ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି, ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କାହିଁକି ସେ ନେଲେ। ନିଜର ବ୍ୟବସାୟ ବୃଦ୍ଧି ପାଇଁ ଗତ ବର୍ଷେ ହେବ ସେ ସ୍ବଳ୍ପମିଆଦୀ ଋଣ ନେଇ ଚାଲିଲେ। ସମୟ ଏପରି ଆସିଲା ଯେ, ସେ ଋଣ ଜାଲରେ ଛନ୍ଦି ହୋଇଗଲେ। ଏହାକୁ ପରିଶୋଧ ପାଇଁ ସେ ନିଜର ସମ୍ପତ୍ତି ବିକ୍ରି କରିବାକୁ ଯଥାସାଧ୍ୟ ପ୍ରୟାସ କରିଥିଲେ। ସେଥିରେ ସେ ବିଫଳ ହେବାରୁ ଚାପଗ୍ରସ୍ତ ହୋଇଥିଲେ ବୋଲି ମନେକରାଯାଉଛି। ଏହାଛଡ଼ା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ବୁଡିଯିବା କାରଣରୁ ତାଙ୍କୁ ନଗଦ ସଙ୍କଟର ସାମ୍ନା କରିବାକୁ ପଡିଥିଲା। କେଉଁଠାରୁ ହେଲେ ତାଙ୍କୁ ଗୋଟିଏ ଋଣ ପରିଶୋଧ ପାଇଁ ଅନ୍ୟ ଋଣ ମିଳୁ ନ ଥିଲା।
କ୍ୟାଫେ କଫି ଡେ ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ନିକଟତମ ସୂତ୍ର ଅନୁଯାୟୀ, ଋଣ ଜାଲରୁ ବାହାରି ଆସିବା ଲାଗି ସେ ତାଙ୍କର ରିଏଲ ଇଷ୍ଟେଟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିରେ ମଧ୍ୟ ସେ ବିଫଳ ହୋଇଥିଲେ। ସଫଳତା ମିଳିଥିଲେ ତାଙ୍କର ନଗଦ ସଙ୍କଟ ଅନେକ ପରିମାଣରେ କମିଥାନ୍ତା। ସେ ଆତ୍ମହତ୍ୟା କରିବା ଦିନ ପର୍ଯ୍ୟନ୍ତ ଦେଶର ଏକ ବଡ଼ ସଂସ୍ଥାଠାରୁ ୧୬୦୦ କୋଟି ଟଙ୍କାର ଋଣ ନେବାକୁ ପ୍ରୟାସ କରିଥିଲେ। ସେଥିରେ ସେ ସଫଳ ହୋଇ ନ ଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ, ସିସିଡିକୁ ପରିଚାଳନା କରୁଥିବା କଫି ଡେ ଏଣ୍ଟରପ୍ରାଇଜେସ ଲିମିଟେଡ(ସିଡିଇଏଲ୍‌)ରେ ସିଦ୍ଧାର୍ଥଙ୍କ ନେତୃତ୍ୱାଧୀନ ପ୍ରମୋଟର ଗ୍ରୁପ୍‌ର ୫୩.୯୩ ପ୍ରତିଶତ ଅଂଶଧନ ରହିଥିଲା। କିନ୍ତୁ ଷ୍ଟକ୍‌ ଏକ୍ସଚେଞ୍ଜରୁ ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ଏହାର ୭୬ ପ୍ରତିଶତ ଅଂଶ ଋଣ ଲାଗି ବନ୍ଧକ ରଖାଯାଇଥିଲା। ଷ୍ଟକ ବଜାରରେ ତାଲିକାଭୁକ୍ତ ସିସିଡି ସହ ଲଜିଷ୍ଟିକ୍ସ, ହସ୍ପିଟାଲିଟି ଓ ଆର୍ଥିକ ସେବା କ୍ଷେତ୍ରରେ ସିଦ୍ଧାର୍ଥଙ୍କ ବ୍ୟବସାୟ ବୃଦ୍ଧି ଘଟିଥିଲା। ସିଡିଇଏଲ୍‌ରେ ସିଦ୍ଧାର୍ଥଙ୍କର ୩୨.୭୪ ପ୍ରତିଶତ ଅଂଶଧନ ଥିବା ଏବଂ ଏହାର ୭୧.୪ ପ୍ରତିଶତ ଅଂଶକୁ ସେ ବନ୍ଧକ ରଖି ଋଣ ନେଇଥିଲେ। ବର୍ଷକ ପୂର୍ବରୁ ସ୍ଥିତି ଏହା ନ ଥିଲା। ଏହା ପୂର୍ବରୁ କମ୍ପାନୀରେ ଥିବା ନିଜର ଅଂଶଧନର କେବଳ ୩୮.୬୬ ପ୍ରତିଶତ ଅଂଶ ସେ ବନ୍ଧକ ରଖିଥିଲେ। ସାଧାରଣ ଲୋକେ ବିପଦ ବେଳେ ସୁନା ବନ୍ଧକ ରଖି ଋଣ ନେଇ କାମ ଚଳାଉଥିବା ପରି କମ୍ପାନୀ ମାଲିକମାନେ ଆବଶ୍ୟକ ସ୍ଥଳେ ଶେୟାର ବନ୍ଧା ରଖିବାରେ କୌଣସି ଅସୁବିଧା ନାହିଁ। ତେବେ ଶେୟାର ମୂଲ୍ୟ ହ୍ରାସ ପାଇବା କ୍ଷେତ୍ରରେ ଶେୟାରଧାରୀ ବନ୍ଧକ ଶେୟାରକୁ ବଜାରକୁ ବିକ୍ରି କରିଦେବାର ବିପଦ ରହିଛି। ଏହାଦ୍ୱାରା କମ୍ପାନୀର ମାଲିକାନା ଅନ୍ୟ ହାତକୁ ଚାଲିଯାଇପାରେ। ଏଭଳି ଏକ ଚାପକୁ ସିଦ୍ଧାର୍ଥ ବରଦାସ୍ତ କରିଚାଲିଥିଲେ। ୨୦୧୫ରେ ସିସିଡିର ଆଇପିଓ ଆସିଥିଲା। ସେତେବେଳେ ପ୍ରକାଶ କରାଯାଇଥିବା ଦସ୍ତାବିଜ ଅନୁଯାୟୀ କମ୍ପାନୀ ଉପରେ ୬୩୨୮ କୋଟି ଟଙ୍କାର ଋଣ ଥିବା ଦର୍ଶାଯାଇଥିଲା। ଆର୍ଥିକ ବର୍ଷ ୨୦୧୮ରେ କମ୍ପାନୀର ଋଣ ପରିମାଣ ୪୦୦୪ କୋଟି ଟଙ୍କା ଥିବା ବେଳେ ଆର୍ଥିକ ବର୍ଷ ୨୦୧୯ରେ ଏହା ୬୫୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆଇପିଓ ମାଧ୍ୟମରେ କମ୍ପାନୀ ୧୧୫୦ କୋଟି ଟଙ୍କା ହାସଲ କରିଥିଲା। ତନ୍ମଧ୍ୟରୁ ସିସିଡି ୬୩୩ କୋଟି ଟଙ୍କା ଋଣ ପରିଶୋଧରେ ବିନିଯୋଗ କରିଥିଲା। ୨୦୧୫ରେ ଆଇପିଓ ଆସିବା ପୂର୍ବରୁ କମ୍ପାନୀର ଋଣ ପରିମାଣ ୪୧୧୫ କୋଟି ଟଙ୍କା ଥିଲା। ବିଗତ ଏକବର୍ଷ ମଧ୍ୟରେ ସିସିଡିର ସ୍ବଳ୍ପମିଆଦୀ ଋଣ ପରିମାଣ ୫ ଗୁଣା ବୃଦ୍ଧି ପାଇ ୩୮୯୦ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏହି ଋଣକୁ ଆସନ୍ତା ବର୍ଷକ ମଧ୍ୟରେ ପରିଶୋଧ କରିବାକୁ ପଡିବ। ଏହି କାରଣରୁ ସିଦ୍ଧାର୍ଥ ନିଜର ରିଏଲ ଇଷ୍ଟେଟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଥିଲେ। ବେଙ୍ଗାଲୁରୁରେ ଥିବା ୧୨୦ ଏକର ଜମି ମଧ୍ୟରୁ ଡେଭଲପ୍‌ ହୋଇଥିବା ୪ ମିଲିୟନ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଗ୍ଲୋବାଲ ଟେକ୍‌ ଭିଲେଜକୁ ୨୮୦୦ କୋଟି ଟଙ୍କାରେ ବିକ୍ରି କରିବାକୁ ସିଦ୍ଧାର୍ଥ ପ୍ରୟାସ ଚଳାଇଥିଲେ। ତେବେ ବିକ୍ରି ସଫଳ ହୋଇପାରି ନ ଥିଲା। ଘରୋଇ ଇକ୍ୱିଟି କମ୍ପାନୀ ବ୍ଲାକ୍‌ଷ୍ଟୋନ୍‌ ଏବଂ ସ୍ଥାନୀୟ ଡେଭଲପର ସାଲାରପୁରିଆ ସତ୍ତ୍ୱ ଏହାକୁ କିଣିବା ରେସ୍‌ରେ ଥିଲେ। ସେହିପରି ସିସିଡିର କିଛି ଅଂଶଧନ ବିକ୍ରି ପାଇଁ ସିଦ୍ଧାର୍ଥ ଆମେରିକାର ସଫ୍ଟ ଡ୍ରିଙ୍କ କମ୍ପାନୀ କୋକାକୋଲା ସହ ଆଲୋଚନା ଚଳାଇଥିଲେ। ଏକାସାଙ୍ଗରେ ଦୁଇଟା ଡିଲ୍‌ କାର୍ଯ୍ୟକାରୀ ହୋଇ ନ ପାରିବା ସିଦ୍ଧାର୍ଥଙ୍କ ମାନସିକ ଚାପକୁ ଆହୁରି ବଢ଼ାଇ ଦେଇଥିଲା। ଋଣ କରି ସେ ତାଙ୍କର ବ୍ୟବସାୟ ବଢ଼ାଇ ଚାଲିଥିଲେ। ସିକାଲ ଲଜିଷ୍ଟିକ୍ସକୁ କିଣିବା ପରେ ଦକ୍ଷିଣ ଆମେରିକାର ଆମାଜନ ଫରେଷ୍ଟରେ ୧.୮୫ ମିଲିୟନ ହେକ୍ଟର ଜଙ୍ଗଲ ଜମିକୁ ୩୦ ବର୍ଷିଆ ଲିଜ୍‌ରେ ନେଇଥିଲେ। ଆସନ୍ତା ୭ ବର୍ଷ ମଧ୍ୟରେ ସମସ୍ତ ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ଡଲାର ରାଜସ୍ବ ଆଦାୟ ହେବ ବୋଲି ତାଙ୍କର ଆଶାଥିବା ସିଦ୍ଧାର୍ଥ ଫୋବର୍‌ସ ମାଗାଜିନ୍‌କୁ ୨୦୧୧ରେ ସାକ୍ଷାତକାର ଦେଇ କହିଥିଲେ। ତେବେ ତାଙ୍କ ଯୋଜନାନୁଯାୟୀ ସବୁକିଛି ଠିକ୍‌ରେ ଚାଲି ନ ଥିଲା। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସିସିଡି ୨୦୪୩ କୋଟି ଟଙ୍କା ରାଜସ୍ବ ଆୟ ହୋଇଥିଲା। ସେହିପରି କେତେକ ବ୍ୟବସାୟ କଳେବର ବୃଦ୍ଧି କରାଯାଇଥିଲେ ମଧ୍ୟ ଏହା ଲାଭଜନକ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

Share Market Crash: ଶାନ୍ତି ଆଲୋଚନା ବିଫଳ ହେବା ପରେ ଷ୍ଟକ ମାର୍କେଟ କ୍ରାସ; ସେନସେକ୍ସ ୧,୬୦୦ ପଏଣ୍ଟ ହ୍ରାସ ପାଇଲା

ମୁମ୍ମାଇ,୧୩।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ଅନୁଷ୍ଠିତ ଶାନ୍ତି ଆଲୋଚନା ବିଫଳ ହେବା ପରେ ଆଜି ବିଶ୍ୱ ଷ୍ଟକ ବଜାରରେ ତୀବ୍ର ହ୍ରାସ…

ଜୁଏଲେରି ବ୍ୟବସାୟ ସବୁଠୁ ନିରାପଦ: ସଞ୍ଜୀବ ହଂସ

ପ୍ରାୟ ୩୦ ବର୍ଷ ପୂର୍ବେ ପ୍ରତିଷ୍ଠିତ ‘ଶୁଭଲାଭ ଜୁଏଲର୍ସ’ ଓଡ଼ିଶାର ଏକ ପ୍ରମୁଖ ଜୁଏଲେରି ବ୍ରାଣ୍ଡ୍‌ ଭାବରେ ପରିଚିତ। ଏକ ଛୋଟ ଦୋକାନରୁ ଆରମ୍ଭ ହୋଇଥିବା ଏହି…

SBI ଗ୍ରାହକ ହୁଅନ୍ତୁ ସତର୍କ!ଟଙ୍କା ରଖିଥିଲେ ଜାଣି ନିଅନ୍ତୁ…

ଦେଶରେ ସର୍ବବୃହତ ସାର୍ବଜନୀନ ବ୍ୟାଙ୍କ ଭାବରେ ଏସବିଆଇର ଆଦୃତି ରହିଛି । ଅନେକ ଲୋକମାନଙ୍କ ଏହି ବ୍ୟାଙ୍କରେ ବିଭିନ୍ନ ଆକାଉଣ୍ଟ ରହିଛି । ବର୍ତ୍ତମାନ ବ୍ୟାଙ୍କ ଗୋଟିଏ…

୩୦୦ ୟୁନିଟ ମାଗଣା ବିଜୁଳି, ୭୮ହଜାର ଟଙ୍କାର ସବସିଡି; ଜାଣନ୍ତୁ କେମିତି ଉଠାଇବେ ଏହି ସରକାରୀ ଯୋଜନାର ଲାଭ…

ନୂଆଦିଲ୍‌ଲୀ,୧୨।୪: ମାଗଣା ବିଦ୍ୟୁତ ଯୋଜନା ଅଧୀନରେ, ସରକାର ସ୍ଥାପିତ ସୌର ପ୍ୟାନେଲର କ୍ଷମତା (kW) ଉପରେ ଆଧାର କରି ସବସିଡି ପ୍ରଦାନ କରନ୍ତି। 1 kW ସିଷ୍ଟମ…

ବଦଳିଲା Xର ମନିଟାଇଜେସନ୍ ନିୟମ, ଅଯଥା ପୋଷ୍ଟ କଲେ…..

ନୂଆଦିଲ୍ଲୀ,୧୨।୪: ସୋସିଆଲ ମିଡିଆ ପ୍ଲାଟଫର୍ମ X ଏହାର ମନିଟାଇଜେସନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ କାର୍ଯ୍ୟକାରୀ କରିଛି । ନିମ୍ନ-ଗୁଣବତ୍ତା ଏବଂ କ୍ଲିକ୍ବେଟ୍ କଣ୍ଟେଣ୍ଟ ମାଧ୍ୟମରେ ପ୍ଲାଟଫର୍ମରେ…

ଡିଜେଲ-ATF ଉପରେ ରପ୍ତାନି ଶୁଳ୍କ ବୃଦ୍ଧି କଲେ କେନ୍ଦ୍ର ସରକାର, ବଢୁଛି ତୈଳ କମ୍ପାନୀଗୁଡ଼ିକ ଉପରେ ଚାପ

ନୂଆଦିଲ୍ଲୀ,୧୨।୪: କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଏବଂ ବିମାନ ଇନ୍ଧନ ସମ୍ପର୍କରେ ଶନିବାର (୧୧ ଏପ୍ରିଲ, ୨୦୨୬) ଏକ ବଡ଼ ନିଷ୍ପତ୍ତି ଘୋଷଣା କରିଛନ୍ତି। ସରକାର ଡିଜେଲ…

PF ଆକାଉଣ୍ଟରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି କି? ଜାଣନ୍ତୁ ଅନ୍‌ଲାଇନ୍‌ ଏବଂ ଅଫଲାଇନ୍‌ ଉଠାଣର ଷ୍ଟେପ୍‌ ବାଇ ଷ୍ଟେପ୍‌ ପ୍ରକ୍ରିୟା…

ନୂଆଦିଲ୍ଲୀ,୧୨।୪: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର କୋଟି କୋଟି ଅଂଶଧାରକଙ୍କ ପାଇଁ ପିଏଫ (PF) ଟଙ୍କା ଉଠାଣ ପ୍ରକ୍ରିୟାକୁ ପୂର୍ବ ଅପେକ୍ଷା ଅଧିକ ସହଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri