ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣା: ଆଉ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର, ୧୦।୧୧(ବ୍ୟୁରୋ): ଭବାନୀପାଟଣା ହାତୀଦାନ୍ତ ଓ ବାଘଛାଲ ଜବତ ଘଟଣାରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଶନିବାର ଆଉ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେ ହେଉଛନ୍ତି ଭାସ୍କର ନାୟକ। ଏସ୍‌ଟିଏଫ୍‌ ଟିମ୍‌ ଶୁକ୍ରବାର କଳାହାଣ୍ଡି-ରାୟଗଡ଼ା ସୀମାରେ ଚଢ଼ାଉ କରି ଲାଞ୍ଜିଘର ଅଞ୍ଚଳରୁ ଭାସ୍କରଙ୍କୁ ଉଠାଇ ଆଣିଥିଲା। ଭାସ୍କରଙ୍କୁ ଗିରଫ କରିବା ପରେ ଏହି ଘଟଣାରେ ମୋଟ ୫ଜଣ ଅଭିଯୁକ୍ତଙ୍କୁ ଧରିଲାଣି କ୍ରାଇମବ୍ରାଞ୍ଚ। ତେବେ ବାଘକୁ କିଏ ଶିକାର କରିଥିଲା, ଛାଲ ଓ ଦାନ୍ତ କେଉଁଠିକୁ ଚାଲାଣ ପାଇଁ ଯୋଜନା ହୋଇଥିଲା, ତାହା ଏବେ ବି ଅନ୍ଧାରରେ ରହିଛି। ଏହାସହ ଆନ୍ତଃରାଜ୍ୟ ର଼୍ୟାକେଟ୍‌ ଲିଙ୍କ୍‌ ରହିଥିବା ପୂର୍ବରୁ କ୍ରାମଇବ୍ରାଞ୍ଚ ସନ୍ଦେହ କରିଥିଲା। ବର୍ତ୍ତମାନ ସମସ୍ତଙ୍କୁ ରିମାଣ୍ଡରେ ଆଣି ଅଧିକ ତଥ୍ୟ ହାସଲ କରିବା ସହ ର଼୍ୟାକେଟ୍‌ର ମୁଖ୍ୟ ପାଖରେ ପହଞ୍ଚତ୍ବା କ୍ରାଇମବ୍ରାଞ୍ଚ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଛି। ସୂଚନାଯୋଗ୍ୟ, ଭବାନୀପାଟଣାରେ ବନ୍ୟପ୍ରାଣୀ ସାମଗ୍ରୀର ଚୋରା ଚାଲାଣ ହେଉଥିବା ନେଇ କିଛିଦିନ ତଳେ କ୍ରାଇମବ୍ରାଞ୍ଚ ଖବର ପାଇଥିଲା। ଗୁରୁବାର କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଡିଏସ୍‌ପି ବିଳାସିନୀ ନାୟକଙ୍କ ନେତୃତ୍ୱରେ ଏକ ଟିମ୍‌ ସହିତ ବନ ବିଭାଗ କର୍ମଚାରୀ ଗ୍ରାହକ ପରିଚୟ ଦେଇ ଏହି ର଼୍ୟାକେଟରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ପହଞ୍ଚତ୍ଥିଲେ। ଦୁଇଟି ବନ୍ୟପ୍ରାଣୀ ସାମାଗ୍ରୀକୁ ନେବା ପାଇଁ ମୂଲଚାଲ ହୋଇଥିଲା। ଶେଷରେ ୮ଲକ୍ଷ ଟଙ୍କାରେ ନେବାକୁ ସ୍ଥିର ହୋଇଥିଲା। ଏହି ସମୟରେ ସେମାନଙ୍କୁ ଧରିଆଣିଥିଲା ଏସ୍‌ଟିଏଫ୍‌ ଟିମ୍‌। ଏମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ର ବାସିନ୍ଦା ହୋଇଥିବାରୁ ଆନ୍ତଃରାଜ୍ୟ ର଼୍ୟାକେଟ୍‌ ଥିବା ସନ୍ଦେହ କରାଯାଉଛି। ତେଣୁ ଅଧିକ ପଚରାଉଚୁରା ପାଇଁ କ୍ରାଇମବ୍ରାଞ୍ଚ ସେମାନଙ୍କୁ ଦୁଇଦିନ ରିମାଣ୍ଡରେ ନେଇଛି। ସେମାନଙ୍କ ବୟାନ ଆଧାରରେ ଗିରଫ ହୋଇଥିବା ଭାସ୍କରଙ୍କଠାରୁ ବହୁ ତଥ୍ୟ ମିଳିବ ବୋଲି ଏସ୍‌ଟିଏଫ୍‌ ଆଶା ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଦିଗପହଣ୍ଡି ଏନଏସି କାଉନସିଲ ପକ୍ଷରୁ ପରିବର୍ଦ୍ଧିତ ସଭାରେ ଯୋଗଦେଲେ ବିଧାୟକ, ବିଦ୍ୟୁତ-ପାନୀୟ….

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି କାଉନସିଲର ୨୨ ତମ ପରିବର୍ଦ୍ଧିତ ଆଲୋଚନା ସଭା ବୁଧବାର ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri