପତି ମନମୋହନ ସାମଲ, ଭୁବନେଶ୍ୱର ଏମ୍‌ପି ଅପରାଜିତତା ଷଡଙ୍ଗୀ ପ୍ରମୁଖ...

ପାଣି ସମସ୍ୟା ପାଇଁ ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆର,ଉଦୟଗିରି, ୫।୫(ମନୋଜ କୁମାର ପାଢୀ): ପାଣି ପାଇଁ ରାସ୍ତା ରୋକେ କଲେ ଆର,ଉଦୟଗିରି ବ୍ଳକର ଛେଳିଗଡ ଗ୍ରାମବାସୀ। ଗ୍ରାମର ଖ୍ରୀଷ୍ଟିଆନ୍ ସାହି ଲୋକମାନଙ୍କୁ କିଛି ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri