Posted inଜାତୀୟ

ଭାଜପାକୁ କେତେ ଦେଇଛନ୍ତି ଆଦାନୀ

ନୂଆଦିଲ୍ଲୀ,୮ା୨: ମୋଦି ସରକାର ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ଶିଳ୍ପପତି ଗୌତମ ଆଦାନୀଙ୍କ କମ୍ପାନୀ ଭାଜପାକୁ କେତେ ଟଙ୍କା ଦେଇଛି ବୋଲି ଲୋକ ସଭାରେ କଂଗ୍ରେସ ସଦସ୍ୟ ରାହୁଲ ଗାନ୍ଧୀ ପ୍ରଶ୍ନ କରିଛନ୍ତି। ଆଦାନୀ ଗ୍ରୁପ୍‌ ବିରୋଧରେ ନ୍ୟୁୟର୍କର ଶର୍ଟ ସେଲର ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପକ୍ଷରୁ ଷ୍ଟକ୍ସ ହେରଫେର୍‌ ନେଇ ଚାଞ୍ଚଲ୍ୟକର ତଥ୍ୟ ପ୍ରଘଟ ପରେ ଜାତୀୟ ରାଜନୀତି ସରଗରମ ହୋଇଥିବାବେଳେ ପାର୍ଲାମେଣ୍ଟରେ ରାହୁଲଙ୍କ ପ୍ରଶ୍ନବାଣ ଭାଜପାକୁ ଅଡ଼ୁଆରେ ପକାଇଦେଇଛି।
ମଙ୍ଗଳବାର ଥିଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଷଷ୍ଠ ଦିନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଚାଲିଥିଲା। ଅନ୍ୟ ୫ ଦିନ ପରି ବିରୋଧୀ ସଦସ୍ୟମାନେ ଆଦାନୀ ଗ୍ରୁପ୍‌ ଓ କେନ୍ଦ୍ର ସରକାରଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ କରୁଥିଲେ। ଆମେରିକୀୟ ଆକ୍ଟିଭିଷ୍ଟ ଇନ୍‌ଭେଷ୍ଟର ହିଣ୍ଡେନ୍‌ବର୍ଗ ରିପୋର୍ଟ ଉପରେ ଆଦାନୀ ଗ୍ରୁପ୍‌ ବିରୋଧରେ ଯୁଗ୍ମ ସଂସଦୀୟ
କମିଟି (ଜେପିସି) କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ ଦାବି କରୁଥିଲେ। ଓ୍ବାୟନାଡ୍‌ ଏମ୍‌ପି ରାହୁଲ ଗାନ୍ଧୀଙ୍କ କହିବା ପାଳି ଆସିଲା। ବିତର୍କରେ ଭାଗନେଇ ରାହୁଲ କହିଲେ, ୨୦୧୪ରେ ବିଶ୍ୱର ଧନୀ ବ୍ୟକ୍ତିଙ୍କ ତାଲିକାର ୬୦୯ ନମ୍ବରରେ ଆଦାନୀ ଥିଲେ। ଏବେ ସେ ମ୍ୟାଜିକ୍‌ ବଳରେ ଦ୍ୱିତୀୟ ଧନୀ। ଆଦାନୀ ଭାଇବ୍ରେଣ୍ଟ ଗୁଜରାଟର ମେରୁଦଣ୍ଡ ଥିଲେ। ବିମାନବନ୍ଦର ପରିଚଳାନା ଅଭିଜ୍ଞତା ଥିବା ଗୋଟିଏ କମ୍ପାନୀ/ବ୍ୟକ୍ତିଙ୍କୁ କେବଳ ଗୋଟିଏ ଏୟାରପୋର୍ଟ ବିକଶିତ କରିବାକୁ ଦିଆଯିବା ନେଇ ପୂର୍ବରୁ ନିୟମ ଥିଲା। କିନ୍ତୁ ମୋଦି ସରକାର ଆଦାନୀଙ୍କୁ ୬ ଏୟାରପୋର୍ଟ ଅଧିଗ୍ରହଣ ପାଇଁ ନିୟମ ବଦଳାଇଦେଇଛନ୍ତି। ରାହୁଲଙ୍କ ଏହି ଅଭିଯୋଗକୁ ଶାସକ ଦଳର ଏମ୍‌ପିମାନେ ବିରୋଧ କରିବା ସହ ପ୍ରମାଣ ମାଗିଥିଲେ।
ରାହୁଲ ଏହାର ପ୍ରମାଣ ସ୍ବରୂପ ଏକ ବିମାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୌତମ ଆଦାନୀ ଏକାଠି ଥିବା ଫଟୋ ଦେଖାଇଥିଲେ। ଏହି ଦୁଇଜଣ କେତେ ଥର ଏକାଠି ବିମାନ ଯାତ୍ରା କରିଛନ୍ତି। ପ୍ରଧାନମନ୍ତ୍ରୀ ବିଦେଶରେ ଅବତରଣ କରିବା ପରେ ଆଦାନୀ କେତେଥର ସେଠାରେ ପହଞ୍ଚତ୍ଥିଲେ। ମୋଦିଙ୍କ ବିଦେଶ ଗସ୍ତ ପରେ ଆଦାନୀଙ୍କୁ କେତୋଟି କଣ୍ଟ୍ରାକ୍ଟ ପାଇଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଥିଲେ। ପ୍ରଧାନମନ୍ତ୍ରୀ ବୁଧବାର ପାର୍ଲାମେଣ୍ଟରେ ବକ୍ତବ୍ୟ ରଖିବାବେଳେ ଏହାର ଉତ୍ତର ଦିଅନ୍ତୁ।
ଆଦାନୀଙ୍କ ସମ୍ପତ୍ତି ୨୦୧୪ରେ ୮ ବିଲିୟନ୍‌ ଡଲାର ଥିଲା। ୨୦୨୨ରେ ଏହା ୧୪୦ ବିଲିୟନ୍‌ ଡଲାରକୁ କିପରି ଛୁଇଁଛି। ଏହି ସଫଳତାର ସୂତ୍ର କ’ଣ ବୋଲି ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ଯୁବପିଢ଼ି ମୋତେ ପ୍ରଶ୍ନ କରିଥିଲେ। ତାମିଲନାଡୁରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ କେବଳ ଗୋଟିଏ ନାମ ଶୁଣିବାକୁ ପାଇଛି। ତାହା ହେଉଛି ଆଦାନୀ। ଗତ ୨୦ ବର୍ଷରେ ଆଦାନୀ ଭାଜପାକୁ କେତେ ଟଙ୍କା ଦେଇଛନ୍ତି। ରାଜନୀତି ଓ ବ୍ୟବସାୟିକ ସଂସ୍ଥାଗୁଡ଼ିକ ଓ ରାଜନୀତି ମଧ୍ୟରେ ଥିବା ସମ୍ପର୍କକୁ ନେଇ ହାଭାର୍ଡ ୟୁନିଭର୍ସିଟି ଅଧ୍ୟୟନ କରିବା ଉଚିତ। ଏହା ଏକ ବଡ଼ କେସ୍‌ଷ୍ଟଡି ହେବ ଏବଂ ଆମ ପ୍ରଧାନମନ୍ତ୍ରୀ ପୁରସ୍କାର ପାଇବା ଉଚିତ ବୋଲି ରାହୁଲ ଟାର୍ଗେଟ କରିଛନ୍ତି। ସେହିପରି ସେନାରେ ଠିକା ନିଯୁକ୍ତି ‘ଅଗ୍ନିପଥ’ ଯୋଜନା ସମ୍ପର୍କରେ ମଧ୍ୟ ରାହୁଲ ସମାଲୋଚନା କରିଛନ୍ତି। ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ମୁଣ୍ଡରୁ ଏହି ସ୍କିମ୍‌ ବାହାରିଥିବା ନେଇ ଜଣେ ସେନା ଅଧିକାରୀ ତାଙ୍କୁ ଅବଗତ କରାଇଥିବା ରାହୁଲ ପାର୍ଲାମେଣ୍ଟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri