ଭୁବନେଶ୍ୱରରେ କର୍ନାଟକ ବସ୍‌ ଜଳିବା ଘଟଣା: ଆରଟିଓରୁ ମାଲିକଙ୍କ ତଥ୍ୟ ଆଣିବ ପୋଲିସ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ଶହୀଦନଗର ଇମ୍ପା ପାର୍କ ନିକଟରେ ତାମିଲନାଡୁର କଳା ତାଲିକାଭୁକ୍ତ ବସ୍‌ ଜଳିବା ଘଟଣାରେ ରହସ୍ୟ ବଢିବାରେ ଲାଗିଛି। ପୋଲିସ ବସ୍‌ ମାଲିକଙ୍କ ପତ୍ତା ପାଉ ନ ଥିବାବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବସ୍‌ରେ କିଏ ଓ କାହିଁକି ନିଆଁ ଲଗାଇଲା ଏବେବି ରହସ୍ୟ ଘେରରେ ରହିଛି। ଶୁକ୍ରବାର ଶହୀଦନଗର ଥାନା ପୋଲିସ ବସ୍‌ ମାଲିକଙ୍କ ପରିଚୟ ଓ ସମ୍ପୂର୍ଣ୍ଣ ଠିକଣା ଜାଣିବା ପାଇଁ ଭୁବନେଶ୍ୱର ଆରଟିଓକୁ ଚିଠି କରିବା ସହ ତଥ୍ୟ ହାସଲ କରିବ। ମାଲିକଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିବା ପରେ ହିଁ ବସ୍‌ଟି କର୍ନାଟକରୁ ଭୁବନେଶ୍ୱର ଆସିବାର ପ୍ରକୃତ ଉଦେଶ୍ୟ ଓ ସମସ୍ତ ରହସ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ ଆଶା ରଖିଛି।
ସୂଚନା ମୁତାବକ, ଶହୀଦନଗର ପ୍ଲଟ୍‌ ନଂ.୩୧୬ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉକ୍ତ ବସ୍‌(କେଏ ୦୧ଡି ୫୧୮୦) ଦୀର୍ଘବର୍ଷ ଧରି ରହିଥିଲା। ଅସାମାଜିକମାନେ ବସ୍‌ ଭିତରେ ଆଡ୍ଡା ଜମାଇବା ସହ ନିଶା ସେବନ କରୁଥିଲେ। ବୁଧବାର ଅପରାହ୍ନ ପ୍ରାୟ ଗୋଟେ ୫୦ମିନିଟରେ ବସ୍‌ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଧୀରେ ଧୀରେ ଲୋକଙ୍କ ଭିଡ଼ ଜମିବା ସହ ଦମକଳ କେନ୍ଦ୍ର, ବିଦ୍ୟୁତ୍‌ ବିଭାଗ ଓ ଥାନାକୁ ଖବର ଦିଆଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୧୦ମିନିଟରେ ଅଗ୍ନିଶମ ବାହିନୀ ପହଞ୍ଚତ୍ବା ବେଳକୁ ନିଆଁ ଉଗ୍ରରୂପ ନେଇସାରିଥିଲା। ନିଆଁ ଲିଭାଇବାକୁ ପ୍ରାୟ ୨୦ ମିନିଟ୍‌ ସମୟ ଲାଗିଥିଲା। ବସ୍‌ର ସିଟ୍‌, ଡୋର ଓ ଅନ୍ୟାନ୍ୟ ଅଂଶ ପୂରା ପୋଡ଼ିଯାଇଥିଲା। ବସ୍‌ ଉପର ଦେଇ ଯାଇଥିବା କିଛି ବିଦ୍ୟୁତ୍‌ ତାର ମଧ୍ୟ ଜଳିଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ବସ୍‌ଟିକୁ କର୍ନାଟକ ପରିବହନ ବିଭାଗ କଳା ତାଲିକାଭୁକ୍ତ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri