ଭିଟାମାଟି ଛାଡ଼ିଛନ୍ତି ୭ କୋଟି ଶରଣାର୍ଥୀ: ନ ମିଳିଲେ ଶରଣ ହଜାର ହଜାର ବାଳିକା ଚୋରା ଚାଲାଣ ହେବା ଆଶଙ୍କା

ଜେନେଭା,୧୨।୩: ପୃଥିବୀରେ ଶରଣାର୍ଥୀଙ୍କ ସମସ୍ୟା ଏବେ ବଢ଼ିବାରେ ଲାଗିଛି। ସମ୍ପ୍ରତି ବିଭିନ୍ନ ଦେଶରେ ୭ କୋଟିରୁ ଅଧିକ ଶରଣାର୍ଥୀ ରହିଛନ୍ତି। ଗୃହଯୁଦ୍ଧ, ଆତଙ୍କବାଦ ଅବା ଅନ୍ୟ ରାଜନୈତିକ କାରଣରୁ ସେମାନେ ନିଜ ଭିଟାମାଟିର ମୋହ ପଛରେ ପକାଇ ଅନ୍ୟ ଦେଶରେ ଶରଣ ନେଇଛନ୍ତି। ଅଧିକାଂଶ ଶରଣାର୍ଥୀ ସିରିଆ, ଆଫଗାନିସ୍ତାନ, ଦକ୍ଷିଣ ସୁଦାନ, ମ୍ୟାନମାର୍‌ ଏବଂ ସୋମାଲିଆ ଆଦି ଦେଶରୁ ଆସି ଅନ୍ୟ ଦେଶରେ ଆଶ୍ରୟ ନେଇଛନ୍ତି। ଜାତିସଂଘ ରିପୋର୍ଟ ଅନୁସାରେ ୨୦୧୮ରେ ନିଜ ଦେଶ ଛାଡ଼ି ପଳାୟନ କରିଥିବା ଲୋକଙ୍କ ସଂଖ୍ୟା ୧୧୩ କୋଟି ଥିଲା। ୨୦୧୭ ତୁଳନାରେ ଏହି ସଂଖ୍ୟା ୨୭ ଲକ୍ଷ ଅଧିକ ରହିଥିଲା। ଏବେ ତୁର୍କୀରେ ସର୍ବାଧିକ ୩୭ରୁ ଅଧିକ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ରିପୋର୍ଟ ଅନୁସାରେ ୨୦୧୭ରେ ୬,୬୭,୪୦୦ ଲୋକ ଭିଟାମାଟିକୁ ଫେରିଥିବାବେଳେ ୨୦୧୮ରେ ଏହାର ସଂଖ୍ୟା ୫,୯୩, ୮୦୦ଥିଲା। ସିରିଆରେ ଗୃହଯୁଦ୍ଧ ଯୋଗୁ ପଳାୟନ କରିଥିବା ଲୋକଙ୍କ ମଧ୍ୟରୁ ୨,୧୦,୦୦୦ ଲୋକ ଜୀବନ ଭୟରେ ସ୍ବଦେଶ ଫେରିବାକୁ ଅମଙ୍ଗ ହୋଇଥିଲେ। ଶରଣାର୍ଥୀଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସ୍କ ପ୍ରାୟ ୨୭,୬୦୦ ବାଳିକା ଅଛନ୍ତି। ସେମାନେ ନିଜ ପରିବାରଠାରୁ ଅଲଗା ହୋଇ ଏକାଏକା ରହୁଛନ୍ତି। ସେମାନଙ୍କୁ ଚୋରା ଚାଲାଣ କରାଯିବାର ଯଥେଷ୍ଟ ଆଶଙ୍କା ରହିଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ସେମାନଙ୍କୁ ବାଧ୍ୟ କରି ଦେହଜୀବୀ କରାଯିବାର ଆଶଙ୍କା ଦେକାଦେଇଛି। ସୂଚନାଯୋଗ୍ୟ, ସୋଭିଏତ୍‌ ରୁଷ୍‌ ବିଭାଜନ ସମୟରେ ୧୯୯୭ରେ ୧୭୫,୦୦୦ କମ୍‌ ବୟସ୍କ ବାଳିକାଙ୍କୁ ବାଧ୍ୟ କରି ଦେହ ବ୍ୟବସାୟରେ ଲଗାଯାଇଥିଲା। ରିପୋର୍ଟ ଅନୁସାରେ ପ୍ରତିବର୍ଷ ୪୦ ଲକ୍ଷରୁ ଅଧିକଙ୍କୁ ନିଜ ଇଛା ବିରୋଧରେ ବିଭିନ୍ନ ବ୍ୟବସାୟରେ ଲଗାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲ ସେନା ଘାଟି ଉପରେ ଡ୍ରୋନ୍‌ ଆକ୍ରମଣ

ବିରୁଟ୍‌/ଜେରୁଜେଲମ୍‌,୬ା୫: ଇସ୍ରାଏଲ୍‌ର ଉତ୍ତର ଭାଗରେ ଥିବା ମେଟୁଲା ସହର ଅଧୀନ ଏକ ସେନା ଘାଟି ଉପରେ ହେଜବୁଲ୍ଲା ପକ୍ଷରୁ ଡ୍ରୋନ୍‌ ଆକ୍ରମଣ କରାଯାଇଛି। ଆକ୍ରମଣରେ କେହି...

ଚାଇନାରେ ପୁଣିଥରେ ବଢୁଛି କି ମହାମାରୀ? ହସ୍ପିଟାଲରେ ଆଇସିୟୁ ବେଡ ବଢାଇବାକୁ ସୁପାରିସ

ବେଜିଂ,୬।୫: ନିକଟରେ ଚାଇନାରେ କରୋନା ମହାମାରୀ ଯୋଗୁ ସାରା ଦେଶ ବିପର୍ଯ୍ୟସ୍ତ ହୋଇପଡିଥିଲା। ଦେଶରେ ଏହି ମହାମାରୀ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଥିଲେ।...

ପୁଣି ମହାକାଶ ଯିବେ ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ: ପ୍ରଥମ ମହିଳା ଭାବେ ରଚିବେ ଇତିହାସ

ଓ୍ବାଶିଂଟନ୍‌,୬।୫: ଭାରତୀୟ ବଂଶୋଦ୍ଭବ ସୁନୀତା ୱିଲିୟମ୍ସ ପୁଣି ଥରେ ମହାକାଶକୁ ଯିବାକୁ ପ୍ରସ୍ତୁତ ହେଉଛନ୍ତି। ଏଥର ବଚ ୱିଲମୋର ମଧ୍ୟ ତାଙ୍କ ସହ ରହିବେ। ଦୁଇ...

ବାଇଡେନଙ୍କ ଉପରେ ଏମିତି ଅଭିଯୋଗ ଆଣିଲେ ଟ୍ରମ୍ପ

ଓ୍ବାଶିଂଟନ,୬ା୫: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ସମ୍ପର୍କରେ ପ୍ରାର୍ଥୀଙ୍କ ମଧ୍ୟରେ କଥାବାର୍ତ୍ତା ତୀବ୍ର ହୋଇଛି। ଏହି କ୍ରମରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଏକ ବିବୃତ୍ତି ସାମ୍ନାକୁ...

ପୁଣି ଇସ୍ରାଏଲ ଉପରେ ମିଶାଇଲ୍‌ ମାଡ କଲା ହମାସ

ଜେରୁଜେଲମ,୬।୫: ଗତ ସାତ ମାସ ଧରି ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ଚାଲିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲର ସଂକଳ୍ପ ଗାଜା ଅଞ୍ଚଳର ଲୋକଙ୍କ...

‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ପରଲୋକ

ଲସ ଆଞ୍ଜେଲସ,୫।୫: ହଲିଉଡରୁ ଏକ ଦୁଃଖଦ ଖବର ଆସିଛି। ସୁପରହିଟ ଫିଲ୍ମ ‘ଟାଇଟାନିକ’ର ପ୍ରସିଦ୍ଧ ଅଭିନେତା ବର୍ନାର୍ଡ ହିଲଙ୍କ ଦେହାନ୍ତ ହୋଇଛି। ବର୍ନାର୍ଡଙ୍କ ମୃତ୍ୟୁ ଖବର...

ବ୍ୟାନ ହେଲା ଅଲ ଜଜିରା, ନେତାନ୍ୟାହୁ କହିଲେ ଉସକାଇବା ଚ୍ୟାନେଲ

ଜେରୁଜେଲମ,୫।୫: ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ରବିବାର (୫ ମଇ ୨୦୨୪) ଇସ୍ରାଏଲର ଅଲ ଜଜିରା ଟେଲିଭିଜନ ଚ୍ୟାନେଲ ଉପରେ ପ୍ରତିବନ୍ଧକ ଘୋଷଣା କରିଛନ୍ତି। ସେ...

ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ୟୁକ୍ରେନ ରାଷ୍ଟ୍ରପତି, ଆଉ କିଛି ଦେଶର ନେତାଙ୍କର ରହିଛି ନାଁ!

ମସ୍କୋ,୫।୫: ରୁଷିଆ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରି ତାଙ୍କୁ ଓ୍ବାଣ୍ଟେଡ ତାଲିକାରେ ରଖିଛି। ଏ ବାବଦରେ ଆଉ କୌଣସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri