ଭଲ ମଣିଷ ସନ୍ଧାନରେ

ଲଲାଟ କେଶରୀ ନାୟକ
ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତିର ପୁନରୁଦ୍ଧାର ଏବଂ ମାତୃଭୂମିର ସୁରକ୍ଷା ନିମିତ୍ତ ପ୍ରୟାସ ବା ତାଙ୍କର ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଭାରତୀୟ ଦର୍ଶନତତ୍ତ୍ୱ, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି, ରାଜନୀତି, ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ସମ୍ପର୍କ ଉପରେ ଗବେଷଣାରତ ଜଣେ ଦାର୍ଶନିକ ବାହାରିଲେ ଭଲ ମଣିଷର ସନ୍ଧାନରେ।
ପ୍ରଥମେ ଏକ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଦାର୍ଶନିକ ମହାଶୟ। ଆଜି ମନ୍ଦିର ଭିତରେ ଭିଡ଼ କାହିଁକି। ଆଜି ବୋଧହୁଏ ସୋମବାର। ଏଠିକି ଆସିଥିବା ମଣିଷ ନିଶ୍ଚିତ ଭଲ ମଣିଷ ହୋଇଥିବେ। କାରଣ ଆଧ୍ୟାତ୍ମିକତା ହିଁ ମଣିଷର ମାନସିକତାକୁ ଶୃଙ୍ଖଳିତ ଓ ମାର୍ଜିିତ କରେ। ଦୁଇ ଭଦ୍ର ମହିଳା କଥା ହେଉଥିବାର ଦେଖିଲେ, ତାଙ୍କ ବେଶ ପୋଷାକରୁ ଜଣାଯାଏ ଦୁଇଜଣ ସମ୍ଭ୍ରାନ୍ତ ଘରର ବୋହୂ। ଜଣେ ମହିଳା ଅନ୍ୟ ଜଣଙ୍କୁ କହୁଥାଏ ଦିଅଁଙ୍କ ପାଖରେ ଭୋଗ ସରିଗଲାଣି। ହେଲେ ଆଉ ଟିକେ ପରେ ଆମେ ଯିବା। ଏବେ ଫେରିଲେ ମୋ ଶ୍ୱଶୁର ବୁଢ଼ା ପାଇଁ ଟିଫିନ ବ୍ୟବସ୍ଥା କରିବାକୁ ପଡ଼ିବ। ସେ କେଉଁଠିକି ଯିବେ ବୋଲି ବାହାରିଥିଲେ। ୟାଙ୍କୁ (ସ୍ବାମୀ) କହି ଦେଇଛି- ମୁଁ ମନ୍ଦିର ଯାଉଛି, ତୁମେ ଆଜି ବାହାରେ ଟିଫିନ କରିନେବ। ବୁଢ଼ାଟା ବାହାରିଗଲା ପରେ ମୁଁ ଫେରିବି। କଷ୍ଟରୁ ଟିକେ ତ୍ରାହି ମିଳିଯିବ। ଏହା ଶୁଣି ଦ୍ୱିତୀୟ ମହିଳା ଜଣକ କହିଲେ- ମୁଁ ବି ୟାଙ୍କୁ (ସ୍ବାମୀ) କହିଦେଇଛି- ମୋର ମନ୍ଦିରରୁ ଫେରିଲା ବେଳକୁ ଡେରି ହେବ, ତୁମେ ଆଜି ଅଫିସ କ୍ୟାଣ୍ଟିନରେ ଖାଇଦେବ, ମୁଁ ରୋଷେଇ କରିପାରିବିନି। ଧର୍ମର ଦ୍ୱାହିଦେଇ ନିଜ କର୍ମକୁ ଅଣଦେଖା କରିବା ଏବଂ ଗୁରୁଜନମାନଙ୍କ ପ୍ରତି ଏଭଳି ବ୍ୟବହାର! ନା ନା ଏଠି ଭଲ ମଣିଷ ମିଳିବେ ନାହିଁ।
ଆହୁରି ଆଗକୁ ଚାଲିଲେ ଦାର୍ଶନିକ ଭଲ ମଣିଷ ସନ୍ଧାନ ପାଇଁ। ଦେଖିଲେ କିଛି ଲୋକ ଖବରକାଗଜଟିଏ ପଢ଼ିବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି। ସେଥିରେ ଜଣେ ବାବା ଗିରଫ ସମ୍ପର୍କରେ ତାଜା ଖବର ପ୍ରକାଶ ପାଇଛି। ଚମକିପଡ଼ିଲେ ଦାର୍ଶନିକ। ଦୁଇଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ତାଙ୍କର ଏକ ସତ୍‌ସଙ୍ଗ ପ୍ରଚାରିତ ହେଉଥିଲା। ବାବା କହୁଥିଲେ, ଈଶ୍ୱରଙ୍କୁ ପାଇବା ପାଇଁ ହେଲେ ନିଷ୍ଠା, ଏକାଗ୍ରତା ଏବଂ ସମର୍ପଣଭାବ ଦରକାର। ଏବେ ଏକ ନାବାଳିକାକୁ ବଳାତ୍କାର ଅଭିଯୋଗରେ ବାବା ଗିରଫ ହୋଇଛନ୍ତି। ଛି ଛି ଆଧ୍ୟାତ୍ମିକତା ଭିତରେ ଏତେ ଭଣ୍ଡାମି ଭରି ରହିଛି!
ଆହୁରି ଆଗକୁ ଚାଲିଲେ ଦାର୍ଶନିକ। ଆଗରେ ଏକ ବିରାଟ ସଭାର ଆୟୋଜନ। ମଞ୍ଚାସୀନ ରାଜନେତା ଭାଷଣ ଦେଉଛନ୍ତି- ମୋ ନିର୍ବାଚନମଣ୍ଡଳୀରେ ଗରିବୀ ରହିବ ନାହିଁ। ମୁଁ ଆପଣମାନଙ୍କ ସେବା କରିବାକୁ ରାଜନୀତିରେ ଯୋଗ ଦେଇଛି। ଏମିତି ଅନେକ କଥା। ନେତା ମଞ୍ଚରୁ ଓହ୍ଲାଇଲେ। ହଠାତ୍‌ ଜଣେ ଛିନ୍ନବସ୍ତ୍ର ଗରିବ ଲୋକ ଯାଇ ନେତାଙ୍କ ପାଦକୁ ଜାବୁଡି ଧରି କହିଲେ, ଆଜ୍ଞା ଗତକାଲି ମୋ ଝିଅକୁ କେତେଜଣ ଦୁର୍ବୃତ୍ତ ଉଠେଇ ନେଇଛନ୍ତି। ହେଲେ ପୋଲିସ କିଛି କରୁନାହିଁ। ମନ୍ତ୍ରୀ ତତ୍‌କ୍ଷଣାତ୍‌ ପୋଲିସକୁ ଫୋନ୍‌ କରିବା ପାଇଁ ବାହାରିବା ବେଳେ ଜଣେ କୁଜିନେତା ମନ୍ତ୍ରୀଙ୍କ କାନରେ କ’ଣ କହିଦେଲେ। ତା’ପରେ ଗରିବ ଲୋକଟିକୁ ମନ୍ତ୍ରୀ କହିଲେ- ତୁମେ ଯାଅ, ମୁଁ ଭୁବନେଶ୍ୱରରେ ପହଞ୍ଚିଲେ ବିଚାର କରିିବି। ବିଚରା ଗରିବ ଲୋକଟିକୁ ସେଠାରୁ ତିଡ଼ି ଦିଆଗଲା। ପରେ ପରେ ମନ୍ତ୍ରୀ କୁଜିନେତାଙ୍କୁ କହିଲେ- ତାଙ୍କୁ ଜଣେଇଦିଅ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପୂର୍ବରୁ ସେ ଝିଅକୁ ଫେରେଇଦେବେ। ନଚେତ୍‌ ଆମ ଦଳର ବଦ୍‌ନାମ ହେବ। ହଠାତ୍‌ ଦାର୍ଶନିକ ସ୍ତବ୍ଧ ହୋଇଗଲେ।
ସେଠୁ ଯାଇ ପହଞ୍ଚିଲେ ଏକ ବିଦ୍ୟାଳୟରେ। ଶିକ୍ଷାନୁଷ୍ଠାନ ଏକ ମଣିଷ ତିଆରି କାରଖାନା। କିନ୍ତୁ ଦେଖିଲେ ବିଦ୍ୟାଳୟ ପରିସରରେ ଅଭିଭାବକମାନଙ୍କ ଭିଡ଼। କିଛି ବୁଝିବା ପୂର୍ବରୁ ଜଣେ ଅଭିଭାବକ କହିଲେ- ତୁମେ ଶିକ୍ଷକ ହୋଇ ମଦ ଖାଇ ସ୍କୁଲକୁ ଆସିବ ଏବଂ ପିଲାଙ୍କୁ ଅଶ୍ଳୀଳ ବ୍ୟବହାର କରିବ- ଆଜି ଆମେ ସ୍କୁଲରେ ତାଲା ପକାଇବୁ। ଦାର୍ଶନିକ ଆଉ ଭଲ ମଣିଷ ସନ୍ଧାନ ପାଇଁ ବେଶି ସମୟ ବିଦ୍ୟାଳୟ ପରିସରରେ ଅପେକ୍ଷା କଲେ ନାହିଁ।
ତା’ ପରେ ଯାଇ ପହଞ୍ଚିଲେ ଏକ ଚିକିତ୍ସାଳୟ ପରିସରରେ। ଡାକ୍ତରବାବୁ ତାଙ୍କ ବ୍ୟକ୍ତିଗତ କ୍ୱାର୍ଟର୍ସରେ ରୋଗୀ ଦେଖୁଥାନ୍ତି। ଦାର୍ଶନିକ ଭାବିଲେ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ। ଚିକିତ୍ସାଳୟ ପରେ ଘରେ ବି ରୋଗୀସେବା କରୁଛନ୍ତି। ରୋଗୀମାନଙ୍କୁ ଜଣକ ପରେ ଜଣେ ଚିକିତ୍ସା କରୁଥାନ୍ତି। ଗୋଟିଏ ଗରିବ ଲୋକ ବହୁତ କାକୁତିମିନତି ହେଉଥାଏ- ଆଜ୍ଞା ମୁଁ ଗରିବ ଲୋକ, ମୋ ପାଖରେ ପଇସା ନାହିଁ। ଏବେ ତ ସରକାରୀ ଚିକିତ୍ସାଳୟ ବନ୍ଦ ଅଛି। ମୋ ପୁଅକୁ ଭୀଷଣ ଜର, ଟିକେ ଦେଖି ଦିଅନ୍ତୁ। ଡାକ୍ତରବାବୁ ରୋକ୍‌ଠୋକ୍‌ ମନା କରିଦେଲେ। କହିଲେ- କାଲି ସରକାରୀ ଡାକ୍ତରଙ୍କୁ ଦେଖେଇବ। ମାନବିକତା ଏବଂ ସମ୍ବେଦନଶୀଳତା ଯେମିତି ଡାକ୍ତରବାବୁଙ୍କ ପାଖରେ ହାର ମାନିଛି। ଫେରି ଆସିଲେ ଦାର୍ଶନିକ ସେ ସ୍ଥାନରୁ। ସତରେ ଭଲ ମଣିଷ କ’ଣ ଆଉ ମିଳିବେନି। ପୋଲିସ ହେଉଛନ୍ତି ସମାଜର ରକ୍ଷାକବଚ। ସମାଜ ସହିତ ବନ୍ଧୁତାପୂର୍ଣ୍ଣ ବାତାବରଣ ବଜାୟ ରଖି ଶୃଙ୍ଖଳିତ ସମାଜ ଗଠନ କରିବା ପୋଲିସବାବୁଙ୍କ ଧର୍ମ। ଏଠି ନିଶ୍ଚିତ ଭାବରେ ଭଲ ମଣିଷ ମିଳିପାରିବେ। କିନ୍ତୁ ଦେଖିଲେ ପୋଲିସ ବାବୁ ଏତଲା ରଖିବାକୁ ଲାଞ୍ଚ ନେଉଛନ୍ତି।
ଦାର୍ଶନିକ ଜଣକ ଫେରିଆସିଲେ ସେଠାରୁ। ମନ୍ଦିର ସମ୍ମୁଖରେ ଏକ ପୂଜା ଦୋକାନରେ ବସି ପଡ଼ିଲେ। ତତ୍‌କ୍ଷଣାତ୍‌ ତାଙ୍କ ପୁଅ ଆସି ପହଞ୍ଚିଲେ। ଦୋକାନୀ ତାକୁ କହିଲେ- ଦୀପରେ ଘିଅ ଦେବୁ ଏବଂ ଏ ବଟଲରେ ପୋଡ଼ା ମୋବିଲ ଅଛି ଘିଅରେ ଟିକେ ମିଶେଇ ଦୀପରେ ରଖିବୁ। ନ ହେଲେ ଆମର ଲାଭ କମିଯିବ।
ମୋ-୯୪୩୮୧୮୧୧୬୨


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?