ଭିନ୍ନ ଏକ ବିଶ୍ୱଯୁଦ୍ଧ ଓ ଭାରତ

ଜୁଲାଇ ୧୯୧୪ ମସିହା। ସର୍ବିୟାର କେତେକ ଉଗ୍ର ଜାତୀୟତାବାଦୀ ଯୁବକ ଗୁଳିକରି ମାରିଦେଲେ ଆର୍କଡିଉକ୍‌ ଫର୍ଡିନାଣ୍ଡ ଓ ତାଙ୍କ ପତ୍ନୀଙ୍କୁ। ସର୍ବିୟାର ସାର୍ବଭୌମତ୍ୱ ଉପରେ ଅଷ୍ଟ୍ରିଆ ଓ ହଙ୍ଗେରୀର ହସ୍ତକ୍ଷେପକୁ ବରଦାସ୍ତ କରିପାରୁ ନ ଥିଲେ ସେମାନେ। ସୁଯୋଗ ଉଣ୍ଡି ଅଷ୍ଟ୍ରିଆର ଉତ୍ତରାଧିକାରୀ ସେହି ଦମ୍ପତିଙ୍କୁ ଶେଷ କରିଦେଲେ ଉତ୍‌କ୍ଷିପ୍ତ ହୋଇ। ପ୍ରତିକ୍ରିୟା ସ୍ବରୂପ ଅଷ୍ଟ୍ରିଆ-ହଙ୍ଗେରି ମିଳିତ ଆକ୍ରମଣ କରିଦେଲେ ସର୍ବିୟା ଉପରେ। ସର୍ବିୟାର ବନ୍ଧୁ ରାଷ୍ଟ୍ର ଭାବେ ସହାୟତା କରିବାକୁ ରୁଷିଆ ଆଗେଇ ଆସିବାରୁ ଜର୍ମାନୀ ମଧ୍ୟ ଆଗେଇ ଆସିଲା ଅଷ୍ଟ୍ରିଆ-ହଙ୍ଗେରୀ ସମର୍ଥନରେ । ସେଇଠୁ ଅନ୍ୟ ଦେଶଗୁଡ଼ିକ ନିଜ ନିଜର ମିଶ୍ର ରାଷ୍ଟ୍ର ପକ୍ଷ ନେଇ କୁଦିପଡ଼ିଲେ ଯୁଦ୍ଧକୁ। ଆରମ୍ଭ ହୋଇଗଲା ପ୍ରଥମ ବିଶ୍ୱଯୁଦ୍ଧ। ପ୍ରାୟ ଲକ୍ଷେ ଲୋକଙ୍କ ପ୍ରାଣ ବିନିମୟରେ ଯୁଦ୍ଧର ପରିସମାପ୍ତି ଘଟିଲା ୧୯୧୯ ଆରମ୍ଭରେ। ତଥାପି ଚେତିଲା ନାହିଁ ବିଶ୍ୱ ଅନେକ ଅପୂରଣୀୟ କ୍ଷତି ଓ ଜୀବନ ହାନି ସତ୍ତ୍ୱେ। ତା’ ପରେ ବି ଦେଶ ଦେଶ ମଧ୍ୟରେ ବଢିଚାଲିଲା ବିଦ୍ୱେଷଭାବ, ପ୍ରତିପତ୍ତି ପ୍ରଦର୍ଶନର ପ୍ରତିଦ୍ୱନ୍ଦ୍ୱିତା। ପୁଣି କୋଡିଏ ବର୍ଷ ପରେ ଜର୍ମାନୀ ଆକ୍ରମଣ କରିଦେଲା ପୋଲାଣ୍ଡ ଉପରେ। ପୋଲାଣ୍ଡ ପାଇଁ ବାହାରିପଡ଼ିଲେ ଫ୍ରାନ୍ସ ଓ ବ୍ରିଟେନ। ସେଇଠୁ ଅନ୍ୟ ରାଷ୍ଟ୍ରମାନେ ମଧ୍ୟ ବାହାରି ଆସିଲେ ନିଜ ନିଜର ବନ୍ଧୁରାଷ୍ଟ୍ରଙ୍କୁ ସହାୟତା କରିବାକୁ। ଆରମ୍ଭ ହୋଇଗଲା ଆଉ ଏକ ମହା ସମର। ଲକ୍ଷ ଲକ୍ଷ ଲୋକ ନିହତ ହେଲେ ସେଥିରେ। ୮୭ ହଜାରରୁ ଅଧିକ ଥିଲେ କେବଳ ଭାରତରୁ। ଏତେବେଳେ ଯାଇ ସଭିଙ୍କ ଚେତା ପଶିଲା। ମହା ସମରର ମହାବିଭୀଷିକା ଦେଖି ମର୍ମାହତ ହେଲେ ବିଶ୍ୱ ନେତୃବୃନ୍ଦ। ସେଇଠୁ ଆରମ୍ଭ ହେଲା ଯୁଦ୍ଧ ପରର ଶାନ୍ତିପର୍ବ। ଗଠିତ ହେଲା ବିଶ୍ୱ ପଞ୍ଚାୟତ ବା ଜାତିସଂଘ କାର୍ଯ୍ୟାଳୟ । ଶାନ୍ତି ସହାବସ୍ଥାନର ସମ୍ମତି ଜଣାଇ ସାମିଲ ହେଲେ ସମସ୍ତେ। ଦେଶ ଦେଶ ମଧ୍ୟରେ ତିକ୍ତତା ଦେଖାଦେଇଥିଲେ ବି ଜାତିସଂଘର ହସ୍ତକ୍ଷେପ ଯୋଗୁ ବିଶ୍ୱ ବର୍ତ୍ତିଯାଇଥିଲା ତୃତୀୟ ବିଶ୍ୱଯୁଦ୍ଧରୁ। ମାତ୍ର ୭୫ ବର୍ଷ ପରେ ଆଜି ଅକସ୍ମାତ ଦେଖାଦେଇଛି ଭିନ୍ନ ଏକ ବିଶ୍ୱଯୁଦ୍ଧ। ପୂର୍ବ ଯୁଦ୍ଧରେ ବିଶ୍ୱ ସମୁଦାୟ ବିଭକ୍ତ ହୋଇ ଲଢୁଥିଲେ ଦୁଇଗୋଷ୍ଠୀରେ। ମାତ୍ର ଚଳିତ ତୃତୀୟ ବିଶ୍ୱଯୁଦ୍ଧରେ ସମସ୍ତ ଦେଶ ଗୋଟେପକ୍ଷରେ ଥିଲାବେଳେ ଅଦୃଶ୍ୟ ଶକ୍ତିଟି ଏକାକୀ ଆକ୍ରମଣ କରିଚାଲିଛି ମହାକାଳର ରୂପ ନେଇ। ତା’ର ପ୍ରଚଣ୍ଡ ଆକ୍ରମଣରେ ପ୍ରାୟ ସବୁ ଦେଶ ଭୀଷଣ କ୍ଷତାକ୍ତ। ବିଶ୍ୱ ସମୁଦାୟ ବୁଝିବା ବେଳକୁ ବଳିପଡ଼ିଲେଣି ହଜାର ହଜାର ଲୋକ। ବୃହତ ଭୂଖଣ୍ଡ ଚାଇନାକୁ ଅତର୍କିତ ଭାବେ ଆକ୍ରମଣ କରି ଭୂପତିତ କରିସାରି ମାଡିଗଲା ପ୍ରଚଣ୍ଡ ଶକ୍ତିଶାଳୀ ୟୁରୋପ ଭୂଖଣ୍ଡକୁ। ଇଟାଲି, ଫ୍ରାନ୍ସ, ବ୍ରିଟେନ, ଜର୍ମାନୀ ଆଦି ଖୁବ୍‌ ଶକ୍ତିଶାଳୀ, ସମୃଦ୍ଧ ଭୂଖଣ୍ଡମାନ ଅଦୃଶ୍ୟ ଶତ୍ରୁର ଆକ୍ରମଣରେ ଭୟଙ୍କର ଭାବେ ଘାଇଲା। ପୁଣି ନିଜକୁ ମହାଶକ୍ତିଶାଳୀ ବୋଲି ଘୋଷିତ କରୁଥିବା ସାମ୍ରାଜ୍ୟବାଦୀ ମାର୍କିନ ଭୂଖଣ୍ଡ ମଧ୍ୟ ଅଣନିଃଶ୍ୱାସୀ ଆଜି। ବିବ୍ରତ, ବିଚଳିତ ସାରା ବିଶ୍ୱ। ତ୍ରାହି ତ୍ରାହି ଡାକୁଛି ମଣିଷ। ସାମାନ୍ୟ ଅଦୃଶ୍ୟ ଏକ ଭୂତାଣୁ ନିକଟରେ କି ଅସହାୟ ଏ ମଣିଷ ସତରେ! କୁଆଡେ ଗଲା ଦର୍ପ, ଦମ୍ଭ, ଦାଦାଗିରିପଣିଆ? ଦଶନ୍ଧି ଦଶନ୍ଧି ଧରି ଚକ୍ରାନ୍ତର ଜାଲ ବିଛାଇ ଚାଲିଥିବା ଚାଇନାର ଚମକ ଆଜି ହଜିଯାଇଛି। ବିଶ୍ୱର ଆର୍ଥିକ ସ୍ଥିତିକୁ ବିପର୍ଯ୍ୟୟ ବଳୟ ଭିତରକୁ ଠେଲିଦେଇ ବାଣିଜ୍ୟ ଲଢେଇରେ ବ୍ୟସ୍ତଥିବା ଚାଇନା ଓ ଆମେରିକା ଉଭୟ ଆଜି ସମ ଦଶାରେ। ବିଶ୍ୱରେ ବଡ଼ଭାଇପଣିଆ ଦେଖାଉଥିବା ମହାଶକ୍ତିଶାଳୀ ଆମେରିକା ଆଜି ଆତଙ୍କରେ ଆକ୍ତାମାକ୍ତା। ଏପରିସ୍ଥଳେ ବୃଥା ବିଦ୍ୱେଷ, ବଡିମାପଣ କାହା ପାଇଁ? କାହିଁକି ହୀନମାନସିକତାର ଶିକାର ବିଶ୍ୱ ନେତୃବୃନ୍ଦ। ଶାନ୍ତି ସହାବସ୍ଥାନ ପାଇଁ କାହିଁକି ଆଦରିବାନି ବସୁଧୈବ କୁଟୁମ୍ବକମ୍‌, ସର୍ବେ ଭବନ୍ତୁ ସୁଖୀନଃର ମହାମନ୍ତ୍ରକୁ। ଭାରତର ଅଜସ୍ର ଶାଶ୍ୱତ ଚିନ୍ତନ, ଦର୍ଶନ, ବିଚାର-ଭାବନାକୁ ଏ ବିଶ୍ୱ ଯଦି ବୁଝିପାରନ୍ତା, ଆପଣାଇନିଅନ୍ତା, କେତେ ସୁଖପ୍ରଦ ହୁଅନ୍ତା ଏ ଦୁନିଆ ସତରେ!!!
ଈଶ୍ୱରଙ୍କ ସତ୍ତା ଓ ସୃଷ୍ଟିକୁ ନେଇ ଏ ମଣିଷ ବେଳେ ବେଳେ ହେୟଜ୍ଞାନ କରିଥାଏ। ପୃଥିବୀ ଓ ପ୍ରକୃତିକୁ ନିଜ ଖିଆଲରେ ଚଳାଇବାକୁ ଚେଷ୍ଟା କରିଥାଏ। ପ୍ରକୃତି ନଷ୍ଟ ନ ହୋଇ ପ୍ରକୃତିର ଅନିଷ୍ଠ କରିଚାଲେ। ଜରା, ବ୍ୟାଧିକୁ ଜୟକରି ମୃତ୍ୟୁକୁ ବି ଜୟ କରିବାର ଅଜବ ଅଭିଳାଷ କରୁଛି। ଚନ୍ଦ୍ର ଓ ମଙ୍ଗଳରେ ବସତି ବସାଇବାକୁ ଖୁବ୍‌ ବେଗରେ ଦୌଡୁଛି। କିନ୍ତୁ ଆଜି ବିଜ୍ଞାନ ଅଧିପତି ମଣିଷ ପ୍ରକୃତି ନିକଟରେ କିଭଳି ନଗଣ୍ୟ? ଏବେ ଆସିବା ଭାରତ ଭୂମିକୁ। ସାମ୍ପ୍ରତିକ ସ୍ଥିତିକୁ ଅନୁଧ୍ୟାନ କଲେ ଅନୁଭବ ହୁଏ ଯେ, ସେହି ମହାଶକ୍ତିକୁ ସାରା ଦୁନିଆରେ କେହି ଦେଶ ଯଦି ଯଥାର୍ଥ ମୁକାବିଲା କରୁଥାଏ, ତାହା ହେଉଛି ଭାରତ। ତଥାପି ମହା ଶକ୍ତିଶାଳୀ ଏପରି ଶତ୍ରୁକୁ ହେୟଜ୍ଞାନ ନ କରି ଆଉ ଟିକେ ଯଦି ସଜାଗ ଓ ସତକର୍ର୍ ରହିଯିବା ତା’ହେଲେ ସୁନିଶ୍ଚିତ ପ୍ରତିହତ କରିପାରିବା ତାକୁ। ଭଗବାନ ମଧ୍ୟ ଆମକୁ ପର୍ଯ୍ୟାପ୍ତ ସାଧନ, ସଂସାଧନ, ସାହାରା ଯୋଗାଇ ଦେଇଛନ୍ତି। ମୁନି-ଋଷିଙ୍କ ସିଦ୍ଧ ଏ ଭୂମିରେ ବି ଯଥେଷ୍ଟ ସାମର୍ଥ୍ୟ ରହିଛି ଏପରି ଭୟଙ୍କର ଶତ୍ରୁକୁ ମୁକାବିଲା କରିବାକୁ। ଭାରତ ହେଉଛି ବିଶ୍ୱର ଏପରି ଏକ ଭାଗ୍ୟବାନ ଭୂଖଣ୍ଡ, ଯେଉଁଠି ସର୍ବାଧିକ ପ୍ରତିଭାତ ହୁଅନ୍ତି ସୂର୍ଯ୍ୟଦେବ। ସର୍ବାଧିକ ରଶ୍ମି ଅଜାଡି ଦିଅନ୍ତି ଆମ ପାଇଁ। ଯେଉଁଥିପାଇଁ କି ଶାରୀରିକ ସାମର୍ଥ୍ୟ, ସହନଶକ୍ତି ଆମର ଅଧିକ। ଆମେ ସୂର୍ଯ୍ୟସ୍ନାନ, ସୂର୍ଯ୍ୟ ନମସ୍କାର, ନମସ୍ତେ ଆଦିକୁ ଅଭ୍ୟାସପୂର୍ବକ ଆଦରିନେଲେ ଦୂରେଇଯିବ ଏ ଦୁଷ୍ଟଶକ୍ତି। ପାଶ୍ଚାତ୍ୟ ଚଷମାରେ ଭାରତକୁ ଦେଖିବା ଯୋଗୁ ଆମେ ନିଜେ ଆମଠାରୁ ଦୂରେଇଯାଇ ନାନାଦି ଅମଙ୍ଗଳକୁ ଆମନ୍ତ୍ରଣ କରୁଛୁ। ଥଣ୍ଡା, କାଶ, ଶର୍ଦ୍ଦି ଆଦିର ମୁକାବିଲା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ଖୁବ୍‌ ସହାୟକ ହେଉଥିବା ତୁଳସୀ ଚାରାକୁ ତ ଭଗବାନ ବିଷ୍ଣୁ ରୋପିଛନ୍ତି ଆମ ଘର ଅଗଣାରେ। ବିଜ୍ଞାନ ଭରିରହିଛି ଆମ ପ୍ରଥା-ପରମ୍ପରା, ବିଧି-ବିଧାନ, ଚଳଣି-ଚନ୍ଦନ ଆଦିରେ। ପୂଜା, ଉପବାସ, ବାରବ୍ରତ, ମୌନବ୍ରତ ଆଦିରେ ଆମକୁ ଆତ୍ମସଂଯମୀ ହେବାକୁ ପ୍ରେରିତ କରାଯାଇଥାଏ। ଆତ୍ମସଂଯମ ଅର୍ଥ ଆତ୍ମବିଜୟ। ଆତ୍ମ ବିଜୟ ଅର୍ଥ ଦୁନିଆକୁ ବିଜୟ। ଯାହାକି ଶ୍ରୀରାମଙ୍କ ପାଖରେ ଥିଲା, କିନ୍ତୁ ମହାବିଜ୍ଞାନୀ, ମହାଶକ୍ତିଶାଳୀ ରାବଣଠି ନ ଥିଲା।
ପୃଥିବୀ ଏକ ବିଶାଳ ଚୁମ୍ବକୀୟ କ୍ଷେତ୍ର। ଆମ ଶରୀର ମଧ୍ୟ ଚୁମ୍ବକୀୟ କ୍ଷେତ୍ର। ପୃଥିବୀ ବକ୍ଷରେ ଜଡ଼ ତରଙ୍ଗ, ମାନସ ତରଙ୍ଗ, ଭୂମା ତରଙ୍ଗଗୁଡିକ ବିଭିନ୍ନ ତାରଙ୍ଗିକ ଦୈନ୍ୟକୁ ନେଇ ପ୍ରବାହିତ। ମନ୍ଦିରର ଗର୍ଭଗୃହ ଏମିତି ଜାଗାରେ ନିର୍ମିତ ଯେ, ଯେଉଁଠି ଭୂଗର୍ଭରୁ ଆସୁଥିବା ବିଦ୍ୟୁତ୍‌-ଚୁମ୍ବକୀୟ ତରଙ୍ଗ ସର୍ବାଧିକ ଉଦ୍‌ଗମ ହେଉଥାଏ। ଦିଅଁ ଦର୍ଶନ ସହିତ ଦକ୍ଷିଣାବର୍ତ୍ତ ବୁଲିଲା ବେଳେ ଆମଠି ପଡୁଥିବା ଧନାତ୍ମକ ତରଙ୍ଗ ବା ସକାରାତ୍ମକ ଉର୍ଜାର ପ୍ରଭାବରେ ଦେହର ଷଡ଼ଚକ୍ର, ବିଶେଷକରି ଆଜ୍ଞାଚକ୍ର ଖୁବ୍‌ ସକ୍ରିୟ ହୋଇଉଠନ୍ତି। ତତ୍‌ସହିତ ବୈଦିକ ମନ୍ତ୍ରର ଶ୍ରବଣ ଓ ଉଚ୍ଚାରଣ ଏବଂ ସାତ୍ତ୍ୱିକ ଭାବନା ବଳରେ ଆମ ଦେହରେ ଶ୍ୱେତରକ୍ତ କଣିକା ଅଧିକ ସୃଷ୍ଟି ହୋଇଥାଏ। ଶଙ୍ଖ, ଘଣ୍ଟିର ଶବ୍ଦରେ ଆମ ଚାରିପାଖେ ପଇଁତରା ମାରୁଥିବା ଅନେକ ଅନିଷ୍ଟକାରୀ ଜୀବାଣୁ ମରିଯାଆନ୍ତି ବା ଦୂରେଇ ଯାଆନ୍ତି। ଶରୀରର ଷଡ଼ ଶକ୍ତି କେନ୍ଦ୍ରଗୁଡିକୁ ଏହି ଶବ୍ଦ ସକ୍ରିୟ କରାଇବା ସହିତ ମସ୍ତିଷ୍କରେ ରକ୍ତ ସଞ୍ଚାଳନ ବୃଦ୍ଧି କରିଥାଏ। ଫଳତଃ ଦେହରେ ଶ୍ୱେତରକ୍ତକଣିକା ବୃଦ୍ଧି ଘଟେ, ଯାହାକି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର କେତେକ ଜୀବ ବିଜ୍ଞାନୀ ଗବେଷଣା କରି ଏହା ଘୋଷଣା କରିଛନ୍ତି। ଏଥିପାଇଁ ତ ଆମ ମାଆମାନଙ୍କଠାରେ ରୋଗପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ପୁରୁଷଙ୍କ ତୁଳନାରେ ଏତେଟା ରୋଗାକ୍ରାନ୍ତ ନୁହନ୍ତି। ସେମିତିବି ଚେକ୍‌ ୟୁନିଭର୍ସିଟିର ବିଜ୍ଞାନ ଗବେଷକ ରବର୍ଟ ପାବ୍ଲିଟା ଗୋମାତାଙ୍କ ଉପରେ ଗବେଷଣା କରି କହିଛନ୍ତି ଯେ ଗୋମୂତ୍ରର ଜୀବାଣୁ ଧ୍ୱଂସକାରୀ ଶକ୍ତି ଅତି ପ୍ରଖର। ହଇଜା ପରି ମାରାତ୍ମକ ଜୀବାଣୁକୁ ଏହା ନଷ୍ଟ କରିପାରେ। ଗୋଲୋକରୁ ଏକ ସ୍ବତନ୍ତ୍ର ରଶ୍ମି ସୂର୍ଯ୍ୟ ରଶ୍ମି ସହିତ ମିଳିତ ହୋଇ ଗୋମାତା ଉପରେ ପଡିଥାଏ। ଯେଉଁଥିପାଇଁ ସୃଷ୍ଟିର ଏହି ଦିବ୍ୟପ୍ରାଣୀର ମଳ ଓ ମୂତ୍ର ବି ଅତ୍ୟନ୍ତ ଉପଯୋଗୀ। ଗୋମୂତ୍ରକୁ ନିୟମିତ ପାନ କଲେ ଅନେକ ମାରାତ୍ମକ ଭୂତାଣୁଠାରୁ ଆମେ ଦୂରେଇ ରହିପାରିବା। ପୁନଶ୍ଚ ବିଜ୍ଞାନ ପାଇଁ ବିସ୍ମୟ ଥିବା ଗଙ୍ଗାଜଳ, ଯାହାକି ଜୀବାଣୁନାଶକ। ନିୟମିତ ଏହାକୁ ବି ପାନ କଲେ ଏ ଦିଗରେ ଅନେକ ସୁଫଳ ପାଇପାରିବା। ସୂଚନାଯୋଗ୍ୟ ଯେ ହିନ୍ଦୁ ଓ ହିନ୍ଦୁତ୍ୱର ପ୍ରଚଣ୍ଡ ବିରୋଧୀ ଆଉରଙ୍ଗଜେବ୍‌ ନିୟମିତ ଗଙ୍ଗାଜଳ ପାନ କରୁଥିଲେ ନିଜକୁ ନୀରୋଗ ରଖିବାକୁ। ଆମ ଆଙ୍ଗୁଠିର ଅଗ୍ରଭାଗଗୁଡିକ ଏକ ଏକ ଚାପବିନ୍ଦୁ, ଯାହାକି ଶରୀରର ବିଭିନ୍ନ ଅଙ୍ଗ ସହିତ ସଂଯୁକ୍ତ। ଯୋଡହସ୍ତେ ନମସ୍କାର, ପ୍ରାର୍ଥନା ବା ତାଳିମାରିବା ଦ୍ୱାରା ଆଙ୍ଗୁଠି ଓ ପାପୁଲିର ଚାପବିନ୍ଦୁଗୁଡିକ ପରସ୍ପର ସଂଲଗ୍ନ ହୋଇ ଶକ୍ତିକେନ୍ଦ୍ରଗୁଡିକୁ ସକ୍ରିୟ କରାଇଥାଏ। ଫଳତଃ ଶରୀରରେ ସକାରାତ୍ମକ ଉର୍ଜା ଉଜ୍ଜୀବିତ ହୁଏ। ଆହୁରି ବି ପଞ୍ଚଭୂତରେ ଗଢ଼ା ମଣିଷ ଶରୀର ଶବ୍ଦ, ସ୍ପର୍ଶ, ରୂପ, ରସ ଓ ଗନ୍ଧ ଦ୍ୱାରା ବେଶ୍‌ ପ୍ରଭାବିତ। ନିରାମିଷାଶୀମାନଙ୍କ ଦେହରେ ଅଧିକ ଶ୍ୱେତରକ୍ତକଣିକା ଥିବାର ଚିକିତ୍ସା ବିଜ୍ଞାନ କୁହେ। ଏଣୁ ଆମ ଶରୀର ପ୍ରତି ଉପଯୋଗୀ ଥିବା ଖାଦ୍ୟ ଖାଇବା ସହିତ ସଂସ୍ପର୍ଶ ପ୍ରତି ମଧ୍ୟ ସଚେତନ ହେବା ଉଚିତ। ବ୍ୟକ୍ତି ସଂସ୍ପର୍ଶକୁ ଯେତେ ସଙ୍କୁଚିତ କରିପାରିବା ସାମ୍ପ୍ରତିକ ସମୟ ପାଇଁ ସେତେ ମଙ୍ଗଳ। ଧର୍ମ-ଧାରଣା, ସଂସ୍କୃତି-ପରମ୍ପରା ପ୍ରକୃତି-ପରିବେଶ ଦୃଷ୍ଟିରୁ ଭାରତ ଏକ ଭିନ୍ନ ଭୂଖଣ୍ଡ। ଆମର ଖାଦ୍ୟପେୟ, ବେଶଭୂଷା ସ୍ବତନ୍ତ୍ର। ଅନ୍ୟ ଦେଶ ସହିତ ଏହା ଆଦୌ ତୁଳନୀୟ ନୁହେଁ। ଏଣୁ ଅନ୍ୟକୁ ଅନ୍ଧ ଭାବେ ଅନୁକରଣ କରି ଅନର୍ଥକୁ ଆମନ୍ତ୍ରଣ କରିବା ମୂଢତା ମାତ୍ର। ପ୍ରକୃତି ମାତାର ପ୍ରିୟ ସନ୍ତାନ ଭାବେ ନିଜକୁ ବଞ୍ଚିବା ଓ ବଢ଼ିବା।

ଉପେନ୍ଦ୍ର ବିଶ୍ୱାଳ
ଗୋଡ଼ିଶୁଳ, ସଜନାଗଡ଼, ବାଲେଶ୍ୱର
ମୋ-୯୪୩୭୪୩୬୦୭୩
unbiswal05@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଅନନ୍ତପୁର ଜିଲାର ମରୁଡ଼ିପ୍ରବଣ ଅଞ୍ଚଳରେ ଭାରତୀୟ ବନ ସେବା ଅଧିକାରୀ(ଆଇଏଫ୍‌ଏସ୍‌) ବିନିତ କୁମାର ଓ ତାଙ୍କ ସ୍ତ୍ରୀ ତଥା ବନ୍ୟପ୍ରାଣୀ ସଂରକ୍ଷକ ରୂପା ଯାଦବ ଜଳାଶୟ…

ଶବ୍ଦଘାତକର ଯୁଗଯନ୍ତ୍ରଣା

ଡାକବାଜି,, ଡିଜେ, ବାଣ ଆଦି ଶବ୍ଦ ପ୍ରଦୂଷଣ ସୃଷ୍ଟିକାରୀ ଉପାଦାନ ଏବେ କେବଳ ଆଉ ପାର୍ବଣ ପାଳନ ମଧ୍ୟରେ ସୀମିତ ରହିନାହିଁ। ସହର ବଜାରରୁ ଆରମ୍ଭ କରି…

ପ୍ଲାଷ୍ଟିକମୟ ପୃଥିବୀ

ପୃଥିବୀ ସମ ଏକ ସୁନ୍ଦର ଗ୍ରହ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ, ଯେଉଁଠାରେ ଆମେ ଜନ୍ମ ଗ୍ରହଣ କରି ନିଜକୁ ଭାଗ୍ୟବାନ ମନେକରୁ। କାରଣ ପୃଥିବୀ ଆମକୁ…

ବିଦ୍ରୋହୀ ରାଜା

୧୯୮୯ରେ ଆମେରିକାରେ ଗ୍ରୀଷ୍ମଋତୁ (ଜୁନ-ଅଗଷ୍ଟ)ରେ ଫ୍ରାନ୍ସିସ ଫୁକୁୟାମା ‘ଇତିହାସର ଶେଷ’ ସିଦ୍ଧାନ୍ତ ଉପସ୍ଥାପନ କରିଥିଲେ। ତାଙ୍କ ଦୃଷ୍ଟିକୋଣରେ ଉଦାରବାଦୀ ଗଣତାନ୍ତ୍ରିକ ପୁଞ୍ଜିବାଦ ବା ପାଶ୍ଚାତ୍ୟ ଉଦାରବାଦ ଗଣତନ୍ତ୍ର…

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri