ଭୁବନେଶ୍ୱରରେ କର୍ନାଟକ ବସ୍‌ ଜଳିବା ଘଟଣା: ଆରଟିଓରୁ ମାଲିକଙ୍କ ତଥ୍ୟ ଆଣିବ ପୋଲିସ

ଭୁବନେଶ୍ୱର, ୨୭।୧୨(ବ୍ୟୁରୋ): ଶହୀଦନଗର ଇମ୍ପା ପାର୍କ ନିକଟରେ ତାମିଲନାଡୁର କଳା ତାଲିକାଭୁକ୍ତ ବସ୍‌ ଜଳିବା ଘଟଣାରେ ରହସ୍ୟ ବଢିବାରେ ଲାଗିଛି। ପୋଲିସ ବସ୍‌ ମାଲିକଙ୍କ ପତ୍ତା ପାଉ ନ ଥିବାବେଳେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ବସ୍‌ରେ କିଏ ଓ କାହିଁକି ନିଆଁ ଲଗାଇଲା ଏବେବି ରହସ୍ୟ ଘେରରେ ରହିଛି। ଶୁକ୍ରବାର ଶହୀଦନଗର ଥାନା ପୋଲିସ ବସ୍‌ ମାଲିକଙ୍କ ପରିଚୟ ଓ ସମ୍ପୂର୍ଣ୍ଣ ଠିକଣା ଜାଣିବା ପାଇଁ ଭୁବନେଶ୍ୱର ଆରଟିଓକୁ ଚିଠି କରିବା ସହ ତଥ୍ୟ ହାସଲ କରିବ। ମାଲିକଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିବା ପରେ ହିଁ ବସ୍‌ଟି କର୍ନାଟକରୁ ଭୁବନେଶ୍ୱର ଆସିବାର ପ୍ରକୃତ ଉଦେଶ୍ୟ ଓ ସମସ୍ତ ରହସ୍ୟ ସ୍ପଷ୍ଟ ହେବ ବୋଲି ପୋଲିସ ଆଶା ରଖିଛି।
ସୂଚନା ମୁତାବକ, ଶହୀଦନଗର ପ୍ଲଟ୍‌ ନଂ.୩୧୬ ସମ୍ମୁଖ ରାସ୍ତା ପାର୍ଶ୍ୱରେ ଉକ୍ତ ବସ୍‌(କେଏ ୦୧ଡି ୫୧୮୦) ଦୀର୍ଘବର୍ଷ ଧରି ରହିଥିଲା। ଅସାମାଜିକମାନେ ବସ୍‌ ଭିତରେ ଆଡ୍ଡା ଜମାଇବା ସହ ନିଶା ସେବନ କରୁଥିଲେ। ବୁଧବାର ଅପରାହ୍ନ ପ୍ରାୟ ଗୋଟେ ୫୦ମିନିଟରେ ବସ୍‌ ଭିତରୁ ଧୂଆଁ ବାହାରୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ଧୀରେ ଧୀରେ ଲୋକଙ୍କ ଭିଡ଼ ଜମିବା ସହ ଦମକଳ କେନ୍ଦ୍ର, ବିଦ୍ୟୁତ୍‌ ବିଭାଗ ଓ ଥାନାକୁ ଖବର ଦିଆଯାଇଥିଲା। ଅପରାହ୍ନ ପ୍ରାୟ ୨ଟା ୧୦ମିନିଟରେ ଅଗ୍ନିଶମ ବାହିନୀ ପହଞ୍ଚତ୍ବା ବେଳକୁ ନିଆଁ ଉଗ୍ରରୂପ ନେଇସାରିଥିଲା। ନିଆଁ ଲିଭାଇବାକୁ ପ୍ରାୟ ୨୦ ମିନିଟ୍‌ ସମୟ ଲାଗିଥିଲା। ବସ୍‌ର ସିଟ୍‌, ଡୋର ଓ ଅନ୍ୟାନ୍ୟ ଅଂଶ ପୂରା ପୋଡ଼ିଯାଇଥିଲା। ବସ୍‌ ଉପର ଦେଇ ଯାଇଥିବା କିଛି ବିଦ୍ୟୁତ୍‌ ତାର ମଧ୍ୟ ଜଳିଯାଇଥିଲା। ଅନ୍ୟପକ୍ଷରେ ଉକ୍ତ ବସ୍‌ଟିକୁ କର୍ନାଟକ ପରିବହନ ବିଭାଗ କଳା ତାଲିକାଭୁକ୍ତ କରିଥିବା ଜଣାପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri