ଭୁଶୁଡ଼ି ପଡ଼ିଲା ପାନୀୟଜଳ ପ୍ରକଳ୍ପ

ପରଜଙ୍ଗ, ୪।୮(ଡି.ଏନ.ଏ.)-ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ନୂଅଁାକୁଆଳୋ ଗ୍ରାମରେ ଗତ ଫେବୃୟାରୀରେ ଲୋକାର୍ପିତ ହୋଇଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପର ଡିପ୍‌ଓ୍ବେଲ ଶନିବାର ଭୁଶୁଡ଼ି ପଡ଼ିଛି। ଏଥିରେ ୧୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଅନୁମାନ କରାଯାଉଛି। ନିମ୍ନମାନର କାମ ଯୋଗୁ ୬୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପ୍ରକଳ୍ପ ୬ମାସ ତିଷ୍ଠିଲାନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପ୍ରକଳ୍ପ ନଷ୍ଟ ହୋଇଯିବା ପରେ ଏବେ ୩୦୦ରୁ ଊର୍ଦ୍ଧ୍ୱ ପରିବାରକୁ ଘାରିଛି ପାନୀୟ ଜଳ ଚିନ୍ତା।
ଓଡ଼ିଶା ସରକାରଙ୍କ ପଞ୍ଚାୟତିରାଜ ଏବଂ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ‘ବସୁଧା’ ଯୋଜନାରେ ଉକ୍ତ ପ୍ରକଳ୍ପ ନିର୍ମାଣ କରାଯାଇଥିଲା। ଏଥିରେ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ଅନୁଦାନ ଟଙ୍କାରେ ଓଭରହେଡ୍‌ ପାଣିଟାଙ୍କି, ଡିପ୍‌ ଓ୍ବେଲ୍‌, ପାଇପ ବିଛାଇବା କାର୍ଯ୍ୟ କରାଯାଇଥିଲା। କେବଳ ଡିପ୍‌ ଓ୍ବେଲ, ଏହାର ସୁରକ୍ଷା ପାଚେରି, ମୋଟର ସଂଯୋଗ ବ୍ୟବସ୍ଥା, ଘୋଡ଼ଣି, ବିଦ୍ୟୁତୀକରଣ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଥିଲା। କାର୍ଯ୍ୟକ୍ଷମ ହେବାପରେ ଅଞ୍ଚଳ ୩୦୦ରୁ ଊର୍ଦ୍ଧ୍ୱ ପରିବାର ଏହି ପ୍ରକଳ୍ପରୁ ଉପକୃତ ହେଉଥିଲେ। ହେଲେ ଶନିବାର ପୂର୍ବାହ୍ନରେ ହଠାତ୍‌ ଡିପ୍‌ଓ୍ବେଲ ଭୁଶୁଡ଼ି ପଡ଼ିଛି। କୂଅ ଭିତରେ ସମସ୍ତ ସାମଗ୍ରୀ ପୋତି ହୋଇଯାଇଛି। ସୁରକ୍ଷା ପାଚେରି ମଧ୍ୟ ଭାଙ୍ଗିଯାଇଛି।
ଅଞ୍ଚଳବାସୀଙ୍କ କହିବା କଥା, ଗ୍ରାମାଞ୍ଚଳର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ରାଜ୍ୟ ସରକାର ‘ବସୁଧା’ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ହେଲେ ଟେଣ୍ଡର ପାଉଥିବା ଠିକାଦାରମାନେ ଏହାକୁ ଖାମଖିଆଲ ଭାବେ ନେଉଛନ୍ତି। ସେମାନେ ନିଜେ କାମ ନ କରି ପେଟି କଣ୍ଟ୍ରାକ୍ଟରଙ୍କୁ ନିୟୋଜିତ କରୁଛନ୍ତି। ଅଧିକାରୀମାନେ ମଧ୍ୟ କାମ ଠିକ୍‌ ଭାବେ ତଦାରଖ କରୁନାହାନ୍ତି। ଫଳରେ ନିମ୍ନମାନର କାର୍ଯ୍ୟ କରାଯାଉଛି। କାମ ସମୟରେ କୂଅରେ ଫାଟ ସୃଷ୍ଟି ହୋଇଥିଲା। ଏ ନେଇ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କେହି କର୍ଣ୍ଣପାତ କରି ନ ଥିଲେ। ଠିକାଦାର ମନଇଚ୍ଛା କାମ କଲେ। ତେଣୁ ଏପରି ଦୁର୍ଘଟଣା ଘଟିଲା। ବର୍ଷାଦିନେ ପ୍ରକଳ୍ପ ଅଚଳ ହୋଇପଡ଼ିବା ସମସ୍ୟା ସୃଷ୍ଟି କରିବ। ବିଶୁଦ୍ଧ ପାଣି ମୁନ୍ଦାଏ ମିଳିବ ନାହିଁ। ଏଥିପାଇଁ ଉଭୟ ଅଧିକାରୀ ଏବଂ ଠିକାଦାର ଦାୟୀ। ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ପ୍ରକଳ୍ପକୁ ତୁରନ୍ତ ପୁନରୁଦ୍ଧାର କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।
ଏ ନେଇ ପରଜଙ୍ଗ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ତ୍ରିଲୋଚନ ପ୍ରଧାନ କୁହନ୍ତି, କୂଅର ଗୋଟିଏ ପାର୍ଶ୍ୱ ଦବିଯିବାରୁ ପ୍ରକଳ୍ପ ଭୁଶୁଡ଼ି ପଡ଼ିଛି। ଠିକାଦାର ଅକ୍ଷୟ କୁମାର ମୁକୁଟଙ୍କୁ ପୁଣି ଥରେ ଏହି କାମ କରିବାକୁ ନିର୍ଦ୍ଦେଶ ଦିଆଯିବ। କୂଅ ଭୁଶୁଡ଼ି ପଡ଼ିଛି ଯେତେବେଳେ, ଲୋକମାନେ ନିମ୍ନମାନର କାମ ହୋଇଥିବା ଅଭିଯୋଗ କରିବେ। ଯଦି ନିମ୍ନମାନର କାମ ହୋଇଥାନ୍ତା ତେବେ ସଙ୍ଗେ ସଙ୍ଗେ ଭୁଶୁଡ଼ି ପଡ଼ିଥାନ୍ତା। ଏତେ ମାସ ରହି ନ ଥାନ୍ତା ବୋଲି ସେ କହିଛନ୍ତି। ତେବେ ଯନ୍ତ୍ରୀଙ୍କ ଏପରି ଯୁକ୍ତିକୁ ନାପସନ୍ଦ କରିଛନ୍ତି ଗ୍ରାମବାସୀ। ଏହା ଠିକାଦାରଙ୍କ ପ୍ରତି ଅଧିକାରୀଙ୍କ ଅହେତୁକ ଅନୁକମ୍ପା ବୋଲି ସେମାନେ କହିଛନ୍ତି। ଏଥିସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri