କଣ୍ଟେନମେଣ୍ଟ ଜୋନ୍‌ରେ ନଜର ରଖିବ ଡ୍ରୋନ୍‌

ଭଦ୍ରକ ଅଫିସ,୨୯ା୪

ଭଦ୍ରକ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ପୁଣି ୩ ପଜିଟିଭ୍‌ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୯ରେ ପହଞ୍ଚିଛି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବାସୁଦେବପୁର ବ୍ଲକର ୨ ଓ ଅନ୍ୟ ଜଣେ ବନ୍ତ ବ୍ଲକର ବୋଲି ଜଣାପଡ଼ିଛି। ଏହି ୩ଜଣ କୋଲକାତା ଫେରନ୍ତା ବୋଲି ପ୍ରଶାସନ ସୂଚନା ଦେଇଛି। ସଂକ୍ରମିତ ଚିହ୍ନଟ ହୋଇଥିବା ବାସୁଦେବପୁରର କିସ୍ମତକୃଷ୍ଣପୁର, ଚୂଡ଼ାମଣି ଓ ବନ୍ତ ବ୍ଲକର ଚାରିଗାଁ ପଞ୍ଚାୟତକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି ୩ପଞ୍ଚାୟତର ସମସ୍ତ ପ୍ରବେଶ ପଥ ସିଲ୍‌ କରାଯିବା ସହ ପୋଲିସ ପହରା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି। ଜିଲାରେ ପୂର୍ବରୁ ୧୮ଟି କଣ୍ଟେନମେଣ୍ଟ ଜୋନ୍‌ ରହିଥିଲା ବେଳେ ଏବେ ଏହି ସଂଖ୍ୟା ୨୧ରେ ପହଞ୍ଚିଛି।
କଣ୍ଟେନ୍‌ମେଣ୍ଟ ଜୋନ୍‌ ଅଞ୍ଚଳରେ ନଜର ରଖିବା ପାଇଁ ଏଣିକି ଜିଲା ପ୍ରଶାସନ ପକ୍ଷରୁ ଡ୍ରୋନ୍‌ କ୍ୟାମେରାର ସହାୟତା ନିଆଯିବ। ଏନେଇ ଜିଲା ପ୍ରଶାସନ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ କରିଛି। ବୁଧବାରଠାରୁ ଡ୍ରୋନ୍‌ କ୍ୟାମେରା କଣ୍ଟେନ୍‌ମେଣ୍ଟ ଜୋନ୍‌ ଉପରେ ଉଡ଼ି ଅମାନିଆଙ୍କ ଉପରେ ନଜର ରଖିବ। ପ୍ରଶାସନିକ ଗତିବିଧି, ଲୋକଙ୍କ ହାବଭାବ, ପୋଲିସର କାର୍ଯ୍ୟକଳାପ ସମେତ ଗାଁ ମାନଙ୍କରେ ସାମାଜିକ ଦୂରତ୍ୱ କିପରି ବଜାୟ ରଖାଯାଉଛି ଏ ସମସ୍ତ ବିଷୟ ଉପରେ କ୍ୟାମେରା ନଜର ରଖିବ। ଜିଲାପାଳ ଡ. ଜ୍ଞାନରଞ୍ଜନ ଦାସ ଟୁଇଟର୍‌ ଯୋଗେ ଏହି ସୂଚନା ଦେଇଛନ୍ତି।
ଯେଉଁସବୁ ଅଞ୍ଚଳରେ ବହିରାଗତମାନେ ଅଛନ୍ତି, ପ୍ରଶାସନ ସେହି ଅଞ୍ଚଳକୁ ସର୍ଭେଲାନ୍ସ ଜୋନ ଘୋଷଣା କରିଛି। ଜିଲାର ୩୨ଟି ପଞ୍ଚାୟତକୁ ପ୍ରଶାସନ ପକ୍ଷରୁ ସର୍ଭେଲାନ୍ସ ଜୋନ୍‌ ଭାବେ ଘୋଷଣା କରାଯାଇଥିବା ମଙ୍ଗଳବାର ଜିଲାପାଳ ଡ. ଦାସ ସୂଚନା ଦେଇଛନ୍ତି। ପ୍ରତି ପଞ୍ଚାୟତରେ ଅନୂ୍ୟନ ୧୦ରୁ ଊର୍ଦ୍ଧ୍ୱ କୋଲକାତା ଫେରନ୍ତା ରହିଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ଏହି ସର୍ଭେଲାନ୍ସ ଜୋନ୍‌ ଅଧୀନରେ ଥିବା ସମସ୍ତ ପଞ୍ଚାୟତରେ ଘରକୁ ଘର ବୁଲି ସର୍ଭେ କରାଯାଇ ପଶ୍ଚିମବଙ୍ଗ(କୋଲକାତା) ଫେରନ୍ତାଙ୍କ ସ୍ବାବ୍‌ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯିବାକୁ ବ୍ୟବସ୍ଥା ହୋଇଛି। ଅଙ୍ଗନୱାଡ଼ି ଓ ଆଶା କର୍ମୀମାନଙ୍କ ଦ୍ୱାରା ସର୍ଭେ କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା ଓ ସଚେତନତା କାର୍ଯ୍ୟ ଆରମ୍ଭ ହୋଇଛି।
ସୂଚନାଯୋଗ୍ୟ ଯେ, ୬୦ ଘଣ୍ଟିଆ ଶଟ୍‌ଡାଉନ ବେଳେ ଜିଲାର ସବୁ ବ୍ଲକରେ ସର୍ଭେଲାନ୍ସ କରାଯାଇ ପ୍ରାୟ ୧୩ ଶହ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ବାହାର ରାଜ୍ୟରୁ ଫେରିଥିବା ଲୋକଙ୍କର ମଧ୍ୟ ସ୍ବାବ୍‌ ସଂଗ୍ରହ କରାଯାଇଥିଲା। ପ୍ରଶାସନର ତଥ୍ୟ ଅନୁଯାୟୀ, ଧାମନଗର ବ୍ଲକର ୧୩ଟି ପଞ୍ଚାୟତର ସର୍ବାଧିକ ୨୨୧ଜଣ, ତିହିଡ଼ି ବ୍ଲକର ୮ଟି ପଞ୍ଚାୟତର ୧୩୩, ଭଦ୍ରକ ବ୍ଲକର ୫ଟି ପଞ୍ଚାୟତର ୬୩, ବନ୍ତ ବ୍ଲକର ୨ଟି ପଞ୍ଚାୟତର ୨୪, ଚାନ୍ଦବାଲି ବ୍ଲକର ୨ଟି ପଞ୍ଚାୟତର ୨୨, ବାସୁଦେବପୁର ବ୍ଲକର ଗୋଟିଟି ପଞ୍ଚାୟତର ୧୮ ଏବଂ ଭଣ୍ଡାରିପୋଖରୀ ବ୍ଲକର ଗୋଟିଏ ପଞ୍ଚାୟତର ୧୦ ବହିରାଗତଙ୍କୁ ଚିହ୍ନଟ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ସକାଳ ସାଢେ ୮ଟାରୁ ପାରଦ ଛୁଇଁଲା ୩୬, ୫ ଦିନ ଅସହ୍ୟ ହେବ ତାତି

ଭୁବନେଶ୍ୱର,୨୫।୪: ସକାଳୁ ଅସହ୍ୟ ତାତି। ସାଢ଼େ ୮ଟା ସୁଦ୍ଧା ୩୬ ଛୁଇଁଲା ପାରଦ। ବାଲେଶ୍ୱରର ତାମପାତ୍ରା ଗୁରୁବାର ସକାଳୁ ୩୬ ଡିଗ୍ରୀ ଛୁଇଁଛି । ଖାଲି...

ନିର୍ବାଚନ ହାରୁଥିବା ଜାଣି ମିଛ ଅଭିଯୋଗ ଆଣିଛି ଭାଜପା: ବିଜେଡି

ଭୁବନେଶ୍ୱର,୨୫ା୪(ଅନିଲ ଦାସ)ଓଡ଼ିଶା ଭାରତୀୟ ଜନତା ପାର୍ଟିର ନେତାମାନେ ଯେତେବେଳେ ନିର୍ବାଚନ ହାରୁଥିବା ଅନୁଭବ କରନ୍ତି, ସେତେବେଳେ ସେମାନେ ବିନା କୌଣସି ତଥ୍ୟ ଆଧାରରେ ମିଥ୍ୟା, ଭିତ୍ତିହୀନ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri