Posted inଖେଳ

ଭାରତୀୟ ଆର୍ଚେରୀ ଆସୋସିଏଶନ ସସ୍‌ପେଣ୍ଡ

କୋଲକାତା, ୯ା୮ (ପି.ଟି.)-ବିଶ୍ୱ ଆର୍ଚେରି (ଡବ୍ଲ୍ୟୁଆଇ) ଗୁରୁବାର ଭାରତୀୟ ଆର୍ଚେରି ଆସୋସିଏଶନ (ଏଏଆଇ)କୁ ସସ୍‌ପେଣ୍ଡ କରିଛି। ଏଏଆଇରେ ଦୁଇ ପରସ୍ପର ବିରୋଧୀ ଗୋଷ୍ଠୀ ସମାନ୍ତରାଳ ନିର୍ବାଚନ କରିବା ଦ୍ୱାରା ବିଶ୍ୱ ଆର୍ଚେରିର ଗାଇଡ୍‌ଲାଇନ୍‌ ଭଙ୍ଗହୋଇଛି। ନିଷ୍ପତ୍ତି ସୋମବାରଠାରୁ କାର୍ଯ୍ୟକାରୀ ହେବ। କିନ୍ତୁ ଭାରତୀୟ ତୀରନ୍ଦାଜମାନଙ୍କୁ ଅଗଷ୍ଟ ୧୯ରୁ ୨୫ ତାରିଖ ପର୍ଯ୍ୟନ୍ତ ମାଡ୍ରିଡଠାରେ ହେବାକୁଥିବା ଓ୍ବାଲର୍‌ଡ ଆର୍ଚେରି ୟୁଥ୍‌ ଚାମ୍ପିୟନଶିପ୍‌ରେ ଅଂଶଗ୍ରହଣ ପାଇଁ ଅନୁମତି ଦିଆଯାଇଛି। ଓ୍ବାଲର୍‌ଡ ଆର୍ଚେରି ସାଧାରଣ ସମ୍ପାଦକ ଟମ୍‌ ଡିଲେନ୍‌ କହିଛନ୍ତି, ଭାରତୀୟ ଆର୍ଚେରୀ ଆସୋସିଏଶନକୁ ସସ୍‌ପେଣ୍ଡ କରିବା ଲାଗି ଜୁନ୍‌ରେ ସ୍ଥିର କରାଯାଇଥିଲା କିନ୍ତୁ କାର୍ଯ୍ୟକାରୀ କରାଯାଇ ନ ଥିଲା। ଜୁଲାଇ ଶେଷ ସୁଦ୍ଧା ବିବାଦର ସମାଧାନ ପାଇଁ କୁହାଯାଇଥିଲା ମାତ୍ର ମାମଲା କୋର୍ଟରେ ବିଚାରାଧୀନ ଥିବାରୁ ଏଏଆଇ ଅଧିକ ଦିନ ସମୟ ଲୋଡିଥିଲା। ମାତ୍ର ତାହା ପ୍ରତ୍ୟାଖ୍ୟାତ ହୋଇଥିଲା। କୌତୂହଳର କଥା ଏହିକିଯେ, କୋର୍ଟ ମାମଲାର ଶୁଣାଣି କରିବାକୁ ଥିବା ବେଳେ ଏହାର ଦିନକ ପୂର୍ବରୁ ଡବ୍ଲ୍ୟୁଆଇ ସସ୍‌ପେଣ୍ଡ କରିଛି। ସୂଚନାଯୋଗ୍ୟ, ନଭେମ୍ବରରେ ବ୍ୟାଙ୍କକ୍‌ଠାରେ ଏସିଆନ ଚାମ୍ପିୟନଶିପ୍‌ ଏବଂ ଏସିଆନ ପାରା ଚାମ୍ପିୟନଶିପ ହେବ। ଏଥିରେ ଅଲିମ୍ପିକ କୋଟାର ବ୍ୟବସ୍ଥା ରହିଛି। ଭାରତର ଇତିମଧ୍ୟରେ ୩ ଜଣ ପୁରୁଷ ତୀରନ୍ଦାଜ ଆସନ୍ତା ଅଲିମ୍ପିକ ପାଇଁ କୋଟା ହାସଲ କରିସାରିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ଜଣେ ମହିଳା କୋଟା ହାସଲ କରିପାରି ନାହାନ୍ତି। ଅନ୍ୟପକ୍ଷରେ ଇନ୍‌ଡୋର ଆର୍ଚେରି ଓ୍ବାଲର୍‌ଢ ସିରିଜରେ ବ୍ୟକ୍ତିଗତ ଆଥଲେଟ୍‌ମାନେ ଅଂଶଗ୍ରହଣ କରିପାରିବେ କି ନା ତାହା ଓ୍ବାଲର୍‌ଡ ଆର୍ଚେରି ସ୍ଥିର କରିବ। ଇନ୍‌ଡୋର ଆର୍ଚେରି ଓ୍ବାଲର୍‌ଡ ସିରିଜ ଅନ୍ତର୍ଗତ ଟୁର୍ନାମେଣ୍ଟଗୁଡ଼ିକ ନଭେମ୍ବରରୁ ଫେବୃୟାରୀ ମଧ୍ୟରେ ହେବ। ଏଥିରେ ଜାତୀୟ ଦଳ ବ୍ୟତୀତ ତୀରନ୍ଦାଜମାନେ ବ୍ୟକ୍ତିଗତ ଭାବେ ଭାଗ ନେଇପାରିବେ। ମାତ୍ର ତୀରନ୍ଦାଜ ଜଣକ ଜାତୀୟ ମହାସଂଘର ଜଣେ ସଦସ୍ୟ ହୋଇଥିବା ଆବଶ୍ୟକ। ସୂଚନାଯୋଗ୍ୟ, ଜୁନ୍‌ ୯ରେ ଏକ ସଙ୍ଗରେ ନୂଆଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ପୃଥକ୍‌ ପୃଥକ୍‌ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏବଂ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର ବିଭିପି ରାଓ ଏଏଆଇର ସଭାପତି ଭାବେ ଦୁଇ ଜଣ ନିର୍ବାଚିତ ହୋଇଥିଲେ। ମୁଣ୍ଡାଙ୍କ ପଛରେ ୨୦ ରାଜ୍ୟ ଆସୋସିଏଶନର ସମର୍ଥନ ଥିବାବେଳେ ରାଓଙ୍କୁ ଅନ୍ୟ ୧୦ଟି ରାଜ୍ୟ ଆସୋସିଏଶନ ନିର୍ବାଚିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, ଖେଳ View All

ଭୁବନେଶ୍ବର ପରେ ପୁଣି କଟକରେ ବିଜେଡି ମେଳି, ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହେଲେ ଅଷ୍ଟ୍ରେଲିଆର ଏହି ଖେଳାଳି

ଆଡିଲେଡ୍‌,୨୮ା୧୨: ପୂର୍ୱତନ ଅଷ୍ଟ୍ରେଲିଆନ୍‌ ଫାଷ୍ଟ ବୋଲର ବ୍ରେଟ୍‌ ଲି’ଙ୍କୁ ରବିବାର ଅଷ୍ଟ୍ରେଲିଆନ କ୍ରିକେଟ ହଲ୍‌ ଅଫ୍‌ ଫେମ୍‌ରେ ସାମିଲ କରାଯାଇଛି। ଘାତକ ପେସ୍‌ ସାଙ୍ଗକୁ ଆଦର୍ଶ...

ଗଟାମାହା ଜଙ୍ଗଲରେ ଅତର୍କିତ ଚଢ଼ାଉ, ଗଞ୍ଜେଇ ଗଛ ପୋଡ଼ିଦେଲା ପୋଲିସ

ଜି.ଉଦୟଗିରି,୨୮/୧୨( ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ପୋଲିସ ଥାନା ଅନ୍ତର୍ଗତ ଗଟାମାହା ଗ୍ରାମ ନିକଟସ୍ଥ ଜଙ୍ଗଲରେ ଗଞ୍ଜେଇ ଚାଷ ହେଉଥିବା ଖବର ପାଇ...

ପିକନିକ୍ ବେଳେ ପାଇନ୍ ବଣରେ ଦୁଇ ଯୁବ ଗୋଷ୍ଠୀ ପିଟାପିଟି, ଲାଠି ଚାଳନା କଲା ପୋଲିସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ ): ବର୍ଷର ଶେଷ ରବିବାର ରହିଥିବାରୁ ଦାରିଙ୍ଗବାଡିରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି । ତେବେ ଦାରିଙ୍ଗବାଡିର ଡ଼ୁଲୁରୀ ପାଇନ...

ସ୍କୁଟି ଆରୋହୀଙ୍କ ଉପରେ ଚଢ଼ିଗଲା ୧୦ ଚକିଆ ଟ୍ରକ, ଟାୟାର ଜାଳି ରାସ୍ତାକୁ ଓହ୍ଲାଇଲେ ଲୋକେ

ବଲାଙ୍ଗିର,୨୮ା୧୨: – ବଲାଙ୍ଗିର ୨୬ନମ୍ୱର୍ ଜାତୀୟ ରାଜପଥ ଶାସ୍ତ୍ରୀ ନଗର ଛକରେ ସଡ଼କ ଦୁର୍ଘଟଣା ହୋଇଛି ।୧୦ଚକିଆ ମାଲ ବୋଝେଇ ଟ୍ରକ ଜଣେ ସ୍କୁଟି ଆରୋହୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri