ଭାରତର ପ୍ରମୁଖ ସମସ୍ୟା

ଆକାର ପଟେଲ
ଚଳିତ ବର୍ଷର ଦ୍ୱିତୀୟ ତ୍ରିମାସୀରେ ଭାରତର ଜିଡିପି ଅଭିବୃଦ୍ଧି ୫ ପ୍ରତିଶତକୁ ଖସିଯାଇଛି, ଯାହା ଗତ ଛଅବର୍ଷ ଭିତରେ ସର୍ବନିମ୍ନ। ନିର୍ମାଣ ଶିଳ୍ପ, ଯାହା ମେକ୍‌ ଇନ୍‌ ଇଣ୍ଡିଆର ମୁଖ୍ୟ, ତାହାର ଅଭିବୃଦ୍ଧି ୧ ପ୍ରତିଶତରୁ ତଳେ ରହିଛି। ଏହି ତ୍ରିମାସୀରେ ଆମେ ୬ ପ୍ରତିଶତ ବି ଛୁଇଁ ପାରିଲୁନି ଏବଂ ସରକାର ଯେଉଁ ସଂଶୋଧିତ ପଦ୍ଧତିରେ ଅଭିବୃଦ୍ଧି ହିସାବ କରୁଛନ୍ତି, ତାହା ତ୍ରୁଟିପୂର୍ଣ୍ଣ ବୋଲି ଖୋଦ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତାଙ୍କ ସମେତ ଅନେକେ ମନେକରୁଛନ୍ତି। ସରକାରଙ୍କ ଆଗରେ ଅନେକ ଆହ୍ବାନ ରହିଛି, ଯାହାକୁ ଆଗ ଦେଖିବାକୁ ହେବ ଏବଂ ତା’ପରେ ଏଥିରୁ ବାଟ ବାହାର କରିବାକୁ ହେବ। ଯଦି ଅଭିବୃଦ୍ଧିରେ ଉନ୍ନତି ନ ଆସେ, ତେବେ ଦାରିଦ୍ର୍ୟ ଓ ପରନିର୍ଭରଶୀଳତା ଦୂରକରିବା ଲାଗି ଭାରତ ଯେଉଁ ଆଶା ବାନ୍ଧିଛି ତାହା ମଉଳିଯିବ। ଏହା ଆମ ସମସ୍ତଙ୍କୁ ବିଚଳିତ କରୁଛି।
କିଛିଦିନ ତଳେ ଆମେ ଜାଣିବାକୁ ପାଇଥିଲୁ ଯେ ଭାରତର ବେକାରି ହାର ଗତ ୫୦ ବର୍ଷ ଭିତରେ ସର୍ବାଧିକ ରହିଛି। ଏହା ବାସ୍ତବରେ ଆହୁରି ବୃଦ୍ଧି ପାଇଲାଣି ଏବଂ ଅନୁକୂଳ ଦିଗରେ ଯିବାର କୌଣସି ଲକ୍ଷଣ ଦେଖିବାକୁ ମିଳୁନି। ଆମ ଅର୍ଥନୀତିର ଦୁରବସ୍ଥା ବିଷୟରେ ଭାବିବା ଓ ସମସ୍ୟାର ନିରାକରଣ ଲାଗି ଚିନ୍ତାକରିବା ନିମନ୍ତେ ଆମ ହାତରେ ବହୁତ କମ୍‌ ସମୟ ଅଛି। ବିଭିନ୍ନ ଜାତୀୟ ଆହ୍ବାନ ସହ ଜଳବାୟୁ ପରିବର୍ତ୍ତନ ପ୍ରଭୃତି ବହୁତ ସମସ୍ୟା ରହିଛି। ଦୁଃଖର କଥା ସରକାର ଏସବୁ ସମସ୍ୟାର ନିରାକରଣ ବିଷୟରେ ଚିନ୍ତା ନ କରି ଅନ୍ୟ ଜିନିଷ ଉପରେ ବେଶି ଗୁରୁତ୍ୱ ଦେଉଛନ୍ତି। ଏଥିରୁ ଭବିଷ୍ୟତ ଯାହା ହେବ ତାହା ଜଳ ଜଳ ଦେଖାଯାଉଛି। କାରଣ ସରକାର ଏବେ ଆସାମ, କଶ୍ମୀର ଓ ଅଯୋଧ୍ୟା ବିଷୟରେ ବେଶି ଚିନ୍ତା କରୁଛନ୍ତି। ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର (ଏନ୍‌ଆର୍‌ସି) ପ୍ରକାଶ ପାଇଛି ଏବଂ ଏଥିରୁ ୧୯ ଲକ୍ଷ ଲୋକ ବାଦ୍‌ ପଡ଼ିଛନ୍ତି। ଏହି ଲୋକମାନଙ୍କୁ ଭୋଟର ପରିଚୟପତ୍ର ଥିଲେ ମଧ୍ୟ ଭୋଟଦାନର ଅଧିକାର ମିଳିବ ନାହିଁ। ଭାରତରେ ସୁବ୍ରମଣ୍ୟମ୍‌ ସ୍ବାମୀଙ୍କ ପରି ଭାଜପା ଏମ୍‌ପି ଅଛନ୍ତି ଯେଉଁମାନେ ଅନେକ ବର୍ଷ ହେଲା ଓକିଲାତି କରିଆସୁଛନ୍ତି ଯେ ଭାରତରେ ମୁସଲମାନମାନଙ୍କୁ ଭୋଟଦାନର ଅଧିକାର ମିଳିବା ଉଚିତ ନୁହେଁ। ଦ୍ୱିତୀୟ କଥା ହେଲା ଆସାମରେ ପୂର୍ବରୁ ପ୍ରାୟ ୧୦୦୦ ଲୋକଙ୍କୁ ଯେପରି ବିଦେଶୀ ଘୋଷଣା କରି ଜେଲରେ ରଖାଯାଇଛି, ସେହିପରି ଏହି ୧୯ ଲକ୍ଷ ଲୋକ କୌଣସି ଅପରାଧ କରି ନ ଥିଲେ ମଧ୍ୟ ସେମାନଙ୍କୁ ଜେଲରେ ଭର୍ତ୍ତି କରାଯିବ। ପରିବାରଗୁଡ଼ିକ ଅଲଗା ଅଲଗା ହୋଇଯିବେ ଏବଂ ମହିଳାମାନେ (ଝିଅ, ଭଉଣୀ, ମାଆ ଓ ସ୍ତ୍ରୀ) ପୁରୁଷଙ୍କଠାରୁ ଅଲଗା ଅଲଗା ଜେଲରେ ରହିବେ। ପରସ୍ପର ସହ ସେମାନଙ୍କର ଯୋଗାଯୋଗ ହୋଇପାରିବ ନାହିଁ। ପିଲାମାନେ ବି ଜେଲରେ ରହିବେ। ପ୍ରଥମ ୧୦୦୦ ଲୋକଙ୍କୁ ଜେଲରେ ଭର୍ତ୍ତି କରାଗଲାବେଳେ ଅବଶିଷ୍ଟ ଭାରତୀୟମାନେ ତା’ ଉପରେ ବିଶେଷ ଧ୍ୟାନ ଦେଇ ନ ଥିଲେ। କିନ୍ତୁ ଏବେ ୧୯ ଲକ୍ଷ ଲୋକଙ୍କ ଦୁର୍ଗତି ଦେଶବାସୀଙ୍କ ନଜରକୁ ଏଡ଼ାଇ ଯାଇପାରିବ ନାହିଁ।
କଶ୍ମୀରରେ ସମଗ୍ର ଜନସଂଖ୍ୟାକୁ ଜେଲରେ ଭରିବା ଲାଗି ଆମେ ନିଷ୍ପତ୍ତି ନେବାର ଇତିମଧ୍ୟରେ ଏକମାସ ବିତିବାକୁ ବସିଲାଣି। ସ୍ଥାୟୀ କର୍ଫ୍ୟୁ ଜାରି କରି, କୌଣସି ଯୋଗାଯୋଗ ବା ପ୍ରତିବାଦ କରିବାର ସୁଯୋଗ ନ ଦେଇ ଆମେ ଶତ୍ରୁମାନଙ୍କୁ ଜଣାଇଦେବାକୁ ଚାହୁଁ ଯେ ଆମେ ହେଉଛୁ ଏକ ଦଖଲକାରୀ ଶକ୍ତି। ଆମେ ପ୍ରତ୍ୟେକ ଲୋକଙ୍କୁ ଏପରିକି ଭାରତକୁ ଏକଦା ସମର୍ଥନ କରୁଥିବା ଲୋକଙ୍କୁ ବି ନଜରବନ୍ଦୀରେ ରଖିବାର କାରଣ ହେଉଛି, ଆମେ ଭୟ କରୁଛୁ ଯେ ସେମାନଙ୍କୁ ଖୋଲା ଛାଡ଼ିଲେ କିଛି ଭଲ ଘଟିବ ନାହିଁ। ହୁଏତ ଅନେକ ବର୍ଷ ଧରି ଆମକୁ ହିଂସାତ୍ମକ ପ୍ରତିବାଦ ଦେଖିବାକୁ ମିଳିବ। କିନ୍ତୁ କଶ୍ମୀରର ଆଭ୍ୟନ୍ତରୀଣ ହିଂସା ଆମ ଭିତରେ ଉଦ୍‌ବେଗ ସୃଷ୍ଟି କରିବ ନାହିଁ, କାରଣ ଏହା ଦୀର୍ଘକାଳ ଧରି ଚାଲିଆସିଛି।
ତୃତୀୟ କଥା ହେଲା ଅଯୋଧ୍ୟାରେ ମନ୍ଦିର ବାବଦରେ ନିଷ୍ପତ୍ତି ନେବା ପାଇଁ ସରକାର ବାଧ୍ୟ ହେବେ। ଚଳିତ ବର୍ଷ ଶେଷ ହେବା ପୂର୍ବରୁ କୋର୍ଟ ଏ ସମ୍ପର୍କରେ ରାୟ ଶୁଣାଇଦେବେ। କୋର୍ଟଙ୍କ ପ୍ରାରମ୍ଭିକ ମତିଗତିରୁ ରାୟ କେଉଁ ଦିଗରେ ଯିବ ତାହା ଅନୁମାନ କରିବା କଷ୍ଟକର ନୁହେଁ। ରାୟ ଯାହା ହେଉନା କାହିଁକି ଅଯୋଧ୍ୟାକୁ ନେଇ ଅନେକ ହିଂସାକାଣ୍ଡ ଅତୀତରେ ଘଟିଯାଇଛି ଏବଂ ତାକୁ ପୁଣି ଉଖାରିବା ସାଂଘାତିକ ହେବ। ଆସାମ ଓ କଶ୍ମୀର ପରି ଅଯୋଧ୍ୟା ଦୀର୍ଘକାଳ ଧରି ଲୋକଙ୍କ ବିସ୍ମୃତି ଭିତରେ ହଜିଯାଇଥିଲା ଏବଂ ତାକୁ ଏକ ଗୁରୁତ୍ୱହୀନ ପ୍ରସଙ୍ଗ ପରି ମନେକରାଯାଉଥିଲା। ସେ ପରିସ୍ଥିତି ଏବେ ବଦଳିଯିବ।
ଉକ୍ତ ତିନୋଟି ବିରାଟ ପ୍ରସଙ୍ଗ ଏବେ ଆମ ଆଗରେ ଉଭା ହୋଇଛି। ଜାତୀୟ ଧ୍ୟାନ ଓ ଆବେଗ ଦୃଷ୍ଟିରୁ ଏଥିପାଇଁ ସରକାରଙ୍କୁ ବହୁ ଅର୍ଥ ନିବେଶ କରିବାକୁ ପଡ଼ିବ। ଯେଉଁମାନେ ସରକାରଙ୍କ କାର୍ଯ୍ୟଧାରାକୁ ବିରୋଧ କରି ଆସୁଛନ୍ତି, ସେମାନେ ନିରବଚ୍ଛିନ୍ନ ଉତ୍ପୀଡ଼ନ ଦେଖିବେ ଏବଂ ଯେଉଁମାନେ ସମର୍ଥନ କରିଆସୁଛନ୍ତି ସେମାନେ ଉଲ୍ଲସିତ ହେବେ। ଅବଶିଷ୍ଟ ବିଶ୍ୱ ଆଗରେ ଆମେ ସମସ୍ତ ଉତ୍ପୀଡ଼ନକୁ ଆମର ଆଭ୍ୟନ୍ତରୀଣ ବ୍ୟାପାର ଓ ନ୍ୟାୟୋଚିତ କହି ଛଳନା କରିବା କଷ୍ଟକର ହୋଇପଡ଼ିବ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବହୁ ସମୟରେ ବ୍ୟକ୍ତି ସମ୍ମୁଖରେ ବୟସ ହାର ମାନେ, ଯାହାର ଦୃଷ୍ଟାନ୍ତ ଦେଖିବାକୁ ମିଳିଛି ଜମ୍ମୁରେ। ୭୨ ବର୍ଷ ବୟସରେ ବିଦ୍ୟା କୌର ନିର୍ଭୟରେ କାର ଚଳାଇ…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri