ଭିଜିଲାନ୍ସ ଜାଲରେ କୋଟିପତି କିରାଣି: ଏକକାଳୀନ ୫ ସ୍ଥାନରେ ଚଢ଼ାଉ

ଜଳେଶ୍ୱର,୨୫।୭(ଡି.ଏନ.ଏ.)- ବାଲେଶ୍ୱର ଜିଲା ଜଳେଶ୍ୱର ସହର ନୂଆବଜାର ସ୍ଥିତ ଜଳେଶ୍ୱର ମହିଳା ମହାବିଦ୍ୟାଳୟର ମୁଖ୍ୟ କିରାଣି ତରଣୀ କୁମାର ଭୂୟଁା ଓରଫ୍‌ ମଣ୍ଟୁଙ୍କ ବାସ ଭବନ ସମେତ ୫ଟି ସ୍ଥାନରେ ଭିଜିଲାନ୍ସ ଟିମ୍‌ ବୁଧବାର ଏକକାଳୀନ ଚଢାଉ କରିଛି। ପ୍ରାୟ ଅଢ଼େଇ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ମୂଲ୍ୟର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାାଙ୍କ ବାଲାନ୍ସ, ନଗଦ୍‌ ଟଙ୍କା, ସୁନାରୁପା ଅଳଙ୍କାର, ଜୀବନ ବୀମା ପଲିସି ଆଦି ଚଢାଉ ବେଳେ ଠାବ ହୋଇଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଖବର ଲେଖା ହେବା ଯାଏ ଚଢାଉ ଜାରି ରହିିଛି। ଶିକ୍ଷା ଅନୁଷ୍ଠାନର ବିକାଶମୂଳକ କାର୍ଯ୍ୟ ପାଇଁ ଆସିଥିବା ଟଙ୍କା ହଡ଼ପ ସାଙ୍ଗକୁ ଘରୋଇ ଛାତ୍ରୀ ନିବାସ ଖୋଲି ବେଆଇନ ଭାବେ ଅର୍ଥ ରୋଜଗାର କରାଯିବା ଓ ପିସି ଆଦାୟ ଭଳି ବିଭିନ୍ନ ଅଭିଯୋଗ ତାଙ୍କ ବିରୋଧରେ ରହିଥିବା ବରିଷ୍ଠ ଭିଜିଲାନ୍ସ ଅଧିକାରୀ ଅନିରୁଦ୍ଧ ନାୟକ ସୂଚନା ଦେଇଛନ୍ତି।
ବୁଧବାର ବଡି ଭୋର ସମୟରୁ ଭିଜିଲାନ୍ସ ଅଧିକାରୀମାନେ ୫ ଟିମ୍‌ରେ ବିଭକ୍ତ ହୋଇ ଜଳେଶ୍ୱର ତହସିଲ କାର୍ଯ୍ୟାଳୟ ନିକଟ ଧରାଷ୍ଟକ୍‌ ମୌଜାରେ ଥିବା ମୁଖ୍ୟ କିରାଣି ତରଣୀଙ୍କ ୩ ମହଲା ଅଟ୍ଟାଳିକା, ଆରୁହା ଗ୍ରାମସ୍ଥିତ ପୈତୃକ ଘର, ମହାବିଦ୍ୟାଳୟ ଦପ୍ତର, ମୟୂରଭଞ୍ଜ ଜିଲା ବିଜାତଳା ବ୍ଲକ ଲୁହାଶିଳା ଛାତ୍ରୀ ଉଚ୍ଚ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟକରୁଥିବା ତାଙ୍କ ସ୍ତ୍ରୀଙ୍କ କାର୍ଯ୍ୟସ୍ଥଳ ଓ ଜଳେଶ୍ୱର ବ୍ଲକ ଖାଲିନା ଗ୍ରାମ ସ୍ଥିତ ଶ୍ୱଶୁର ଗଣେଶ ଚନ୍ଦ୍ର କରଙ୍କ ବାସଭବନରେ ଏକକାଳୀନ ଚଢାଉ କରିଥିଲେ। ବାଲେଶ୍ୱର ଭିଜିଲାନ୍ସ ଏସ୍‌ପି ସୁନୀଲ କୁମାର ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଦ୍ରକ ଭିଜିଲାନ୍ସ ଡିଏସ୍‌ପି ସଞ୍ଜୟ କୁମାର ଦାସମହାପାତ୍ର, ଇନ୍ସପେକ୍ଟର ସୁଲୋଚନା ନାୟକ, ବାଲେଶ୍ୱର ଡିଏସ୍‌ପି ସନ୍ତୋଷ କୁମାର ସାମନ୍ତରା, ଇନ୍ସପେକ୍ଟର ଅନିରୁଦ୍ଧ ନାୟକ, ମାନସୀ ଜେନା, ଭାଗ୍ୟଲକ୍ଷ୍ମୀ ପୁହାଣ, ସିକନ୍ଦର ହେମ୍ବ୍ରମ୍‌, ମୟୂରଭଞ୍ଜ ଡିଏସ୍‌ପି ଶରତ କୁମାର ମହାପାତ୍ର, ଇନ୍ସପେକ୍ଟର ପ୍ରଦୀପ କୁମାର ସାମଲ ପ୍ରମୁଖଏହି ଚଢାଉରେ ଅଂଶଗ୍ରହଣ କରିଥିଲେ। ଭିଜିଲାନ୍ସ ପକ୍ଷରୁ ଏହି କୋଟିପତି କିରାଣିଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା (ମିଶ୍‌ କେଶ୍‌ ନଂ.୬/୨୦୧୯) ରୁଜୁ କରାଯାଇ ତାଙ୍କୁ ପଚରାଉଚୁରା କରାଯାଇଛି। ଜଣେ ବିଧାୟକ ଚଢୁଥିବା ୧୬ଲକ୍ଷ ୬୦ହଜାର ଟଙ୍କା ମୂଲ୍ୟର ଏକ ଧଳା ଇନୋଭା ଗାଡ଼ି ତରଣୀଙ୍କ ମାଲିକାନାରେ ଥିବା ଏବଂ ପୂର୍ବରୁ ସେ ଲୋକପ୍ରତିନିଧିଙ୍କ ନାମରେ ପିସି ଆଦାୟ କରିବା ସହ ବିଭିନ୍ନ ଠିକାଦାର, ଶିକ୍ଷକ, ଅଧ୍ୟାପକ, ପ୍ରଶାସନିକ ଅଧିକାରୀ, ଓ କର୍ମଚାରୀଙ୍କୁ ଧମକାଇ ଅର୍ଥ ଆଦାୟ କରିବା ଭଳି ଅଭିଯୋଗ ରହିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ସେହିପରି ଜଳେଶ୍ୱର ଅଞ୍ଚଳର ଲୋକନାଥ ଜେନା ନାମକ ଜଣେ ଠିକାଦାର ଗତ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ଜଣେ ଲୋକ ପ୍ରତିନିଧିଙ୍କ ନାଁରେ ପିସି ଆଦାୟ କରାଯାଉଥିବା ନେଇ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣା ସେତେବେଳେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଏହି ପରିପ୍ରେକ୍ଷୀରେ ଦୁର୍ନୀତି ନିବାରଣ ମଞ୍ଚ ତରଫରୁ ଭିଜିଲାନ୍ସ ବିଭାଗ ଓ ରାଜ୍ୟ ସରକାରଙ୍କ ନିକଟରେ ଏହାର ତଦନ୍ତ ଲାଗି ଦାବି କରାଯାଇଥିଲା। ବୁଧବାର ହୋଇଥିବା ଚଢ଼ାଉରେ ୯ ଭିଜିଲାନ୍ସ ଅଧିକାରୀଙ୍କ ସମେତ ୩୦ରୁ ଉର୍ଦ୍ଧ୍ୱ କର୍ମଚାରୀ ସାମିଲ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri