ଭୁବନେଶ୍ୱରରେ କୋହଳ ହେଲା କଟକଣା

ଭୁବନେଶ୍ୱର,୨୯ା୪(ବ୍ୟୁରୋ):  ଭୁବନେଶ୍ୱରରେ ବ୍ୟବସାୟିକ କଟକଣାକୁ କୋହଳ କରାଯାଇଛି। ଏନେଇ ମଙ୍ଗଳବାର ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବୁଧବାରଠାରୁ ବିଏମ୍‌ସି ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ। ଗ୍ରସେରି, ଫଳ, ପନିପରିବା, ମାଛ,ମାଂସ, ଓମ୍‌ଫେଡ ଷ୍ଟଲ ଆଦି ଖୋଲା ରହିବ। ଏଥିସହ ଛୋଟ ଦୋକାନ, ଗ୍ୟାରେଜ୍‌, ମୋଟର ପାର୍ଟସ, ଲୁବ୍ରିକାଣ୍ଟ ଦୋକାନ ଖୋଲା ରହିବାକୁ ବିଏମ୍‌ସି ଅନୁମତି ଦେଇଛି। ମାର୍କେଟ କମ୍ପ୍ଲେକ୍ସ, ସପିଂ କମ୍ପ୍ଲେକ୍ସ, ମଲ୍ଟିବ୍ରାଣ୍ଡ ଶୋରୁମ୍‌ ଓ ମଲ୍‌ ସହ ସେଲୁନ୍‌, ଗେମ୍‌ ପାର୍ଲର, ମସାଜ୍‌ ସେଣ୍ଟର, ଜିମ୍‌, ପାନ, ଗୁଟ୍‌ଖା ଦେକାନ, ଚା’ କଫି ଷ୍ଟଲ, ଫାଷ୍ଟଫୁଡ୍‌ ଷ୍ଟଲ, ଜଳଖିଆ ଦୋକାନ ଓ ଜୁସ୍‌ ସେଣ୍ଟର ବନ୍ଦ ରଖାଯିବାକୁ ନିଷ୍ପତ୍ତି ନିଆଯାଇଛି।
ଭୁବନେଶ୍ୱରରେ ରିଲିୟାନ୍ସ, ବିଗ୍‌ବଜାର, ଫାଲକନ୍‌ ଫ୍ରେସ୍‌, ଚିଲିକା ଫ୍ରେସ୍‌ ପରି ଖାଦ୍ୟ ସାମଗ୍ରୀ ବିକ୍ରି କରୁଥିବା ଦୋକାନଗୁଡ଼ିକ ଖୋଲାଯିବ। ପଶୁଖାଦ୍ୟ, ମଞ୍ଜି, କୀଟନାଶକ ବିକ୍ରି ଦୋକାନ ମଧ୍ୟ ଖୋଲା ରହିବ। ସେହିପରି ଓଡ଼ିଶା ଶପ୍ସ ଓ କମର୍ସିଆଲ ଏଷ୍ଟାବ୍ଲିଶମେଣ୍ଟ ଆକ୍ଟ ୧୯୫୬ରେ ପଞ୍ଜୀକୃତ ହୋଇଥିବା ବ୍ୟବସାୟୀଙ୍କୁ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ବହି ଦୋକାନ, ହୋମ୍‌ ଡେଲିଭରି କରୁଥିବା ରେଷ୍ଟୁରାଣ୍ଟ ଖୋଲିବ। ଘରୋଇ ଇଲେକ୍ଟ୍ରିସିଆନ, ପ୍ଲମ୍ବର, କାର୍ପେଣ୍ଟର ମରାମତି ଦୋକାନ ଆଦି ଖୋଲାରହିବ। ବ୍ୟାଙ୍କ ଏଟିମ୍‌ ସହ ଅନ୍ୟ ବ୍ୟାଙ୍କିଂ କାର୍ଯ୍ୟାଳୟରେ ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ। ବନ୍ଦଥିବା ପେଟ୍ରୋଲ ପମ୍ପ, ହୋଟେଲ, ଲଜ୍‌ଗୁଡ଼ିକୁ ଖୋଲାଯିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ସେହିପରି ନିର୍ମାଣ କାର୍ଯ୍ୟ ଜାରି ରହିବ। ନିର୍ମାଣ ସ୍ଥଳକୁ ଆଇରନ ରଡ, ସିମେଣ୍ଟ, ଚିପ୍‌ସ ଆଦି ପରିବହନ କରାଯାଇପାରିବ। ଶିଳ୍ପ ଓ ବଡ଼ ବଡ଼ ବ୍ୟବସାୟିକ ପ୍ରତିଷ୍ଠାନରେ ୨୫% କର୍ମଚାରୀ କାମ କରିବେ।
ବ୍ୟବସାୟ ପ୍ରତିଷ୍ଠାନ ଖୋଲିବା ପାଇଁ ବିଏମ୍‌ସି ପକ୍ଷରୁ କିଛି ଗାଇଡ୍‌ଲାଇନ୍‌ ମଧ୍ୟ ଜାରି କରାଯାଇଛି। ଖୋଲାଯିବାକୁ ଥିବା ଦୋକାନରେ ଏକ ସମୟରେ ସର୍ବାଧିକ ୫ଜଣ ଲୋକ ରହିପାରିବେ, ସାମାଜିକ ଦୂରତ୍ୱ, ମାସ୍କ ପିନ୍ଧିବା ସହ ହ୍ୟାଣ୍ଡୱାଶ୍‌, ସାନିଟାଇଜର ରଖିବାକୁ ବାଧ୍ୟତାମୂଳକ କରାଯାଇଛି। ସେହିପରି ଥଣ୍ଡା, କଫ, କାଶ କିମ୍ବା ଜ୍ୱର ହୋଇଥିବା କର୍ମଚାରୀଙ୍କୁ ଦୋକାନକୁ ଆସିବାକୁ ବାରଣ କରିବା ପାଇଁ କୁହାଯାଇଛି। ବର୍ତ୍ତମାନ ପରିବା ବ୍ୟବସାୟୀମାନେ ଯେଉଁଠି ବ୍ୟବସାୟ କରୁଛନ୍ତି ସେହିପରି କରିବେ। ମୁଖ୍ୟ ମାର୍କେଟକୁ ଆସିବେ ନାହିଁ। ମେଡିସିନ ଷ୍ଟୋର ଓ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡ଼ି ଅନ୍ୟସମସ୍ତ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ଯାଏ ଖୋଲା ରହିବ ଓ ଟ୍ରେଡ୍‌ ଲାଇସେନ୍ସ ପ୍ରମାଣପତ୍ରର ଏକ ଅବିକଳ ନକଲ ଦୋକାନରେ ରଖିବାକୁ ବିଏମ୍‌ସି ପରାମର୍ଶ ଦେଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ପାରମ୍ପରିକ ‘ଟୋକି ପର୍ବ’ ପାଇଁ  ଚଳଚଞ୍ଚଳ କଳାହାଣ୍ଡି:  ସଜାଗ ଅଛନ୍ତି ପର୍ବ ପାଳନ କମିଟି, ଜାନୀ-ଦିଶାରୀଙ୍କ ନେତୃତ୍ୱରେ…

ଥୁଆମୂଳ ରାମପୁର, ୨୮ା୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ଆଦିବାସୀ ଅଞ୍ଚଳରେ ଆସନ୍ତାକାଲି ଅର୍ଥାତ ରବିବାର କନ୍ଧ ସମ୍ପ୍ରଦାୟର ଗଣପର୍ବ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri