ଭାଗବତ ଟୁଙ୍ଗି ପରମ୍ପରାର ସଂରକ୍ଷକ ରମେଶ

ଚନ୍ଦାହାଣ୍ଡି,୯ା୩(ଡି.ଏନ୍‌.ଏ.)  ପୂର୍ବରୁ ଗାଁ ଗାଁରେ ଭାଗବତ ଟୁଙ୍ଗି ରହିଥିଲା ା ପ୍ରତି ସନ୍ଧ୍ୟାରେ ଗ୍ରାମବାସୀ ଜଗନ୍ନାଥ ଦାସଙ୍କ ରଚିତ ଭାଗବତ ଶ୍ରବଣ କରୁଥିଲେ। କ୍ରମଶଃ ଆଧୁନିକତାର ସ୍ପର୍ଶରେ ଏହି ଭାଗବତ ଟୁଙ୍ଗିଗୁଡିକ ବନ୍ଦ ହୋଇଗଲା ା ଟିଭି ଏବଂ ମୋବାଇଲ ଆସିଲା ପରେ ଏଥିରେ ଲୋକେ ଅଭ୍ୟସ୍ତ ହୋଇ ଭାଗବତ ପଠନରୁ ଦୂରେଇ ରହିଲେ ା ଭାଗବତ ପଠନ ଭଳି ପରମ୍ପରାକୁ ବଞ୍ଚାଇ ରଖିବାକୁ ଉଦ୍ୟମ ଜାରି ରଖିଛନ୍ତି ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଜମାଦାରପଡା ଗ୍ରାମର ରମେଶ ଚୌହାନ । ଅନୁସୂଚିତ ଜାତି ପରିବାରରେ ସେ ଜନ୍ମିତ। ଉଚ୍ଚ ଶିକ୍ଷିତ ହୋଇ ପୋଷ୍ଟମାଷ୍ଟର ଭାବେ ଚାକିରି କରୁଛନ୍ତି ା ସରକାରୀ ଚାକିରି ନିଷ୍ଠାର ସହ କରି ପ୍ରତ୍ୟେକ ଦିନ ସନ୍ଧ୍ୟାରେ ବିଭିନ୍ନ ଗ୍ରାମ ବୁଲି ଲୋକମାନଙ୍କୁ ସଚେତନ କରି ଭାଗବତ ଟୁଙ୍ଗି ଗଠନ କରୁଛନ୍ତି। ଭାଗବତର ପ୍ରଚାର ପ୍ରସାର ଓ ଗୋସେବା କରିବାକୁ ଆହ୍ବାନ ଦେଇ ବ୍ଲକରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିପାରିଛନ୍ତି ା ୧୦ ବର୍ଷ ତଳେ ରମେଶଙ୍କୁ ଜଗନ୍ନାଥଙ୍କ ସ୍ବପ୍ନାଦେଶ ହୋଇଥିଲା। ଏହା ପରେ ଗ୍ରାମ ପାଖରେ ବୋହିଯାଉଥିବା ନଦୀରୁ ସେ ଜଗନ୍ନାଥଙ୍କ ମୂର୍ତ୍ତି ପାଇଥିଲେ। ଗ୍ରାମବାସୀଙ୍କ ସହ ମିଶି ଗ୍ରାମରେ ଏକ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ। ପୁରୀ ଜଗନ୍ନାଥ ମନ୍ଦିର ରୀତିନୀତିରେ ଉକ୍ତ ମନ୍ଦିରରେ ବର୍ତ୍ତମାନ ପୂଜାର୍ଚ୍ଚନା କରାଯାଉଛି ା ଚନ୍ଦାହାଣ୍ଡି ବ୍ଲକରେ ନିଜସ୍ବ ଉଦ୍ୟମରେ ୨୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଭାଗବତ ଟୁଙ୍ଗି ଗଠନ କରିଛନ୍ତି। ସନ୍ଧ୍ୟାରେ ଗାଁ
ଗାଁ ବୁଲି ଲୋକମାନଙ୍କୁ ଭାଗବତ ପଢିି ଶୁଣାଇଥାନ୍ତି। ରମେଶଙ୍କ ଭାଗବତ ପଠନ ଓ ବ୍ୟାଖ୍ୟା କରିବାରେ ତାଙ୍କର ଅସାଧାରଣ ଦକ୍ଷତା ରହିଛି ା ସେ ଭାଗବତର ବିଭିନ୍ନ ସ୍କନ୍ଧର ଅଧ୍ୟାୟକୁ କଣ୍ଠସ୍ଥ କରିପାରିଛନ୍ତି ା ପବିତ୍ର କାର୍ତ୍ତିକ ଓ ବୈଶାଖ ମାସରେ ବିଭିନ୍ନ ଗ୍ରାମକୁ ଯାଇ ୧୧ ଖଣ୍ଡ ଭାଗବତ ପଢ଼ି ଲୋକଙ୍କୁ ଭାଗବତ ଚେତନାର ଉଦ୍‌ବୁଦ୍‌ କରୁଛନ୍ତି ା ଏଥିସହ ପୁରୁଣା ପରମ୍ପରା ଓ ଆଧ୍ୟାତ୍ମିକ ଚେତନା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ପୂର୍ବରୁ ଗ୍ରାମରେ ସାମୂହିକ ଭାଗବତ ପଠନ ହେଉଥିଲା ା ଏହା ସାମାଜିକ ଜୀବନକୁ ସରସ ସୁନ୍ଦର କରୁଥିଲା ା ଭାଗବତରେ ବର୍ଣ୍ଣିତ ଉପଦେଶ ମଣିଷ ଜୀବନକୁ ବାଟ ଦେଖାଉଥିଲା ା ଏବେ ଗାଁ ଗଣ୍ଡାରେ ଆଉ ଭାଗବତ ଟୁଙ୍ଗି ଦେଖିବାକୁ ମିଳୁନାହିଁ ା ଏହାର ପୁନରୁଦ୍ଧାର ହେଲେ ଗ୍ରାମ୍ୟ ସଂସ୍କୃତିର ସୁରକ୍ଷା ହୋଇପାରିବ ା ଭାଗବତ ପଠନ ଓ ଶ୍ରବଣ ଦ୍ୱାରା ବ୍ୟକ୍ତିର ଉତ୍ତମ ଚରିତ୍ର ଗଠନ ହୋଇପାରିବ। ଯୁବ ସମାଜ ଭାଗବତ ପଠନ ପ୍ରତି ଧ୍ୟାନ ଦେଲେ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ରମେଶ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଏନ୍‌କାଉଣ୍ଟରେ ୪ ମାଓବାଦୀ ନିପାତ

ରାୟପୁର/ମାଲକାନଗିରି,୩୦।୪: ଏନକାଉଣ୍ଟରେ ମଙ୍ଗଳବାର ୪ ମାଓବାଦୀ ଟଳିପଡିଛନ୍ତି। ଛତିଶଗଡର ନାରାୟଣପୁର ଆବୁଜମାଡ ଜଙ୍ଗଲରେ ସୁରକ୍ଷାକର୍ମୀ ଏବଂ ମାଓବାଦୀ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ୪ ମାଓବାଦୀ ନିହତ...

ଭାଜପା କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

କାମାକ୍ଷାନଗର,୩୦।୪(ସୁଧୀର ପରିଡ଼ା): ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଲକ ଦଶୀପୁର, କଣ୍ଟାପାଳ ଓ ବିରିବୋଲେଇ ପଞ୍ଚାୟତରେ ଭାଜପାର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।...

ବିଜେଡିରେ ମିଶିଲେ ଜିଲା ଯୁବ କଂଗ୍ରେସ ପୂର୍ବତନ ସଭାପତି

ଢେଙ୍କାନାଳ,୩୦ା୪(ରତନ ନାୟାର): ଢେଙ୍କାନାଳ ସହର ଗଣେଶ ମଣ୍ଡପଠାରେ ରବିବାର ବିଜେଡି ପକ୍ଷରୁ ଏକ ମିଶ୍ରଣପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲା ଯୁବ କଂଗ୍ରେସର ପୂର୍ବତନ ସଭାପତି...

କଣ୍ଟେନରରେ ଲାଗିଲା ଭୟଙ୍କର ନିଆଁ: ଲକ୍ଷାଧିକ ଟଙ୍କା ସମ୍ପତ୍ତି ନଷ୍ଟ

କଟକ, ୩୦।୦୪ (କାର୍ତ୍ତିକ ସାହୁ): ଜଗତପୁର ଥାନା ଅନ୍ତର୍ଗତ ନଜରପୁରଠାରେ ଥିବା ଶ୍ରମିକ ମାନଙ୍କର ରହିବା ପାଇଁ ଛ’ଟି କଣ୍ଟେନରରେ ସୋମବାର ବିଳମ୍ବିତ ରାତି ପ୍ରାୟ...

ଚିନ୍ତା ବଢ଼ାଇଲାଣି ଜଙ୍ଗଲ ନିଆଁ

ନୟାଗଡ଼,୩୦।୪(ଲୋକନାଥ ମିଶ୍ର): ନୟାଗଡ଼ ବନଖଣ୍ଡ ଓ ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ଜଙ୍ଗଲରେ ଲାଗୁଥିବା ନିଆଁ ଚିନ୍ତା ବଢାଇ ଦେଲାଣି। ଅଗ୍ନିବର୍ଷା ବେଳେ ଜଙ୍ଗଲର ନିଆଁର ତାତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri