Posted inଖେଳ

ଭାରତୀୟ ଆର୍ଚେରୀ ଆସୋସିଏଶନ ସସ୍‌ପେଣ୍ଡ

କୋଲକାତା, ୯ା୮ (ପି.ଟି.)-ବିଶ୍ୱ ଆର୍ଚେରି (ଡବ୍ଲ୍ୟୁଆଇ) ଗୁରୁବାର ଭାରତୀୟ ଆର୍ଚେରି ଆସୋସିଏଶନ (ଏଏଆଇ)କୁ ସସ୍‌ପେଣ୍ଡ କରିଛି। ଏଏଆଇରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ସମାନ୍ତରାଳ ନିର୍ବାଚନ କରିବା ଦ୍ୱାରା ବିଶ୍ୱ ଆର୍ଚେରିର ଗାଇଡ୍‌ଲାଇନ୍‌ ଭଙ୍ଗହୋଇଛି। ନିଷ୍ପତ୍ତି ସୋମବାରଠାରୁ କାର୍ଯ୍ୟକାରୀ ହେବ। କିନ୍ତୁ ଭାରତୀୟ ତୀରନ୍ଦାଜମାନଙ୍କୁ ଅଗଷ୍ଟ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ମାଡ୍ରିଡଠାରେ ହେବାକୁଥିବା ଓ୍ବାଲର୍‌ଡ ଆର୍ଚେରି ୟୁଥ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇଛି। ଓ୍ବାଲର୍‌ଡ ଆର୍ଚେରି ସାଧାରଣ ସମ୍ପାଦକ ଟମ୍‌ ଡିଲେନ୍‌ କହିଛନ୍ତି, ଭାରତୀୟ ଆର୍ଚେରୀ ଆସୋସିଏଶନକୁ ସସ୍‌ପେଣ୍ଡ କରିବା ଲାଗି ଜୁନ୍‌ରେ ସ୍ଥିର କରାଯାଇଥିଲା କିନ୍ତୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଜୁଲାଇ ଶେଷ ସୁଦ୍ଧା ବିବାଦର ସମାଧାନ ପାଇଁ କୁହାଯାଇଥିଲା ମାତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏଏଆଇ ଅଧିକ ଦିନ ସମୟ ଲୋଡିଥିଲା। ମାତ୍ର ତାହା ପ୍ରତ୍ୟାଖ୍ୟାତ ହୋଇଥିଲା। କୌତୂହଳର କଥା ଏହିକିଯେ, କୋର୍ଟ ମାମଲାର ଶୁଣାଣି କରିବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ଡବ୍ଲ୍ୟୁଆଇ ସସ୍‌ପେଣ୍ଡ କରିଛି। ସୂଚନାଯୋଗ୍ୟ, ନଭେମ୍ବରରେ ବ୍ୟାଙ୍କକ୍‌ଠାରେ ଏସିଆନ ଚାମ୍ପିୟନଶିପ୍‌ ଏବଂ ଏସିଆନ ପାରା ଚାମ୍ପିୟନଶିପ ହେବ। ଏଥିରେ ଅଲିମ୍ପିକ କୋଟାର ବ୍ୟବସ୍ଥା ରହିଛି। ଭାରତର ଇତିମଧ୍ୟରେ ୩ ଜଣ ପୁରୁଷ ତୀରନ୍ଦାଜ ଆସନ୍ତା ଅଲିମ୍ପିକ ପାଇଁ କୋଟା ହାସଲ କରିସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜଣେ ମହିଳା କୋଟା ହାସଲ କରିପାରି ନାହାନ୍ତି। ଅନ୍ୟପକ୍ଷରେ ଇନ୍‌ଡୋର ଆର୍ଚେରି ଓ୍ବାଲର୍‌ଢ ସିରିଜରେ ବ୍ୟକ୍ତିଗତ ଆଥଲେଟ୍‌ମାନେ ଅଂଶଗ୍ରହଣ କରିପାରିବେ କି ନା ତାହା ଓ୍ବାଲର୍‌ଡ ଆର୍ଚେରି ସ୍ଥିର କରିବ। ଇନ୍‌ଡୋର ଆର୍ଚେରି ଓ୍ବାଲର୍‌ଡ ସିରିଜ ଅନ୍ତର୍ଗତ ଟୁର୍ନାମେଣ୍ଟଗୁଡ଼ିକ ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ହେବ। ଏଥିରେ ଜାତୀୟ ଦଳ ବ୍ୟତୀତ ତୀରନ୍ଦାଜମାନେ ବ୍ୟକ୍ତିଗତ ଭାବେ ଭାଗ ନେଇପାରିବେ। ମାତ୍ର ତୀରନ୍ଦାଜ ଜଣକ ଜାତୀୟ ମହାସଂଘର ଜଣେ ସଦସ୍ୟ ହୋଇଥିବା ଆବଶ୍ୟକ। ସୂଚନାଯୋଗ୍ୟ, ଜୁନ୍‌ ୯ରେ ଏକ ସଙ୍ଗରେ ନୂଆଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ପୃଥକ୍‌ ପୃଥକ୍‌ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ବିଭିପି ରାଓ ଏଏଆଇର ସଭାପତି ଭାବେ ଦୁଇ ଜଣ ନିର୍ବାଚିତ ହୋଇଥିଲେ। ମୁଣ୍ଡାଙ୍କ ପଛରେ ୨୦ ରାଜ୍ୟ ଆସୋସିଏଶନର ସମର୍ଥନ ଥିବାବେଳେ ରାଓଙ୍କୁ ଅନ୍ୟ ୧୦ଟି ରାଜ୍ୟ ଆସୋସିଏଶନ ନିର୍ବାଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ରାସ୍ତାରେ ଯାଉଯାଉ ବାଇକ୍‌ ସହ କଚାଡ଼ି ହୋଇପଡ଼ିଗଲେ ଯୁବକ, ୮ ଘଣ୍ଟା ପରେ ଘଟିଲା…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଫାସିଗୁଡ଼ା -ଛଣମେରି ଗ୍ରାମ ମଧ୍ୟବର୍ତ୍ତୀ ମୁଖ୍ୟରାସ୍ତା ୟରେ ଶନିବାର ମଧ୍ୟାହ୍ନରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିବା ଜଣେ…

ଗ୍ରାମ ସଭାପତିଙ୍କୁ ହତ୍ୟା ମାମଲା: ଆଜୀବନ କାରାଦଣ୍ଡ ଭୋଗିବେ ଦ୍ୱିତୀୟ ଅଭିଯୁକ୍ତ

ଭଞ୍ଜନଗର,୧୨ା୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଦଣ୍ଡିପଦର ଗ୍ରାମରେ ୨୦୧୬ରେ ଗ୍ରାମ ସଭାପତି ପରୀକ୍ଷିତ ପ୍ରଧାନଙ୍କୁ ହତ୍ୟା କରାଯାଇଥିଲା। ଉକ୍ତ ମାମଲାର ରାୟ ଶୁକ୍ରବାର ପ୍ରକାଶ…

ବ୍ରିକ୍ସ ସମ୍ମିଳନୀରେ କୋରାପୁଟ କଫି ଚାଖିବେ ବିଶ୍ୱ ପ୍ରତିନିଧି, ବଢ଼ିଲା ଓଡ଼ିଶାର ଗୌରବ

କୋରାପୁଟ,୧୨ା୯(ଅମିତାଭ ବେହେରା): କୋରାପୁଟର ପାହାଡ଼ିଆ ଅଞ୍ଚଳରେ ଆଦିବାସୀ ଚାଷୀଙ୍କ ଦ୍ୱାରା ଉତ୍ପାଦିତ ସୁଗନ୍ଧିତ କଫି ଏବେ ବିଶ୍ୱ ମଞ୍ଚରେ ପହଞ୍ଚିଛି। ନୂଆଦିଲ୍ଲୀରେ ଚାଲିଥିବା ୧୮ତମ ବ୍ରିକ୍ସ ଶିଖର…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ମହିଳା ଏସିଆ କପ୍‌: ଫାଇନାଲରେ ଭାରତ-ଶ୍ରୀଲଙ୍କା ମହାମୁକାବିଲା, ଟାଇଟଲ ପାଇଁ କିଏ ଫେଭରାଇଟ୍‌ ଜାଣନ୍ତୁ…

ଦୁବାଇ,୧୨ା୯: ମହିଳା ଟି୨୦ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚ୍‌ ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ୭ ଥରର ବିଜେତା ଭାରତ ଟୁର୍ନାମେଣ୍ଟ…

ଲୁଟେରାଙ୍କଠାରୁ ନଗଦ ଟଙ୍କା-ବାଇକ୍‌ ସହ ଛୁରି ଜବତ, ପୁଣି ଜଣେ ଯୁବକ ଧରାପଡ଼ି…

ଝରିଗାଁ,୧୨ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ଜାରି ରହିଛି ବର୍ଷା: ବିଦ୍ୟୁତ୍‌ ବିଭ୍ରାଟକୁ ନେଇ ବଢୁଛି ଜନ ଅସନ୍ତୋଷ

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ ୪ ଦିନ ହେଲା ଲଘୁଚାପ ଜନିତ ବର୍ଷା ଜାରିରହିଛି। ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ…

ଅନୁଦାନ ବଣ୍ଟନରେ ପାତରଅନ୍ତର ଅଭିଯୋଗ, ନିର୍ଦ୍ଦିଷ୍ଟ ପଞ୍ଚାୟତ ପାଇଁ ଏତେ ଅନୁକମ୍ପା କାହିଁକି

କର୍ଲାମୁଣ୍ଡା,୧୨ା୯(ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକରେ ‘ବିକଶିତ ଓଡ଼ିଶା ବିକଶିତ ଗାଁ’ ଯୋଜନାରେ ଅନୁଦାନ ବଣ୍ଟନକୁ ନେଇ ପାତରଅନ୍ତର କରାଯାଇଥିବା ଅଭିଯୋଗ ଉଠିଛି। ବ୍ଲକର ୧୨ଟି ପଞ୍ଚାୟତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?