ଭାଙ୍ଗିଲା ଫାପୁଡିଆ ନାଳ ପୋଲ: ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗ ବିଚ୍ଛିନ୍ନ

ଆନନ୍ଦପୁର,୮। ୯(ସ୍ବ.ପ୍ର.)-୨୦ ନଂ ଜାତୀୟ ରାଜପଥର ଆନନ୍ଦପୁର ଠାରୁ ସରେଇ ଗ୍ରାମକୁ ଯୋଗେଯାଗ କରୁଥିବା ରାସ୍ତାର ଫାପୁଡିଆ ନାଳ ଉପରେ ହୋଇଥିବା ପୋଲ ଭୁଶୁଡ଼ି ପଡିଛି। ଶନିବାର ରାତି ପାଖାପାଖି ୧୦ଟା ସମୟରେ ଏହି ପୋଲ ଭୁଶୁଡିଥିବା ଗ୍ରାମବାସୀ କହିଛନ୍ତି। ପୂର୍ବଦିନ ରାତି ତଥା ଶୁକ୍ରବାର ହୋଇଥିବା ବର୍ଷା ପ୍ରଭାବରେ ନାଳରେ ବର୍ଷା ଜଳ ଯଥେଷ୍ଟ ବୃଦ୍ଧି ପାଇଥିଲା। ଫଳରେ ବହୁ ପୁରୁଣା ଏହି ପୋଲଟିର ଉଭୟପାର୍ଶ୍ୱ ଅତଡା ଖାଇ ଶେଷରେ ଭୁଶୁଡି ପଡିଥିବା ଜଣାପଡିଛି। ଫଳରେ ସରେଇ ସହିତ ଆନନ୍ଦପୁରକୁ ସିଧାସଳଖ ଯୋଗାଯୋଗରେ ବାଧାପ୍ରାପ୍ତ ହୋଇଛି। ସଂପୃକ୍ତ ରାସ୍ତା ଦେଇ ସରେଇ ଗ୍ରାମବାସୀ ମାତ୍ର ୫ କି.ମି. ଅତିକ୍ରମ କରିବା ପରେ ଆନନ୍ଦପୁରରେ ପହଞ୍ଚିଥାନ୍ତି। ଏହି ପୋଲ ଭାଙ୍ଗିବା ଫଳରେ ଲୋକମାନଙ୍କୁ ଏବେ ୧୦ ରୁ ୧୫ କି.ମି. ବୁଲି ବୁଲି ଆସିବାକୁ ପଡିବ। ପୋଲର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାକୁ ଶୀଘ୍ର ନିର୍ମାଣ କରିବାକୁ ଗାଁ ଲୋକେ ଦାବି କରିଛନ୍ତି। ଦେଓଗାଁ କୁଶଳେଶ୍ୱର ପୀଠକୁ ଯାତାୟତ ପାଇଁ ୮ ରୁ ୯ ଗୋଟି ଗ୍ରାମର ଲୋକମାନେ ଏହି ସର୍ଟକର୍ଟ ରାସ୍ତା ଉପରେ ନିର୍ଭର କରିଥାନ୍ତି। ତେବେ ଏହି ବିପର୍ଯ୍ୟୟ ଦ୍ୱାରା ଏବେ ଲୋକମାନେ ବହୁଳ ଭାବରେ ପ୍ରଭାବିତ ହେବା ଆଶଙ୍କା କରାଯାଇଛି। ଖୁବ ଶୀଘ୍ର ଏହି ପୋଲର ନିର୍ମାଣ କାର୍ଯ୍ୟ କରାଯିବାର ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଉପଜିଲାପାଳ ରବୀନ୍ଦ୍ର କୁମାର ସ୍ବାଇଁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ରାତି ୧୦ ଟାରୁ ଶନିବାର ସକାଳ ୮ ଟା ଯାଏ ଆନନ୍ଦପୁର ଓ ଘସିପୁରା ଅଂଚଳରେ ୨୫୫.୦୨ ମି.ମି. ବର୍ଷା ହୋଇଥିଲା। ଏହି ବର୍ଷା ପ୍ରଭାବରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହେବା ସହିତ ନାଳ ଗୁଡିକରେ ଜଳରାଶି ବୃଦ୍ଧି ପାଇଥିବା ଦେଖାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

ମହିଳାଙ୍କ ଖାତାକୁ ଆସିବ ୩ହଜାର ଟଙ୍କା, ହେଲେ ସରକାର କାହିଁକି ଦେଉଛନ୍ତି ଏହି ଟଙ୍କା? ଜାଣନ୍ତୁ ଏହା ପଛର ରହସ୍ୟ

କୋଲକାତା,୧୮।୮: ପଶ୍ଚିମବଙ୍ଗ ସରକାରଙ୍କ ଅନ୍ନପୂର୍ଣ୍ଣା ଯୋଜନାରେ ହିତାଧିକାରୀ ମହିଳାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପାଣ୍ଠି ସ୍ଥାନାନ୍ତର ପ୍ରକ୍ରିୟା ସୋମବାର (ଅଗଷ୍ଟ ୧୭, ୨୦୨୬) ଠାରୁ ଆରମ୍ଭ ହୋଇଛି। ରାଜ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri