ଭଲ ମଣିଷ ସନ୍ଧାନରେ

ଲଲାଟ କେଶରୀ ନାୟକ
ଆଚାର୍ଯ୍ୟ ଚାଣକ୍ୟ ଏକାଧାରରେ ଜଣେ ନୈଷ୍ଠିକ ବ୍ରାହ୍ମଣ, ଶିକ୍ଷକ, ଦାର୍ଶନିକ, ଅର୍ଥନୀତିଜ୍ଞ ଏବଂ ଜଣେ ଭଲ ଉପଦେଷ୍ଟା ଥିଲେ। ଆର୍ଯ୍ୟ ସଭ୍ୟତା ଓ ସଂସ୍କୃତିର ପୁନରୁଦ୍ଧାର ଏବଂ ମାତୃଭୂମିର ସୁରକ୍ଷା ନିମିତ୍ତ ପ୍ରୟାସ ବା ତାଙ୍କର ଅଧୁରା ସ୍ବପ୍ନକୁ ସାକାର କରିବା ପାଇଁ ଭାରତୀୟ ଦର୍ଶନତତ୍ତ୍ୱ, ସଂସ୍କୃତି, ପରମ୍ପରା, ସାମାଜିକ ଚଳଣି, ରାଜନୀତି, ନୈତିକ ମୂଲ୍ୟବୋଧ ଏବଂ ସାମାଜିକ ସମ୍ପର୍କ ଉପରେ ଗବେଷଣାରତ ଜଣେ ଦାର୍ଶନିକ ବାହାରିଲେ ଭଲ ମଣିଷର ସନ୍ଧାନରେ।
ପ୍ରଥମେ ଏକ ମନ୍ଦିର ମଧ୍ୟକୁ ପ୍ରବେଶ କଲେ ଦାର୍ଶନିକ ମହାଶୟ। ଆଜି ମନ୍ଦିର ଭିତରେ ଭିଡ଼ କାହିଁକି। ଆଜି ବୋଧହୁଏ ସୋମବାର। ଏଠିକି ଆସିଥିବା ମଣିଷ ନିଶ୍ଚିତ ଭଲ ମଣିଷ ହୋଇଥିବେ। କାରଣ ଆଧ୍ୟାତ୍ମିକତା ହିଁ ମଣିଷର ମାନସିକତାକୁ ଶୃଙ୍ଖଳିତ ଓ ମାର୍ଜିିତ କରେ। ଦୁଇ ଭଦ୍ର ମହିଳା କଥା ହେଉଥିବାର ଦେଖିଲେ, ତାଙ୍କ ବେଶ ପୋଷାକରୁ ଜଣାଯାଏ ଦୁଇଜଣ ସମ୍ଭ୍ରାନ୍ତ ଘରର ବୋହୂ। ଜଣେ ମହିଳା ଅନ୍ୟ ଜଣଙ୍କୁ କହୁଥାଏ ଦିଅଁଙ୍କ ପାଖରେ ଭୋଗ ସରିଗଲାଣି। ହେଲେ ଆଉ ଟିକେ ପରେ ଆମେ ଯିବା। ଏବେ ଫେରିଲେ ମୋ ଶ୍ୱଶୁର ବୁଢ଼ା ପାଇଁ ଟିଫିନ ବ୍ୟବସ୍ଥା କରିବାକୁ ପଡ଼ିବ। ସେ କେଉଁଠିକି ଯିବେ ବୋଲି ବାହାରିଥିଲେ। ୟାଙ୍କୁ (ସ୍ବାମୀ) କହି ଦେଇଛି- ମୁଁ ମନ୍ଦିର ଯାଉଛି, ତୁମେ ଆଜି ବାହାରେ ଟିଫିନ କରିନେବ। ବୁଢ଼ାଟା ବାହାରିଗଲା ପରେ ମୁଁ ଫେରିବି। କଷ୍ଟରୁ ଟିକେ ତ୍ରାହି ମିଳିଯିବ। ଏହା ଶୁଣି ଦ୍ୱିତୀୟ ମହିଳା ଜଣକ କହିଲେ- ମୁଁ ବି ୟାଙ୍କୁ (ସ୍ବାମୀ) କହିଦେଇଛି- ମୋର ମନ୍ଦିରରୁ ଫେରିଲା ବେଳକୁ ଡେରି ହେବ, ତୁମେ ଆଜି ଅଫିସ କ୍ୟାଣ୍ଟିନରେ ଖାଇଦେବ, ମୁଁ ରୋଷେଇ କରିପାରିବିନି। ଧର୍ମର ଦ୍ୱାହିଦେଇ ନିଜ କର୍ମକୁ ଅଣଦେଖା କରିବା ଏବଂ ଗୁରୁଜନମାନଙ୍କ ପ୍ରତି ଏଭଳି ବ୍ୟବହାର! ନା ନା ଏଠି ଭଲ ମଣିଷ ମିଳିବେ ନାହିଁ।
ଆହୁରି ଆଗକୁ ଚାଲିଲେ ଦାର୍ଶନିକ ଭଲ ମଣିଷ ସନ୍ଧାନ ପାଇଁ। ଦେଖିଲେ କିଛି ଲୋକ ଖବରକାଗଜଟିଏ ପଢ଼ିବା ପାଇଁ ପ୍ରତିଯୋଗିତା ଚଳାଇଛନ୍ତି। ସେଥିରେ ଜଣେ ବାବା ଗିରଫ ସମ୍ପର୍କରେ ତାଜା ଖବର ପ୍ରକାଶ ପାଇଛି। ଚମକିପଡ଼ିଲେ ଦାର୍ଶନିକ। ଦୁଇଦିନ ତଳେ ଏକ ବୈଦ୍ୟୁତିକ ଗଣମାଧ୍ୟମରେ ତାଙ୍କର ଏକ ସତ୍‌ସଙ୍ଗ ପ୍ରଚାରିତ ହେଉଥିଲା। ବାବା କହୁଥିଲେ, ଈଶ୍ୱରଙ୍କୁ ପାଇବା ପାଇଁ ହେଲେ ନିଷ୍ଠା, ଏକାଗ୍ରତା ଏବଂ ସମର୍ପଣଭାବ ଦରକାର। ଏବେ ଏକ ନାବାଳିକାକୁ ବଳାତ୍କାର ଅଭିଯୋଗରେ ବାବା ଗିରଫ ହୋଇଛନ୍ତି। ଛି ଛି ଆଧ୍ୟାତ୍ମିକତା ଭିତରେ ଏତେ ଭଣ୍ଡାମି ଭରି ରହିଛି!
ଆହୁରି ଆଗକୁ ଚାଲିଲେ ଦାର୍ଶନିକ। ଆଗରେ ଏକ ବିରାଟ ସଭାର ଆୟୋଜନ। ମଞ୍ଚାସୀନ ରାଜନେତା ଭାଷଣ ଦେଉଛନ୍ତି- ମୋ ନିର୍ବାଚନମଣ୍ଡଳୀରେ ଗରିବୀ ରହିବ ନାହିଁ। ମୁଁ ଆପଣମାନଙ୍କ ସେବା କରିବାକୁ ରାଜନୀତିରେ ଯୋଗ ଦେଇଛି। ଏମିତି ଅନେକ କଥା। ନେତା ମଞ୍ଚରୁ ଓହ୍ଲାଇଲେ। ହଠାତ୍‌ ଜଣେ ଛିନ୍ନବସ୍ତ୍ର ଗରିବ ଲୋକ ଯାଇ ନେତାଙ୍କ ପାଦକୁ ଜାବୁଡି ଧରି କହିଲେ, ଆଜ୍ଞା ଗତକାଲି ମୋ ଝିଅକୁ କେତେଜଣ ଦୁର୍ବୃତ୍ତ ଉଠେଇ ନେଇଛନ୍ତି। ହେଲେ ପୋଲିସ କିଛି କରୁନାହିଁ। ମନ୍ତ୍ରୀ ତତ୍‌କ୍ଷଣାତ୍‌ ପୋଲିସକୁ ଫୋନ୍‌ କରିବା ପାଇଁ ବାହାରିବା ବେଳେ ଜଣେ କୁଜିନେତା ମନ୍ତ୍ରୀଙ୍କ କାନରେ କ’ଣ କହିଦେଲେ। ତା’ପରେ ଗରିବ ଲୋକଟିକୁ ମନ୍ତ୍ରୀ କହିଲେ- ତୁମେ ଯାଅ, ମୁଁ ଭୁବନେଶ୍ୱରରେ ପହଞ୍ଚିଲେ ବିଚାର କରିିବି। ବିଚରା ଗରିବ ଲୋକଟିକୁ ସେଠାରୁ ତିଡ଼ି ଦିଆଗଲା। ପରେ ପରେ ମନ୍ତ୍ରୀ କୁଜିନେତାଙ୍କୁ କହିଲେ- ତାଙ୍କୁ ଜଣେଇଦିଅ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପୂର୍ବରୁ ସେ ଝିଅକୁ ଫେରେଇଦେବେ। ନଚେତ୍‌ ଆମ ଦଳର ବଦ୍‌ନାମ ହେବ। ହଠାତ୍‌ ଦାର୍ଶନିକ ସ୍ତବ୍ଧ ହୋଇଗଲେ।
ସେଠୁ ଯାଇ ପହଞ୍ଚିଲେ ଏକ ବିଦ୍ୟାଳୟରେ। ଶିକ୍ଷାନୁଷ୍ଠାନ ଏକ ମଣିଷ ତିଆରି କାରଖାନା। କିନ୍ତୁ ଦେଖିଲେ ବିଦ୍ୟାଳୟ ପରିସରରେ ଅଭିଭାବକମାନଙ୍କ ଭିଡ଼। କିଛି ବୁଝିବା ପୂର୍ବରୁ ଜଣେ ଅଭିଭାବକ କହିଲେ- ତୁମେ ଶିକ୍ଷକ ହୋଇ ମଦ ଖାଇ ସ୍କୁଲକୁ ଆସିବ ଏବଂ ପିଲାଙ୍କୁ ଅଶ୍ଳୀଳ ବ୍ୟବହାର କରିବ- ଆଜି ଆମେ ସ୍କୁଲରେ ତାଲା ପକାଇବୁ। ଦାର୍ଶନିକ ଆଉ ଭଲ ମଣିଷ ସନ୍ଧାନ ପାଇଁ ବେଶି ସମୟ ବିଦ୍ୟାଳୟ ପରିସରରେ ଅପେକ୍ଷା କଲେ ନାହିଁ।
ତା’ ପରେ ଯାଇ ପହଞ୍ଚିଲେ ଏକ ଚିକିତ୍ସାଳୟ ପରିସରରେ। ଡାକ୍ତରବାବୁ ତାଙ୍କ ବ୍ୟକ୍ତିଗତ କ୍ୱାର୍ଟର୍ସରେ ରୋଗୀ ଦେଖୁଥାନ୍ତି। ଦାର୍ଶନିକ ଭାବିଲେ ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ। ଚିକିତ୍ସାଳୟ ପରେ ଘରେ ବି ରୋଗୀସେବା କରୁଛନ୍ତି। ରୋଗୀମାନଙ୍କୁ ଜଣକ ପରେ ଜଣେ ଚିକିତ୍ସା କରୁଥାନ୍ତି। ଗୋଟିଏ ଗରିବ ଲୋକ ବହୁତ କାକୁତିମିନତି ହେଉଥାଏ- ଆଜ୍ଞା ମୁଁ ଗରିବ ଲୋକ, ମୋ ପାଖରେ ପଇସା ନାହିଁ। ଏବେ ତ ସରକାରୀ ଚିକିତ୍ସାଳୟ ବନ୍ଦ ଅଛି। ମୋ ପୁଅକୁ ଭୀଷଣ ଜର, ଟିକେ ଦେଖି ଦିଅନ୍ତୁ। ଡାକ୍ତରବାବୁ ରୋକ୍‌ଠୋକ୍‌ ମନା କରିଦେଲେ। କହିଲେ- କାଲି ସରକାରୀ ଡାକ୍ତରଙ୍କୁ ଦେଖେଇବ। ମାନବିକତା ଏବଂ ସମ୍ବେଦନଶୀଳତା ଯେମିତି ଡାକ୍ତରବାବୁଙ୍କ ପାଖରେ ହାର ମାନିଛି। ଫେରି ଆସିଲେ ଦାର୍ଶନିକ ସେ ସ୍ଥାନରୁ। ସତରେ ଭଲ ମଣିଷ କ’ଣ ଆଉ ମିଳିବେନି। ପୋଲିସ ହେଉଛନ୍ତି ସମାଜର ରକ୍ଷାକବଚ। ସମାଜ ସହିତ ବନ୍ଧୁତାପୂର୍ଣ୍ଣ ବାତାବରଣ ବଜାୟ ରଖି ଶୃଙ୍ଖଳିତ ସମାଜ ଗଠନ କରିବା ପୋଲିସବାବୁଙ୍କ ଧର୍ମ। ଏଠି ନିଶ୍ଚିତ ଭାବରେ ଭଲ ମଣିଷ ମିଳିପାରିବେ। କିନ୍ତୁ ଦେଖିଲେ ପୋଲିସ ବାବୁ ଏତଲା ରଖିବାକୁ ଲାଞ୍ଚ ନେଉଛନ୍ତି।
ଦାର୍ଶନିକ ଜଣକ ଫେରିଆସିଲେ ସେଠାରୁ। ମନ୍ଦିର ସମ୍ମୁଖରେ ଏକ ପୂଜା ଦୋକାନରେ ବସି ପଡ଼ିଲେ। ତତ୍‌କ୍ଷଣାତ୍‌ ତାଙ୍କ ପୁଅ ଆସି ପହଞ୍ଚିଲେ। ଦୋକାନୀ ତାକୁ କହିଲେ- ଦୀପରେ ଘିଅ ଦେବୁ ଏବଂ ଏ ବଟଲରେ ପୋଡ଼ା ମୋବିଲ ଅଛି ଘିଅରେ ଟିକେ ମିଶେଇ ଦୀପରେ ରଖିବୁ। ନ ହେଲେ ଆମର ଲାଭ କମିଯିବ।
ମୋ-୯୪୩୮୧୮୧୧୬୨


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri