ଚାଷୀଙ୍କୁ ନେଇ ହରଡ଼ଘଣାରେ କୃଷିମନ୍ତ୍ରୀ: ୨୦୦୧ରୁ ୧୧ ମଧ୍ୟରେ କୃଷକ ସଂଖ୍ୟା ସରକାରଙ୍କୁ ଜଣାନାହିଁ

ଭୁବନେଶ୍ୱର,୨୬।୬(ବ୍ୟୁରୋ): କୃଷି ଓ କୃଷକକୁ ନେଇ ବୁଧବାର ବିଧାନସଭାର ପ୍ରଶ୍ନ କାଳରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟମାନେ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ଘେରିଥିଲେ। ୨୦୧୦ରୁ ଏପର୍ଯ୍ୟସ୍ତ ରାଜ୍ୟରେ କେତେ ଚାଷୀ ଅଛନ୍ତି ଓ କେତେ କମିଛନ୍ତି ତାହାର ଜବାବ ତଲବ କରିଥିଲେ। ଚାଷୀ ଗଣନା କରା ନ ଯାଇ କାଳିଆ ଯୋଜନା କିଭଳି କାର୍ଯ୍ୟକାରୀ ହେଉଛି ବୋଲି ବିରୋଧୀ ଦଳ ସଦସ୍ୟମାନେ ମନ୍ତ୍ରୀଙ୍କୁ ପ୍ରଶ୍ନ କରି ଅଡ଼ୁଆରେ ପକାଇଥିଲେ। ମନ୍ତ୍ରୀ ସାହୁ ବିରୋଧୀଙ୍କ ପ୍ରଶ୍ନକୁ ଚତୁରତାର ସହ ଏଡ଼ାଇ ଦେଇଥିଲେ।

ପୂର୍ବାହ୍ନ ୧୦.୩୦ ମିନିଟରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିଲା। କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି ପଚାରିଥିବା ପ୍ରଥମ ପ୍ରଶ୍ନରୁ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟରେ ୨୦୧୦ ବେଳକୁ କୃଷି ଉପରେ କେତେ ଲୋକ ନିର୍ଭର କରୁଥିଲେ, ୨୦୧୯ରେ ସେମାନଙ୍କ ସଂଖ୍ୟା କେତେ କମିଛି। ସରକାରଙ୍କ ଭୁଲ କୃଷି ନୀତି ଯୋଗୁ ବହୁ କୃଷକ ଚାଷ ଛାଡ଼ୁଥିବା ଅଭିଯୋଗ ସତ୍ୟ କି। ଶିକ୍ଷିତ ଯୁବତୀଯୁବକଙ୍କୁ କୃଷିକ୍ଷେତ୍ରକୁ ଆଣିବା ପାଇଁ ସରକାର କି ଉଦ୍ୟମ କରିଛନ୍ତି ବୋଲି ମୂଳ ପ୍ରଶ୍ନରେ ପଚାରିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଥିଲେ ଯେ, ୨୦୧୧ ଜନଗଣନା ଅନୁଯାୟୀ ରାଜ୍ୟରେ ୫୭ ଲକ୍ଷ ଲୋକ କୃଷି ଉପରେ ନିର୍ଭର କରୁଥିଲେ। ସେମାନଙ୍କ ମଧ୍ୟରୁ ୩୨.୮୦ ଲକ୍ଷ କୃଷକ ଏବଂ ୨୪.୨୦ ଲକ୍ଷ କୃଷି ଶ୍ରମିକ। ୨୦୨୧ରେ ପରବର୍ତ୍ତୀ ଜନଗଣନା ହେବ। ଏହାପରେ ରାଜ୍ୟରେ କେତେ ଲୋକ କୃଷି ଉପରେ ନିର୍ଭର କରୁଛନ୍ତି ତାହା ଆକଳନ କରିହେବ। ସରକାରଙ୍କ ଭୁଲ କୃଷିନୀତି ଯୋଗୁ କୃଷକ ପରିବାର ଚାଷ ଛାଡ଼ୁଥିବା ଅଭିଯୋଗ ସତ୍ୟ ନୁହେଁ। ବିଜେଡି ସଭ୍ୟ ଅଶ୍ୱିନୀ ପାତ୍ର, କଂଗ୍ରେସ ସଭ୍ୟ ନରସିଂହ ମିଶ୍ର, ଭାସ୍କର ମୋଡେ , ବିଜେଡି ସଭ୍ୟ ଦେବୀ ପ୍ରସାଦ ମିଶ୍ର, କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ରାଜ୍ୟରେ ଚାଷୀଙ୍କ ସଂଖ୍ୟା କମିବା ଓ ଧାନର ଅଭାବୀ ବିକ୍ରି ନେଇ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ। ସରକାର ଯଦି ରାଜ୍ୟରେ କେତେ ଚାଷୀ ଅଛନ୍ତି ତାହା ଗଣନା କରିନାହାନ୍ତି ତେବେ କାଳିଆ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି କିପରି। କେଉଁ ଚାଷୀଙ୍କୁ ଟଙ୍କା ଦିଆଯାଉଛି। ଏହି ଯୋଜନାରେ କେତେଜଣଙ୍କୁ ଏପର୍ଯ୍ୟନ୍ତ ଟଙ୍କା ଦିଆଗଲାଣି । ସେ କଥା ଗୃହରେ ଉଲ୍ଲେଖ କରାଯାଉ। ୨୦୦୧ରେ ରାଜ୍ୟରେ କେତେ କୃଷକ ଥିଲେ, କେତେ ଚାଷ ଛାଡ଼ିଛନ୍ତି, କୃଷିନୀତିରେ କେତେ ଲୋକଙ୍କୁ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କରିବା ଲାଗି ସହାୟତା ଯୋଗାଇ ଦିଆଯାଇଛି। ଚାଷୀଙ୍କୁ ପାଣି ଯୋଗାଇବା ଲାଗି ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକ କେବେ ମରାମତି କରାଯିବ ବୋଲି ପ୍ରଶ୍ନ କରିଥିଲେ। ତେବେ ମନ୍ତ୍ରୀ ପ୍ରଶ୍ନର ଉତ୍ତର ସିଧାସଳଖ ନ ଦେଇ କହିଥିଲେ ଯେ, ୨୦୦୧ରୁ ୨୦୧୧ ମଧ୍ୟରେ କେତେ ଚାଷୀ ଥିଲେ, କେତେ ଚାଷ କାର୍ଯ୍ୟ ଛାଡ଼ିଛନ୍ତି, ସେ ତଥ୍ୟ ମୋ ପାଖରେ ନାହିଁ। ପରେ ଏହାକୁ ଅନୁଧ୍ୟାନ କରାଯିବ। ତେବେ ଜନସଂଖ୍ୟା ବଢ଼ୁଥିବାରୁ ଚାଷୀଙ୍କ ସଂଖ୍ୟା ବଢ଼ୁଥାଇପାରେ ବୋଲି କହିଥିଲେ। ଚାଷ ଓ ଚାଷୀ ସମସ୍ୟା ସମାଧାନ ପାଇଁ ସମସ୍ତ ବିଧାୟକଙ୍କୁ ଡାକି ଆଲୋଚନା କରାଯିବ ବୋଲି ମନ୍ତ୍ରୀ ସାହୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?