ଭି.ଜି. ସିଦ୍ଧାର୍ଥଙ୍କ ମୃତ୍ୟୁର କାରଣ: ଋଣ ଜାଲରେ ଛନ୍ଦି ହୋଇଥିଲେ

ନୂଆଦିଲ୍ଲୀ,୧।୮: ଦେଶର ପ୍ରଖ୍ୟାତ କଫି ଚେନ୍‌ କ୍ୟାଫେ କଫି ଡେ(ସିସିଡି)ର ମାଲିକ ଭି.ଜି.ସିଦ୍ଧାର୍ଥ ଆମତ୍ହତ୍ୟାକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ତେବେ ପ୍ରଶ୍ନ ଉଠୁଛି, ଏଭଳି ଦୁର୍ଭାଗ୍ୟପୂର୍ଣ୍ଣ ନିଷ୍ପତ୍ତି କାହିଁକି ସେ ନେଲେ। ନିଜର ବ୍ୟବସାୟ ବୃଦ୍ଧି ପାଇଁ ଗତ ବର୍ଷେ ହେବ ସେ ସ୍ବଳ୍ପମିଆଦୀ ଋଣ ନେଇ ଚାଲିଲେ। ସମୟ ଏପରି ଆସିଲା ଯେ, ସେ ଋଣ ଜାଲରେ ଛନ୍ଦି ହୋଇଗଲେ। ଏହାକୁ ପରିଶୋଧ ପାଇଁ ସେ ନିଜର ସମ୍ପତ୍ତି ବିକ୍ରି କରିବାକୁ ଯଥାସାଧ୍ୟ ପ୍ରୟାସ କରିଥିଲେ। ସେଥିରେ ସେ ବିଫଳ ହେବାରୁ ଚାପଗ୍ରସ୍ତ ହୋଇଥିଲେ ବୋଲି ମନେକରାଯାଉଛି। ଏହାଛଡ଼ା ଆଇଏଲ୍‌ଆଣ୍ଡଏଫ୍‌ଏସ୍‌ ବୁଡିଯିବା କାରଣରୁ ତାଙ୍କୁ ନଗଦ ସଙ୍କଟର ସାମ୍ନା କରିବାକୁ ପଡିଥିଲା। କେଉଁଠାରୁ ହେଲେ ତାଙ୍କୁ ଗୋଟିଏ ଋଣ ପରିଶୋଧ ପାଇଁ ଅନ୍ୟ ଋଣ ମିଳୁ ନ ଥିଲା।
କ୍ୟାଫେ କଫି ଡେ ପ୍ରତିଷ୍ଠାତା ସିଦ୍ଧାର୍ଥଙ୍କ ନିକଟତମ ସୂତ୍ର ଅନୁଯାୟୀ, ଋଣ ଜାଲରୁ ବାହାରି ଆସିବା ଲାଗି ସେ ତାଙ୍କର ରିଏଲ ଇଷ୍ଟେଟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଥିଲେ। ଏଥିରେ ମଧ୍ୟ ସେ ବିଫଳ ହୋଇଥିଲେ। ସଫଳତା ମିଳିଥିଲେ ତାଙ୍କର ନଗଦ ସଙ୍କଟ ଅନେକ ପରିମାଣରେ କମିଥାନ୍ତା। ସେ ଆତ୍ମହତ୍ୟା କରିବା ଦିନ ପର୍ଯ୍ୟନ୍ତ ଦେଶର ଏକ ବଡ଼ ସଂସ୍ଥାଠାରୁ ୧୬୦୦ କୋଟି ଟଙ୍କାର ଋଣ ନେବାକୁ ପ୍ରୟାସ କରିଥିଲେ। ସେଥିରେ ସେ ସଫଳ ହୋଇ ନ ଥିଲେ।
ଅନୁସନ୍ଧାନରୁ ଜଣାପଡିଛି ଯେ, ସିସିଡିକୁ ପରିଚାଳନା କରୁଥିବା କଫି ଡେ ଏଣ୍ଟରପ୍ରାଇଜେସ ଲିମିଟେଡ(ସିଡିଇଏଲ୍‌)ରେ ସିଦ୍ଧାର୍ଥଙ୍କ ନେତୃତ୍ୱାଧୀନ ପ୍ରମୋଟର ଗ୍ରୁପ୍‌ର ୫୩.୯୩ ପ୍ରତିଶତ ଅଂଶଧନ ରହିଥିଲା। କିନ୍ତୁ ଷ୍ଟକ୍‌ ଏକ୍ସଚେଞ୍ଜରୁ ପ୍ରାପ୍ତ ସୂଚନାନୁଯାୟୀ ପ୍ରାୟ ଏହାର ୭୬ ପ୍ରତିଶତ ଅଂଶ ଋଣ ଲାଗି ବନ୍ଧକ ରଖାଯାଇଥିଲା। ଷ୍ଟକ ବଜାରରେ ତାଲିକାଭୁକ୍ତ ସିସିଡି ସହ ଲଜିଷ୍ଟିକ୍ସ, ହସ୍ପିଟାଲିଟି ଓ ଆର୍ଥିକ ସେବା କ୍ଷେତ୍ରରେ ସିଦ୍ଧାର୍ଥଙ୍କ ବ୍ୟବସାୟ ବୃଦ୍ଧି ଘଟିଥିଲା। ସିଡିଇଏଲ୍‌ରେ ସିଦ୍ଧାର୍ଥଙ୍କର ୩୨.୭୪ ପ୍ରତିଶତ ଅଂଶଧନ ଥିବା ଏବଂ ଏହାର ୭୧.୪ ପ୍ରତିଶତ ଅଂଶକୁ ସେ ବନ୍ଧକ ରଖି ଋଣ ନେଇଥିଲେ। ବର୍ଷକ ପୂର୍ବରୁ ସ୍ଥିତି ଏହା ନ ଥିଲା। ଏହା ପୂର୍ବରୁ କମ୍ପାନୀରେ ଥିବା ନିଜର ଅଂଶଧନର କେବଳ ୩୮.୬୬ ପ୍ରତିଶତ ଅଂଶ ସେ ବନ୍ଧକ ରଖିଥିଲେ। ସାଧାରଣ ଲୋକେ ବିପଦ ବେଳେ ସୁନା ବନ୍ଧକ ରଖି ଋଣ ନେଇ କାମ ଚଳାଉଥିବା ପରି କମ୍ପାନୀ ମାଲିକମାନେ ଆବଶ୍ୟକ ସ୍ଥଳେ ଶେୟାର ବନ୍ଧା ରଖିବାରେ କୌଣସି ଅସୁବିଧା ନାହିଁ। ତେବେ ଶେୟାର ମୂଲ୍ୟ ହ୍ରାସ ପାଇବା କ୍ଷେତ୍ରରେ ଶେୟାରଧାରୀ ବନ୍ଧକ ଶେୟାରକୁ ବଜାରକୁ ବିକ୍ରି କରିଦେବାର ବିପଦ ରହିଛି। ଏହାଦ୍ୱାରା କମ୍ପାନୀର ମାଲିକାନା ଅନ୍ୟ ହାତକୁ ଚାଲିଯାଇପାରେ। ଏଭଳି ଏକ ଚାପକୁ ସିଦ୍ଧାର୍ଥ ବରଦାସ୍ତ କରିଚାଲିଥିଲେ। ୨୦୧୫ରେ ସିସିଡିର ଆଇପିଓ ଆସିଥିଲା। ସେତେବେଳେ ପ୍ରକାଶ କରାଯାଇଥିବା ଦସ୍ତାବିଜ ଅନୁଯାୟୀ କମ୍ପାନୀ ଉପରେ ୬୩୨୮ କୋଟି ଟଙ୍କାର ଋଣ ଥିବା ଦର୍ଶାଯାଇଥିଲା। ଆର୍ଥିକ ବର୍ଷ ୨୦୧୮ରେ କମ୍ପାନୀର ଋଣ ପରିମାଣ ୪୦୦୪ କୋଟି ଟଙ୍କା ଥିବା ବେଳେ ଆର୍ଥିକ ବର୍ଷ ୨୦୧୯ରେ ଏହା ୬୫୪୭ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା। ଆଇପିଓ ମାଧ୍ୟମରେ କମ୍ପାନୀ ୧୧୫୦ କୋଟି ଟଙ୍କା ହାସଲ କରିଥିଲା। ତନ୍ମଧ୍ୟରୁ ସିସିଡି ୬୩୩ କୋଟି ଟଙ୍କା ଋଣ ପରିଶୋଧରେ ବିନିଯୋଗ କରିଥିଲା। ୨୦୧୫ରେ ଆଇପିଓ ଆସିବା ପୂର୍ବରୁ କମ୍ପାନୀର ଋଣ ପରିମାଣ ୪୧୧୫ କୋଟି ଟଙ୍କା ଥିଲା। ବିଗତ ଏକବର୍ଷ ମଧ୍ୟରେ ସିସିଡିର ସ୍ବଳ୍ପମିଆଦୀ ଋଣ ପରିମାଣ ୫ ଗୁଣା ବୃଦ୍ଧି ପାଇ ୩୮୯୦ କୋଟି ଟଙ୍କାରେ ପହଞ୍ଚତ୍ଥିଲା। ଏହି ଋଣକୁ ଆସନ୍ତା ବର୍ଷକ ମଧ୍ୟରେ ପରିଶୋଧ କରିବାକୁ ପଡିବ। ଏହି କାରଣରୁ ସିଦ୍ଧାର୍ଥ ନିଜର ରିଏଲ ଇଷ୍ଟେଟ ସମ୍ପତ୍ତିକୁ ବିକ୍ରି କରିବାକୁ ଚାହୁଁଥିଲେ। ବେଙ୍ଗାଲୁରୁରେ ଥିବା ୧୨୦ ଏକର ଜମି ମଧ୍ୟରୁ ଡେଭଲପ୍‌ ହୋଇଥିବା ୪ ମିଲିୟନ ବର୍ଗଫୁଟ ପରିମିତ ଅଞ୍ଚଳରେ ନିର୍ମିତ ଗ୍ଲୋବାଲ ଟେକ୍‌ ଭିଲେଜକୁ ୨୮୦୦ କୋଟି ଟଙ୍କାରେ ବିକ୍ରି କରିବାକୁ ସିଦ୍ଧାର୍ଥ ପ୍ରୟାସ ଚଳାଇଥିଲେ। ତେବେ ବିକ୍ରି ସଫଳ ହୋଇପାରି ନ ଥିଲା। ଘରୋଇ ଇକ୍ୱିଟି କମ୍ପାନୀ ବ୍ଲାକ୍‌ଷ୍ଟୋନ୍‌ ଏବଂ ସ୍ଥାନୀୟ ଡେଭଲପର ସାଲାରପୁରିଆ ସତ୍ତ୍ୱ ଏହାକୁ କିଣିବା ରେସ୍‌ରେ ଥିଲେ। ସେହିପରି ସିସିଡିର କିଛି ଅଂଶଧନ ବିକ୍ରି ପାଇଁ ସିଦ୍ଧାର୍ଥ ଆମେରିକାର ସଫ୍ଟ ଡ୍ରିଙ୍କ କମ୍ପାନୀ କୋକାକୋଲା ସହ ଆଲୋଚନା ଚଳାଇଥିଲେ। ଏକାସାଙ୍ଗରେ ଦୁଇଟା ଡିଲ୍‌ କାର୍ଯ୍ୟକାରୀ ହୋଇ ନ ପାରିବା ସିଦ୍ଧାର୍ଥଙ୍କ ମାନସିକ ଚାପକୁ ଆହୁରି ବଢ଼ାଇ ଦେଇଥିଲା। ଋଣ କରି ସେ ତାଙ୍କର ବ୍ୟବସାୟ ବଢ଼ାଇ ଚାଲିଥିଲେ। ସିକାଲ ଲଜିଷ୍ଟିକ୍ସକୁ କିଣିବା ପରେ ଦକ୍ଷିଣ ଆମେରିକାର ଆମାଜନ ଫରେଷ୍ଟରେ ୧.୮୫ ମିଲିୟନ ହେକ୍ଟର ଜଙ୍ଗଲ ଜମିକୁ ୩୦ ବର୍ଷିଆ ଲିଜ୍‌ରେ ନେଇଥିଲେ। ଆସନ୍ତା ୭ ବର୍ଷ ମଧ୍ୟରେ ସମସ୍ତ ବ୍ୟବସାୟରୁ ବାର୍ଷିକ ୧୦୦ କୋଟି ଡଲାର ରାଜସ୍ବ ଆଦାୟ ହେବ ବୋଲି ତାଙ୍କର ଆଶାଥିବା ସିଦ୍ଧାର୍ଥ ଫୋବର୍‌ସ ମାଗାଜିନ୍‌କୁ ୨୦୧୧ରେ ସାକ୍ଷାତକାର ଦେଇ କହିଥିଲେ। ତେବେ ତାଙ୍କ ଯୋଜନାନୁଯାୟୀ ସବୁକିଛି ଠିକ୍‌ରେ ଚାଲି ନ ଥିଲା। ଚଳିତ ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା ସିସିଡି ୨୦୪୩ କୋଟି ଟଙ୍କା ରାଜସ୍ବ ଆୟ ହୋଇଥିଲା। ସେହିପରି କେତେକ ବ୍ୟବସାୟ କଳେବର ବୃଦ୍ଧି କରାଯାଇଥିଲେ ମଧ୍ୟ ଏହା ଲାଭଜନକ ହୋଇପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

ଜଳବାୟୁ ପରିବର୍ତ୍ତନ ପାଇଁ ବଢ଼ୁଛି ଦରଦାମ

ଭୁବନେଶ୍ୱର,୨୬ା୪(ଅନୁରାଧା ମହାରଣା): ଆସନ୍ତା ୫ବର୍ଷ ମଧ୍ୟରେ ଦେଶର ଅର୍ଥନୀତିର ବିକାଶ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ଆକଳନ କରିଥିବାବେଳେ ପାଣିପାଗ ପରିବର୍ତ୍ତନ ଦରଦାମ ହ୍ରାସରେ ବାଧକ...

ଭୋଡାଫୋନ ଆଇଡିଆକୁ ମିଳିଲା ନୂଆ ଜୀବନ, କରିବ ସ୍ମାର୍ଟ ଏଣ୍ଟ୍ରି

ନୂଆଦିଲ୍ଲୀ,୨୫।୪: ଆଦିତ୍ୟ ବିର୍ଲା ଗ୍ରୁପ ଚେୟାରମ୍ୟାନ କୁମାର ମଙ୍ଗଳମ ବିର୍ଲା କହିଛନ୍ତି ଯେ ଟେଲିକମ କମ୍ପାନୀ ଭୋଡାଫୋନ ଆଇଡିଆର ୧୮,୦୦୦ କୋଟି ଟଙ୍କା ସଂଗ୍ରହ କମ୍ପାନୀ...

ଅମ୍ବାନୀ ଆଣିଲେ ୧ ଟଙ୍କାରେ ଓଟିଟିର ଜବରଦସ୍ତ ପ୍ଲାନ୍‌: ଆମାଜନ, ନେଟଫ୍ଲିକ୍ସକୁ ମିଳିବ ଟକ୍କର

ନୂଆଦିଲ୍ଲୀ,୨୫।୪: ମୁକେଶ ଅମ୍ବାନୀଙ୍କ ଜିଓସିନେମା ପ୍ଲାଟଫର୍ମରେ ଏବେ ଦୈନିକ ୧ ଟଙ୍କାରୁ କମ୍‌ ଖର୍ଚ୍ଚ କରି ହଲିଉଡ୍‌ ଫିଲ୍ମ ଏବଂ ଟିଭି ଶୋ’ର ମଜା ନେଇପାରିବେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri