ଭୁବନପୁରରେ ହାତୀ ଉପଦ୍ରବ: ଭାଙ୍ଗିଲେ ୨ ଶହ ଆମ୍ବଗଛ

ବନ୍ତଳା, ୧୩ା୫(ଡି.ଏନ.ଏ.) ଅନୁଗୋଳ ବନଖଣ୍ଡ ବନ୍ତଳା ରେଞ୍ଜ ତଳଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ ଶନିବାର ରାତିରେ  ହାତୀପଲ ପଶି ଉପଦ୍ରବ କରିଛନ୍ତି। ହାତୀପଲ ତଳଗଡ ଗ୍ରାମର ସଦାନନ୍ଦ ସାହୁଙ୍କ ୨ ଶହ କଲମୀ ଆମ୍ବ ଗଛ ନଷ୍ଟ କରିଛନ୍ତି। ବାରମ୍ବାର ବନ ବିଭାଗକୁ ଖବର ଦେବା ସତ୍ତ୍ୱେ ବିଭାଗ ପକ୍ଷରୁ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଉ ନ ଥିବାରୁ ତୀବ୍ର ଜନଅସନ୍ତୋଷ ସୃଷ୍ଟି ହୋଇଛି। ରବିବାର ଅପରାହ୍ନରେ ସଦାନନ୍ଦ ଘଟଣାସ୍ଥଳରେ ପହଞ୍ଚିଥିବା ଗାର୍ଡ ବଶିଷ୍ଠ ଦେହୁରୀ, ଓ୍ବାଚର ବୁରୁନ୍ଧା ପ୍ରଧାନ, ଶରତ ବେହେରା, ଦୀନବନ୍ଧୁ ଦେହୁରୀଙ୍କୁ ଅଟକ ରଖିଛନ୍ତି। ରେଞ୍ଜର ଓ ଡିଏଫ୍‌ଓ ନ ଆସିଲେ କୌଣସି ସମାଧାନ ନ କଲେ ଛାଡିବେ ନାହିଁ ବୋଲି ସେ ପ୍ରକାଶ କରିଛନ୍ତି। ତାଙ୍କ କହିବା ମୁତାବକ, ଭୁବନପୁର ଗ୍ରାମରେ ସେ  ୫ ଏକର ୫୪ ଡେସିମିଲ ଜାଗାରେ ପାଞ୍ଚ ବର୍ଷ ପୂର୍ବରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ୩ ଶହ କଲମୀ ଆମ୍ବଗଛ ଲଗାଇଥିଲେ। ବର୍ତ୍ତମାନ ଆମ୍ବ ଫଳି ଆସିଥିବା ବେଳେ ହାତୀପଲ ଗଛ ନଷ୍ଟ କରିଦେଇଛନ୍ତି। ତେଣୁ ତୁରନ୍ତ ତାଙ୍କୁ କ୍ଷତିପୂରଣ ଦେବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ ବନ୍ତଳା ରେଞ୍ଜର ଡିଲେଶ୍ୱର ପ୍ରଧାନ କୁହନ୍ତି, ହାତୀ ଘଉଡାଇବା ପାଇଁ ପାଟ୍ରୋଲିଂ କରାଯାଉଛି। ଆମ୍ବ ଗଛ ନଷ୍ଟ କରିଥିବା ନେଇ ଘଟଣା ସ୍ଥଳକୁ ଗାର୍ଡକୁ ତଦନ୍ତ କରିବା ପାଇଁ ପଠାଯାଇଥିଲା। ହେଲେ ବନ କର୍ମଚାରୀଙ୍କୁ ସେମାନେ ଅଟକ ରଖିଥିବା ଖବର ମିଳିଛି। ସେମାନେ ଅଭିଯୋଗ କଲେ କ୍ଷତିପୂରଣ ଦିଆଯିବ। ଏଥିସହିତ ଜମିର ପଟ୍ଟା, ବ୍ୟାଙ୍କ ପାସ୍‌ବୁକ ଦେବାକୁ ପଡିବ। କିନ୍ତୁ କ୍ଷତିଗ୍ରସ୍ତଙ୍କୁ କୁହାଗଲେ ମଧ୍ୟ ସେମାନେ ଅଭିଯୋଗ କରୁନାହାନ୍ତି। ଘଟଣାସ୍ଥଳକୁ ଯାଇ ସମାଧାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ SRAଙ୍କ ଦୁଇମହଲା କୋଠା, ଟେଣ୍ଟ ହାଉସ୍‌ ଠାବ

ଜଗତସିଂହପୁର, ୨୪।୮: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଓ ଆର୍ଥିକ ଅନିୟମିତତା ଅଭିଯୋଗରେ ତିର୍ତ୍ତୋଲର ପୂର୍ବତନ SRA ଭଞ୍ଜକିଶୋର ବେହେରାଙ୍କ ବିରୋଧରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ଚଢ଼ାଉ…

କରେଣ୍ଟ ନେଲା ୨ ଚାଷୀଙ୍କ ଜୀବନ, ଗାଁରେ ଶୋକାକୁଳ

ଜଗତସିଂହପୁର,୨୪।୮: ଜଗତସିଂହପୁର ଜିଲା ସଦର ଥାନା ବେନୁଖଣ୍ଡା ଗାଁରେ ସୋମବାର ଏକ ଅଘଟଣ ଘଟିଛି। ଚାଷ କାମ କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୨ଜଣ…

ଶୋଇଥିବାବେଳେ ମହିଳାଙ୍କ ଉପରେ ଭୁଶୁଡ଼ି ପଡ଼ିଲା କାନ୍ଥ, ତହସିଲଦାର ପହଞ୍ଚି…

ଗୁଣପୁର,୨୪ା୮(ସୁଜାତା ପାଢ଼ୀ): ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ରାୟଗଡ଼ା ଜିଲା ରାମନାଗୁଡ଼ା ବ୍ଲକ କଣ୍ଡାଜାମ ଗ୍ରାମରେ ଜଣେ ମହିଳାଙ୍କ ଉପରେ କାନ୍ଥ ଭୁଶୁଡ଼ି ପଡ଼ିଥିଲା। ତେବେ…

ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା, ଏହି ନଦୀ କରିଛି ଅଧିକ କ୍ଷତି

ଭୁବନେଶ୍ୱର,୨୪।୮: ଲଘୁଚାପ ବର୍ଷା ନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲୀପ ରାଉତ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ରାଜ୍ୟର ୯ଟି ସ୍ଥାନରେ ୧୦୦ ମିଲିମିଟରରୁ ଅଧିକ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri