ଭାଜପା ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ଗୃହରେ ହଙ୍ଗାମା: ହଟ୍ଟଗୋଳ, ଗୃହ ମୁଲତବୀ

ଭୁବନେଶ୍ୱର,୨୬।୬(ବ୍ୟୁରୋ): ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ନାମ ଘୋଷଣା ଏବଂ ଭାଜପାର ରାଜ୍ୟ ସଭା ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବଙ୍କୁ ନେଇ ବୁଧବାର ବିଧାନସଭାରେ କଂଗ୍ରେସ ସଦସ୍ୟମାନେ ଜୋରଦାର ହଙ୍ଗାମା କରିଛନ୍ତି। ଭୁବନେଶ୍ୱରରେ ଇଚ୍ଛାଧୀନ କୋଟାରେ ଘର ନେବା ଓ ଏହି ଘଟଣାରେ ଭିଜିଲାନ୍ସ ତଦନ୍ତ କରୁଥିବା ନେଇ ତାରାଦତ୍ତ କମିଟି ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେଇଛିି। ଏହା ସତ୍ତ୍ୱେ ଭାଜପା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିଛି। ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ କଥା କହୁଥିବା ମୁଖ୍ୟମନ୍ତ୍ରୀ ଦୁର୍ନୀତିଗ୍ରସ୍ତ ପ୍ରାର୍ଥୀଙ୍କୁ କିଭଳି ସମର୍ଥନ ଦେଲେ। ଅଶ୍ୱିନୀ ବିଆର୍‌ପିଏଲ୍‌ କମ୍ପାନୀର ଏମ୍‌ଡି ଅଛନ୍ତି। ଏହି କମ୍ପାନୀର ଅଂଶୀଦାର ଭାବେ ଜେପିଏସ୍‌ଏଲ୍‌, ଜେଏସ୍‌ପିଏଲ୍‌, ତ୍ରିବେଣୀ ଆର୍ଥ ମୁଭର୍‌ ଏହାର ଅଂଶୀଦାର ରହିଛନ୍ତି। ଦୁର୍ନୀତିରେ ବୁଡ଼ିଥିବା ଏବଂ ଓଡ଼ିଶାର ଲୋକ ହୋଇ ନ ଥିବା ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଏ ବିଷୟରେ ମୁଖ୍ୟମନ୍ତ୍ରୀ ଗୃହରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି କଂଗ୍ରେସ ସଦସ୍ୟମାନେ ଦାବି କରିଥିଲେ।

କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ଶୂନ୍ୟକାଳରେ ଏହି ପ୍ରଶ୍ନ ଉଠାଇ କହିଥିଲେ ଯେ, ବିଧାନସଭାରେ ବିରୋଧୀ ଦଳ ଭାବେ ଭାଜପା ନିଜକୁ ଉପସ୍ଥାପନ କରିପାରିବ ନାହିଁ। ବିରୋଧୀ ଦଳ ନେତାଙ୍କ ନାମ ବିଧିବଦ୍ଧ ଭାବେ ଘୋଷଣା ହୋଇ ନ ଥିବାରୁ ଭାଜପା କିପରି ବିରୋଧୀ ଦଳ ମାନ୍ୟତା ପାଇବ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି। ଏଥିସହିତ ବିଧାନସଭାରେ ଆବଶ୍ୟକ ଭୋଟ ନ ଥିବା ବେଳେ ଭାଜପା ଅଶ୍ୱିନୀ ବୈଷ୍ଣବଙ୍କୁ ପ୍ରାର୍ଥୀ କରିବା ଓ ବିଜେଡି ଏହାକୁ ସମର୍ଥନ କରିବା କେତେଦୂର ଯଥାର୍ଥ। ତାରାଦତ୍ତ କମିଟି ରିପୋର୍ଟରେ ତାଙ୍କ ପ୍ରତି ଆକ୍ଷେପ କରାଯାଇଛି। ଇଚ୍ଛାଧୀନ କୋଟାରେ ଘର ନେଇଥିବାରୁ ଏହାର ଭିଜିଲାନ୍ସ ତଦନ୍ତ ଜାରି ରହିଛି। ଏଥିସହ ଖଣି ଦୁର୍ନୀତିରେ ଜଡ଼ିତ ଥିବା ବିଷୟ ଶାହା କମିଶନ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ଗତ ୫ ବର୍ଷ ହେବ ଖଣି ଦୁର୍ନୀତିର ସିବିଆଇ ତଦନ୍ତ କେନ୍ଦ୍ରର ଏନ୍‌ଡିଏ ସରକାର କରିନାହାନ୍ତି। ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ଗୃହରେ ବିବୃତି ଦିଅନ୍ତୁ ବୋଲି ନରସିଂହ ଦାବି କରିଛନ୍ତି। ଏହାକୁ ସମର୍ଥନ କରି କଂଗ୍ରେସ ସଦସ୍ୟ ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରା ପ୍ରସାଦ ବାହିନୀପତି ନିଜ ଆସନ ନିକଟରେ ଛିଡ଼ା ହୋଇ ପାଟିତୁଣ୍ଡ କରିଥିଲେ। ବିରୋଧୀ ଦଳ ନେତା ଯେଉଁ ପ୍ରସଙ୍ଗ ଉତ୍ଥାପନ କରିଛନ୍ତି ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିଷୟ। ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟୀକରଣ ଦେବା ଦରକାର। କଂଗ୍ରେସ ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଭାଜପା ସଦସ୍ୟ ଜୟ ନାରାୟଣ ମିଶ୍ର ଶୂନ୍ୟକାଳରେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଭାଜପା କାହା ଦୟାରେ ବିରୋଧୀ ଦଳ ଆସନ ପାଇନାହିଁ। ଓଡ଼ିଶାର ଲୋକମାନେ ଭାଜପାକୁ ଏହି ଆସନରେ ବସାଇଛନ୍ତି। ବିଗତ ଦିନରେ କଂଗ୍ରେସ କ’ଣ କରିଛି ତାହା ସମସ୍ତେ ଜାଣିଛନ୍ତି। କଂଗ୍ରେସ ନିଜ କର୍ମ ପାଇଁ ଆଜି ତୃତୀୟ ସ୍ଥାନକୁ ଖସିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri