ଭାଗବତ ଟୁଙ୍ଗି ପରମ୍ପରାର ସଂରକ୍ଷକ ରମେଶ

ଚନ୍ଦାହାଣ୍ଡି,୯ା୩(ଡି.ଏନ୍‌.ଏ.)  ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ ଏହି ଭାଗବତ ଟୁଙ୍ଗିଗୁଡିକ ବନ୍ଦ ହୋଇଗଲା ା ଟିଭି ଏବଂ ମୋବାଇଲ ଆସିଲା ପରେ ଏଥିରେ ଲୋକେ ଅଭ୍ୟସ୍ତ ହୋଇ ଭାଗବତ ପଠନରୁ ଦୂରେଇ ରହିଲେ ା ଭାଗବତ ପଠନ ଭଳି ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମର ରମେଶ ଚୌହାନ । ଅନୁସୂଚିତ ଜାତି ପରିବାରରେ ସେ ଜନ୍ମିତ। ଉଚ୍ଚ ଶିକ୍ଷିତ ହୋଇ ପୋଷ୍ଟମାଷ୍ଟର ଭାବେ ଚାକିରି କରୁଛନ୍ତି ା ସରକାରୀ ଚାକିରି ନିଷ୍ଠାର ସହ କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରି ଭାଗବତ ଟୁଙ୍ଗି ଗଠନ କରୁଛନ୍ତି। ଭାଗବତର ପ୍ରଚାର ପ୍ରସାର ଓ ଗୋସେବା କରିବାକୁ ଆହ୍ବାନ ଦେଇ ବ୍ଲକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛନ୍ତି ା ୧୦ ବର୍ଷ ତଳେ ରମେଶଙ୍କୁ ଜଗନ୍ନାଥଙ୍କ ସ୍ବପ୍ନାଦେଶ ହୋଇଥିଲା। ଏହା ପରେ ଗ୍ରାମ ପାଖରେ ବୋହିଯାଉଥିବା ନଦୀରୁ ସେ ଜଗନ୍ନାଥଙ୍କ ମୂର୍ତ୍ତି ପାଇଥିଲେ। ଗ୍ରାମବାସୀଙ୍କ ସହ ମିଶି ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତିରେ ଉକ୍ତ ମନ୍ଦିରରେ ବର୍ତ୍ତମାନ ପୂଜାର୍ଚ୍ଚନା କରାଯାଉଛି ା ଚନ୍ଦାହାଣ୍ଡି ବ୍ଲକରେ ନିଜସ୍ବ ଉଦ୍ୟମରେ ୨୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଭାଗବତ ଟୁଙ୍ଗି ଗଠନ କରିଛନ୍ତି। ସନ୍ଧ୍ୟାରେ ଗାଁ
ଗାଁ ବୁଲି ଲୋକମାନଙ୍କୁ ଭାଗବତ ପଢିି ଶୁଣାଇଥାନ୍ତି। ରମେଶଙ୍କ ଭାଗବତ ପଠନ ଓ ବ୍ୟାଖ୍ୟା କରିବାରେ ତାଙ୍କର ଅସାଧାରଣ ଦକ୍ଷତା ରହିଛି ା ସେ ଭାଗବତର ବିଭିନ୍ନ ସ୍କନ୍ଧର ଅଧ୍ୟାୟକୁ କଣ୍ଠସ୍ଥ କରିପାରିଛନ୍ତି ା ପବିତ୍ର କାର୍ତ୍ତିକ ଓ ବୈଶାଖ ମାସରେ ବିଭିନ୍ନ ଗ୍ରାମକୁ ଯାଇ ୧୧ ଖଣ୍ଡ ଭାଗବତ ପଢ଼ି ଲୋକଙ୍କୁ ଭାଗବତ ଚେତନାର ଉଦ୍‌ବୁଦ୍‌ କରୁଛନ୍ତି ା ଏଥିସହ ପୁରୁଣା ପରମ୍ପରା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ପୂର୍ବରୁ ଗ୍ରାମରେ ସାମୂହିକ ଭାଗବତ ପଠନ ହେଉଥିଲା ା ଏହା ସାମାଜିକ ଜୀବନକୁ ସରସ ସୁନ୍ଦର କରୁଥିଲା ା ଭାଗବତରେ ବର୍ଣ୍ଣିତ ଉପଦେଶ ମଣିଷ ଜୀବନକୁ ବାଟ ଦେଖାଉଥିଲା ା ଏବେ ଗାଁ ଗଣ୍ଡାରେ ଆଉ ଭାଗବତ ଟୁଙ୍ଗି ଦେଖିବାକୁ ମିଳୁନାହିଁ ା ଏହାର ପୁନରୁଦ୍ଧାର ହେଲେ ଗ୍ରାମ୍ୟ ସଂସ୍କୃତିର ସୁରକ୍ଷା ହୋଇପାରିବ ା ଭାଗବତ ପଠନ ଓ ଶ୍ରବଣ ଦ୍ୱାରା ବ୍ୟକ୍ତିର ଉତ୍ତମ ଚରିତ୍ର ଗଠନ ହୋଇପାରିବ। ଯୁବ ସମାଜ ଭାଗବତ ପଠନ ପ୍ରତି ଧ୍ୟାନ ଦେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ରମେଶ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?