ଭିତ୍ତିଭୂମି ଅଛି, ମିଳୁନି ପ୍ରୋତ୍ସାହନ: ଆଦିବାସୀ ହଳଦୀ ଚାଷୀ ଅବହେଳିତ

କେନ୍ଦୁଝର ୭|୧ – ବହୁ ବର୍ଷ ହେଲା ହଳଦୀ ଚାଷ କରି ଆସୁଛୁ। ଅଳ୍ପ ଜମିରେ ଏହି ଚାଷ କରୁଛୁ। ଏଥିପାଇଁ କିଏ ଆମକୁ ସହାୟତା ଦେଇ ନାହିଁ କିମ୍ବା ପ୍ରୋତ୍ସାହନ ଦେଉନାହାନ୍ତି। ଆଉ ଟିକେ ସୁବିଧା ମିଳିଲେ ଏବଂ ହଳଦୀ ବିକିବା ସୁବିଧା ହେଲେ ଅଧିକ ଚାଷ କରି ପାରନ୍ତୁ ଏବଂ ବହୁ ଲୋକ ଉପକୃତ ହୋଇ ପାରନ୍ତେ। ଏଭଳି କହିଛନ୍ତି ବାଂଶପାଳ ବ୍ଲକର କାଞ୍ଜିପାଣି, ବାୟାପଣ୍ଡାଧାର, ବାୟାକୁମୁଟିଆ ଆଦି ଅଞ୍ଚଳରେ ହଳଦୀ ଚାଷ କରି ଜୀବିକା ନିର୍ବାହ କରୁଥିବା ମହିଳା ଆଦିବାସୀ ଚାଷୀ। କୌଣସି ସୁବିଧା ନ ଥିବାରୁ ଏହି ମହିଳା ଚାଷୀମାନେ ବାଧ୍ୟ ହୋଇ ବୋଝ, ବସ୍ତାରେ ବୋହି ଦୀର୍ଘ ୨୦ କି.ମି. ଦୂର ଜିଲା ମୁଖ୍ୟାଳୟକୁ ବିକିବାକୁ ଆସୁଛନ୍ତି। ଜିଲା ମୁଖ୍ୟାଳୟ ବ୍ୟତୀତ ଜାତୀୟ ରାଜପଥ କଡରେ, ହାଟବଜାରରେ ହଳଦୀ ବିକି ଯାହା ମିଳେ ସେଥିରେ ତେଲଲୁଣ କିଣି ଫେରନ୍ତି। ଏହି ଅଞ୍ଚଳରେ ଆଦିବାସୀ ମହିଳାମାନେ ଏହି ଚାଷ କରିଥାନ୍ତି। ସେମାନଙ୍କୁ ନା ମିଳୁଛି ବିହନ ନା ମିଳୁଛି ସାର। ନା ମିଳୁଛି ଚାଷ ପ୍ରଣାଳୀ ସମ୍ପର୍କରେ ସୂଚନା। ଏଣୁ ନିଜ ଉଦ୍ୟମରେ ସେମାନେ ଚାଷ କରି ପରିବାର ଗୁଜୁରାଣ କରୁଛନ୍ତି। ଏହି ଚାଷ ପ୍ରତି ଆଦିବାସୀ ବିଶେଷ କରି ମହିଳାମାନଙ୍କ ଆଗ୍ରହ ଏବଂ ଏଥିପାଇଁ ଭିତ୍ତିଭୂମି ଅଛି କିନ୍ତୁ ପ୍ରୋତ୍ସାହନ ମିଳୁ ନ ଥିବାରୁ ଅସନ୍ତୋଷ ପ୍ରକାଶ ପାଉଛି।
ସ୍ବାମୀକୁ ହରାଇ ଏଭଳି ବାୟାକୁମୁଟିଆ ଗ୍ରାମ କୁନ୍ତଲି ଠାକୁର ମୂଲ ମଜୁରି ସହିତ ବାଡିରେ ହଳଦୀ ଚାଷ କରି ପରିବାରରେ ୪ ସନ୍ତାନକୁ ଚଳାଉଥିବା କୁହନ୍ତି। ତାଙ୍କ ଗ୍ରାମରେ ଗୋଲାପ ନାଏକ, ବାହାନୀ ସନଗୀ, ମାଳତୀ ଠାକୁରଙ୍କ ଭଳି ୨୫/୩୦ ଘରର ମହିଳାମାନେ ଅଳ୍ପ ବହୁତ ବାଡିରେ ହଳଦୀ ଚାଷ କରିଥିବା କୁନ୍ତଲି କୁହନ୍ତି। ସରକାରୀ ସୁବିଧା ସେ ଅଞ୍ଚଳରେ ଅପହଞ୍ଚ। କାମଧନ୍ଦା ଲୋକଙ୍କୁ ମିଳୁନାହିଁ। ଏଣୁ ଅନେକେ ବାହାରକୁ କାମଧନ୍ଦା କରିବାକୁ ଚାଲିଯାଉଥିବା ବେଳେ ଏଭଳି ବହୁ ମହିଳାମାନେ ବାଡ଼ିବଗିଚାରେ ଚାଷ କରି ପେଟପୋଷୁଥିବା ସ୍ଥାନୀୟ ଲୋକେ କୁହନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ହଳଦୀ ଚାଷ ପାଇଁ ଅଧିକ ସମୟ ଦେବାକୁ ବା ଖର୍ଚ୍ଚାନ୍ତ ହେବାକୁ ପଡି ନ ଥାଏ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ହାତୀମାନେ ବା ଗୃହପାଳିତ ପ୍ରାଣୀ ବା ବନ୍ୟପ୍ରାଣୀ ନଷ୍ଟ କରି ନ ଥାନ୍ତି। ଏହି ଜିଲାରେ ଏଭଳି ଚାଷ ବେଶ ଫଳପ୍ରଦ ହୋଇ ପାରିବ ବୋଲି ଅନେକ ମତବ୍ୟକ୍ତ କରୁଛନ୍ତି। ଏଣୁ ଏହି ଚାଷ ପାଇଁ ସୁରକ୍ଷା ବ୍ୟବସ୍ଥା ଅର୍ଥାତ ବାଡ଼ର ଆବଶ୍ୟକତା ପଡେ ନାହିଁ। ସେହିପରି ଅଧିକ ଜଳର ମଧ୍ୟ ଆବଶ୍ୟକତା ନ ଥାଏ। ଏଣୁ କେନ୍ଦୁଝର ଭଳି ଜିଲାରେ ଏହି ଚାଷ ବେଶ ଲାଭଜନକ ବୋଲି ମହିଳା ଚାଷୀ କହିଛନ୍ତି। ଆଦିବାସୀ ଅଞ୍ଚଳ ତଥା ସମତଳ ଅଞ୍ଚଳରେ କରାଯାଇଥିବା ଆମ୍ବ ବା ଅନ୍ୟାନ୍ୟ ଚାଷ ମଧ୍ୟରେ ଇଣ୍ଟର କ୍ରପିଂ ଭାବରେ ହଳଦୀ ଚାଷ କରାଯାଇପାରିବ। ଏଥିପାଇଁ କେନ୍ଦୁଝରର ଜଳବାୟୁ ଓ ମାଟି ବେଶ୍‌ ଉତ୍କୃଷ୍ଟ ବୋଲି କୃଷି ବିଜ୍ଞାନ କେନ୍ଦ୍ରର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ଡ. ସୁଜିତ ନାଥ କହିଛନ୍ତି।
ଉପନିର୍ଦ୍ଦେଶକ ଉଦ୍ୟାନ ଓମ୍‌ ପ୍ରକାଶ ରଥ ମହାପାତ୍ର କହିଛନ୍ତି ଯେ, ଜିଲାର ବାଂଶପାଳ ବ୍ଲକର ଜଙ୍ଗଲ ଓ ମାଟି ହଳଦୀ ଚାଷ ପାଇଁ ଉପଯୋଗୀ। ଏଣୁ ହଳଦୀ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ କୌଣସି ଯୋଜନା ନାହିଁ। ବର୍ତ୍ତମାନ ଆଇଟିଡିଏ ଜରିଆରେ ବାଂଶପାଳ ବ୍ଲକରେ କେତେକ ଚାଷୀ ଏହି ଚାଷ କରୁଛନ୍ତି। ସ୍ବେଚ୍ଛାସେବୀ ସଂଗଠନ ଜରିଆରେ ଏହାକୁ ପ୍ରୋତ୍ସାହିତ କରିବା ସହ ଜିଲା ଖଣିଜ ପାଣ୍ଠିରୁ ଏହି ଚାଷ କରି ଅନୂ୍ୟନ ୧୦୦ ଆଦିବାସୀ ଚାଷୀଙ୍କୁ ସ୍ବାବଲମ୍ବୀ କରିବାକୁ ଉଦ୍ୟମ କରାଯାଉଛି। ଏହା ହେଲେ ଆଦିବାସୀଙ୍କ ଆର୍ଥିକ ସ୍ଥିତି ସ୍ବଚ୍ଛଳ ହୋଇପାରିବ। ହଦଳୀ ଏକ ଲାଭଜନକ ଚାଷ। ଏହାକୁ ପ୍ରକ୍ରିୟାକରଣ କରାଯାଇ ହଳଦୀ ଗୁଣ୍ଡ ପ୍ରସ୍ତୁତ କରାଯାଇପାରିବ ଏବଂ ପ୍ୟାକେଟ କରି ବଜାରକୁ ଛଡ଼ା ଯାଇପାରିବ। ହଳଦୀର ଚାହିଦା ବଜାରରେ ବହୁତ ଥିବାରୁ ଅନୂ୍ୟନ ଜିଲାର ଆବଶ୍ୟକତା ପୂରଣ ହେବା ସହ ବାହାରକୁ ପଠାଯାଇପାରିବ। ଏଥିରେ ବହୁ ଲୋକ କାମଧନ୍ଦା ପାଇବେ ଏବଂ ସ୍ବୟଂ ସହାୟିକା ଗୋଷ୍ଠୀ ଅଧିକ ସ୍ବାବଲମ୍ବୀ ହୋଇପାରିବେ ବୋଲି ଅବସରପ୍ରାପ୍ତ କେନ୍ଦ୍ର ସରକାର ଅଧିକାରୀ ଅଲେଖ ଚନ୍ଦ୍ର ପାତ୍ର କହିଛନ୍ତି।

(ନରେଶ ଚନ୍ଦ୍ର ପଟ୍ଟନାୟକ)


Enter your email to get our daily news in your inbox.

All Right Reserved By Dharitri.Com

‘ଧନୁ ସଂକ୍ରାନ୍ତି ପରେ ପଦ୍ମ ଫୁଟେନି’

ବରଗଡ଼,୩୦।୪(ପ୍ରେମାନନ୍ଦ ଖମାରୀ)- ସାଧାରଣ ନିର୍ବାଚନକୁ ନେଇ ଘଡ଼ିକୁ ଘୋଡ଼ା ଛୁଟୁଛି । ଏହାକୁ ନେଇ ଦଳୀୟ ନେତା, ପ୍ରାର୍ଥୀଙ୍କ ବୟାନବାଜି ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭୧ କୋଟିର ମାଲିକ

ଭୁବନେଶ୍ୱର,୩୦।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନୀ ସତ୍ୟପାଠରେ ନିଜର ସମ୍ପତ୍ତିର ତଥ୍ୟ ଦେଇଛନ୍ତି। ସେ ହେଉଛନ୍ତି ୭୧ କୋଟି ଟଙ୍କା ସମ୍ପତ୍ତିର ମାଲିକ। ତାଙ୍କ ପାଖରେ...

ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

ଆନନ୍ଦପୁର,୩୦।୪: ବିଜେଡି ଛାଡ଼ିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ମଙ୍ଗଳବାର ଇସ୍ତଫା ଦେଇଛନ୍ତି। ଏନେଇ ସେ ନିଜର ଇସ୍ତଫାପତ୍ର...

କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୁରୀ,୩୦।୪: କାକଟପୁର ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଦଳ କାକଟପୁରରୁ ବିଶ୍ବଭୂଷଣ ଦାସଙ୍କୁ ଟିକେଟ୍‌ ଦେଇଛି। ଭାଜପାରୁ ଟିକେଟ ନ ମିଳିବାରୁ ସେ କଂଗ୍ରେସରେ...

ହାଇକୋର୍ଟରେ କେନ୍ଦ୍ର ସରକାରଙ୍କର ୪୦ ଓକିଲ, ତଥାପି ଶୁଣାଣିରେ ଅନୁପସ୍ଥିତ

କଟକ,୩୦ା୪ (କାର୍ତ୍ତିକ ସାହୁ) ଓଡ଼ିଶା ହାଇକୋର୍ଟରେ କେନ୍ଦ୍ର ସରକାରଙ୍କ ବିରୋଧରେ ରୁଜୁ ମାମଲାର ବିଚାର ବେଳେ କେନ୍ଦ୍ର ସରକାରଙ୍କ ପକ୍ଷରୁ କେହି ସରକାରୀ ଓକିଲ ଉପସ୍ଥିତ...

୪୬ଡିଗ୍ରୀ ଉପରେ ୨ସହର, ରେକର୍ଡ ଭାଙ୍ଗିଲା ବାରିପଦା

ଭୁବନେଶ୍ୱର,୩୦।୪: ପ୍ରବଳ ଖରାରେ ଜଳୁଛି ସାରା ଓଡିଶା। ଘରୁ ବାହାରିଲେ ମୁହଁ ପୋଡି ଯାଉଛି। ମଙ୍ଗଳବାର ରାଜ୍ୟର ୨ଟି ସହର ୪୬ ଡିଗ୍ରୀ ଉପରେ ରହିଥିବାବେଳେ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri