Posted inଖେଳ

ଭାରତୀୟ ଦଳ ପାଇଁ ପୁଣି ଏକାଠି ଖେଳିଲେ ଦୁଇ ଭାଇ

ଗୁୟାନା,୭।୮: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି। ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ ମଙ୍ଗଳବାର ଖେଳାଯାଇଥିବା ମ୍ୟାଚରେ ଭାରତ ୫ଟି ବଲ ବାକି ଥାଇ ୭ ଉଇକେଟରେ ଓ୍ବେଷ୍ଟଇଣ୍ଡିଜକୁ ହରାଇଛି। ଏହି ମ୍ୟାଚରେ ଡେବ୍ୟୁ କରିଥିଲେ ୨୦ ବର୍ଷୀୟ ଲେଗ୍‌ ସ୍ପିନର୍‌ ରାହୁଲ ଚହର୍‌। ତେବେ ଏହି ମ୍ୟାଚରେ ରାହୁଲଙ୍କ ସମ୍ପର୍କୀୟ ଭାଇ ଦୀପକ ଚହର୍‌ ମଧ୍ୟ ଖେଳୁଥିଲେ। ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଭାଇ ଏକାଠି ଖେଳିବାରେ ରାହୁଲ ଏବଂ ଦୀପକ ଚତୁର୍ଥ ଭାରତୀୟ ହୋଇଛନ୍ତି। ପୂର୍ବରୁ ସୁରେନ୍ଦ୍ର ଏବଂ ମହିନ୍ଦର ଅମରନାଥ, ଇର୍ଫାନ ଓ ୟୁସୁଫ ପଠାନ ଏବଂ ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା ଏକାଠି ମ୍ୟାଚ୍‌ ଖେଳିଛନ୍ତି।

ଲାଲା ଏବଂ ମହିନ୍ଦର ଅମରନାଥ

ପୂର୍ବତନ କ୍ରିକେଟର ଲାଲା ଅମରନାଥଙ୍କ ପରେ ତାଙ୍କର ଦୁଇ ପୁଅ ମହିନ୍ଦର ଅମରନାଥ ଓ ସୁରେନ୍ଦ୍ର ଅମରନାଥ ଭାରତୀୟ କ୍ରିକେଟରେ ଏକାଠି ଖେଳିଥିଲେ। ବାମହାତୀ ବ୍ୟାଟ୍ସମ୍ୟାନ ସୁରିନ୍ଦର ଅମରନାଥ ଘରୋଇ କ୍ରିକେଟରେ ବେଶ ଭଲ ପ୍ରଦର୍ଶନ କରିଥିଲେ ମାତ୍ର ଅନ୍ତର୍ଜାତୀୟ କ୍ରିକେଟରେ ବେଶି ସମୟ ତିଷ୍ଠି ପାରି ନ ଥିଲେ। ସେ ଭାରତ ପକ୍ଷରୁ ସେ ୧୦ଟି ଟେଷ୍ଟ ଖେଳିଥିଲେ। ମହେନ୍ଦ୍ର ଅମରନାଥ ତାଙ୍କ ସମୟର ଜଣେ ଦକ୍ଷ ଖେଳାଳି ଭାବେ ପରିଚିତ। ୧୯୮୩ ବିଶ୍ୱକପ୍‌ ବିଜୟରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା।

ଇର୍ଫାନ ଓ ୟୁସୁଫ ପଠାନ
ଇର୍ଫାନ ପଠାନ ଓ ୟୁସୁଫ ପଠାନ ଅନ୍ତର୍ଜାତୀୟ କ୍ରିକେଟରେ ଏକାଠି ଖେଳିଛନ୍ତି। ଦ୍ରୁତ ବୋଲର ଇର୍ଫାନ ପଠାନ ଏକଦା ଭାରତୀୟ ବୋଲିଂ ବିଭାଗର ମେରୁଦଣ୍ଡ ରହିଥିଲେ। ୟୁସୁଫ ମଧ୍ୟ ଅଲରାଉଣ୍ଡର ଥିଲେ।

ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟା
ଆଇପିଏଲରେ ମୁମାଇ ଇଣ୍ଡିଆନ୍ସ ପକ୍ଷରୁ ଏକାଠି ଖେଳୁଥିବା ହାର୍ଦ୍ଦିକ ଏବଂ କୃନାଲ ପାଣ୍ଡ୍ୟା ଅନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଏକାଠି ଖେଳିଛନ୍ତି। ହାର୍ଦ୍ଦିକ ଭାରତୀୟ ଦଳର ନିୟମିତ ସଦସ୍ୟ ହୋଇଥିବାବେଳେ କୃନାଲ ଟି-୨୦ରେ ଭାରତୀୟ ଦଳରେ ସ୍ଥାନ ପାଉଥିବାର ଦେଖାଯାଇଛି।

ଦୀପକ-ରାହୁଲ ଚହର୍‌
ଅନ୍ତର୍ଜାତୀୟ ମ୍ୟାଚରେ ଦୁଇ ଭାଇ ଏକାଠି ଖେଳିବାରେ ରାହୁଲ ଏବଂ ଦୀପକ ଚତୁର୍ଥ ଭାରତୀୟ ହୋଇଛନ୍ତି। ଦୀପକ୍‌ ପୂର୍ବରୁ ଭାରତ ପାଇଁ ଖେଳିଥିବାବେଳେ ରାହୁଲ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଶେଷ ଟି-୨୦ରେ ଦଳରେ ସାମିଲ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଚିନ୍ତା ବଢ଼ାଇଲା ରିପୋର୍ଟ, ଆଗାମୀ ୩-୪ ବର୍ଷ ପାଇଁ ଲାଗି ରହିପାରେ ଗ୍ୟାସ୍ ଅଭାବ!

ନୂଆଦିଲ୍ଲୀ,୧୫।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ଭାରତ ସହ ଅନେକ ଦେଶରେ ଗ୍ୟାସର ଅଭାବ ଦେଖାଦେଇଛି । ଦେଶକୁ ଆଗାମୀ ତିନିରୁ ଚାରି ବର୍ଷ ପାଇଁ ଏହି ଚ୍ୟାଲେଞ୍ଜର…

ପ୍ରକାଶ ପାଇଲା CBSE ଦଶମ ରେଜଲ୍ଟ,ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ,୧୫।୪: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା  ଫଳାଫଳ ପ୍ରକାଶ ପାଇଛି । ଛାତ୍ରୀଛାତ୍ର ଏବଂ ଅଭିଭାବକମାନେ ବର୍ତ୍ତମାନ UMANG ଆପରେ…

ଆଇନମନ୍ତ୍ରୀଙ୍କ ଘୋଷଣା, ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାରେ ହେବ ବଡ଼ ପରିବର୍ତ୍ତନ

ଭୁବନେଶ୍ବର,୧୫।୪: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ନେଇ ବଡ଼ ଘୋଷଣା କଲେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବଦଳିବ ଦର୍ଶନ ବ୍ୟବସ୍ଥା । ଖୁବଶୀଘ୍ର ସ୍ଲଟ ବୁକିଂ ମାଧ୍ୟମରେ…

ଏପ୍ରିଲ ୧୬ରେ ବଡ଼ ନିଷ୍ପତ୍ତି ନେବେ ଏମଏସ ଧୋନୀ! CSK ମ୍ୟାଚ୍…

ନୂଆଦିଲ୍ଲୀ,୧୫।୪:  ଏମଏସ ଧୋନୀ ଏପ୍ରିଲ ୧୬ରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ଏହି ନିଷ୍ପତ୍ତି ତାଙ୍କର ପରବର୍ତ୍ତୀ ଆଇପିଏଲ ୨୦୨୬ ମ୍ୟାଚରେ ଅଂଶଗ୍ରହଣ କରିବା…

ଅବନୀତଙ୍କ ଗ୍ଲାମରସ୍‌ ଲୁକ୍‌କୁ ନେଇ ଉଠିଲା ପ୍ରଶ୍ନ

ଅଭିନେତ୍ରୀ ଅବନୀତ କୌର ଯେତିକି ଗ୍ଲାମରସ୍‌ ସେତିକି ଚର୍ଚ୍ଚିତ ମଧ୍ୟ। ନିଜ ଚମକଦାର ଲୁକ ପାଇଁ ପ୍ରାୟତଃ ପ୍ରଶଂସା ସାଉଁଟନ୍ତି। ନିକଟରେ ସେ ତାହା ତ୍ୱଚାରେ ବୋଟକ୍ସ…

8th Pay Commissionକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ସର୍ବନିମ୍ନ ମୌଳିକ ଦରମା…

ନୂଆଦିଲ୍ଲୀ,୧୫।୪: ଅଷ୍ଟମ ବେତନ କମିଶନକୁ ନେଇ ଚର୍ଚ୍ଚା ବଢ଼ିବାରେ ଲାଗିଛି। ବେତନ କମିଶନର ସରକାରୀ ୱେବସାଇଟ ମଧ୍ୟ ବିଭିନ୍ନ ସହରର ଅଂଶୀଦାରମାନଙ୍କ ସହିତ ଆଲୋଚନା ପାଇଁ ଏକ…

ରାଘବ ଚଢାଙ୍କୁ କେନ୍ଦ୍ର ଦେଲା ‘Z’ ସିକ୍ୟୁରିଟି, ଏଏପିକୁ ଝଟ୍‌କା

ନୂଆଦିଲ୍ଲୀ,୧୫।୪: ପଞ୍ଜାବର ଆମ ଆଦମୀ ପାର୍ଟି (ଆପ) ସରକାର ରାଘବ ଚଢାଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛି, ଯାହା ପରେ କେନ୍ଦ୍ର ସରକାର ତାଙ୍କୁ ‘Z’ ବର୍ଗର ସୁରକ୍ଷା…

ମୋଦିଙ୍କ ସହ କଥା ହେବା ପରେ ପାକିସ୍ତାନକୁ ଜୋରଦାର ଝଟ୍‌କା ଦେଲା ଆମେରିକା, ବିଶ୍ୱରେ ଚହଳ!

ଓ଼୍ବାଶିଂଟନ,୧୫।୪: ଆମେରିକା ହର୍ମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ଦୁଇଟି ପାକିସ୍ତାନୀ ଜାହାଜକୁ ଫେରାଇ ଦେଇଛି। ଏହାକୁ ପାକିସ୍ତାନ ପାଇଁ ଏକ ବଡ଼ ବିପର୍ଯ୍ୟୟ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri