ଭୋକ ଓ ଭୂତାଣୁ

ଡ. କିଶୋର ମହାନ୍ତି

ଭୋକ ଓ ଭୂତାଣୁ ସମାନ୍ତରାଳ ଭାବରେ ଗତି କରି ଚାଲିଛନ୍ତି। ଯଦିଓ ଭୋକ ସର୍ବକାଳୀନ କିନ୍ତୁ ଭୂତାଣୁର ସ୍ଥିତି ସାମୟିକ। ଏହା ସତ୍ୟ ଯେ ଭୂତାଣୁ ଅପେକ୍ଷା ଭୋକ ଆହୁରି ଭୟଙ୍କର। ବିଶ୍ୱରେ ଭୋକ ଆଉ ଭୂତାଣୁ ମଣିଷ ଜୀବନକୁ ଖିନ୍‌ଭିନ୍‌ କରିବାରେ ଲାଗିଛନ୍ତି। ଭୋକ ଦୀର୍ଘକାଳୀନ ଥିଲାବେଳେ ଭୂତାଣୁର ଭୟଙ୍କରୀ ଓ ତା’ର ପ୍ରଭାବ ଜନଜୀବନ ଏବଂ ଜୀବନ ଜୀବିକା ଉପରେ ଏତେ ବେଶି ଯେ ଜନ ଜୀବନ ଅସ୍ତବ୍ୟସ୍ତ ତଥା ନିଜର ଭାରସାମ୍ୟ ରକ୍ଷା କରିବା ସମ୍ଭବପର ନୁହେଁ । ସାଂପ୍ରତିକ କରୋନା ମହାମାରୀରେ କେତେ ଜୀବନ ମୃତ୍ୟୁର ଦ୍ୱାର ଦେଶରେ ଉପନୀତ ତାହା ଆଜି ସୁସ୍ପଷ୍ଟ। ଏଣୁ ଏକଥା ସତ୍ୟ ଯେ ଭୋକ ଓ ଭୂତାଣୁ ମଣିଷ ଜୀବନର ପ୍ରବାହକୁ ବାଧାଦେଉଛି। ଭୂତାଣୁର ପ୍ରକ୍ରିୟା ଓ ପ୍ରତିକ୍ରିୟା ଯେଭଳି ମଣିଷର କଣ୍ଠରୋଧ କରୁଛି ତାହା ଦୁଃଖଦାୟକ। କହିବାକୁ ଗଲେ ଭୋକଠାରୁ ବଡ଼ ଭୂତାଣୁଜଗତରେ ଆଉ କିଛି ନାହିଁ । ସମାଜର ଉନ୍ନତି କ୍ଷେତ୍ରରେ ଭୋକ ହିଁ ପ୍ରଧାନ ଅନ୍ତରାୟ ଓ ବଡ଼ ଶତ୍ରୁ।
ଭାରତରେ ଭୋକର ସ୍ଥିତି ଅତି ଶୋଚନୀୟ। ଏଠାରେ ପୋଷଣର ବିକଟାଳ ରୂପ ଗରିବ ଆଫ୍ରିକା ଦେଶଠାରୁ ଖୁବ୍‌ ଅଧିକ। ଏଠାକାର ୫୦ ଶତାଂଶ ମହିଳାଙ୍କର ରକ୍ତହୀନତା ଅନ୍ୟତମ କାରଣ। ବିଶେଷ କରି ୭୦ଶତାଂଶ ଭାରତର ଗ୍ରାମାଞ୍ଚଳ ଲୋକମାନଙ୍କର କୁପୋଷଣ ଓ ଖାଦ୍ୟାଭାବ ଖୁବ୍‌ ବେଶି। ଦେଶର ଆଦିବାସୀ, ବସ୍ତିବାସୀ ମହିଳା ଓ ପାଞ୍ଚବର୍ଷରୁ ଊର୍ଦ୍ଧ୍ୱ ପିଲାମାନେ କୁପୋଷଣର ଅଧିକ ଶିକାର ହେଉଛନ୍ତି। ପିଲାର ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏମାନଙ୍କର ତଦନୁରୂପେ ଉଚ୍ଚତା ବୃଦ୍ଧି ପାଉନାହିଁ। ଶକ୍ତି ଓ ସାମର୍ଥ୍ୟ ହରାଇ ବସି ବିକଳାଙ୍ଗ ହୋଇଯାଉଛନ୍ତି। ପ୍ରାୟତଃ ୩୦କୋଟି ଭାରତୀୟ ଭୋକ ଓ କୁପୋଷଣ ଦ୍ୱାରା ପ୍ରଭାବିତ ହେଉଛନ୍ତି।
ଭାରତରେ ଖାଦ୍ୟ ବ୍ୟବସ୍ଥା ବ୍ରିଟିଶ ଶାସନ କାଳରୁ ସଙ୍କଟମୟ ପରିସ୍ଥିତି ଦେଇ ଗତି କରି ଆସୁଛି। ଓଡ଼ିଶାରେ ୧୮୮୬ରେ ହୋଇଥିବା ନଅଙ୍କ ଦୁର୍ଭିକ୍ଷ ଓଡ଼ିଶାର ଅସ୍ତିତ୍ୱକୁ ଦୋହଲାଇ ଦେଇଥିଲା; କ୍ଷୁଧା ଅନାହାରରେ ଲୋକେ ପୋକ ମାଛି ପରି ମରିଶୋଇଲେ। ସେହି ଶୋଚନୀୟ ଅବସ୍ଥାରେ ଚିତ୍ର ଏତେ ଭୟଙ୍କର ଥିଲା ଯେ ଇତିହାସ ଓ ଆମ ଲେଖକମାନେ ସେମାନଙ୍କର ଉପନ୍ୟାସରେ ଏହାର ଭୟାବହତା ଚିତ୍ରଣ କରିଯାଇଛନ୍ତି। ଅର୍ଥନୀତି ଓ ସାମାଜିକ ପ୍ରଗତିର ଅନ୍ତରାୟ ଘଟିଲା। ୧୯୪୩ ରେ ବଙ୍ଗରେ ଘଟିଥିବା ଶୋଚନୀୟ ଓ ହୃଦୟ ବିଦାରକ ଦୁର୍ଭିକ୍ଷ। ୧୯୩୭ରେ ଭାରତକୁ ବର୍ମାଠାରୁ ଅଲଗା କରିଦିଆଗଲା। ସେତେବେଳେ ଭାରତକୁ ପ୍ରତିବର୍ଷ ଲକ୍ଷେଟନ୍‌ରୁ ଊର୍ଦ୍ଧ୍ୱ ଚାଉଳ ମିଳୁଥିଲା। ୧୯୪୭ରେ ଭାରତ ସ୍ବାଧୀନତା ପାଇଲା ସତ କିନ୍ତୁ ଭୋକ ମଲାନି। ସେତେବେଳେ ବି ଭାରତକୁ ବିଭାଜିତ କରିଦିଆଗଲା। ଯାହାଫଳରେ କି ଧାନ ଓ ଗହମ ଉପତ୍ାଦନ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ବଙ୍ଗଳା ଓ ପଞ୍ଜାବର କେତେକ ସ୍ଥାନ ପାକିସ୍ତାନ ଅଧୀନକୁ ଚାଲିଗଲା ଏବଂ ଲକ୍ଷ ଲକ୍ଷ ଶରଣାର୍ଥୀ ଭାରତକୁ ଅନୁପ୍ରବେଶ କଲେ। ସ୍ବାଧୀନତା ପରେ ପରେ ଭାରତ ଭୀଷଣ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଲା। ଯଦିଓ ଭାରତ କୃଷିପ୍ରଧାନ ଦେଶ, ହୁ ହୁ ହୋଇ ବଢ଼ୁଥିବା ଜନସଂଖ୍ୟା ଯୋଗୁ ସମସ୍ତଙ୍କୁ ଖାଦ୍ୟ ଯୋଗାଇବାରେ ଅକ୍ଷମତା ପ୍ରକାଶ ପାଇଲା। ଭୋକକୁ ରୋକିବାରେ ଆମେ ଏବେ ବି ସମ୍ପୂର୍ଣ୍ଣ ଭାବରେ ଅକ୍ଷମ।
ସଂପ୍ରତି କ୍ଷୁଧା ହେଉଛି ଭାରତ ପାଇଁ ବଡ଼ ସମସ୍ୟା। ଯେଉଁଠି ପେଟ ପାଇଁ ମୁଠାଏ ଦାନା ନାହିଁ ସେଠି ବିକାଶର ସ୍ବପ୍ନ ଦେଖିବା ନିରର୍ଥକ। ଏକ ପରିସଂଖ୍ୟାନରୁ ଜଣାପଡ଼ିଛି ଯେ, ପୃଥିବୀରେ ୧୮୯.୨ କୋଟି ଲୋକ ଖାଦ୍ୟ ସଙ୍କଟର ସମ୍ମୁଖୀନ ହେଉଛନ୍ତି। ସେଥିରୁ ୧୪ ପ୍ରତିଶତ ଲୋକ ଭାରତର। ୫୧.୪ ପ୍ରତିଶତ ମହିଳା ରକ୍ତହୀନତା ରୋଗ ଦ୍ୱାରା ଆକ୍ରାନ୍ତ। ୩୪.୫ ଶତାଂଶ ପାଞ୍ଚବର୍ଷରୁ କମ ପିଲାଙ୍କ ଅଭିବୃଦ୍ଧି ଘଟେନା। କୁପୋଷଣ କାରଣରୁ ଶିଶୁମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। କିଛି ପିଲା ନିମୋନିଆ, ଡାଇରିଆ ଓ ମ୍ୟାଲେରିଆ ଦ୍ୱାରା ପୀଡ଼ିତ। ଗ୍ଲୋବାଲ ଇଣ୍ଡେକ୍ସର ୨୦୧୯ ରିପୋର୍ଟ ଅନୁସାରେ ୧୧୭ଟି ଦେଶ ଭିତରୁ ଭାରତ ୧୦୨ ସ୍ଥାନରେ ରହିଛି।
କରୋନା ଭୂତାଣୁ ସଂକ୍ରମିତ ଦେଶର ଖାଦ୍ୟ ବ୍ୟବସ୍ଥାରେ ମଧ୍ୟ ଭିନ୍ନତା ପରିଲକ୍ଷିତ ହେଉଛି। ସମସ୍ତଙ୍କୁ ଏ ମହାମାରୀରେ ଖାଦ୍ୟ ଯୋଗାଇ ଦେବା ଏତେ ଉତ୍ସାହ ଜନକ ନୁହେଁ । ଆବଶ୍ୟକ ପରିମାଣରେ ସୁବିଧାରେ ଓ ଶସ୍ତାରେ ବହୁ ପରିମାଣର ଫଳ ଓ ପନିପରିବା ମିଳୁନାହିଁ। ଏ ଅସମୟରେ ଖାଦ୍ୟବିନା କିଛି କିଛି ବି ପ୍ରାଣ ହରାଉଛନ୍ତି। ଏ ବେଳେ ଗରିବ ତଥା ଦିନ ମଜୁରିଆ ବେଶି ହଇରାଣ ହେଉଛନ୍ତି। ଅଧିକାଂଶ ଗାଁ ଗଣ୍ଡା ଲୋକମାନେ ଓଳିଏ ଖାଇଲେ ଓଳିଏ ଉପାସ ରହନ୍ତି। ଭିକାରି ତଥା ବାରବୁଲାଙ୍କର ଅବସ୍ଥା ଅତି ଶୋଚନୀୟ। ସରକାର ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ସେମାନଙ୍କର ଖାଦ୍ୟର ବ୍ୟବସ୍ଥା କରିଥିଲେ ମଧ୍ୟ ଏହା ସମୁଦ୍ରକୁ ଶଙ୍ଖେ ପରି। ଲକ୍‌ଡାଉନ୍‌ ଓ ଶଟ୍‌ଡାଉନ୍‌ ବେଳେ ଲୋକମାନେ ପେଟରେ ଓଦାକନା ପକାଇ ଶୋଇ ଯିବାର ନଜିର ମଧ୍ୟ ରହିଛି। କାମଧନ୍ଦା ବନ୍ଦ, ମୂଲ ଲାଗିବା ବନ୍ଦ, ଏ ଅବସ୍ଥାରେ ପାଞ୍ଚ ପ୍ରାଣୀ କୁଟୁମ୍ବ ପୋଷିବା ସହଜ ନୁହେଁ । ଜୀବନ ଓ ଜୀବିକା କ୍ଷେତ୍ରରେ କରୋନା ପାଖରେ ହାର ମାନିଛି ମଣିଷ। ଭୂତାଣୁ ଯିବାର ନା ଧରୁନି। ସେଥିପାଇଁ ମଧ୍ୟ ଟିକା ଏଯାବତ୍‌ ବାହାରିପାରିଲା ନାହିଁ । କିଛି କିଛି ଲୋକ ନିଜ ନିଜର ବୃତ୍ତିରେ ଯୋଗ ଦେଲେଣି। ମଜୁରିଆଙ୍କୁ କାମଧନ୍ଦା ଯୋଗାଇ ଦିଆଯାଉଛି ତଥାପି ଗୋଟାଏ ଭୟ ଓ ଆଶଙ୍କା କାବୁ କରି ଦେଇଛି। ପଦାକୁ ଗୋଡ଼ କାଢ଼ି ହେଉନାହିଁ ଏପରି ସ୍ଥଳେ, ଜୀବନ ଗତିଶୀଳ ହୋଇପାରୁନାହିଁ । ଏଣୁ ଭୋକ ଓ ଭୂତାଣୁର ସରଳାର୍ଥ ଆମ ପାଖରେ ଏବେ ଅସ୍ପଷ୍ଟ ନାହିଁ।
ମୋ-୯୪୩୭୭୨୮୪୭୫


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri